Posted inଜାତୀୟ

ବାପା ସାଧାରଣ କୃଷକ, ନିଜେ ଶିକ୍ଷକ; ଚର୍ଚ୍ଚାରେ ପାର୍ଲାମେଣ୍ଟ ଉପଦ୍ରବ ପଛର ମାଷ୍ଟରମାଇଣ୍ଡ ଲଳିତ ଝା

ନୂଆଦିଲ୍ଲୀ,୧୫।୧୨: ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟି ମାମଲାର ମାଷ୍ଟରମାଇଣ୍ଡ ହେଉଛନ୍ତି ଲଳିତ ଝା। ଶୁକ୍ରବାର ଆତ୍ମସମର୍ପଣ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି। ତେବେ ଲଳିତଙ୍କ ବାପା ଜଣେ ସାଧାରଣ କୃଷକ ବୋଲି ଜଣାପଡ଼ିଛି। ଏବେ ସେ ୭ ଦିନ ଲାଗି ପୋଲିସ ରିମାଣ୍ଡରେ ଥିବା ବେଳେ କେଉଁ କାରଣରୁ ଏଭଳି ଷଡ଼ଯନ୍ତ୍ର କଲେ ପଚରାଉଚରା କରାଯାଉଛି।

ଲଳିତଙ୍କ ପୈତୃକ ଗାଁ ଦରଭଙ୍ଗା ଜିଲାର ବହେଡ଼ା ଥାନାର ରାମପୁର ଉଦୟ। ତାଙ୍କ ବାପା ଜଣେ କୃଷକ। ଲଳିତ ନିଜେ କୋଲକାତାରେ ମା’ବାପାଙ୍କ ରହୁଥିଲେ। ପାର୍ଲାମେଣ୍ଟ ଘଟଣା ପରେ ସେମାନେ ତାଙ୍କ ଗାଁକୁ ଚାଲିଯାଇଛନ୍ତି। ଏପରିକି ପୁରା ପରିବାର କିଛି ବି ବିଶ୍ୱାସ କରିପାରୁନାହାନ୍ତି।

ଲଳିତଙ୍କ ଭାଇ ମୋହନ ଝା କହିଛନ୍ତି ଯେ, ସେ ଏସବୁରେ କିଭଳି ଫସିଲେ କେହି ବି ଜାଣିନାହୁଁ। କାରଣ ସେ ସବୁବେଳେ ଝଗଡ଼ାଠାରୁ ଦୂରରେ ରହୁଥିଲେ। ପିଲାଦିନରୁ ହିଁ ସେ ଶାନ୍ତ ରହୁଥିଲେ। କାହାସାଙ୍ଗରେ ବେଶି ମିଶୁ ନ ଥିଲେ। ଶିକ୍ଷକତା କରିବା ସହ ସେ ଏନ୍‌ଜିଓ ସହ ଜଡ଼ିତ ଥିଲେ। ଏବେ ତାଙ୍କୁ ଟିଭି ଚ୍ୟାନେଲରେ ଦେଖି ସ୍ତବ୍ଧ ହୋଇଛୁ ବୋଲି ସେ କହିଛନ୍ତି।

ତେବେ ଦିଲ୍ଲୀ ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ ଭିଜିଟର୍ସ ପାସ୍‌ ଜରିଆରେ ପାର୍ଲାମେଣ୍ଟରେ ପ୍ରବେଶ କରିବାକୁ ସେମାନେ ଯୋଜନା କରିଥିଲେ। ଏପରିକି ସାଙ୍ଗରେ ସ୍ମୋକ୍‌ କ୍ୟାନ୍‌ ନେବା ଲାଗି ସ୍ବତନ୍ତ୍ର ଜୋତା ପିନ୍ଧିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନଓ୍ୱାଡି ପାଇଁ ବଡ଼ ଘୋଷଣା, ପ୍ରଭାତୀ କହିଲେ…

ଭୁବନେଶ୍ୱର,୭ା୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ପ୍ରଥମେ ୫, ପରେ ୭ ଓ ୧୨ ଲକ୍ଷ ଟଙ୍କା ଅଙ୍ଗନଓ୍ୱାଡି କେନ୍ଦ୍ର ନିର୍ମାଣ ପ୍ରଥମେ ଦେଉଥିଲେ। ଏବେ ଅଙ୍ଗନଓ୍ୱାଡି...

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri