ରଥଯାତ୍ରା ପାଇଁ ପାର୍କିଂ ଟେଣ୍ଡରରେ ପାତରଅନ୍ତର

ପୁରୀ ଅଫିସ,୧୨।୬: ରଥଯାତ୍ରା ପାଇଁ ପାର୍କିଂ, ଜୋତାଷ୍ଟାଣ୍ଡ ଓ ଉଠା ଦୋକାନୀଙ୍କଠାରୁ ଶୁଳ୍କ ଆଦାୟ କରିବା ପାଇଁ ପୁରୀ ମ୍ୟୁନିସିପାଲିଟି ଟେଣ୍ଡର ବିଜ୍ଞପ୍ତି ପ୍ରକାଶ କରିଛି। ତେବେ ଟେଣ୍ଡର ଡକାଯିବା ପୂର୍ବରୁ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ପାତରଅନ୍ତର କରି ଟେଣ୍ଡର ବାଣ୍ଟୁଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଦୁଇ ଦିନ ତଳେ ପୁରୀ ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ଉପରୋକ୍ତ ସେବା ଲାଗି ଟେଣ୍ଡରର ଏକ ତାଲିକା ଲଗାଯାଇଥିଲା। ଯେଉଁଥିରେ ଉଭୟ ଦୁଇଚକିଆ ଓ ଚାରିଚକିଆ ଯାନର ପାର୍କିଂସ୍ଥଳୀ ପାଇଁ ଟେଣ୍ଡର ଡକାଯାଇଥିବା ଦର୍ଶାଯାଇଥିଲା। ସର୍ବମୋଟ୍‌ ୨୩ଟି ଟେଣ୍ଡର ପାଇଁ ମ୍ୟୁନିସିପାଲିଟି ସାଧାରଣଙ୍କୁ ଆମନ୍ତ୍ରଣ ଦେଇଥିଲା। ମାତ୍ର ଶନିବାର ଜିଲା ପ୍ରଶାସନର ଅନଲାଇନ୍‌ ପୋର୍ଟାଲରେ ପ୍ରକାଶ ପାଇଥିବା ତାଲିକା ସମ୍ପୃକ୍ତ ଅଫଲାଇନ୍‌ ତାଲିକାଠାରୁ ଭିନ୍ନ ଅଛି। ଟେଣ୍ଡରରେ ଅଂଶଗ୍ରହଣ କରିବାକୁ ଥିବା ଲୋକେ ଅନ୍‌ଲାଇନ ତାଲିକାରେ ୨୩ଟି ଟେଣ୍ଡରରୁ କମ୍‌ ଥିବା ଦେଖି ଅସନ୍ତୋଷ ପ୍ରକାଶ କରିବା ସହ ଆର୍‌ ଆଣ୍ଡ ଟି ଓଡ଼ିଶା ଗ୍ରୁପ ପକ୍ଷରୁ ଟୁଇଟ୍‌ ଯୋଗେ ଅଭିଯୋଗ କରାଯାଇଛି।
ଅଭିଯୋଗ ହେଉଛି ଯେ, ଟେଣ୍ଡରର ସଂଖ୍ୟାକୁ ଜାଣିଶୁଣି କମାଇ ଦିଆଯାଇ ବିତ୍ତଶାଳୀ ଲୋକଙ୍କୁ ଟେଣ୍ଡର ଦିଆଯାଉଛି। ଫଳରେ ଟେଣ୍ଡର ସର୍ବସାଧାରଣ ଉଦ୍ଦେଶ୍ୟରେ ଉପଲବ୍ଧ ହେଉ ନାହିଁ। ବିଶେଷ କରି ଚାରିଚକିଆ ଯାନ ପାର୍କିଂ ପାଇଁ ଟେଣ୍ଡର ତାଲିକାକୁ ଅନ୍‌ଲାଇନରେ ସାମିଲ କରାଯାଇ ନ ଥିବାରୁ ମ୍ୟୁନିସିପାଲିଟିର ସ୍ବଚ୍ଛତା ଓ ନିରପେକ୍ଷତା ନେଇ ପ୍ରଶ୍ନ ଉଠୁଛି। ଏ ସମ୍ପର୍କରେ ଯୁବନେତା ଆଲୋକ କୁମାର ଦାସ କହିଛନ୍ତି, ରଥଯାତ୍ରା ଲାଗି ହୋଇଥିବା ପାର୍କିଂ ଭଳି ସବୁ ଟେଣ୍ଡରରେ ମ୍ୟୁନିସିପାଲିଟି ସବୁ ଦଳକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଛି। ଏଣୁ ଦଳ ଭିତରେ ଥିବା ମୁଷ୍ଟିମେୟ ଲୋକଙ୍କୁ ଟେଣ୍ଡର ମିଳୁଛି। ସାଧାରଣ ଲୋକେ ପାର୍କିଂ ଷ୍ଟାଣ୍ଡ ଓ ସମସ୍ତ ପ୍ରକାର ଟେଣ୍ଡରିଂରୁ ବଞ୍ଚିତ ହେଉଛନ୍ତି। ମ୍ୟୁନିସିପାଲିଟି ଭୁଲ୍‌ରେ ଟେଣ୍ଡରର ସଂଖ୍ୟା କମାଇବାକୁ ଚେଷ୍ଟା କରିଛି, ଅଥବା ଜାଣିଶୁଣି କାହାରି ଫାଇଦା ପାଇଁ ଏପରି କରିଛି। ସାଧାରଣ ଲୋକେ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେବାର ସୁଯୋଗ ପାଆନ୍ତୁ ବୋଲି ସେ କହିଛନ୍ତି। ଏ ନେଇ ପୁରୀ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ କହିଛନ୍ତି, ଯାନ୍ତ୍ରିକ ତ୍ରୁଟି ହେତୁ ଏଭଳି ହୋଇଛି। ଟେଣ୍ଡର ତାଲିକାର ଗୋଟିଏ ପୃଷ୍ଠାକୁ ଭୁଲବଶତଃ ଅପଲୋଡ୍‌ କରାଯାଇପାରି ନ ଥିଲା। ଫଳରେ ସାଧାରଣରେ ଭ୍ରମ ଧାରଣା ସୃଷ୍ଟି ହୋଇଛି। ଟେଣ୍ଡର ପ୍ରକ୍ରିୟା ସ୍ବଚ୍ଛ ଭାବେ ସମ୍ପାଦିତ ହେବ।
ସଦ୍ୟ ପ୍ରକାଶିତ ଟେଣ୍ଡର ତାଲିକାରେ ମୁକ୍ତାକାଶ ରଙ୍ଗମଞ୍ଚ ଓ ମୁଣ୍ଡିଆମରାଠାରେ ଜୋତାଷ୍ଟାଣ୍ଡ, ଭୋଳାନାଥ ବିଦ୍ୟାଳୟ ନିକଟରେ ସାଇକେଲ ଷ୍ଟାଣ୍ଡ, ମଶାଣିଚଣ୍ଡୀ, କୃଷକ ବଜାର, ଜିଲା ସ୍କୁଲ, ମୋଚିସାହି, ନୀଳାଦ୍ରି ବିଚ୍‌, ବ୍ଲୁଫ୍ଲାଗ୍‌ ବିଚ୍‌, ନୀଳାଚଳ ଅଶୋକ, ଦିଗବାରେଣୀ ଖୁଣ୍ଟିଠାରେ ଦୁଇଚକିଆଯାନ ଷ୍ଟାଣ୍ଡ ପାଇଁ ଟେଣ୍ଡର ଡକାଯିବ। ସେହିଭଳି ଫ୍ଲୋରିସ୍‌ ଇଣ୍ଡିଆ, ଭୂଦାନ ଛକ, ଏସ୍‌ସିଏସ୍‌ କଲେଜ୍‌, ସଂସ୍କୃତ ବିଶ୍ୱବିଦ୍ୟାଳୟ, ଇନ୍‌ଡୋର ଷ୍ଟାଡିୟମ୍‌, ହେଲିପ୍ୟାଡ୍‌, ବଳିଆପଣ୍ଡା, ଷ୍ଟରଲିଂ ରୋଡ୍‌ ଓ ଦିଗବାରେଣୀ ଖୁଣ୍ଟିଠାରେ ଚାରିଚକିଆ ଯାନ ଷ୍ଟାଣ୍ଡ ପାଇଁ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ରଥଯାତ୍ରା ସମୟରେ ପାର୍କିଂ ବାବଦକୁ ଜୋତା ପାଇଁ ୫ ଟଙ୍କା, ଆସବାବପତ୍ର ବାବଦକୁ ଜଣକା ୧୦ ଟଙ୍କା, ସାଇକେଲକୁ ୫ ଟଙ୍କା, ଦୁଇଚକିଆ ଯାନକୁ ୧୦ ଟଙ୍କା ଓ ଚାରିଚକିଆ ଯାନ ବାବଦକୁ ୫୦ ଟଙ୍କା ଦେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri