Posted inଜାତୀୟ

ପାର୍ଲାମେଣ୍ଟ ଚଳାଇଦେଲେନି

ନୂଆଦିଲ୍ଲୀ,୭ା୪: ପାର୍ଲାମେଣ୍ଟର ବଜେଟ ଅଧିବେଶନ ଗୁରୁବାର ଶେଷ ହେଇଛି। ଏଥିସହ ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ମୋଟାମୋଟି ଭାବେ ଦେଖିଲେ ସଂସଦର ପ୍ରଦର୍ଶନ ଆଦୌ ଆଶାନୁରୂପ ହୋଇନାହିଁ। କାରଣ ଅଧିବେଶନ ବେଳେ ପୂର୍ବ ନିର୍ଦ୍ଧାରିତ ଅବଧି ତୁଳନାରେ ଲୋକ ସଭା ଓ ରାଜ୍ୟ ସଭା ଉଚିତ ଢଙ୍ଗରେ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଇତିମଧ୍ୟରେ ଲୋକ ସଭା ମୋଟ ୧୩୩.୬ ଘଣ୍ଟା ମଧ୍ୟରୁ ମାତ୍ର ୪୫ ଘଣ୍ଟା ଓ ରାଜ୍ୟ ସଭା ୧୩୦ ଘଣ୍ଟା ମଧ୍ୟରୁ ୩୧ ଘଣ୍ଟା ଚାଲିଥିଲା। ଆଦାନୀ ଗ୍ରୁପ୍‌ ଷ୍ଟକ୍ସ କେଳେଙ୍କାରୀର ଯୁଗ୍ମ ସଂଦଦୀୟ କମିଟି (ଜେପିସି) ତଦନ୍ତ ଦାବି, ଏହାର ମାଲିକ ତଥା ଶିଳ୍ପପତି ଗୌତମ ଆଦାନୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କ ଏବଂ ଲଣ୍ଡନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ସଙ୍କଟରେ ଭାରତୀୟ ଗଣତନ୍ତ୍ର’ ମନ୍ତବ୍ୟକୁ ନେଇ ଅଧିକାଂଶ ସମୟରେ ଅଚଳାବସ୍ଥା ଦେଖିବାକୁ ମିଳିଥିଲା। ବିରୋଧୀଙ୍କ ବିକ୍ଷୋଭ ଓ ଶାସକଙ୍କ ହଟ୍ଟଗୋଳ ମଧ୍ୟରେ ଉଭୟ ଗୃହକୁ ବାରମ୍ବାର ମୁଲତବୀ କରିବାକୁ ପଡ଼ିଥିଲା।
ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଜାନୁୟାରୀ ୩୧ରେ ଆରମ୍ଭ ହୋଇ ଫେବୃୟାରୀ ୧୩ ପର୍ଯ୍ୟନ୍ତ ଚାଲିଥିଲା। ମାର୍ଚ୍ଚ ୧୩ରେ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୬ରେ ଶେଷ ହୋଇଛି। ଏଥିରେ ୨୭ ସିଟିଂ ରହିଥିଲା। ଥିଙ୍କ୍‌ ଟ୍ୟାଙ୍କ୍‌ ପିଆର୍‌ଏସ୍‌ ଲେଜିସ୍‌ଲେଟିଭ୍‌ ରିସର୍ଚ୍ଚ ସୂତ୍ରରୁ ହସ୍ତଗତ ତଥ୍ୟାନୁସାରେ ଲୋକ ସଭା ନିର୍ଦ୍ଧାରିତ ସମୟର ମାତ୍ର ୩୪.୨୮% ଓ ରାଜ୍ୟ ସଭା ୨୪% କାର୍ଯ୍ୟକ୍ଷମ ହୋଇପାରିଛି। ନିମ୍ନ ସଦନରେ ପ୍ରଶ୍ନକାଳ ୪.୩୨ ଘଣ୍ଟା ଚାଲିଥିବାବେଳେ ଉଚ୍ଚ ସଦନରେ ୧.୮୫ ଘଣ୍ଟା ଚାଲିଥିଲା, ଯାହାକୁ ସଂସଦୀୟ ଇତିହାସରେ ସବୁଠୁ ନୈରାଶ୍ୟଜନକ ପ୍ରଦର୍ଶନ ବୋଲି କୁହାଯାଉଛି। ୪ ସପ୍ତାହ ଧରି ଚାଲିଥିବା ସମ୍ପୂର୍ଣ୍ଣ ବଜେଟ ଅଧିବେଶନରେ ପ୍ରଶ୍ନକାଳ ବେଳେ ବିଭିନ୍ନ ପ୍ରସଙ୍ଗରେ ସ୍ଲୋଗାନ, ବିକ୍ଷୋଭ, ଧାରଣା ଓ ପରସ୍ପରକୁ କାଦୁଅଫିଙ୍ଗା ଯୋଗୁ ଉଭୟ ସଦନର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାରୁ ଗୃହକୁ ବାରମ୍ବାର ମୁଲତବୀ କରାଯାଇଥିଲା। ଅନ୍ୟ ଦିନଗୁଡ଼ିକ ଭଳି ଶେଷ ଦିନରେ ମଧ୍ୟ ବିରୋଧୀ ସଦସ୍ୟମାନେ ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବିକରି ଗୃହର ମଧ୍ୟଭାଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିରୋଧୀ ସଦସ୍ୟମାନେ ଧରିଥିବା ପ୍ଲାକାର୍ଡରେ ସେମାନଙ୍କ ଦାବି ଉଲ୍ଲେଖ କରାଯାଇଥିଲା। ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା କହିଥିଲେ, ବିରୋଧୀ ସଦସ୍ୟଙ୍କ ଆଚରଣ ଗୃହର ମର୍ଯ୍ୟାଦାହାନୀ କରିଛି। ସେମାନେ ବ୍ୟବସ୍ଥିତ ଭାବେ ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରିଛନ୍ତି। ଏପରି ବ୍ୟବହାର ସଂସଦୀୟ ବ୍ୟବସ୍ଥାର ପରିପନ୍ଥୀ, ଯାହାକି ଗୃହ କିମ୍ବା ଦେଶ ପାଇଁ ଆଦୌ ଶୁଭଙ୍କର ନୁହେଁ। ତେବେ ବାଚସ୍ପତିଙ୍କ ପରାମର୍ଶକୁ ବିରୋଧୀ ଅଣଦେଖା କରି ସ୍ଳୋଗାନ ଦେବା ସହ ବିକ୍ଷୋଭ ଜାରି ରଖିଥିଲେ। ଅଧିବେଶନର ଉଦ୍‌ଯାପନୀ ମନ୍ତବ୍ୟରେ ବାଚସ୍ପତି କହିଥିଲେ, ସାଧାରଣ ବଜେଟ ପାଇଁ ଗୃହରେ ୧୪.୪୫ ଘଣ୍ଟା ଧରି ବିତର୍କ ହୋଇଥିଲା। ଏଥିରେ ୧୪୫ ଏମ୍‌ପି ଭାଗନେଇଥିଲେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସମ୍ପର୍କିତ ଆଲୋଚନା ୧୩ ଘଣ୍ଟା ୪୪ ମିନିଟ ଚାଲିଥିବାବେଳେ ଏଥିରେ ୧୪୩ ସଦସ୍ୟ ସାମିଲ ହୋଇଥିଲେ। ଲୋକ ସଭାରେ ୮ଟି ବିଲ୍‌ ଆଗତ ହୋଇଥିବାବେଳେ ତହିଁରୁ ୬ଟି ଗୃହୀତ ହୋଇଥିଲା। ୨୯ ପ୍ରଶ୍ନର ମୌଖିକ ଉତ୍ତର ଦିଆଯାଇଥିଲା ବୋଲି ବିର୍ଲା ପ୍ରକାଶ କରିଛନ୍ତି।
ରାଜ୍ୟ ସଭାରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଥିଲା। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ଆଦାନୀ ପ୍ରସଙ୍ଗ ଉଠାଇଥିଲେ। କଂଗ୍ରେସର ଦିଗ୍‌ବିଜୟ ସିଂ କହିଥିଲେ, ଆଦାନୀ ଦୁର୍ନୀତିର ଜେପିସି ତଦନ୍ତ ପାଇଁ କେନ୍ଦ୍ର ରାଜି ହେଉନାହିଁ। ଅଧ୍ୟକ୍ଷ ଜଗଦୀପ ଧନକର କହିଥିଲେ, ବିରୋଧୀ ସଦସ୍ୟମାନେ କେବଳ ଧଳା ପୋଷାକ ପିନ୍ଧିଥିବାବେଳେ ମୁଁ କଳାବସ୍ତ୍ର ପରିଧାନ କରି ଆସିଛି। ଆଦାନୀ ଗ୍ରୁପ୍‌ ବିରୋଧରେ ଆସିଥିବା ଗମ୍ଭୀର ଅଭିଯୋଗର ତଦନ୍ତ ଲାଗି ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସର ପ୍ରମୋଦ ତିଓ୍ବାରୀ ଏବଂ କେ.ସି. ବେଣୁଗୋପାଳଙ୍କଠାରୁ ରୁଲ୍‌ ୨୬୭ ଅଧୀନରେ ୬ଟି ନୋଟିସ୍‌ ମିଳିଛି। ଧନକର କଥା ଆଗକୁ ବଢ଼ାଉଥିବାବେଳେ ବିରୋଧୀ ପୁଣି ହଟ୍ଟଗୋଳ କରି ଅଚଳାବସ୍ଥା ସୃଷ୍ଟି କରିଥିଲେ। ଫଳରେ ରାଜ୍ୟ ସଭାକୁ ପ୍ରଥମେ ଅପରାହ୍ନ ୨ଟା ଓ ପରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ରାଜ୍ୟ ସଭାର ୨୫୯ତମ ଅଧିବେଶନର ଉଦ୍‌ଯାପନୀ ଅଭିଭାଷଣରେ ଧନକର କହିଥିଲେ, ବିତର୍କ, ଆଲୋଚନା ଓ ବିଚାରବିମର୍ଶ ବାଧା ଏବଂ ବ୍ୟାଘତ ଯୋଗୁ ଫଳପ୍ରଦ ହୋଇନାହିଁ। ଏହା ଅତ୍ୟନ୍ତ ଚିନ୍ତାଜନକ। ଅଧିବେଶନ ଶେଷ ହେବା ପରେ ପାର୍ଲାମେଣ୍ଟରୁ ବିଜୟ ଚୌକ ପର୍ଯ୍ୟନ୍ତ ବିରୋଧୀ ନେତାମାନେ ‘ତ୍ରିରଙ୍ଗା ମାର୍ଚ୍ଚ’ କରିଥିଲେ। କନ୍‌ଷ୍ଟିଚ୍ୟୁଶନ୍‌ କ୍ଲବ୍‌କରେ ବିରୋଧୀଙ୍କ ପକ୍ଷରୁ ଆୟୋଜିତ ଏକ ମିଳିତ ଖବରଦାତା ସମ୍ମିଳନୀରେ ଖାର୍ଗେ କହିଥିଲେ, ମୋଦି ସକରାର ଆଲୋଚନାରୁ ପଳାୟନ କରିଛନ୍ତି। ମାତ୍ର ୧୨ ମିନିଟରେ ୫୦ ଲକ୍ଷ କୋଟି ଟଙ୍କାର ବଜେଟକୁ ଗୃହୀତ କରାଇନେଇଛନ୍ତି। ଏହା ଗଣତାନ୍ତ୍ରିକ ସିଦ୍ଧାନ୍ତଗୁଡ଼ିକର ବିରୋଧୀ। ନିଜ ୫୨ ବର୍ଷର ରାଜନୈତିକ କ୍ୟାରିୟରରେ ସେ କେବେ ଏଭଳି ଦେଖି ନ ଥିବା କଂଗ୍ରେସ ଅଧ୍ୟକ୍ଷ ଖାର୍ଗେ କେନ୍ଦ୍ରକୁ ଟାର୍ଗେଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri