ପରୀ ହତ୍ୟାକାଣ୍ଡ: ଚିଲ୍‌ଡ୍ରେନ୍‌ କୋର୍ଟରେ ଚାର୍ଜଫ୍ରେମ୍‌

ନୟାଗଡ ଅଫିସ,୨୦।୮: ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ଶୁଣାଣି ଆରମ୍ଭ ହେବା ପାଇଁ ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ଚିଲଡ୍ରେନ୍‌ କୋର୍ଟର ବିଚାରପତି ଇତିଶ୍ରୀ ମହାପାତ୍ର ଗୁରୁବାର ଚାର୍ଜଫ୍ରେମ କରିଛନ୍ତି। ଆଇପିସି ଦଫା ୩୭୬(ଏ), ୩୭୬(ଏବି), ୩୬୪, ୩୦୨, ୨୦୧, ପୋକ୍‌ସୋ ଆଇନର ଧାରା ୬କୁ ଆଧାର କରି ସେପ୍ଟେମ୍ବର ୨୦ରୁ ଏହି ଶୁଣାଣି ହେବ। ଏଥିରେ ୭୦ ଜଣ ସାକ୍ଷୀ ଅଛନ୍ତି। ଗୁରୁବାର କଲେଜ ଛାତ୍ରଙ୍କୁ କୋର୍ଟରେ ହାଜର କରାଯାଇଥିଲା ବୋଲି ଆଇନଜୀବୀ ଚନ୍ଦ୍ରବିଜୟୀ ମିଶ୍ର ଓ ସରକାରୀ ଓକିଲ ଅନୱର ମଲ୍ଲିକ କହିଛନ୍ତି। ପ୍ରକାଶ ଯେ, ନୟାଗଡ଼ ସଦର ଥାନା ଯଦୁପୁରରେ ଗତବର୍ଷ ଜୁଲାଇ ୧୪ରେ ୫ବର୍ଷର ଶିଶୁକନ୍ୟା ପରୀ ଗଁାଦାଣ୍ଡରେ ଖେଳୁଥିବାବେଳେ ନିଖୋଜ ହୋଇଥିଲେ। ସେହିମାସ ୨୩ ତାରିଖରେ କିଛି ଖପୁରି ଓ ହାଡ ଜବତ ହୋଇଥିଲା। ଏହି ଘଟଣାରେ ପୋଲିସର ତଦନ୍ତ ସନ୍ଦେହଘେରରେ ରହିବାରୁ ଗତ ନଭେମ୍ବର ୨୪ରେ ପରୀର ମା’ ସୌଦାମିନୀ ସାହୁ ଓ ବାପା ଅଶୋକ ସାହୁ ବିଧାନସଭା ସମ୍ମୁଖରେ ଦେହରେ ନିଅଁା ଲଗାଇ ଆତ୍ମାହୁତି କରିବାକୁ ଚେଷ୍ଟା କରିଥିଲେ। ଏହି ଘଟଣା ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଥିଲା। ପରେ କ୍ରାଇମବ୍ରାଞ୍ଚର ଏସ୍‌ଆଇଟି ପକ୍ଷରୁ ତଦନ୍ତ କରାଯାଇ ଜଣେ ନାବାଳକ କଲେଜ ଛାତ୍ରଙ୍କୁ ଅଭିଯୁକ୍ତ ଦର୍ଶାଇ କୋର୍ଟରେ ହାଜର କରାଯାଇଥିଲା। କଲେଜ ଛାତ୍ର ବାଳ ସୁଧାର ଗୃହରେ ଅଛନ୍ତି। ତେବେ ପରୀ ହତ୍ୟାକାଣ୍ଡର ତଦନ୍ତ ଠିକ୍‌ କରାଯାଉ ନାହିଁ ବୋଲି ମା’ ବାପା ପ୍ରଶ୍ନ ଉଠାଇଥିଲେ। ଏପରିକି ତଦନ୍ତ ଉପରେ ଅସନ୍ତୋଷ ବ୍ୟକ୍ତ କରି ସିବିଆଇ ତଦନ୍ତ ଦାବିରେ ଗତ ଜାନୁୟାରୀରେ ପରୀର ମା’ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇ ମାମଲାର ସିବିଆଇ ତଦନ୍ତକୁ ବିରୋଧ କରାଯାଇଛି। ଇତିମଧ୍ୟରେ ପରୀ ନିଖୋଜ, ହତ୍ୟା, ବଳାତ୍କାରକୁ ଗତ ଜୁଲାଇ ୧୪ରେ ବର୍ଷେ ପୂରିଯାଇଛି। ପରୀର ମା’ବାପା ନ୍ୟାୟ ପାଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri