ଆରମ୍ଭ ହେଲା ପରିଣିତି-ରାଘବଙ୍କ ପ୍ରି ଓ୍ବେଡିଂ ଫଙ୍କସନ, କିର୍ତ୍ତନ ପରେ ଏବେ ଚୋପ୍ରା-ଚଢା ଫ୍ୟାମିଲିଙ୍କ ମଧ୍ୟରେ ହେବ କ୍ରିକେଟ ମ୍ୟାଚ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ଓ ଆମ ଆଦମୀ ପାର୍ଟି(ଏଏପି) ନେତା ରାଘବ ଚଢା ଏବେ ସେମାନଙ୍କ ବିବାହକୁ ନେଇ ଖୁବ ଚର୍ଚ୍ଚାରେ। ଆଉ ମାତ୍ର କେଇ ଦିନ ମଧ୍ୟରେ ଏମାନେ ବିବାହ ବନ୍ଧନରେ ବାନ୍ଧି ହୋଇଯିବେ। କପଲ ୧୩ ମେ’ ୨୦୨୩ରେ ଦିଲ୍ଲୀରେ ଏନଗେଜମେଣ୍ଟ କରିଥିଲେ। ବର୍ତ୍ତମାନ ଚୋପ୍ରା ଏବଂ ଚଢା ପରିବାରରେ ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି।
ଖବର ଅନୁଯାୟୀ,ପରିଣିତି ଓ ରାଘବ ୨୪ ସେପ୍ଟେମ୍ବର ୨୦୨୩ରେ ଉଦୟପୁରରେ ବିବାହ କରିବେ। ଲାଟେଷ୍ଟ ରିପୋର୍ଟ ଅନୁଯାୟୀ, ଏହି କପଲ ଏକ ଇଣ୍ଟିମେଣ୍ଟ ଗେଟ ଟୁଗେଦର ଓ କୀର୍ତ୍ତନ ସହିତ ସେମାନଙ୍କର ବିବାହ ଉତ୍ସବ ଆରମ୍ଭ କରିଛନ୍ତି।
ପରିଣିତି ଚୋପ୍ରା ଏବଂ ରାଘବ ଚଢାଙ୍କ ପ୍ରି ଓ୍ବେଡିଂ ଫଙ୍କସନ ଆରମ୍ଭ ହୋଇ ଯାଇଛି। ଉଭୟଙ୍କ ପରିବାର ବର୍ତ୍ତମାନ ବିବାହ ପୂର୍ବରୁ ଦିଲ୍ଲୀରେ ଅଛନ୍ତି, ଯେଉଁଥିରେ ଅରଦାସ ଏବଂ କୀର୍ତ୍ତନରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗତକାଲି ପରିଣିତି ଏବଂ ରାଘବଙ୍କ ବିବାହ କାର୍ଯ୍ୟ ଅରଦାସରୁ ଆରମ୍ଭ ହୋଇଥିଲା।
ଇଟାଇମ୍ସ ରିପୋର୍ଟ ଅନୁଯାୟୀ, ଉତ୍ସବରେ ଏକ ମଜାଦାର ଟୁଇଷ୍ଟ ଆଡ କରିବାକୁ ଦମ୍ପତିଙ୍କ ପରିବାର ଏକ କ୍ରିକେଟ ମ୍ୟାଚ ରେ ଯୋଗଦେବେ। ଏକ ସୂତ୍ରରୁ ଜଣାପଡିଛି, ‘ଅତିଥିମାନଙ୍କ ପାଇଁ ଅନେକ ମଜାଦାର କାର୍ଯ୍ୟକ୍ରମ ଯୋଜନା କରାଯାଇଛି ଏବଂ ସେଥିମଧ୍ୟରୁ ଗୋଟିଏ ହେଉଛି କ୍ରିକେଟ ମ୍ୟାଚ। ତେଣୁ ଏହା ପ୍ରକୃତରେ ରୋମାଞ୍ଚକର ହେବ କାରଣ ଏହା ଚୋପ୍ରା ବନାମ ଚଢା ଫ୍ୟାମିଲି କ୍ରିକେଟ ମ୍ୟାଚ ହେବ। ଏହି ମଜାଳିଆ କାର୍ଯ୍ୟକଳାପରେ ଦମ୍ପତିଙ୍କ ସାଙ୍ଗମାନେ ମଧ୍ୟ ଭାଗ ନେବାକୁ ଯାଉଛନ୍ତି।
ହଁ ଏହି କପଲ କ୍ରିକେଟର ବଡ଼ ପ୍ରଶଂସକ। ମେ’ରେ ଆଇପିଏଲ ମ୍ୟାଚ ଦେଖୁଥିବା ବେଳେ ଉଭୟ ମୋହାଲି ଷ୍ଟାଡିୟମରେ ନଜର ଆସିଥିଲେ। ପରେ ଜୁନରେ ସେ ଲଣ୍ଡନରେ ଭାରତ ବନାମ ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ମଧ୍ୟ ଭାଗ ନେଇଥିଲେ।
ଦିଲ୍ଲୀରେ କ୍ରିକେଟ ମ୍ୟାଚ ପରେ ବରକନ୍ୟା ଓ ଉଭୟଙ୍କ ପରିବାର ପରିବାର ଉଦୟପୁର ଯିବେ, ଯେଉଁଠାରେ ବାକି କାର୍ଯ୍ୟ ୨୩ସେପ୍ଟେମ୍ବରରେ ହେବ, ପରେ ବିବାହ ୨୪ ସେପ୍ଟେମ୍ବରରେ ହେବ। ବର୍ତ୍ତମାନ, ଚୋପ୍ରା ଏବଂ ଚଢା ଫ୍ୟାମିଲି ଏମାନଙ୍କ ବିବାହକୁ ନେଇ ବହୁତ ଉତ୍ସାହିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନ ଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ

ବାରିପଦା,୧୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡିହା ଛକ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବେକକୁ ଏକ…

ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦ୍‌ଘାଟନ କରି ବିଧାୟକ କହିଲେ…

ଭଞ୍ଜନଗର,୧୩ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଜିଲୁଣ୍ଡିପଲ୍ଲୀସ୍ଥିତ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ…

କେନ୍ଦ୍ର ସରକାରଙ୍କ ବଡ଼ ସୂଚନା, ୧୫ ସେପ୍ଟେମ୍ୱରରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର!

ନୂଆଦିଲ୍ଲୀ,୧୩।୯: ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ବୃଦ୍ଧି କରାଯାଇଥିବା ସମୟସୀମା ଅନୁଯାୟୀ, ବର୍ତ୍ତମାନ ୧୪ ସେପ୍ଟେମ୍ୱର ୨୦୨୬ ସୁଦ୍ଧା ଇ-କେୱାଇସି (eKYC) କରିବାକୁ ପଡ଼ିବ। ର୍ନିଦ୍ଧାରିତ…

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

ଆଜି ସୂର୍ଯ୍ୟଙ୍କ ନକ୍ଷତ୍ର ଗୋଚରରେ ୫ ରାଶିଙ୍କୁ ଅପାର ଲାଭ; ଅଚାନକ ମିଳିବ ଟଙ୍କା, ଗାଡ଼-ଘର କିଣିବେ…

ସୂର୍ଯ୍ୟ ଉତ୍ତରାଫାଲ୍ଗୁନୀ ନକ୍ଷତ୍ରରେ ୨୭ ସେପ୍ଟେମ୍ୱର ପର୍ଯ୍ୟନ୍ତ ରହିବେ। ଏହା ପରେ ହସ୍ତା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହଙ୍କର ଏହି ନକ୍ଷତ୍ର ଚଳନ ଯୋଗୁଁ ଅନେକ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?