ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ ଗଣେଶ୍ୱର ବେହେରା ବିଧାନସଭା ଶୂନ୍ୟକାଳରେ ଉଦ୍‌ବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ସରକାର ବଦଳିବା ପରେ ୩୧୪ ବ୍ଲକରେ ବିକାଶ କାର୍ଯ୍ୟ ଠପ୍‌ ହୋଇଯାଇଛି । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ବିକାଶମୂଳକ କାମ ପାଇଁ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଦିଆଯିବା ନେଇ ଘୋଷଣା କରାଯାଇଥିଲା। ସରକାର ବଦଳିବା ପରେ ଏହି ଯୋଜନାରେ କୌଣସି କାର୍ଯ୍ୟ ହେଉନି। କାର୍ଯ୍ୟାଦେଶ ମିଳିବା ପରେ ମଧ୍ୟ କାମ ହେଉନି। ଯେଉଁଠି କାମ ସରିଛି ବିଲ୍‌ ବି ହେଉନି । ଏବେ ନୂଆ ସରକାର ‘ବିକଶିତ ଗାଁ ବିକଶିତ ଓଡ଼ିଶା’ କରିଛନ୍ତି। କେବଳ ନାଁ ପରିବର୍ତ୍ତନ କରିଦେଲେ ଗୋଲାପ ଫୁଲ ଦୁଦୁରା ଫୁଲ ହୋଇଯିବନି ବୋଲି ସେ କହିଛନ୍ତି । ଏ ନେଇ ସରକାର ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଛନ୍ତି।
ଶୂନ୍ୟକାଳରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଏହି ପ୍ରସଙ୍ଗ ଉଠାଇ ବିଜେଡି ଉପରେ ବର୍ଷିଛନ୍ତି। ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ନିର୍ବାଚନରେ ଜନସାଧାରଣଙ୍କୁ ପ୍ରଭାବିତ କରିବା ପାଇଁ କରାଯାଇଥିଲା। କର୍ମୀଙ୍କୁ ପଇସା ଦେଇ ନିର୍ବାଚନ ଜିତିବା ପାଇଁ ହୋଇଥିଲା। ଏହି ଯୋଜନା ଦ୍ୱାରା ଗାଁ ଭୋଟ୍‌ କିଣିବାକୁ ଯୋଜନା ହୋଇଥିଲା ।
ସେ କହିଛନ୍ତି, ନୀତି ଭ୍ରଷ୍ଟ ଓ ଦୁର୍ନୀତି ପାଇଁ ଏହି ଯୋଜନା ବିଜେଡି କରିଥିଲା। ଜେଇଙ୍କ ମାଧ୍ୟମରେ ଏହି ଯୋଜନାରେ କୋଟି କୋଟି ଟଙ୍କା ଲୁଟ୍‌ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଓଡିଶା ମାନବାଧିକାର କମିଶନଙ୍କ କ୍ୟାମ୍ପ କୋର୍ଟ : ୨୨ ମାମଲାର ତତ୍କାଳ ସମାଧାନ, ୭ଟିର ତଦନ୍ତ ରିପୋର୍ଟ ତଲବ

ଛତ୍ରପୁର,୨୨ା୫(ଦିଲୀପ ସାମଲ): ଓଡିଶା ମାନବାଧିକାର କମିଶନ ତରଫରୁ ଶୁକ୍ରବାର ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁର ଠାରେ ଏକ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲାପାଳଙ୍କ…

‘ଭାଜପା ବିଜେଡିକୁ ମହିଳା ବିରୋଧୀ ବୋଲି କରୁଛି ଅପପ୍ରଚାର’

ଆନନ୍ଦପୁର/ହାଟଡିହୀ/ଛେନାପଦୀ, ୨୨/୦୫ (ସୁଶାନ୍ତ କୁମାର ସାହୁ / ଶୁଭକାନ୍ତ ନାୟକ / ନିରାକାର ପରିଡା):କେନ୍ଦୁଝର ଜିଲାର ଆନନ୍ଦପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ହାଟଡିହୀଠାରେ ବିଜେଡି ପକ୍ଷରୁ ଶୁକ୍ରବାର…

ଭାଜପା ପକ୍ଷରୁ ମିଶ୍ରଣ ପର୍ବ: ୭୦୦ରୁ ଅଧିକ ଜଣ ସାମିଲ

ହାଟଡିହୀ/ଛେନାପଦୀ, ୨୨।୫ (ଶୁଭକାନ୍ତ ନାୟକ / ନିରାକାର ପରିଡା): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀଠାରେ ଭାଜପା ପକ୍ଷରୁ ବିଧାନସଭା ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ…

ଜଙ୍ଗଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଅଂଶୁଘାତ ସନ୍ଦେହ, : ବନ୍ୟ ପ୍ରାଣୀ ଖାଉଥିବା ଦେଖି…

ଆନନ୍ଦପୁର/ହାଟଡିହୀ, ୨୨।୫ (ସୁଶାନ୍ତ କୁମାର ସାହୁ / ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ କୁମୁଣିଆ ଗ୍ରାମରେ ଗତ ଗୁରୁବାରଠାରୁ ନିଖୋଜ ଥିବା ଗଙ୍ଗାଧର…

ହଠାତ ସନ୍ନ୍ୟାସ ନେଇ ଚମକାଇଲେ ‘3D କ୍ରିକେଟର’; ବିଶ୍ୱକପ୍‌ରେ ଆଜିଯାଏ କେହି ବି କରିପାରିନାହାନ୍ତି ତାଙ୍କ ଭଳି କାରନାମା

ନୂଆଦିଲ୍ଲୀ,୨୨।୫: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଟିମ୍ ଇଣ୍ଡିଆର ଅଲ୍‌ରାଉଣ୍ଡର ବିଜୟ ଶଙ୍କର ନିଜର ୨୫ ବର୍ଷର ଦୀର୍ଘ କ୍ରିକେଟ୍ ଯାତ୍ରାରେ ପୂର୍ଣ୍ଣଚ୍ଛେଦ…

ଆନ୍ତଃ ଜିଲା ପେନ୍‌ସନ ଅଦାଲତ ଉଦ୍‌ଘାଟିତ ୬୯୨ ପେନ୍‌ସନ, ଭବିଷ୍ୟନିଧି ଅଭିଯୋଗର ଶୁଣାଣି

କୋରାପୁଟ,୨୨ା୫(ଅମିତାଭ ବେହେରା)-କୋରାପୁଟ ସଦ୍‌ଭାବନା ଗୃହରେ ୨ଦିନିଆ ଆନ୍ତଃ ଜିଲା ପେନ୍‌ସନ ଅଦାଲତ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନ୍‌ସନ ଓ ଭବିଷ୍ୟନିଧି ସମ୍ବନ୍ଧୀୟ ବକେୟା…

କଳାବୈଶାଖୀର ତାଣ୍ଡବ: ଦାରିଙ୍ଗବାଡିରେ ଉପୁଡିଲା ବଡ଼ ବଡ଼ ଗଛ, ଭାଙ୍ଗିଲା ଘର

ଦାରିଙ୍ଗବାଡି, ୨୨।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଏକାଧିକ ସ୍ଥାନରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଗୋପାଳପୁରରୁ ରାଇପୁରକୁ ସଂଯୋଗ…

ଗାଈଗୋଠରେ ବଜ୍ରାଘାତ, ଆଉ ତା’ପରେ…

ଗୁଣୁପୁର,୨୨।୫(ସୁଜାତା ପାଢ଼ୀ): କାଳବୈଶାଖୀ ପ୍ରଭାବରେ ରାୟଗଡ଼ା ଜିଲା ଗୁଣପୁର ଅଞ୍ଚଳରେ ଶୁକ୍ରବାର ଝଡ଼ତୋଫାନ ସହ ପ୍ରବଳ ବର୍ଷା ହୋଇଛି। ସେତିକିବେଳେ ଗୁଣପୁର ଓଭର ବ୍ରିଜ କୃଷି ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri