ରଥଯାତ୍ରା ପାଇଁ ପାର୍କିଂ ଟେଣ୍ଡରରେ ପାତରଅନ୍ତର

ପୁରୀ ଅଫିସ,୧୨।୬: ରଥଯାତ୍ରା ପାଇଁ ପାର୍କିଂ, ଜୋତାଷ୍ଟାଣ୍ଡ ଓ ଉଠା ଦୋକାନୀଙ୍କଠାରୁ ଶୁଳ୍କ ଆଦାୟ କରିବା ପାଇଁ ପୁରୀ ମ୍ୟୁନିସିପାଲିଟି ଟେଣ୍ଡର ବିଜ୍ଞପ୍ତି ପ୍ରକାଶ କରିଛି। ତେବେ ଟେଣ୍ଡର ଡକାଯିବା ପୂର୍ବରୁ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ପାତରଅନ୍ତର କରି ଟେଣ୍ଡର ବାଣ୍ଟୁଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଦୁଇ ଦିନ ତଳେ ପୁରୀ ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ଉପରୋକ୍ତ ସେବା ଲାଗି ଟେଣ୍ଡରର ଏକ ତାଲିକା ଲଗାଯାଇଥିଲା। ଯେଉଁଥିରେ ଉଭୟ ଦୁଇଚକିଆ ଓ ଚାରିଚକିଆ ଯାନର ପାର୍କିଂସ୍ଥଳୀ ପାଇଁ ଟେଣ୍ଡର ଡକାଯାଇଥିବା ଦର୍ଶାଯାଇଥିଲା। ସର୍ବମୋଟ୍‌ ୨୩ଟି ଟେଣ୍ଡର ପାଇଁ ମ୍ୟୁନିସିପାଲିଟି ସାଧାରଣଙ୍କୁ ଆମନ୍ତ୍ରଣ ଦେଇଥିଲା। ମାତ୍ର ଶନିବାର ଜିଲା ପ୍ରଶାସନର ଅନଲାଇନ୍‌ ପୋର୍ଟାଲରେ ପ୍ରକାଶ ପାଇଥିବା ତାଲିକା ସମ୍ପୃକ୍ତ ଅଫଲାଇନ୍‌ ତାଲିକାଠାରୁ ଭିନ୍ନ ଅଛି। ଟେଣ୍ଡରରେ ଅଂଶଗ୍ରହଣ କରିବାକୁ ଥିବା ଲୋକେ ଅନ୍‌ଲାଇନ ତାଲିକାରେ ୨୩ଟି ଟେଣ୍ଡରରୁ କମ୍‌ ଥିବା ଦେଖି ଅସନ୍ତୋଷ ପ୍ରକାଶ କରିବା ସହ ଆର୍‌ ଆଣ୍ଡ ଟି ଓଡ଼ିଶା ଗ୍ରୁପ ପକ୍ଷରୁ ଟୁଇଟ୍‌ ଯୋଗେ ଅଭିଯୋଗ କରାଯାଇଛି।
ଅଭିଯୋଗ ହେଉଛି ଯେ, ଟେଣ୍ଡରର ସଂଖ୍ୟାକୁ ଜାଣିଶୁଣି କମାଇ ଦିଆଯାଇ ବିତ୍ତଶାଳୀ ଲୋକଙ୍କୁ ଟେଣ୍ଡର ଦିଆଯାଉଛି। ଫଳରେ ଟେଣ୍ଡର ସର୍ବସାଧାରଣ ଉଦ୍ଦେଶ୍ୟରେ ଉପଲବ୍ଧ ହେଉ ନାହିଁ। ବିଶେଷ କରି ଚାରିଚକିଆ ଯାନ ପାର୍କିଂ ପାଇଁ ଟେଣ୍ଡର ତାଲିକାକୁ ଅନ୍‌ଲାଇନରେ ସାମିଲ କରାଯାଇ ନ ଥିବାରୁ ମ୍ୟୁନିସିପାଲିଟିର ସ୍ବଚ୍ଛତା ଓ ନିରପେକ୍ଷତା ନେଇ ପ୍ରଶ୍ନ ଉଠୁଛି। ଏ ସମ୍ପର୍କରେ ଯୁବନେତା ଆଲୋକ କୁମାର ଦାସ କହିଛନ୍ତି, ରଥଯାତ୍ରା ଲାଗି ହୋଇଥିବା ପାର୍କିଂ ଭଳି ସବୁ ଟେଣ୍ଡରରେ ମ୍ୟୁନିସିପାଲିଟି ସବୁ ଦଳକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଛି। ଏଣୁ ଦଳ ଭିତରେ ଥିବା ମୁଷ୍ଟିମେୟ ଲୋକଙ୍କୁ ଟେଣ୍ଡର ମିଳୁଛି। ସାଧାରଣ ଲୋକେ ପାର୍କିଂ ଷ୍ଟାଣ୍ଡ ଓ ସମସ୍ତ ପ୍ରକାର ଟେଣ୍ଡରିଂରୁ ବଞ୍ଚିତ ହେଉଛନ୍ତି। ମ୍ୟୁନିସିପାଲିଟି ଭୁଲ୍‌ରେ ଟେଣ୍ଡରର ସଂଖ୍ୟା କମାଇବାକୁ ଚେଷ୍ଟା କରିଛି, ଅଥବା ଜାଣିଶୁଣି କାହାରି ଫାଇଦା ପାଇଁ ଏପରି କରିଛି। ସାଧାରଣ ଲୋକେ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେବାର ସୁଯୋଗ ପାଆନ୍ତୁ ବୋଲି ସେ କହିଛନ୍ତି। ଏ ନେଇ ପୁରୀ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ କହିଛନ୍ତି, ଯାନ୍ତ୍ରିକ ତ୍ରୁଟି ହେତୁ ଏଭଳି ହୋଇଛି। ଟେଣ୍ଡର ତାଲିକାର ଗୋଟିଏ ପୃଷ୍ଠାକୁ ଭୁଲବଶତଃ ଅପଲୋଡ୍‌ କରାଯାଇପାରି ନ ଥିଲା। ଫଳରେ ସାଧାରଣରେ ଭ୍ରମ ଧାରଣା ସୃଷ୍ଟି ହୋଇଛି। ଟେଣ୍ଡର ପ୍ରକ୍ରିୟା ସ୍ବଚ୍ଛ ଭାବେ ସମ୍ପାଦିତ ହେବ।
ସଦ୍ୟ ପ୍ରକାଶିତ ଟେଣ୍ଡର ତାଲିକାରେ ମୁକ୍ତାକାଶ ରଙ୍ଗମଞ୍ଚ ଓ ମୁଣ୍ଡିଆମରାଠାରେ ଜୋତାଷ୍ଟାଣ୍ଡ, ଭୋଳାନାଥ ବିଦ୍ୟାଳୟ ନିକଟରେ ସାଇକେଲ ଷ୍ଟାଣ୍ଡ, ମଶାଣିଚଣ୍ଡୀ, କୃଷକ ବଜାର, ଜିଲା ସ୍କୁଲ, ମୋଚିସାହି, ନୀଳାଦ୍ରି ବିଚ୍‌, ବ୍ଲୁଫ୍ଲାଗ୍‌ ବିଚ୍‌, ନୀଳାଚଳ ଅଶୋକ, ଦିଗବାରେଣୀ ଖୁଣ୍ଟିଠାରେ ଦୁଇଚକିଆଯାନ ଷ୍ଟାଣ୍ଡ ପାଇଁ ଟେଣ୍ଡର ଡକାଯିବ। ସେହିଭଳି ଫ୍ଲୋରିସ୍‌ ଇଣ୍ଡିଆ, ଭୂଦାନ ଛକ, ଏସ୍‌ସିଏସ୍‌ କଲେଜ୍‌, ସଂସ୍କୃତ ବିଶ୍ୱବିଦ୍ୟାଳୟ, ଇନ୍‌ଡୋର ଷ୍ଟାଡିୟମ୍‌, ହେଲିପ୍ୟାଡ୍‌, ବଳିଆପଣ୍ଡା, ଷ୍ଟରଲିଂ ରୋଡ୍‌ ଓ ଦିଗବାରେଣୀ ଖୁଣ୍ଟିଠାରେ ଚାରିଚକିଆ ଯାନ ଷ୍ଟାଣ୍ଡ ପାଇଁ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ରଥଯାତ୍ରା ସମୟରେ ପାର୍କିଂ ବାବଦକୁ ଜୋତା ପାଇଁ ୫ ଟଙ୍କା, ଆସବାବପତ୍ର ବାବଦକୁ ଜଣକା ୧୦ ଟଙ୍କା, ସାଇକେଲକୁ ୫ ଟଙ୍କା, ଦୁଇଚକିଆ ଯାନକୁ ୧୦ ଟଙ୍କା ଓ ଚାରିଚକିଆ ଯାନ ବାବଦକୁ ୫୦ ଟଙ୍କା ଦେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri