Posted inଜାତୀୟ

ପାର୍ଲାମେଣ୍ଟ ଚଳାଇଦେଲେନି

ନୂଆଦିଲ୍ଲୀ,୭ା୪: ପାର୍ଲାମେଣ୍ଟର ବଜେଟ ଅଧିବେଶନ ଗୁରୁବାର ଶେଷ ହେଇଛି। ଏଥିସହ ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ମୋଟାମୋଟି ଭାବେ ଦେଖିଲେ ସଂସଦର ପ୍ରଦର୍ଶନ ଆଦୌ ଆଶାନୁରୂପ ହୋଇନାହିଁ। କାରଣ ଅଧିବେଶନ ବେଳେ ପୂର୍ବ ନିର୍ଦ୍ଧାରିତ ଅବଧି ତୁଳନାରେ ଲୋକ ସଭା ଓ ରାଜ୍ୟ ସଭା ଉଚିତ ଢଙ୍ଗରେ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଇତିମଧ୍ୟରେ ଲୋକ ସଭା ମୋଟ ୧୩୩.୬ ଘଣ୍ଟା ମଧ୍ୟରୁ ମାତ୍ର ୪୫ ଘଣ୍ଟା ଓ ରାଜ୍ୟ ସଭା ୧୩୦ ଘଣ୍ଟା ମଧ୍ୟରୁ ୩୧ ଘଣ୍ଟା ଚାଲିଥିଲା। ଆଦାନୀ ଗ୍ରୁପ୍‌ ଷ୍ଟକ୍ସ କେଳେଙ୍କାରୀର ଯୁଗ୍ମ ସଂଦଦୀୟ କମିଟି (ଜେପିସି) ତଦନ୍ତ ଦାବି, ଏହାର ମାଲିକ ତଥା ଶିଳ୍ପପତି ଗୌତମ ଆଦାନୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କ ଏବଂ ଲଣ୍ଡନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ସଙ୍କଟରେ ଭାରତୀୟ ଗଣତନ୍ତ୍ର’ ମନ୍ତବ୍ୟକୁ ନେଇ ଅଧିକାଂଶ ସମୟରେ ଅଚଳାବସ୍ଥା ଦେଖିବାକୁ ମିଳିଥିଲା। ବିରୋଧୀଙ୍କ ବିକ୍ଷୋଭ ଓ ଶାସକଙ୍କ ହଟ୍ଟଗୋଳ ମଧ୍ୟରେ ଉଭୟ ଗୃହକୁ ବାରମ୍ବାର ମୁଲତବୀ କରିବାକୁ ପଡ଼ିଥିଲା।
ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଜାନୁୟାରୀ ୩୧ରେ ଆରମ୍ଭ ହୋଇ ଫେବୃୟାରୀ ୧୩ ପର୍ଯ୍ୟନ୍ତ ଚାଲିଥିଲା। ମାର୍ଚ୍ଚ ୧୩ରେ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୬ରେ ଶେଷ ହୋଇଛି। ଏଥିରେ ୨୭ ସିଟିଂ ରହିଥିଲା। ଥିଙ୍କ୍‌ ଟ୍ୟାଙ୍କ୍‌ ପିଆର୍‌ଏସ୍‌ ଲେଜିସ୍‌ଲେଟିଭ୍‌ ରିସର୍ଚ୍ଚ ସୂତ୍ରରୁ ହସ୍ତଗତ ତଥ୍ୟାନୁସାରେ ଲୋକ ସଭା ନିର୍ଦ୍ଧାରିତ ସମୟର ମାତ୍ର ୩୪.୨୮% ଓ ରାଜ୍ୟ ସଭା ୨୪% କାର୍ଯ୍ୟକ୍ଷମ ହୋଇପାରିଛି। ନିମ୍ନ ସଦନରେ ପ୍ରଶ୍ନକାଳ ୪.୩୨ ଘଣ୍ଟା ଚାଲିଥିବାବେଳେ ଉଚ୍ଚ ସଦନରେ ୧.୮୫ ଘଣ୍ଟା ଚାଲିଥିଲା, ଯାହାକୁ ସଂସଦୀୟ ଇତିହାସରେ ସବୁଠୁ ନୈରାଶ୍ୟଜନକ ପ୍ରଦର୍ଶନ ବୋଲି କୁହାଯାଉଛି। ୪ ସପ୍ତାହ ଧରି ଚାଲିଥିବା ସମ୍ପୂର୍ଣ୍ଣ ବଜେଟ ଅଧିବେଶନରେ ପ୍ରଶ୍ନକାଳ ବେଳେ ବିଭିନ୍ନ ପ୍ରସଙ୍ଗରେ ସ୍ଲୋଗାନ, ବିକ୍ଷୋଭ, ଧାରଣା ଓ ପରସ୍ପରକୁ କାଦୁଅଫିଙ୍ଗା ଯୋଗୁ ଉଭୟ ସଦନର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାରୁ ଗୃହକୁ ବାରମ୍ବାର ମୁଲତବୀ କରାଯାଇଥିଲା। ଅନ୍ୟ ଦିନଗୁଡ଼ିକ ଭଳି ଶେଷ ଦିନରେ ମଧ୍ୟ ବିରୋଧୀ ସଦସ୍ୟମାନେ ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବିକରି ଗୃହର ମଧ୍ୟଭାଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିରୋଧୀ ସଦସ୍ୟମାନେ ଧରିଥିବା ପ୍ଲାକାର୍ଡରେ ସେମାନଙ୍କ ଦାବି ଉଲ୍ଲେଖ କରାଯାଇଥିଲା। ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା କହିଥିଲେ, ବିରୋଧୀ ସଦସ୍ୟଙ୍କ ଆଚରଣ ଗୃହର ମର୍ଯ୍ୟାଦାହାନୀ କରିଛି। ସେମାନେ ବ୍ୟବସ୍ଥିତ ଭାବେ ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରିଛନ୍ତି। ଏପରି ବ୍ୟବହାର ସଂସଦୀୟ ବ୍ୟବସ୍ଥାର ପରିପନ୍ଥୀ, ଯାହାକି ଗୃହ କିମ୍ବା ଦେଶ ପାଇଁ ଆଦୌ ଶୁଭଙ୍କର ନୁହେଁ। ତେବେ ବାଚସ୍ପତିଙ୍କ ପରାମର୍ଶକୁ ବିରୋଧୀ ଅଣଦେଖା କରି ସ୍ଳୋଗାନ ଦେବା ସହ ବିକ୍ଷୋଭ ଜାରି ରଖିଥିଲେ। ଅଧିବେଶନର ଉଦ୍‌ଯାପନୀ ମନ୍ତବ୍ୟରେ ବାଚସ୍ପତି କହିଥିଲେ, ସାଧାରଣ ବଜେଟ ପାଇଁ ଗୃହରେ ୧୪.୪୫ ଘଣ୍ଟା ଧରି ବିତର୍କ ହୋଇଥିଲା। ଏଥିରେ ୧୪୫ ଏମ୍‌ପି ଭାଗନେଇଥିଲେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସମ୍ପର୍କିତ ଆଲୋଚନା ୧୩ ଘଣ୍ଟା ୪୪ ମିନିଟ ଚାଲିଥିବାବେଳେ ଏଥିରେ ୧୪୩ ସଦସ୍ୟ ସାମିଲ ହୋଇଥିଲେ। ଲୋକ ସଭାରେ ୮ଟି ବିଲ୍‌ ଆଗତ ହୋଇଥିବାବେଳେ ତହିଁରୁ ୬ଟି ଗୃହୀତ ହୋଇଥିଲା। ୨୯ ପ୍ରଶ୍ନର ମୌଖିକ ଉତ୍ତର ଦିଆଯାଇଥିଲା ବୋଲି ବିର୍ଲା ପ୍ରକାଶ କରିଛନ୍ତି।
ରାଜ୍ୟ ସଭାରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଥିଲା। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ଆଦାନୀ ପ୍ରସଙ୍ଗ ଉଠାଇଥିଲେ। କଂଗ୍ରେସର ଦିଗ୍‌ବିଜୟ ସିଂ କହିଥିଲେ, ଆଦାନୀ ଦୁର୍ନୀତିର ଜେପିସି ତଦନ୍ତ ପାଇଁ କେନ୍ଦ୍ର ରାଜି ହେଉନାହିଁ। ଅଧ୍ୟକ୍ଷ ଜଗଦୀପ ଧନକର କହିଥିଲେ, ବିରୋଧୀ ସଦସ୍ୟମାନେ କେବଳ ଧଳା ପୋଷାକ ପିନ୍ଧିଥିବାବେଳେ ମୁଁ କଳାବସ୍ତ୍ର ପରିଧାନ କରି ଆସିଛି। ଆଦାନୀ ଗ୍ରୁପ୍‌ ବିରୋଧରେ ଆସିଥିବା ଗମ୍ଭୀର ଅଭିଯୋଗର ତଦନ୍ତ ଲାଗି ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସର ପ୍ରମୋଦ ତିଓ୍ବାରୀ ଏବଂ କେ.ସି. ବେଣୁଗୋପାଳଙ୍କଠାରୁ ରୁଲ୍‌ ୨୬୭ ଅଧୀନରେ ୬ଟି ନୋଟିସ୍‌ ମିଳିଛି। ଧନକର କଥା ଆଗକୁ ବଢ଼ାଉଥିବାବେଳେ ବିରୋଧୀ ପୁଣି ହଟ୍ଟଗୋଳ କରି ଅଚଳାବସ୍ଥା ସୃଷ୍ଟି କରିଥିଲେ। ଫଳରେ ରାଜ୍ୟ ସଭାକୁ ପ୍ରଥମେ ଅପରାହ୍ନ ୨ଟା ଓ ପରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ରାଜ୍ୟ ସଭାର ୨୫୯ତମ ଅଧିବେଶନର ଉଦ୍‌ଯାପନୀ ଅଭିଭାଷଣରେ ଧନକର କହିଥିଲେ, ବିତର୍କ, ଆଲୋଚନା ଓ ବିଚାରବିମର୍ଶ ବାଧା ଏବଂ ବ୍ୟାଘତ ଯୋଗୁ ଫଳପ୍ରଦ ହୋଇନାହିଁ। ଏହା ଅତ୍ୟନ୍ତ ଚିନ୍ତାଜନକ। ଅଧିବେଶନ ଶେଷ ହେବା ପରେ ପାର୍ଲାମେଣ୍ଟରୁ ବିଜୟ ଚୌକ ପର୍ଯ୍ୟନ୍ତ ବିରୋଧୀ ନେତାମାନେ ‘ତ୍ରିରଙ୍ଗା ମାର୍ଚ୍ଚ’ କରିଥିଲେ। କନ୍‌ଷ୍ଟିଚ୍ୟୁଶନ୍‌ କ୍ଲବ୍‌କରେ ବିରୋଧୀଙ୍କ ପକ୍ଷରୁ ଆୟୋଜିତ ଏକ ମିଳିତ ଖବରଦାତା ସମ୍ମିଳନୀରେ ଖାର୍ଗେ କହିଥିଲେ, ମୋଦି ସକରାର ଆଲୋଚନାରୁ ପଳାୟନ କରିଛନ୍ତି। ମାତ୍ର ୧୨ ମିନିଟରେ ୫୦ ଲକ୍ଷ କୋଟି ଟଙ୍କାର ବଜେଟକୁ ଗୃହୀତ କରାଇନେଇଛନ୍ତି। ଏହା ଗଣତାନ୍ତ୍ରିକ ସିଦ୍ଧାନ୍ତଗୁଡ଼ିକର ବିରୋଧୀ। ନିଜ ୫୨ ବର୍ଷର ରାଜନୈତିକ କ୍ୟାରିୟରରେ ସେ କେବେ ଏଭଳି ଦେଖି ନ ଥିବା କଂଗ୍ରେସ ଅଧ୍ୟକ୍ଷ ଖାର୍ଗେ କେନ୍ଦ୍ରକୁ ଟାର୍ଗେଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

ଭାଜପା ପ୍ରାର୍ଥୀ ଦେବାଶିଷଙ୍କ ନାମାଙ୍କନ ରଦ୍ଦ, ଯିବେ ହାଇକୋର୍ଟ

କୋଲକାତା,୨୬।୪: ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ବୀରଭୂମ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଦେବାଶିଷ ଧରଙ୍କ ନାମାଙ୍କନକୁ ବାତିଲ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାଜପା...

ବାଇକ୍‌ ରାଇଡ୍‌ରେ ବାହାରିଲେ ’ସ୍ପାଇଡର୍‌ମ୍ୟାନ, ସ୍ପାଇଡର୍‌ ଓମେନ୍‌’, ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୨୬।୪: ସୁପରହିଟ୍, ସ୍ପାଇଡରମ୍ୟାନ୍ ଏବଂ ସ୍ପାଇଡର୍-ଓମେନ୍‌ ପୋଷାକ ପିନ୍ଧି ବାଇକ୍‌ ରାଇଡ୍‌ କରୁଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ଦକ୍ଷିଣ ପଶ୍ଚିମ...

ଆଜି ଗଣତନ୍ତ୍ର ପାଇଁ ବିଜୟର ଦିନ:ମୋଦି

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ପ୍ରଚାର ଚାଲିଛି। ତୃତୀୟ ପର୍ଯ୍ୟାୟରେ ବିହାରର ଅରାରିଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି।...

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri