ପାର୍କିଂ,ଦୁର୍ଘଟଣାଗ୍ରସ୍ତ ଗାଡ଼ି ନେଉଛି ଜୀବନ

ଭୁବନେଶ୍ୱର,୭ା୪(ବ୍ୟୁରୋ): ଜାତୀୟ ରାଜପଥ ଉପରେ ଖରାପ ହୋଇ ପଡ଼ିରହିଥିବା ଏବଂ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଗାଡିଗୁଡିକ ଦୀର୍ଘଦିନ ଧରି ପଡ଼ିରହୁଛି। ଏଥିଯୋଗୁ ଅନେକ ସମୟରେ ସଡ଼କ ଦୁର୍ଘଟଣା ଘଟୁଛି। ସେହି ଗାଡ଼ିଗୁଡିକୁ ଏନ୍‌ଏଚ୍‌ଏଆଇ ପକ୍ଷରୁ ହଟାଯାଉ ନାହିଁ। ଏହାକୁ ନେଇ ରାଜ୍ୟ ପରିବହନ ବିଭାଗ ଉଦ୍‌ବେଗ ପ୍ରକାଶ କରିଛି। ବିଭାଗୀୟ ସଚିବ ଉଷା ପାଢ଼ୀ ଏହି ମର୍ମରେ ବୁଧବାର ଏନ୍‌ଏଚ୍‌ଏଆଇ ଚିଫ୍‌ ଜେନେରାଲ ମ୍ୟାନେଜରଙ୍କୁ ଚିଠି ଲେଖିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି, ରାଜ୍ୟରେ ଗତ ୧ ତାରିଖରୁ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରାଯାଉଛି। ଏହି ସପ୍ତାହର ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ଏବଂ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା କମାଇବା ଲାଗି ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀ ବିଭିନ୍ନ ଜରୁରିକାଳୀନ ପଦକ୍ଷେପ ନେଉଛନ୍ତି। ହେଲେ ଏନ୍‌ଏଚ୍‌ଏଆଇ ନିଜ ଦାୟିତ୍ୱରେ ଅବହେଳା ପ୍ରଦର୍ଶନ କରୁଥିବାରୁ ଦୁର୍ଘଟଣାକୁ ରୋକାଯାଇ ପାରୁ ନାହିଁ।
ବିଭିନ୍ନ ଆର୍‌ଟିଓଙ୍କ ରିପୋର୍ଟ ମୁତାବକ ରାଜ୍ୟରେ ଏହି ସମୟରେ ଯେତେସବୁ ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି ସେଥିଲାଗି ଜାତୀୟ ରାଜପଥ ଉପରେ ଯାନବାହନ ପାର୍କିଂ, ଦୁର୍ଘଟଣାଜନିତ ଏବଂ ଖରାପ ହୋଇ ପଡ଼ିରହିଥିବା ଗାଡ଼ି ଯୋଗୁ ଘଟୁଛି। କେନ୍ଦୁଝର ଆର୍‌ଟିଓଙ୍କ ସୂଚନା ଅନୁଯାୟୀ ଏପ୍ରିଲ ୧ ତାରିଖରେ ଜିଲାରେ ଘଟିଥିବା ୨ଟି ଦୁର୍ଘଟଣା ସଡ଼କ ଉପରେ ପଡ଼ି ରହିଥିବା ଗାଡ଼ି ଯୋଗୁ ଘଟିଛି। ଏଥିସହିତ କେନ୍ଦୁଝର ଆର୍‌ଟିଓ ପୁଣି ଜଣାଇଛନ୍ତି ଯେ, ଗୁରୁବାର କାଞ୍ଜିଆପାଣି ଅଞ୍ଚଳରେ ମଧ୍ୟ ଖରାପ ହୋଇ ୫ଟି ଗାଡ଼ି ପଡ଼ିରହିଛି। ଏ ଦିଗରେ ଏନ୍‌ଏଚ୍‌ଏଆଇ ପକ୍ଷରୁ ପଇଁତରା ମାରୁଥିବା ଟିମ୍‌କୁ ଏ ସମ୍ପର୍କରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଗାଡିଗୁଡିକୁ ହଟାଯାଇ ନାହିଁ । ଅନୁରୂପ ଭାବେ ଚଣ୍ଡିଖୋଲ ଆର୍‌ଟିଓ ମଧ୍ୟ ସମାନ କାରଣ ଦର୍ଶାଇଛନ୍ତି । ଜାରକା ଅଞ୍ଚଳର ଦେଉଳିଆପାଲି ନିକଟସ୍ଥ ଗୋକର୍ଣ୍ଣେଶ୍ୱର ମନ୍ଦିର ପାଖରେ ଖରାପ ହୋଇ ପଡ଼ି ରହିଥିବା ଗାଡିକୁ ଧକ୍କା ଦେବା ଫଳରେ ୨ ଜଣଙ୍କର ଜୀବନ ଯାଇଛି।
ଜାତୀୟ ରାଜପଥରେ ପାଟ୍ରୋଲିଂ କରିବା ସହିତ ରାସ୍ତାରେ ପଡ଼ି ରହୁଥିବା ଦୁର୍ଘଟଣାଜନିତ ଗାଡ଼ି, ଖରାପ ହୋଇ ପଡ଼ିରହୁଥିବା ଗାଡ଼ି ଏବଂ ପଶୁପକ୍ଷୀଙ୍କ ଶବକୁ ହଟାଇବା ପାଇଁ ବିଭିନ୍ନ ଘରୋଇ ସଂସ୍ଥା ସହ ଏନ୍‌ଏଚ୍‌ଏଆଇ ଚୁକ୍ତି କରିଛି। କିନ୍ତୁ ବାସ୍ତବରେ ଏନ୍‌ଏଚ୍‌ଏଆଇ ନିଜ ଦାୟିତ୍ୱ ଠିକ ଭାବେ ତୁଲାଉନାହାନ୍ତି। ଫଳରେ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ବଢୁଛି। ଦାୟିତ୍ୱରେ ଥିବା ଲୋକଙ୍କ ଅବହେଳା ଯୋଗୁ ମୂଲ୍ୟବାନ ହାନିକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯାଇ ପାରିବ ନାହିଁ। ସେଭଳି କ୍ଷେତ୍ରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରାଯିବା ଦରକାର।
ଏଭଳି କ୍ଷେତ୍ରରେ ଏନ୍‌ଏଚ୍‌ଏଆଇ ଅଧୀନ ବିଭିନ୍ନ ରାଜପଥର ପ୍ରକଳ୍ପ ଦାୟିତ୍ୱରେ ଥିବା ନିର୍ଦ୍ଦେଶକମାନେ ନିୟମିତ ପାଟ୍ରୋଲିଂ କରିବା ସହ ଖରାପ ହୋଇ ପଡିରହିଥିବା ତଥା ଦୁର୍ଘଟଣାଗ୍ରସ୍ତ ଗାଡିଗୁଡିକୁ ତୁରନ୍ତ ହଟାଇବା ପାଇଁ ନିର୍ଦ୍ଦେଶ ଦେବା ସହିତ ବ୍ୟକ୍ତିଗତ ଭାବେ ଏହାକୁ ତଦାରଖ କରିବା ଲାଗି ପରିବହନ ସଚିବ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri