ପରୀ ହତ୍ୟାକାଣ୍ଡ: ଗିରଫ ଅଭିଯୁକ୍ତ ନାବାଳକ ବୋଲି କହିଲେ ପୋକ୍ସୋ କୋର୍ଟ

ନୟାଗଡ଼ ଅଫିସ,୫।୧: ବହୁଚର୍ଚ୍ଚିତ ପରୀ ହତ୍ୟା ଘଟଣାରେ ଜେଲରେ ଥିବା ଅଭିଯୁକ୍ତ ସାବାଳକ ନୁହନ୍ତି ବରଂ ନାବାଳକ। ଏହା କହିଛନ୍ତି ନୟାଗଡ଼ ପୋକ୍‌ସୋ କୋର୍ଟ। ମଙ୍ଗଳବାର କ୍ରାଇମ୍‌ବ୍ରାଞ୍ଚ ଏସ୍‌ଆଇଟି ପକ୍ଷରୁ ଅଭିଯୁକ୍ତଙ୍କ ନାର୍କୋ ଆନାଲିସିସ୍‌ ପାଇଁ କରାଯାଇଥିବା ଆବେଦନର ଶୁଣାଣି କରି କୋର୍ଟ କହିଛନ୍ତି, ଗିରଫ ଅଭିଯୁକ୍ତ ନାବାଳକ। କୋର୍ଟରେ ଅଭିଯୁକ୍ତଙ୍କ ଓକିଲ ଦାଖଲ କରିଥିବା ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ୍‌ରୁ ତାହା ସ୍ପଷ୍ଟ ହୋଇଛି। ଏହାଛଡ଼ା ଏସ୍‌ଆଇଟି କରିଥିବା ନାର୍କୋ ଟେଷ୍ଟ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଛନ୍ତି। ଏହାକୁ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ପଠାଇ ଦିଆଯାଇଛି। ତେବେ ଏହା ଏସ୍‌ଆଇଟି ପାଇଁ ବଡ ଝଟକା ବୋଲି କୁହାଯାଉଛି। କାରଣ ଅଭିଯୁକ୍ତଙ୍କୁ ସାବାଳକ ଦର୍ଶାଇ ଏସ୍‌ଆଇଟି କୋର୍ଟ ଚାଲାଣ କରିଥିଲା।

ପ୍ରକାଶ ଯେ, ଗତ ଡିସେମ୍ବର ୨୧ରେ ଏସ୍‌ଆଇଟି ଅଭିଯୁକ୍ତ କଲେଜ ଛାତ୍ରଙ୍କୁ କୋର୍ଟ ଚାଲାଣ କରିଥିଲା। ସୋମବାର ତାଙ୍କର ବିଚାର ବିଭାଗୀୟ ମିଆଦ ଶେଷ ହେବା ପରେ ଏସ୍‌ଆଇଟି କୋର୍ଟରେ ହାଜର କରାଇ ଜେଲ ପଠାଇଥିଲା। ଏତଦବ୍ୟତିତ ତାଙ୍କର ନାର୍କୋ ଆନାଲିସିସ୍‌ ପାଇଁ କୋର୍ଟରେ ଆବେଦନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ଅବହେଳାରୁ ନର୍ସିଂହୋମରେ ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ

ନୟାଗଡ଼ ଅଫିସ,୧୦ା୮: ନୟାଗଡ଼ ଜିଲା ସଦର ମହକୁମାରେ ଥିବା ବିଭିନ୍ନ ନର୍ସିଂହୋମ୍‌ରେ ମାଲିକମାନଙ୍କ ରାଜୁତି ଦେଖିବାକୁ ମିଳୁଛି। ଦୁଇଦିନରେ ଦୁଇଟି ନର୍ସିଂହୋମରେ ଏଭଳି କିଛି ଘଟଣା...

ବିପୁଳ ପରିମାଣର ବିଦେଶୀ ମଦ ଜବତ: ୨ ବ୍ୟବସାୟୀ କୋର୍ଟ ଚାଲାଣ

ଠାକୁରମୁଣ୍ଡା,୨୨।୧୧(ଡି.ଏନ୍‌.ଏ.): ଅବକାରୀ ବିଭାଗ ଦାରା ଶୁକ୍ରବାର ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଅବକାରୀ ଥାନା ଅନ୍ତର୍ଗତ ଠାକୁରମୁଣ୍ଡା ଓ ଚମ୍ପାଝର ବଜାର ଅଞ୍ଚଳରୁ ବିପୁଳ ପରିମାଣର ଚୋରା...

ବିଧାନସଭାରେ ବିରୋଧୀ ମୁହାଁମୁହିଁ: ହାଇକୋର୍ଟ ବେଞ୍ଚ ସ୍ଥାପନକୁ ନେଇ କଂଗ୍ରେସର ହଟ୍ଟଗୋଳ, ଗୃହ ମୁଲତବୀ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ବିଧାନସଭାରେ ବିରୋଧୀ ଦଳ ଦୁଇଫାଳ। ସରକାରଙ୍କୁ ଘେରିବା ପରିବର୍ତ୍ତେ ପରସ୍ପରକୁ ବିରୋଧ କରୁଛନ୍ତି। ଭିନ୍ନ ଭିନ୍ନ ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ଭାଜପା ବିଧାନସଭାରେ...

ରାଜନଗରରେ ବିଜୁଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ, ମୁଣ୍ଡ କାଟିନେଲେ ଦୁର୍ବୃତ୍ତ

ରାଜନଗର,୧୦।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ତ୍ରିନାଥ ବଜାରସ୍ଥିତ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ କରାଯାଇଛି। ଦୁର୍ବୃତ୍ତମାନେ ପ୍ରତିମୂର୍ତ୍ତିରୁ ମୁଣ୍ଡ...

ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ: ‘ଓଡ଼ିଶାକୁ ଅନ୍ତର୍ଜାତୀୟ ବିମାନ ସଂଖ୍ୟା ବୃଦ୍ଧି କରାଯାଉ’

ଭୁବନେଶ୍ୱର, ୧୯।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଅଧିକ ଅନ୍ତର୍ଜାତୀୟ ବିମାନ ସଂଯୋଗ ଓ ଘରୋଇ ବିମାନ ଚଳାଚଳକୁ ଆହୁରି ବ୍ୟାପକ କରିବା ପାଇଁ ମଙ୍ଗଳବାର...

କମିଶନରେଟ ପୋଲିସର ନିର୍ଦ୍ଦେଶାବଳୀ: ଜାଣନ୍ତୁ ଆଇଡି କାର୍ଡ ଦେଖାଇ କେଉଁମାନେ ଶଟ୍‌ଡାଉନ୍‌ରେ ଯାଇପାରିବେ

ଭୁବନେଶ୍ୱର, ୫।୬(ବ୍ୟୁରୋ): ଶଟ୍‌ଡାଉନ୍‌କୁ ନେଇ କମିଶନରେଟ ପୋଲିସ ପକ୍ଷରୁ ଶୁକ୍ରବାର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଜରୁରୀ କାର୍ଯ୍ୟ ବ୍ୟତୀତ ଏହି ଦୁଇ ଦିନ ଘରୁ ନ...

ଚିକିଛା ସାହାଯ୍‌ ଆଶ୍‌ରେ କୈଳାସ

ଲାଠୋର,୯।୩ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଗଁାର କୈଳାସ ମହାନନ୍ଦ (୫୦)। ଅନେକ ଦିନ୍‌ ହେଲା ପରିଶ୍ରା ଜନିତ ସମସିଆରେ ପୀଡ଼ିତ ଅଛନ୍‌।...

କୋଟିପତି ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଗୁଣପୁର,୨୪।୧୨(ଡି.ଏନ୍‌.ଏ.)-ରାୟଗଡ଼ା ଜିଲା ଗୁଣପୁର ପୂର୍ତ୍ତ ବିଭାଗ ଉପ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଉଦ୍ଧବ ପାଢୀଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରହିଥିଲା।...

Advertisement
Archives

Model This Week