ପରୀ ହତ୍ୟାକାଣ୍ଡ: ଚିଲ୍‌ଡ୍ରେନ୍‌ କୋର୍ଟରେ ଚାର୍ଜଫ୍ରେମ୍‌

ନୟାଗଡ ଅଫିସ,୨୦।୮: ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ଶୁଣାଣି ଆରମ୍ଭ ହେବା ପାଇଁ ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ଚିଲଡ୍ରେନ୍‌ କୋର୍ଟର ବିଚାରପତି ଇତିଶ୍ରୀ ମହାପାତ୍ର ଗୁରୁବାର ଚାର୍ଜଫ୍ରେମ କରିଛନ୍ତି। ଆଇପିସି ଦଫା ୩୭୬(ଏ), ୩୭୬(ଏବି), ୩୬୪, ୩୦୨, ୨୦୧, ପୋକ୍‌ସୋ ଆଇନର ଧାରା ୬କୁ ଆଧାର କରି ସେପ୍ଟେମ୍ବର ୨୦ରୁ ଏହି ଶୁଣାଣି ହେବ। ଏଥିରେ ୭୦ ଜଣ ସାକ୍ଷୀ ଅଛନ୍ତି। ଗୁରୁବାର କଲେଜ ଛାତ୍ରଙ୍କୁ କୋର୍ଟରେ ହାଜର କରାଯାଇଥିଲା ବୋଲି ଆଇନଜୀବୀ ଚନ୍ଦ୍ରବିଜୟୀ ମିଶ୍ର ଓ ସରକାରୀ ଓକିଲ ଅନୱର ମଲ୍ଲିକ କହିଛନ୍ତି। ପ୍ରକାଶ ଯେ, ନୟାଗଡ଼ ସଦର ଥାନା ଯଦୁପୁରରେ ଗତବର୍ଷ ଜୁଲାଇ ୧୪ରେ ୫ବର୍ଷର ଶିଶୁକନ୍ୟା ପରୀ ଗଁାଦାଣ୍ଡରେ ଖେଳୁଥିବାବେଳେ ନିଖୋଜ ହୋଇଥିଲେ। ସେହିମାସ ୨୩ ତାରିଖରେ କିଛି ଖପୁରି ଓ ହାଡ ଜବତ ହୋଇଥିଲା। ଏହି ଘଟଣାରେ ପୋଲିସର ତଦନ୍ତ ସନ୍ଦେହଘେରରେ ରହିବାରୁ ଗତ ନଭେମ୍ବର ୨୪ରେ ପରୀର ମା’ ସୌଦାମିନୀ ସାହୁ ଓ ବାପା ଅଶୋକ ସାହୁ ବିଧାନସଭା ସମ୍ମୁଖରେ ଦେହରେ ନିଅଁା ଲଗାଇ ଆତ୍ମାହୁତି କରିବାକୁ ଚେଷ୍ଟା କରିଥିଲେ। ଏହି ଘଟଣା ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଥିଲା। ପରେ କ୍ରାଇମବ୍ରାଞ୍ଚର ଏସ୍‌ଆଇଟି ପକ୍ଷରୁ ତଦନ୍ତ କରାଯାଇ ଜଣେ ନାବାଳକ କଲେଜ ଛାତ୍ରଙ୍କୁ ଅଭିଯୁକ୍ତ ଦର୍ଶାଇ କୋର୍ଟରେ ହାଜର କରାଯାଇଥିଲା। କଲେଜ ଛାତ୍ର ବାଳ ସୁଧାର ଗୃହରେ ଅଛନ୍ତି। ତେବେ ପରୀ ହତ୍ୟାକାଣ୍ଡର ତଦନ୍ତ ଠିକ୍‌ କରାଯାଉ ନାହିଁ ବୋଲି ମା’ ବାପା ପ୍ରଶ୍ନ ଉଠାଇଥିଲେ। ଏପରିକି ତଦନ୍ତ ଉପରେ ଅସନ୍ତୋଷ ବ୍ୟକ୍ତ କରି ସିବିଆଇ ତଦନ୍ତ ଦାବିରେ ଗତ ଜାନୁୟାରୀରେ ପରୀର ମା’ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇ ମାମଲାର ସିବିଆଇ ତଦନ୍ତକୁ ବିରୋଧ କରାଯାଇଛି। ଇତିମଧ୍ୟରେ ପରୀ ନିଖୋଜ, ହତ୍ୟା, ବଳାତ୍କାରକୁ ଗତ ଜୁଲାଇ ୧୪ରେ ବର୍ଷେ ପୂରିଯାଇଛି। ପରୀର ମା’ବାପା ନ୍ୟାୟ ପାଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri