ହିକିକୋମୋରି: ଏକାନ୍ତବାସରେ ୧୫ ଲକ୍ଷ

ଟୋକିଓ, ୭।୪: ମହାମାରୀ କରୋନା ସଂକ୍ରମଣ ରୋକିବା ସକାଶେ ବିଭିନ୍ନ ଦେଶ ସଙ୍ଗରୋଧ ବା ଆଇସୋଲେଶନ୍‌ ନିୟମ ଅବଲମ୍ବନ କରିଥିଲେ। ପାଖାପାଖି ୨ ବର୍ଷ ପରେ ଯେତେବେଳେ କୋଭିଡ୍‌-୧୯ ସଂକ୍ରମଣ ନିୟନ୍ତ୍ରଣକୁ ଆସିଲା, ସେ ସମୟରେ ଲୋକେ ଆଇସୋଲେଶନ୍‌ରେ ନ ରହି ବାହାରକୁ ଯା’ଆସ ଆରମ୍ଭ କରିଥିଲେ। ଫଳରେ ଲୋକେ ଆଉ ସଙ୍ଗରୋଧରେ ରହୁ ନାହାନ୍ତି। ସଂକ୍ରମଣ କମିଥିଲେ ସୁଦ୍ଧା ଜାପାନବାସୀ ଏବେ ମଧ୍ୟ ଆଇସୋଲେଶନ୍‌ ନୀତିକୁ ଆପଣେଇଛନ୍ତି। ଜାପାନ ଲୋକଙ୍କଠାରେ ଏକୁଟିଆପଣ ବଢ଼ିବାରେ ଲାଗିଛି। ବିଶେଷ ଭାବେ ଯୁବପିଢ଼ି ନିଜକୁ ସମାଜଠାରୁ ଦୂରରେ ରଖିବାରେ ଲାଗିଛନ୍ତି। ଦେଶରେ ପାଖାପାଖି ୧୫ ଲକ୍ଷ ଲୋକ ନିଜକୁ ଆଇସୋଲେଶନ୍‌ରେ ରଖିଥିବା ସରକାରଙ୍କ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ୨୦% ଯୁବପିଢ଼ି କୋଭିଡ୍‌ ଭୟରେ ସଙ୍ଗରୋଧରେ ରହିବାକୁ ପସନ୍ଦ କରୁଛନ୍ତି।
ଜାପାନ କ୍ୟାବିନେଟ୍‌ ଅଫିସ ପକ୍ଷରୁ ଗତବର୍ଷ ନଭେମ୍ବରରେ ୧୦ରୁ ୬୯ ବୟସ ବର୍ଗର ୩୦,୦୦୦ ଲୋକଙ୍କୁ ନେଇ ସର୍ଭେ କରାଯାଇଥିଲା। ଲୋକମାନେ ସେଲ୍ଫ ଆଇସୋଲେଶନ୍‌ରେ ରହିବାକୁ ବିଶେଷଜ୍ଞମାନେ ହିକିକୋମୋରି ନାମ ଦେଇଛନ୍ତି। ସର୍ଭେ ରିପୋର୍ଟ ଅନୁସାରେ ୧୫ରୁ ୬୨ ବୟସ ବର୍ଗର ୨% ଲୋକ ନିଜକୁ ଆଇସୋଲେଶନ୍‌ରେ ରଖିଥିବା ଜଣାପଡ଼ିଛି। ସମ୍ପର୍କରେ ଦେଖାଯାଉଥିବା ସମସ୍ୟା ଏବଂ ଚାକିରି ଛାଡ଼ିବା କିମ୍ବା ତଡ଼ା ହେବାପରେ ଲୋକେ ସମାଜରୁ ନିଜକୁ ଦୂରେଇ ଦେଇଥିବା ଲକ୍ଷ୍ୟ କରାଯାଇଛି। ସେହିପରି ୪୦ରୁ ୬୪ ବର୍ଷ ବୟସ ବର୍ଗର ୪୪.୫% ଲୋକ ଚାକିରି ଛାଡ଼ିବା ପରେ ତାଙ୍କ ବ୍ୟବହାର ବଦଳିଯାଇଛି ଏବଂ ୨୦.୬% ଲୋକ କୋଭିଡ୍‌ ସକାଶେ ନିଜକୁ ସଙ୍ଗରୋଧରେ ରଖିଛନ୍ତି।
ଅନ୍ୟପକ୍ଷେ ଲୋକଙ୍କ ମଧ୍ୟରେ ବଢ଼ୁଥିବା ମାନସିକ ଚାପ, ଅବସାଦ, ସୋସିଆଲ ଫୋବିଆ ସାଙ୍ଗକୁ ମର୍ଡନ୍‌ ସୋସାଇଟିର ଚାପ, ପ୍ରତିଯୋଗିତା, ହାଇ ଏକାଡେମିକ୍‌ ଏକ୍ସପେକ୍‌ଟେଶନ୍‌ ଯୋଗୁ ଯୁବପିଢ଼ି ସମାଜଠାରୁ ନିଜକୁ ଦୂରରେ ରଖିବା ପସନ୍ଦ କରୁଛନ୍ତି। ତେବେ ହିକିକୋମୋରିରୁ ଲୋକଙ୍କ ମଧ୍ୟରେ ମାନସିକ ରୋଗ ବଢ଼ିବା ଆଶଙ୍କା ରହିଛି। ଜାପାନରେ ଏହା ଏକ ସାମାଜିକ ଅସୁବିଧା ଭାବେ ପରିଲଖିତ ହୋଇଛି। ହିକିକୋମୋରିରୁ ଲୋକଙ୍କୁ ବାହାର କରିବା ପାଇଁ ଟୋକିଓର ଇଡୋଗାଓ୍ବା ଓ୍ବାର୍ଡରେ ଜୁନ୍‌ରୁ ମେଟାଭର୍ସ ସୋସିଆଲାଇଜିଂ ଇଭେଣ୍ଟର ଆୟୋଜନ କରିବାକୁ ଯାଉଛି। ଓ୍ବାର୍ଡରେ ପାଖାପାଖି ୯ ହଜାର ଲୋକ ବାସ କରୁଥିବାବେଳେ ପାଖାପାଖି ଛାତ୍ରୀଛାତ୍ର ସ୍କୁଲ ଯିବା ବନ୍ଦ କରିଦେଇଥିବା ସର୍ଭେରୁ ଜଣାପଡ଼ିଛି। ତେବେ ହିକିକୋମୋରି କେବଳ ଯୁବପିଢ଼ିଙ୍କୁ ମାନସିକ ରୋଗାକ୍ରାନ୍ତ କରିବ ତା’ ନୁହେଁ, ଏଥିଯୋଗୁ ଦେଶରେ ଜନ୍ମହାର କମିବା ଆଶଙ୍କା ଥିବା ବିଶେଷଜ୍ଞମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?