Posted inଖେଳ

୧୭ ଶୁଟରଙ୍କ ପଦାର୍ପଣ

ପ୍ୟାରିସ୍‌,୨୭।୭: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହୋଇସାରିଥିବା ବେଳେ ଶନିବାର ଭାରତୀୟ ଶୁଟିଂ ଦଳ ଏହାର ଅଭିଯାନ ଆରମ୍ଭ କରିବ। ଭାରତ ଅଲିମ୍ପିକ୍ସରେ ସମୁଦାୟ ୩୫ଟି ପଦକ ହାସଲ କରିଥିବା ବେଳେ କେବଳ ଶୁଟିଂରୁ ୪ଟି ପଦକ ରହିଛି। ତେବେ ବିଗତ ୩ ସଂସ୍କରଣରେ ଭାରତୀୟ ଶୁଟରମାନେ ପଦକ ହାସଲରେ ବିଫଳ ହୋଇଛନ୍ତି। ଭାରତ ଏହାର ଅଲିମ୍ପିକ୍ସ ଇତିହାସର ସର୍ବବୃହତ୍‌ ଶୁଟିଂ ଦଳ ପ୍ରେରଣ କରିଥିବାବେଳେ ୧୨ ବର୍ଷ ଧରି ପଦକ ପାଇଁ ରହିଥିବା ଅପେକ୍ଷାର ଅନ୍ତ ଘଟିବା ନେଇ ଆଶା ରହିଛି। ଶନିବାର ଭାରତୀୟ ଶୁଟରମାନେ ତିନୋଟି ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ୧୦ ମିଟର ଏୟାର ରାଇଫଲ ମିକ୍ସଡ୍‌ ଟିମ୍‌ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟରେ ଭାରତର ଦୁଇଟି ଦଳ ଭାଗ ନେବେ। ଅର୍ଜୁନ ବବୁତା-ରମିତା ଜିନ୍ଦଲ ଓ ଏଲାଭେନିଲ ଭାଲାରିଭାନ-ସନ୍ଦୀପ ସିଂଙ୍କ ଯୋଡ଼ି ଏହି ଇଭେଣ୍ଟରେ ଅଂଶଗ୍ରହଣ କରିବେ। ପ୍ରଥମ ୩ ଶୁଟର ସିଧାସଳଖ ଯୋଗ୍ୟତା ଅର୍ଜନରେ ଆସିଥିବା ବେଳେ ସନ୍ଦୀପଙ୍କୁ ଟ୍ରାଏଲର ସମ୍ମୁଖୀନ ହେବାକୁ ପଡ଼ିଥିଲା। ୨୦୨୨ ବିଶ୍ୱ ଚାମ୍ପିୟନ ରୁଦ୍ରାଂକ୍ଷ ପାଟିଲଙ୍କୁ ଟ୍ରାଏଲରେ ପରାସ୍ତ କରି ସେ ଯୋଗ୍ୟତା ଅର୍ଜନ କରିଥିଲେ। ଭାରତୀୟ ଶୁଟରମାନେ ପ୍ୟାରିସ୍‌ର ହୋହଲ୍ଲାରୁ ଦୂରରେ ରହି ଅଭ୍ୟାସ କରୁଛନ୍ତି। ସେହିପରି ୧୭ ଜଣ ଶୁଟର ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି। ପୂର୍ବରୁ ମାନୁ ଭାକର, ଐଶ୍ୱରୀ ପ୍ରତାପ ସିଂ ତୋମାର, ଅଞ୍ଜୁମ ମୋଦଗିଲ୍‌ ଓ ଏଲାଭେନିଲ ଭାଲାରିଭାନ ପର୍ବରୁ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଛନ୍ତି। ଭାରତୀୟ ଶୁଟରମାନେ ସମୁଦାୟ ୧୫ ଇଭେଣ୍ଟରେ ଅଂଶଗ୍ରହଣ କରିବେ। ସେହିପରି ୧୦ ମିଟର ଏୟାର ପିସ୍ତଲ ପୁରୁଷ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟରେ ଅର୍ଜୁନ ସିଂ ଚିମା ଓ ସରବଜୋତ ସିଂ ନଜର ଆସିବେ। ୧୦ ମିଟର ଏୟାର ପିସ୍ତଲ ମହିଳା ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟରେ ମନୁ ଭାକର ଓ ରିଦିମ ସାଙ୍ଗଓ୍ବାନ ଭାରତର ପ୍ରତିନିଧିତ୍ୱ କରିବେ।
ଭାରତର ଅନ୍ୟତମ ପଦକ ସମ୍ଭାବନା ରହିଥିବା ୨୨ ବର୍ଷୀୟ ମନୁ ଭାକର ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ତେବେ ଟୋକିଓ ଅଲିମ୍ପିକ୍ସରେ ବନ୍ଧୁକରେ ବୈଷୟିକ ତ୍ରୁଟି କାରଣରୁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଚଳିତ ଅଲିମ୍ପିକ୍ସରେ ସେ ୧୦ ମିଟର ଏୟାର ପିସ୍ତଲ, ୨୫ ମିଟର ପିସ୍ତଲ ଓ ୧୦ ମିଟର ପିସ୍ତଲ ମିକ୍ସଡ୍‌ ଟିମ୍‌ରେ ଅଂଶଗ୍ରହଣ କରିବେ। ଭାରତୀୟ ଖେଳାଳିଙ୍କୁ ଚାଇନାଠାରୁ କଡ଼ା ଟକ୍କର ମିଳିବ। ୫୦ ମିଟର ରାଇଫଲ୍‌ ଥ୍ରୀ ପୋଜିସନ୍ସରେ ଏସିଆନ୍‌ ସ୍ବର୍ଣ୍ଣ ପଦକ ବିଜୟିନୀ ସିଫ୍ଟ କୌର ସାମରାଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଅନ୍ୟତମ ଅଭିଜ୍ଞ ଖେଳାଳି ଅଞ୍ଜୁମ ମୋଦଗିଲ୍‌ ମଧ୍ୟ ସମାନ ଇଭେଣ୍ଟରେ ନଜର ଆସିବେ।
୨୦ ବର୍ଷୀୟ ରିଦିମ ସାଙ୍ଗଓ୍ବାନ ୧୦ ମିଟର ଏୟାର ପିସ୍ତଲ ଓ ୧୦ ମିଟର ପିସ୍ତଲ ମିକ୍ସଡ୍‌ ଟିମ୍‌ ବର୍ଗରେ ଭାଗ ନେବେ। ଶୁଟିଂ ରେଞ୍ଜ ଅତ୍ୟନ୍ତ ଚମତ୍କାର ଥିବା ନେଇ ସାଙ୍ଗଓ୍ବାନ କହିଥିବା ବେଳେ ଗେମ୍ସ ଭିଲେଜରୁ ଦୂରରେ ରହିବାକୁ ନେଇ ସାମାନ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିପରି ପୁରୁଷ ଶୁଟରଙ୍କ ମଧ୍ୟରେ କେବଳ ଐଶ୍ୱରୀ ପ୍ରତାପ ସିଂ ତୋମାରଙ୍କ ନିକଟରେ ପୂର୍ବରୁ ଅଲିମ୍ପିକ୍ସରେ ଅଂଶଗ୍ରହଣର ଅଭିଜ୍ଞତା ରହିଛି। ସେ ୨୦୨୩ ବିଶ୍ୱ ଚାମ୍ପିୟନଶିପରେ ସ୍ବର୍ଣ୍ଣ ବିଜୟୀ ଦଳର ସଦସ୍ୟ ମଧ୍ୟ ରହିଛନ୍ତି। ପୁରୁଷ ଦଳରେ ଥିବା ଅନୀଶ ଭନାଓ୍ବାଲା, ସରବଜୋତ ସିଂ, ଅର୍ଜୁନ ବବୁତା, ଅର୍ଜୁନ ସିଂ ଚିମା ଓ ବିଜୟ ବୀର ସିଦ୍ଧୁ ରହିଛନ୍ତି। ଏହି ସମସ୍ତ ଖେଳାଳିଙ୍କ ନିକଟରେ ଅନ୍ତର୍ଜାତୀୟ ଅଭିଜ୍ଞତା ରହିଥିଲେ ମଧ୍ୟ ଅଲିମ୍ପିକ୍ସରେ ପ୍ରଥମ ଥର ଭାଗ ନେବାକୁ ଯାଉଛନ୍ତି। ଅଲିମ୍ପିକ୍ସ ଦଳର ଚିଫ୍‌ ଡି ମିଶନ ଥିବା ଗଗନ ନାରଙ୍ଗ ଭାରତୀୟ ଖେଳାଳି ସଫଳ ହେବା ନେଇ ଆଶା ରଖିଛନ୍ତି। ଭାରତୀୟ ଖେଳାଳି ମାନେ ବିଶ୍ୱର ଅନ୍ୟ ଖେଳାଳିଙ୍କୁ କଡା ଟକ୍କର ଦେବାରେ ସମର୍ଥ ବୋଲି କହିଛନ୍ତି ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ପଦକ ବିଜେତା ନାରଙ୍ଗ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri