Posted inଖେଳ

୧୭ ଶୁଟରଙ୍କ ପଦାର୍ପଣ

ପ୍ୟାରିସ୍‌,୨୭।୭: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହୋଇସାରିଥିବା ବେଳେ ଶନିବାର ଭାରତୀୟ ଶୁଟିଂ ଦଳ ଏହାର ଅଭିଯାନ ଆରମ୍ଭ କରିବ। ଭାରତ ଅଲିମ୍ପିକ୍ସରେ ସମୁଦାୟ ୩୫ଟି ପଦକ ହାସଲ କରିଥିବା ବେଳେ କେବଳ ଶୁଟିଂରୁ ୪ଟି ପଦକ ରହିଛି। ତେବେ ବିଗତ ୩ ସଂସ୍କରଣରେ ଭାରତୀୟ ଶୁଟରମାନେ ପଦକ ହାସଲରେ ବିଫଳ ହୋଇଛନ୍ତି। ଭାରତ ଏହାର ଅଲିମ୍ପିକ୍ସ ଇତିହାସର ସର୍ବବୃହତ୍‌ ଶୁଟିଂ ଦଳ ପ୍ରେରଣ କରିଥିବାବେଳେ ୧୨ ବର୍ଷ ଧରି ପଦକ ପାଇଁ ରହିଥିବା ଅପେକ୍ଷାର ଅନ୍ତ ଘଟିବା ନେଇ ଆଶା ରହିଛି। ଶନିବାର ଭାରତୀୟ ଶୁଟରମାନେ ତିନୋଟି ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ୧୦ ମିଟର ଏୟାର ରାଇଫଲ ମିକ୍ସଡ୍‌ ଟିମ୍‌ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟରେ ଭାରତର ଦୁଇଟି ଦଳ ଭାଗ ନେବେ। ଅର୍ଜୁନ ବବୁତା-ରମିତା ଜିନ୍ଦଲ ଓ ଏଲାଭେନିଲ ଭାଲାରିଭାନ-ସନ୍ଦୀପ ସିଂଙ୍କ ଯୋଡ଼ି ଏହି ଇଭେଣ୍ଟରେ ଅଂଶଗ୍ରହଣ କରିବେ। ପ୍ରଥମ ୩ ଶୁଟର ସିଧାସଳଖ ଯୋଗ୍ୟତା ଅର୍ଜନରେ ଆସିଥିବା ବେଳେ ସନ୍ଦୀପଙ୍କୁ ଟ୍ରାଏଲର ସମ୍ମୁଖୀନ ହେବାକୁ ପଡ଼ିଥିଲା। ୨୦୨୨ ବିଶ୍ୱ ଚାମ୍ପିୟନ ରୁଦ୍ରାଂକ୍ଷ ପାଟିଲଙ୍କୁ ଟ୍ରାଏଲରେ ପରାସ୍ତ କରି ସେ ଯୋଗ୍ୟତା ଅର୍ଜନ କରିଥିଲେ। ଭାରତୀୟ ଶୁଟରମାନେ ପ୍ୟାରିସ୍‌ର ହୋହଲ୍ଲାରୁ ଦୂରରେ ରହି ଅଭ୍ୟାସ କରୁଛନ୍ତି। ସେହିପରି ୧୭ ଜଣ ଶୁଟର ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି। ପୂର୍ବରୁ ମାନୁ ଭାକର, ଐଶ୍ୱରୀ ପ୍ରତାପ ସିଂ ତୋମାର, ଅଞ୍ଜୁମ ମୋଦଗିଲ୍‌ ଓ ଏଲାଭେନିଲ ଭାଲାରିଭାନ ପର୍ବରୁ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଛନ୍ତି। ଭାରତୀୟ ଶୁଟରମାନେ ସମୁଦାୟ ୧୫ ଇଭେଣ୍ଟରେ ଅଂଶଗ୍ରହଣ କରିବେ। ସେହିପରି ୧୦ ମିଟର ଏୟାର ପିସ୍ତଲ ପୁରୁଷ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟରେ ଅର୍ଜୁନ ସିଂ ଚିମା ଓ ସରବଜୋତ ସିଂ ନଜର ଆସିବେ। ୧୦ ମିଟର ଏୟାର ପିସ୍ତଲ ମହିଳା ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟରେ ମନୁ ଭାକର ଓ ରିଦିମ ସାଙ୍ଗଓ୍ବାନ ଭାରତର ପ୍ରତିନିଧିତ୍ୱ କରିବେ।
ଭାରତର ଅନ୍ୟତମ ପଦକ ସମ୍ଭାବନା ରହିଥିବା ୨୨ ବର୍ଷୀୟ ମନୁ ଭାକର ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ତେବେ ଟୋକିଓ ଅଲିମ୍ପିକ୍ସରେ ବନ୍ଧୁକରେ ବୈଷୟିକ ତ୍ରୁଟି କାରଣରୁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଚଳିତ ଅଲିମ୍ପିକ୍ସରେ ସେ ୧୦ ମିଟର ଏୟାର ପିସ୍ତଲ, ୨୫ ମିଟର ପିସ୍ତଲ ଓ ୧୦ ମିଟର ପିସ୍ତଲ ମିକ୍ସଡ୍‌ ଟିମ୍‌ରେ ଅଂଶଗ୍ରହଣ କରିବେ। ଭାରତୀୟ ଖେଳାଳିଙ୍କୁ ଚାଇନାଠାରୁ କଡ଼ା ଟକ୍କର ମିଳିବ। ୫୦ ମିଟର ରାଇଫଲ୍‌ ଥ୍ରୀ ପୋଜିସନ୍ସରେ ଏସିଆନ୍‌ ସ୍ବର୍ଣ୍ଣ ପଦକ ବିଜୟିନୀ ସିଫ୍ଟ କୌର ସାମରାଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଅନ୍ୟତମ ଅଭିଜ୍ଞ ଖେଳାଳି ଅଞ୍ଜୁମ ମୋଦଗିଲ୍‌ ମଧ୍ୟ ସମାନ ଇଭେଣ୍ଟରେ ନଜର ଆସିବେ।
୨୦ ବର୍ଷୀୟ ରିଦିମ ସାଙ୍ଗଓ୍ବାନ ୧୦ ମିଟର ଏୟାର ପିସ୍ତଲ ଓ ୧୦ ମିଟର ପିସ୍ତଲ ମିକ୍ସଡ୍‌ ଟିମ୍‌ ବର୍ଗରେ ଭାଗ ନେବେ। ଶୁଟିଂ ରେଞ୍ଜ ଅତ୍ୟନ୍ତ ଚମତ୍କାର ଥିବା ନେଇ ସାଙ୍ଗଓ୍ବାନ କହିଥିବା ବେଳେ ଗେମ୍ସ ଭିଲେଜରୁ ଦୂରରେ ରହିବାକୁ ନେଇ ସାମାନ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିପରି ପୁରୁଷ ଶୁଟରଙ୍କ ମଧ୍ୟରେ କେବଳ ଐଶ୍ୱରୀ ପ୍ରତାପ ସିଂ ତୋମାରଙ୍କ ନିକଟରେ ପୂର୍ବରୁ ଅଲିମ୍ପିକ୍ସରେ ଅଂଶଗ୍ରହଣର ଅଭିଜ୍ଞତା ରହିଛି। ସେ ୨୦୨୩ ବିଶ୍ୱ ଚାମ୍ପିୟନଶିପରେ ସ୍ବର୍ଣ୍ଣ ବିଜୟୀ ଦଳର ସଦସ୍ୟ ମଧ୍ୟ ରହିଛନ୍ତି। ପୁରୁଷ ଦଳରେ ଥିବା ଅନୀଶ ଭନାଓ୍ବାଲା, ସରବଜୋତ ସିଂ, ଅର୍ଜୁନ ବବୁତା, ଅର୍ଜୁନ ସିଂ ଚିମା ଓ ବିଜୟ ବୀର ସିଦ୍ଧୁ ରହିଛନ୍ତି। ଏହି ସମସ୍ତ ଖେଳାଳିଙ୍କ ନିକଟରେ ଅନ୍ତର୍ଜାତୀୟ ଅଭିଜ୍ଞତା ରହିଥିଲେ ମଧ୍ୟ ଅଲିମ୍ପିକ୍ସରେ ପ୍ରଥମ ଥର ଭାଗ ନେବାକୁ ଯାଉଛନ୍ତି। ଅଲିମ୍ପିକ୍ସ ଦଳର ଚିଫ୍‌ ଡି ମିଶନ ଥିବା ଗଗନ ନାରଙ୍ଗ ଭାରତୀୟ ଖେଳାଳି ସଫଳ ହେବା ନେଇ ଆଶା ରଖିଛନ୍ତି। ଭାରତୀୟ ଖେଳାଳି ମାନେ ବିଶ୍ୱର ଅନ୍ୟ ଖେଳାଳିଙ୍କୁ କଡା ଟକ୍କର ଦେବାରେ ସମର୍ଥ ବୋଲି କହିଛନ୍ତି ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ପଦକ ବିଜେତା ନାରଙ୍ଗ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ୱାଚନ ପରେ ଏତେ ମହଙ୍ଗା ହେବ ପେଟ୍ରୋଲ ଦର! ଚମକାଇଲା ରିପୋର୍ଟ

ନୂଆଦିଲ୍ଲୀ,୧୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଭାରତୀୟ ତୈଳ କମ୍ପାନୀଗୁଡ଼ିକୁ ପ୍ରଭାବିତ କରିବା ଆରମ୍ଭ କରିଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ପାଇଁ, ପେଟ୍ରୋଲ ଏବଂ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆସିଲା ନୀତୀଶଙ୍କ ପ୍ରତିକ୍ରିୟା, ଭାବପ୍ରବଣ ହୋଇ ଲେଖିଲେ ଏମିତି…

ପାଟନା,୧୪।୪: ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ଲୋକଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତେବେ ନୀତୀଶଙ୍କ ଇସ୍ତଫା ପରେ ପାଟନାରୁ ଦିଲ୍ଲୀର…

ଯୁଦ୍ଧ ଉତ୍ତେଜନା ଭିତରେ ଭାରତ-ଚାଇନା ମୁହାଁମୁହିଁ, ସୀମାରେ ହଲଚଲ!

ନୂଆଦିଲ୍ଲୀ,୧୪।୪: ଅରୁଣାଚଳ ପ୍ରଦେଶର ସ୍ଥାନଗୁଡ଼ିକୁ କାଳ୍ପନିକ ନାମ ଦେବା ବିରୋଧରେ ଭାରତର ପ୍ରତିବାଦ ପରେ, ଚାଇନା ମଙ୍ଗଳବାର (୧୪ ଏପ୍ରିଲ, ୨୦୨୬) ଆଉ ଏକ ଆପତ୍ତିଜନକ ବିବୃତ୍ତି…

ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା କେନ୍ଦୁ ଗଣ୍ଡି କାଠ, ଖବରପାଇ ଅଚାନକ ଚଢାଉ କଲା ବନବିଭାଗ, ମିଳିଲା ଏତେ ମୂଲ୍ୟର…

ବଲାଙ୍ଗୀର,୧୪।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ଖଣ୍ଡ ବିଭାଗ ପକ୍ଷରୁ ସିନଖମନ ଗାଁ ନିକଟରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କେନ୍ଦୁ ଗଣ୍ଡି କାଠ…

ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା

ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…

ଗାଁ ଗାଁରେ ସଚେତନ ପାଇଁ ଅଣ୍ଟା ଭିଡ଼ିଲେ ଅଗ୍ନିଶମ କର୍ମଚାରୀ, କହିଲେ-ନିଆଁ ଲିଭାଇବା ପାଇଁ ବ୍ୟବହାର କରିବେ ଏହି ଟ୍ରିକ୍‌

ଦାରିଙ୍ଗବାଡି, ୧୪ ।୪ (ଅରୁଣ ସାହୁ ): ଜାତୀୟ ଅଗ୍ନିଶମ ସେବା ସପ୍ତାହ ଅବସରରେ ଦାରିଙ୍ଗବାଡି ଅଗ୍ନିଶମ ବିଭାଗ ପକ୍ଷରୁ ମଙ୍ଗଳବାର ଗାଁ ଗାଁରେ ସଚେତନ ପାଇଁ…

ଏମିତି କଥା କହିଲେ ଖାର୍ଗେ, ହସି ହସି ଗଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି, ଦେଖନ୍ତୁ Video

ନୂଆଦିଲ୍ଲୀ,୧୪।୪: ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ସଂସଦ ପରିସରରେ ପ୍ରେରଣାସ୍ଥଳରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ…

ନିଜ ଗୁରୁଙ୍କ ପାଦଛୁଇଁ ଭାବବିହ୍ବଳ ହୋଇପଡିଲେ ମୁଖ୍ୟମନ୍ତ୍ରୀ: କଲେ ବଡ଼ ଘୋଷଣା

କେନ୍ଦୁଝର,୧୪।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଝୁମ୍ପୁରା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। କେବଳ ଜଣେ ପୁରାତନ ଛାତ୍ର ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri