ପାର୍ଲାମେଣ୍ଟ ଧାମ

ବହୁ ପ୍ରତୀକ୍ଷିତ ସଂସଦର ସ୍ବତନ୍ତ୍ର ଅଧିବେଶନ ସେପ୍ଟେମ୍ବର ୧୮ରୁ ଆରମ୍ଭ ହୋଇଛି। ପୁରୁଣା ସଂସଦ ଭବନରେ ଅଧିବେଶନର ପ୍ରଥମ ଦିନ ଶେଷ ହେବା ପରେ ସେପ୍ଟେମ୍ବର ୧୯ରେ ନୂଆ ବିଲ୍ଡିଂରେ ଏହା ଜାରି ରହିଛି। ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ପୁରୁଣା ଭବନକୁ ବିଦାୟ ଦିଆଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତୀତର ସ୍ମୃତି ବଖାଣିଥିଲେ। ସେ କହିଥିଲେ ଯେ, ପୁରୁଣା ସଂସଦ ଭବନ ଭବିଷ୍ୟତରେ ଏକ ପ୍ରେରଣାର ଉତ୍ସ ଓ ତୀର୍ଥସ୍ଥଳୀ ହୋଇ ରହିବ। ଏଭଳି କହିବା ସ୍ବାଭାବିକ, କିନ୍ତୁ ନୂଆ ସଂସଦ ଭବନରେ ପୁରୁଣା ଅଭ୍ୟାସ ଛାଡ଼ିବାରେ ରାଜନୈତିକ ଦଳଗୁଡ଼ିକ କେତେ ସକ୍ଷମ ତାହା ହିଁ ଏକ ମୁଖ୍ୟ ପ୍ରଶ୍ନ। ଗଣେଶ ପୂଜାଦିନ ନୂଆ ସଂସଦ ଭବନରେ ପ୍ରବେଶ କରିବା ପରେ ପ୍ରଥମ ଦିନରେ ମହିଳା ସଂରକ୍ଷଣ ବିଲ୍‌ ଆଗତ ହୋଇଛି। ଅଧିବେଶନ କେବଳ ଆଇନ ଗଢ଼ିବାରେ ଶେଷ ହେବ ବୋଲି ଆରମ୍ଭରୁ ଯାହା ଅନୁମାନ କରାଯାଉଥିଲା ତାହାର ସୂଚନା ଏହି ବିଲ୍‌ରୁ ମିଳିଛି। ଏହା ଏକ ଫମ୍ପା ରାଜନୈତିକ ଉଦ୍ଦେଶ୍ୟରେ ସୃଷ୍ଟି ହୋଇଥିବା ବିଲ୍‌ ବୋଲି ସ୍ପଷ୍ଟ ବୁଝାପଡ଼ୁଛି। ୨୦୧୧ ମସିହାର ଜନଗଣନାକୁ ନେଇ ଆଜି ୨୦୨୩ରେ କୌଣସି ସରକାରୀ ବିକାଶ କାର୍ଯ୍ୟ କିମ୍ବା ବିଧାନସଭା ଏବଂ ସଂସଦର ଆସନ ପୁନର୍ଗଠନ ବା ସୀମା ନିର୍ଦ୍ଧାରଣ ମଧ୍ୟ ସମ୍ଭବପର ହେବ ନାହିଁ। ଅର୍ଥାତ୍‌ ଏହି ମହିଳା ସଂରକ୍ଷଣ ଆଇନ ଗୃହୀତ ହେଲେ ଯାହା ନ ହେଲେ ତାହା।
ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସ୍ବତନ୍ତ୍ର ଅଧିବେଶନରେ କୌଣସି ପ୍ରଶ୍ନକାଳ ନାହିଁ। ଅତୀତକୁ ଦେଖିଲେ ପୁରୁଣା ସଂସଦ ଭବନରେ ସରକାରଙ୍କ ଏକଚାଟିଆ ମନୋଭାବ ଯୋଗୁ ସେଠାରେ ସାଂସଦମାନଙ୍କ କୌଣସି ପ୍ରଶ୍ନର ଉତ୍ତର ଦିଆଯିବା ଦେଖାଯାଇନାହିଁ। ସେଥିପାଇଁ ହୁଏତ ନିଜର ପରିସ୍ଥିତିକୁ ବୁଝି ସରକାର ଏହି ପ୍ରଶ୍ନକାଳକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଛନ୍ତି। ଯଦି ଜଣେ ସାଂସଦ କୌଣସି ପ୍ରଶ୍ନ ପଚାରିପାରିିବେ ନାହିଁ, ତେବେ ସଂସଦ କିମ୍ବା ଗଣତନ୍ତ୍ର ସମ୍ପୂର୍ଣ୍ଣ ମୂଲ୍ୟହୀନ ହୋଇଗଲାଣି ବୁଝିବାକୁ ହେବ। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ତାଙ୍କ ପୂର୍ବ ଏକଚାଟିଆ ମନୋଭାବର ପୁନରାବୃତ୍ତି ବୋଲି କୁହାଯାଇପାରେ। ମହିଳା ସଂରକ୍ଷଣ ବିଲ୍‌ ପରେ ଅନ୍ୟସବୁ କ’ଣ ଆସିବ ଏବେ କାହାରିକୁ ଜଣା ନାହିଁ। ସବୁକିଛି ଗୋପନୀୟ ଭାବେ ହଠାତ୍‌ କରାଯାଇଥିବାରୁ ସଂସଦର ମୂଲ୍ୟହୀନତା ସ୍ପଷ୍ଟ ବୁଝାପଡ଼ୁଛି। ଏହା ସହ ଜମ୍ମୁ -କଶ୍ମୀର କିମ୍ବା ମଣିପୁର ଘଟଣା ବହୁ ଦୂରରେ ରହବା ଭଳି ମନେହେଉଛି। ମହିଳା ସଂରକ୍ଷଣ ବିଲ୍‌ରୁ ଖିଅ ଟାଣିଲେ ବୁଝାପଡ଼ୁଛି ଯେ, ନୂଆ ସଂସଦ ଭବନ ତିଆରି ହୋଇଥିବା ସତ୍ତ୍ୱେ କାହାରି ମାନସିକତାରେ କୌଣସି ପରିବର୍ତ୍ତନ ଦେଖାଯାଉନାହିଁ। ଇତିହାସକୁ ମିଥ୍ୟା ବୋଲି କହି ଭାଙ୍ଗିବାର ପ୍ରୟୋଜନ ନାହିଁ। ଯେମିତି ଇଣ୍ଡିଆ ଏବଂ ଭାରତବର୍ଷ ଉଭୟେ ଏହି ଦେଶର ନାମ ରହିଆସୁଥିବା ସତ୍ତ୍ୱେ ଏବେ ଏକ ବିକୃତ ପରିବର୍ତ୍ତନ କରିବାର ଚେଷ୍ଟା ହେଉଛି। ଇତିହାସରୁ ସକାରାମତ୍କ ଶିକ୍ଷା ନିଆଯିବା ଉଚିତ। ମୁହଁରେ ଗଣତନ୍ତ୍ର ଉଚ୍ଚାରଣ କରି କାର୍ଯ୍ୟରେ ଅଗଣତାନ୍ତ୍ରିକ ହେବାର ପ୍ରୟୋଜନ ନାହିଁ। ସେଥିପାଇଁ ପୁରୁଣା ପାର୍ଲାମେଣ୍ଟ କୋଠରିକୁ ଅକାମୀ କରି ତୀର୍ଥସ୍ଥାନ ବୋଲି ଆଖ୍ୟାଦେଲେ ତାହା ଜଗନ୍ନାଥ ପୁରୀ କିମ୍ବା ଦ୍ୱାରିକା ଧାମ ହୋଇଯିବ ନାହିଁ। ଭାରତୀୟ ପାର୍ଲାମେଣ୍ଟ କୋଠରିର ଇତିହାସ ଏହି ଦେଶର ୧୫୦ କୋଟି ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛି। ରାଜନେତା ଏବଂ ରାଜନୈତିକ ଦଳ ଓ ଚିନ୍ତାଧାରା ଆସିବେ ଯିବେ। ସମସ୍ତେ ଗୋଟିଏ ଦିନ ଇତିହାସ ହୋଇଯିବେ। ଏହି ଚିରନ୍ତନ ସତ୍ୟକୁ ସ୍ବୀକାର କରି ନମ୍ର ହେଲେ ଇତିହାସରେ ସୁନାମ ରହିବ।

ଇତିହାସରୁ ସକାରାମତ୍କ ଶିକ୍ଷା ନିଆଯିବା ଉଚିତ। ମୁହଁରେ ଗଣତନ୍ତ୍ର ଉଚ୍ଚାରଣ କରି କାର୍ଯ୍ୟରେ ଅଗଣତାନ୍ତ୍ରିକ ହେବାର ପ୍ରୟୋଜନ ନାହିଁ। ସେଥିପାଇଁ ପୁରୁଣା ପାର୍ଲାମେଣ୍ଟ କୋଠରିକୁ ଅକାମୀ କରି ତୀର୍ଥସ୍ଥାନ ବୋଲି ଆଖ୍ୟାଦେଲେ ତାହା ଜଗନ୍ନାଥ ପୁରୀ କିମ୍ବା ଦ୍ୱାରିକା ଧାମ ହୋଇଯିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri