ପରୀ ପ୍ରସଙ୍ଗ: ଆନ୍ଦୋଳନ ଜିଦ୍‌ରେ ଭାଜପା

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ):ନୟାଗଡ଼ ଜିଲାର ପରୀ ହତ୍ୟାକାଣ୍ଡକୁ ନେଇ ରାଜନୈତିକ ଲଢ଼େଇ ଥମିବାର ନଁା ଧରୁନାହିଁ। କିନ୍ତୁ ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ମଧ୍ୟରେ ମତଭେଦ ଦେଖିବାକୁ ମିଳିଲାଣି। ଉକ୍ତ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ୍‌ଆଇଟି ତଦନ୍ତ ନେଇ ଘୋଷଣା କରିବା ପରେ କଂଗ୍ରେସ ଏହା ନିଜର ସଫଳତା କହି ଭାଜପାଠାରୁ ମତ ଦୂରେଇଛି। ହେଲେ ଭାଜପା ଏହି ପ୍ରସଙ୍ଗରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଇସ୍ତଫା ଦାବି କରିବା ସାଙ୍ଗକୁ ଶାସକ ଦଳ ସହ କଂଗ୍ରେସ ସଲସୁତୁରା କରିଥିବା ଅଭିଯୋଗ ଆଣିଛି। ଏପରି କି ଭାଜପା ରାସ୍ତାକୁ ଓହ୍ଲାଇବା ସାଙ୍ଗକୁ ଜୋର୍‌ଦାର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ରବିବାର ଖବରଦାତା ସମ୍ମିଳନୀ କରି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି, ପରୀକୁ ନ୍ୟାୟ ପାଇଁ ହେଉଥିବା ରାଜ୍ୟବାସୀଙ୍କ ଲଢେଇକୁ ନିର୍ଣ୍ଣାୟକ ମୋଡ଼ ପର୍ଯ୍ୟନ୍ତ ନେବା ଲାଗି ଭାଜପା ବଦ୍ଧପରିକର। କଂଗ୍ରେସ ଶାସକ ଦଳର ସୁରକ୍ଷା କବଚ ସାଜି ପରୀ ପାଇଁ ହେଉଥିବା ନ୍ୟାୟ ଲଢେଇକୁ ଧୋକା ଦେଇଛି। ଆଖିକୁ ଧର୍ମଠାର ଭଳି ସରକାରଙ୍କ ଦ୍ୱାରା ଗଠିତ ଏସ୍‌ଆଇଟି ଟିମ୍‌ରେ ଥିବା ସମସ୍ତ ୫ ସଦସ୍ୟ ରାଜ୍ୟ ସରକାରୀ କର୍ମଚାରୀ। ଏହାଦ୍ୱାରା ନିରପେକ୍ଷ ତଦନ୍ତ ଆଦୌ ସମ୍ଭବ ନୁହେଁ। କେବଳ ସିବିଆଇ ଦ୍ୱାରା ତଦନ୍ତ ହେଲେ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିପାରିବ। ଭାଜପା କେବେହେଲେ ଏସ୍‌ଆଇଟି ତଦନ୍ତ ଦାବି କରିନାହିଁ। କଂଗ୍ରେସକୁ ସାଥି କରି ଶାସକ ବିଜେଡି ଘଟଣାକୁ ଚାପି ଦେବାର ଅପପ୍ରୟାସ କରୁଛି ବୋଲି ପ୍ରଦୀପ୍ତ ଅଭିଯୋଗ କରିଛନ୍ତି। ପରୀ ଭଳି ରାଜ୍ୟର ୫୩୨୩ ଶିଶୁ ନିଖୋଜ ଅଛନ୍ତି। ଏନେଇ ରାଜ୍ୟ ସରକାର ସାମାନ୍ୟ ଟେର୍‌ ପାଉନାହାନ୍ତି। ଏଭଳି ଗମ୍ଭୀର ଘଟଣାଗୁଡିକ ପାଇଁ ସରକାର ଆଦୌ ସମ୍ବେଦନଶୀଳ ନୁହନ୍ତି ବୋଲି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ା
ଅନ୍ୟପକ୍ଷରେ ଘଟଣାର ସିବିଆଇ ତଦନ୍ତ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ଭାଜପା ସଦସ୍ୟମାନେ ରବିବାର ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରିଥିଲେ। ସେମାନେ ବାଚସ୍ପତିଙ୍କ ପୋଡିୟମ୍‌ ଉପରକୁ ଚଢ଼ିବା ସହ ଶନିବାର ଭଳି ପୁଣିଥରେ ମାଇକ୍‌ ଟଣାଓଟରା କରିଥିଲେ। ପରିସ୍ଥିତି ଅସମ୍ଭାଳ ହେବାରୁ ବାଚସ୍ପତି ୧୦ଟା ୫୩ରୁ ୧୧ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ଏହାପରେ ଭାଜପା ସଦସ୍ୟମାନେ କଳା ଗାମୁଛା ପକାଇ ବିଧାନସଭା ପରିସରସ୍ଥ ଗାନ୍ଧିମୂର୍ତ୍ତି ତଳେ ସରକାରଙ୍କ ବିରୋଧରେ ଧାରଣା ଦେଇ ପ୍ରତିବାଦ କରିଥିଲେ। ବିଜେଡି-କଂଗ୍ରେସର ଅସାଧୁ ମେଣ୍ଟ ପରୀକୁ ନ୍ୟାୟ ଦେବାରେ ପ୍ରତିବନ୍ଧକ ସାଜିଛି ବୋଲି ଅଭିଯୋଗ କରି ସେମାନେ ନାରାବାଜି କରିଥିଲେ। ଅପରାହ୍ନ ଅଧିବେଶନରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଜଣେ ଅଟୋଚାଳକଙ୍କ ଝିଅର ଜୀବନ ମୂଲ୍ୟ କ’ଣ କିଛି ନାହିଁ ବୋଲି ବାଚସ୍ପତିଙ୍କୁ ପ୍ରଶ୍ନ କରିଥିଲେ। ଏସ୍‌ଆଇଟି ତଦନ୍ତରେ ଆମେ ବିଶ୍ୱାସ କରୁନୁ। ସିବିଆଇ ତଦନ୍ତ ସହ ମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ। ପଦପଦବୀରେ ରହିଲେ ସତ୍ୟାସତ୍ୟ ଆସିପାରିବନି। ବାବୁଲି ନାୟକ ଅଙ୍ଗ ତସ୍କରୀରେ ଅଛି କି ନାହିଁ, ଭୁବନେଶ୍ୱରର କେଉଁ ହସ୍ପିଟାଲ୍‌ରେ ଏଭଳି କାର୍ଯ୍ୟ କରାଯାଉଛି, କାହାକୁ ଅଙ୍ଗ ପ୍ରଦାନ କରାଯାଉଛି, ତାହା ପ୍ରଘଟ ହେବା ଦରକାର ବୋଲି ନାଏକ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri