ପାର୍କିଂ,ଦୁର୍ଘଟଣାଗ୍ରସ୍ତ ଗାଡ଼ି ନେଉଛି ଜୀବନ

ଭୁବନେଶ୍ୱର,୭ା୪(ବ୍ୟୁରୋ): ଜାତୀୟ ରାଜପଥ ଉପରେ ଖରାପ ହୋଇ ପଡ଼ିରହିଥିବା ଏବଂ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଗାଡିଗୁଡିକ ଦୀର୍ଘଦିନ ଧରି ପଡ଼ିରହୁଛି। ଏଥିଯୋଗୁ ଅନେକ ସମୟରେ ସଡ଼କ ଦୁର୍ଘଟଣା ଘଟୁଛି। ସେହି ଗାଡ଼ିଗୁଡିକୁ ଏନ୍‌ଏଚ୍‌ଏଆଇ ପକ୍ଷରୁ ହଟାଯାଉ ନାହିଁ। ଏହାକୁ ନେଇ ରାଜ୍ୟ ପରିବହନ ବିଭାଗ ଉଦ୍‌ବେଗ ପ୍ରକାଶ କରିଛି। ବିଭାଗୀୟ ସଚିବ ଉଷା ପାଢ଼ୀ ଏହି ମର୍ମରେ ବୁଧବାର ଏନ୍‌ଏଚ୍‌ଏଆଇ ଚିଫ୍‌ ଜେନେରାଲ ମ୍ୟାନେଜରଙ୍କୁ ଚିଠି ଲେଖିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି, ରାଜ୍ୟରେ ଗତ ୧ ତାରିଖରୁ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରାଯାଉଛି। ଏହି ସପ୍ତାହର ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ଏବଂ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା କମାଇବା ଲାଗି ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀ ବିଭିନ୍ନ ଜରୁରିକାଳୀନ ପଦକ୍ଷେପ ନେଉଛନ୍ତି। ହେଲେ ଏନ୍‌ଏଚ୍‌ଏଆଇ ନିଜ ଦାୟିତ୍ୱରେ ଅବହେଳା ପ୍ରଦର୍ଶନ କରୁଥିବାରୁ ଦୁର୍ଘଟଣାକୁ ରୋକାଯାଇ ପାରୁ ନାହିଁ।
ବିଭିନ୍ନ ଆର୍‌ଟିଓଙ୍କ ରିପୋର୍ଟ ମୁତାବକ ରାଜ୍ୟରେ ଏହି ସମୟରେ ଯେତେସବୁ ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି ସେଥିଲାଗି ଜାତୀୟ ରାଜପଥ ଉପରେ ଯାନବାହନ ପାର୍କିଂ, ଦୁର୍ଘଟଣାଜନିତ ଏବଂ ଖରାପ ହୋଇ ପଡ଼ିରହିଥିବା ଗାଡ଼ି ଯୋଗୁ ଘଟୁଛି। କେନ୍ଦୁଝର ଆର୍‌ଟିଓଙ୍କ ସୂଚନା ଅନୁଯାୟୀ ଏପ୍ରିଲ ୧ ତାରିଖରେ ଜିଲାରେ ଘଟିଥିବା ୨ଟି ଦୁର୍ଘଟଣା ସଡ଼କ ଉପରେ ପଡ଼ି ରହିଥିବା ଗାଡ଼ି ଯୋଗୁ ଘଟିଛି। ଏଥିସହିତ କେନ୍ଦୁଝର ଆର୍‌ଟିଓ ପୁଣି ଜଣାଇଛନ୍ତି ଯେ, ଗୁରୁବାର କାଞ୍ଜିଆପାଣି ଅଞ୍ଚଳରେ ମଧ୍ୟ ଖରାପ ହୋଇ ୫ଟି ଗାଡ଼ି ପଡ଼ିରହିଛି। ଏ ଦିଗରେ ଏନ୍‌ଏଚ୍‌ଏଆଇ ପକ୍ଷରୁ ପଇଁତରା ମାରୁଥିବା ଟିମ୍‌କୁ ଏ ସମ୍ପର୍କରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଗାଡିଗୁଡିକୁ ହଟାଯାଇ ନାହିଁ । ଅନୁରୂପ ଭାବେ ଚଣ୍ଡିଖୋଲ ଆର୍‌ଟିଓ ମଧ୍ୟ ସମାନ କାରଣ ଦର୍ଶାଇଛନ୍ତି । ଜାରକା ଅଞ୍ଚଳର ଦେଉଳିଆପାଲି ନିକଟସ୍ଥ ଗୋକର୍ଣ୍ଣେଶ୍ୱର ମନ୍ଦିର ପାଖରେ ଖରାପ ହୋଇ ପଡ଼ି ରହିଥିବା ଗାଡିକୁ ଧକ୍କା ଦେବା ଫଳରେ ୨ ଜଣଙ୍କର ଜୀବନ ଯାଇଛି।
ଜାତୀୟ ରାଜପଥରେ ପାଟ୍ରୋଲିଂ କରିବା ସହିତ ରାସ୍ତାରେ ପଡ଼ି ରହୁଥିବା ଦୁର୍ଘଟଣାଜନିତ ଗାଡ଼ି, ଖରାପ ହୋଇ ପଡ଼ିରହୁଥିବା ଗାଡ଼ି ଏବଂ ପଶୁପକ୍ଷୀଙ୍କ ଶବକୁ ହଟାଇବା ପାଇଁ ବିଭିନ୍ନ ଘରୋଇ ସଂସ୍ଥା ସହ ଏନ୍‌ଏଚ୍‌ଏଆଇ ଚୁକ୍ତି କରିଛି। କିନ୍ତୁ ବାସ୍ତବରେ ଏନ୍‌ଏଚ୍‌ଏଆଇ ନିଜ ଦାୟିତ୍ୱ ଠିକ ଭାବେ ତୁଲାଉନାହାନ୍ତି। ଫଳରେ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ବଢୁଛି। ଦାୟିତ୍ୱରେ ଥିବା ଲୋକଙ୍କ ଅବହେଳା ଯୋଗୁ ମୂଲ୍ୟବାନ ହାନିକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯାଇ ପାରିବ ନାହିଁ। ସେଭଳି କ୍ଷେତ୍ରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରାଯିବା ଦରକାର।
ଏଭଳି କ୍ଷେତ୍ରରେ ଏନ୍‌ଏଚ୍‌ଏଆଇ ଅଧୀନ ବିଭିନ୍ନ ରାଜପଥର ପ୍ରକଳ୍ପ ଦାୟିତ୍ୱରେ ଥିବା ନିର୍ଦ୍ଦେଶକମାନେ ନିୟମିତ ପାଟ୍ରୋଲିଂ କରିବା ସହ ଖରାପ ହୋଇ ପଡିରହିଥିବା ତଥା ଦୁର୍ଘଟଣାଗ୍ରସ୍ତ ଗାଡିଗୁଡିକୁ ତୁରନ୍ତ ହଟାଇବା ପାଇଁ ନିର୍ଦ୍ଦେଶ ଦେବା ସହିତ ବ୍ୟକ୍ତିଗତ ଭାବେ ଏହାକୁ ତଦାରଖ କରିବା ଲାଗି ପରିବହନ ସଚିବ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri