ସୂର୍ଯ୍ୟକୁ ଛୁଇଁଲା ପାର୍କର ପ୍ରୋବ୍‌, ମହାକାଶ ଇତିହାସରେ ପ୍ରଥମ ଘଟଣା…

ନୂଆଦିଲ୍ଲୀ, ୧୫।୧୨: ଆମେରିକାର ସ୍ପେସ ଏଜେନ୍ସି ନାସାର ମହାକାଶଯାନ ‘ପାର୍କର ସୋଲାର ପ୍ରୋବ’ ସୂର୍ଯ୍ୟଙ୍କୁ ସ୍ପର୍ଶ କରିବାର ଏକ ଅଦ୍ୱିତୀୟ କାର୍ଯ୍ୟ କରିଛି। ଏହି ସଫଳତା, ଥରେ ଅସମ୍ଭବ ବୋଲି ବିବେଚନା କରାଯାଉଥିଲା। ମାତ୍ର ଏହା ସତ୍ୟରେ ପରିଣତ ହୋଇପାରିଛି। ଆଠ ମାସ ପୂର୍ବରୁ ଅର୍ଥାତ୍‌ ଏପ୍ରିଲ ମାସରେ ମହାକାଶଯାନ ପାର୍କର ପ୍ରୋବ୍‌ ସୂର୍ଯ୍ୟ ଛୁଇଁ ମହାକାଶ ଇତିହାସରେ ରେକର୍ଡ ରଚିଥିଲା। କିନ୍ତୁ ମହାକାଶରେ ଲକ୍ଷ ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ ଏହି ମହାକାଶଯାନରୁ ସୂଚନା ପାଇବା ପରେ ଏହାକୁ ବିଶ୍ଲେଷଣ କରିବାକୁ ବୈଜ୍ଞାନିକମାନଙ୍କ ପାଇଁ ବହୁ ସମୟ ଲାଗିଥିଲା।

ମହାକାଶଯାନ ‘ପାର୍କର ସୋଲାର ପ୍ରୋବ’ ମାଧ୍ୟମରେ ହାସଲ ହୋଇଥିବା ଏହି ସଫଳତାକୁ ସମଗ୍ର ବିଶ୍ୱରେ ପ୍ରଶଂସା କରାଯାଉଛି। ନାସା ୧୨ ଅଗଷ୍ଟ ୨୦୧୮ ରେ ଏହାର ‘ପାର୍କର ସୋଲାର ପ୍ରୋବ’ ସ୍ପେସକ୍ରାଫ୍ଟ ଉତକ୍ଷେପଣ କରିଥିଲା। ଏହା ନାସାର ‘ଲିଭିଙ୍ଗ ଓ୍ବିଥ୍‌ ଏ ଷ୍ଟାର୍‌’ ପ୍ରୋଗ୍ରାମର ଏକ ଅଂଶ ବିଶେଷ। ଯାହା ମାଧ୍ୟମରେ ସୂର୍ଯ୍ୟ-ପୃଥିବୀ ମଧ୍ୟରେ ଥିବା ବିଭିନ୍ନ ପ୍ରଣାଳୀର ଦିଗ ସହ ଜଡିତ ସୂଚନାକୁ ବୁଝିବା ଏବଂ ତଥ୍ୟ ସଂଗ୍ରହ କରିବା ଲକ୍ଷ୍ୟ ରଖାଯାଇଛି। ନାସା କହିଛି ଯେ ‘ପାର୍କର ସୋଲାର ପ୍ରୋବ’ରୁ ଆମେ ପାଇଥିବା ସୂଚନା ସୂର୍ଯ୍ୟଙ୍କ ବିଷୟରେ ଆମର ଜ୍ଞାନକୁ ଅଧିକ ବିକଶିତ କରିବ।

ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ପଛରେ ହାର୍ଭାର୍ଡ ଏବଂ ସ୍ମିଥସୋନିନ ସେଣ୍ଟର ଫର ଅଷ୍ଟ୍ରୋଫିଜିକ୍ସ୍‌ର ସଦସ୍ୟଙ୍କ ଏକ ବଡ଼ ଦଳ କାର୍ଯ୍ୟ କରୁଛି। ଏହି ଦଳ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣର ଉତ୍ପାଦନ ଏବଂ ମନିଟରିଂରେ ନିୟୋଜିତ ହୋଇଛନ୍ତି। ‘ପାର୍କର ସୋଲାର ପ୍ରୋବ’ ସୂର୍ଯ୍ୟ ବାୟୁମଣ୍ଡଳରୁ କଣିକା ସଂଗ୍ରହ କରିବା ପାଇଁ କାର୍ଯ୍ୟ କରୁଛି, ଯାହା ସୂର୍ଯ୍ୟଙ୍କ ବାୟୁମଣ୍ଡଳର ବାହ୍ୟ ପୃଷ୍ଠ ‘କରୋନା’ରେ ପହଞ୍ଚିବାରେ ସଫଳ ହୋଇ ପାରିଛି।
ମହାକାଶଯାନର କପରେ ସଂଗୃହିତ ତଥ୍ୟରୁ ଜଣାପଡିଛି ଯେ ଏପ୍ରିଲ ୨୮ରେ ପାର୍କର ସୂର୍ଯ୍ୟ ବାୟୁମଣ୍ଡଳର ବାହ୍ୟ ପୃଷ୍ଠକୁ ତିନିଥର ଅତିକ୍ରମ କରିଥିଲା।

କରୋନାର ତାପମାତ୍ରା ୧୧ ଲକ୍ଷ ଡିଗ୍ରୀ ସେଲସିୟସ (ପ୍ରାୟ ୨୦ ଲକ୍ଷ ଡିଗ୍ରୀ ଫାରେନହାଇଟ)। ଏହିପରି ଉତ୍ତାପ କିଛି ସେକେଣ୍ଡରେ ପୃଥିବୀରେ ମିଳୁଥିବା ସମସ୍ତ ପଦାର୍ଥକୁ ତରଳାଇ ଦେଇପାରେ। ତେବେ ଏହାକୁ ମହାକାଶଯାନର ସ୍ବତନ୍ତ୍ର ଉତ୍ତାପ କବଚ ଦ୍ୱାରା ସହଜରେ ଅତିକ୍ରମ କରାଯାଇ ପାରିଛି।

ଏହା ବ୍ୟତୀତ, ‘ପାର୍କର ସୋଲାର ପ୍ରୋବ’ ମହାକାଶଯାନ ସୂର୍ଯ୍ୟଙ୍କଠାରୁ ଉତ୍ପନ୍ନ ବୈଦ୍ୟୁତିକ ଚୁମ୍ବକୀୟ ବିକିରଣ ଏବଂ ଉଚ୍ଚ ଗତିର ସୌର ଝଡ଼ ବିଷୟରେ ଅଧିକ ସୂଚନା ସଂଗ୍ରହ କରିବାରେ ସାହାଯ୍ୟ କରିବ। ଏହି ଉଭୟ ପ୍ରତ୍ୟକ୍ଷ ଘଟଣାଗୁଡ଼ିକ ପୃଥିବୀ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ଏବଂ ବେଳେବେଳେ ପାୱାର୍‌ ଗ୍ରୀଡ ଏବଂ ପୃଥିବୀରେ ରେଡିଓ ଯୋଗାଯୋଗରେ ସମସ୍ୟା ସୃଷ୍ଟି ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri