ଭାଇରାଲ ଭିଡିଓରେ ପରୀ ହତ୍ୟା

ନୟାଗଡ଼ ଅଫିସ,୧୯।୨:ବହୁଚର୍ଚ୍ଚିତ ପରୀ ହତ୍ୟା ଘଟଣାରେ ନାବାଳକ କଲେଜ ଛାତ୍ରଙ୍କ ସହ ଜଣେ ବ୍ୟକ୍ତିିଙ୍କ କଥୋପକଥନର ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ କଲେଜ ଛାତ୍ର ପରୀକୁ ତଳେ ପକାଇ ତଣ୍ଟିଚିପି ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ଏ ସଂକ୍ରାନ୍ତରେ ଲିଖିତ ଭାବେ ଦେବାକୁ ସେ ରୋକ୍‌ଠୋକ୍‌ ମନା କରିଦେଉଥିବା ଭିଡିଓରେ ରହିଛି। ତେବେ ପଚାରୁଥିବା ବ୍ୟକ୍ତି କଲେଜ ଛାତ୍ରଙ୍କ ବିଷୟରେ ବହୁ ତଥ୍ୟ ଜାଣିଥିବା ଭିଡିଓରୁ ଜଣାପଡୁଛି। ଅଧିକାଂଶ ପ୍ରଶ୍ନର ଉତ୍ତର କଲେଜ ଛାତ୍ର ହଁ ନଁାରେ ଶେଷ କରୁଛନ୍ତି।
ଅନ୍ୟପକ୍ଷେ ଭଉଣୀ ବାହାଘର ନେଇ କଲେଜ ଛାତ୍ର ଚିନ୍ତିତ ଥିବା ଏହି ଭିଡିଓରୁ ଜଣାପଡିଛି। ଭଉଣୀ ବାହାଘର କିପରି ହେବ, ମୋତେ ବାହାଘରକୁ ଛାଡିବେ ବୋଲି କଲେଜ ଛାତ୍ର ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅନୁରୋଧ କରୁଥିବା ଭିଡିଓରେ ରହିଛି। ଭାଇରାଲ ଭିଡିଓରେ କଲେଜ ଛାତ୍ର କହୁଛନ୍ତି ମା’ଓ ଭଉଣୀ ନ ଥିବାବେଳେ ଘରକୁ ପରୀକୁ ଡାକିଥିଲି। ସେ ଘରକୁ ଆସିବା ପରେ ତାକୁ କୁଣ୍ଢାଇ ପକାଇଥିଲି। ମୁଁ ପରୀକୁ ବଳାକତ୍ାର କରିବାକୁ ଚାହିଁଥିଲି। ସେଥିପାଇଁ ତା’ର ଲେଗିନ୍ସ ଖୋଲିଥିଲି। ହେଲେ ଖରାପ ଓ ଦୁଃଖ ଲାଗିବାରୁ ବଳାକତ୍ାର କରିଲି ନାହିଁ। ମୃତଦେହ ଫିଙ୍ଗିବା ପୂର୍ବରୁ ପରୀର ଲେଗିନ୍ସ ଫୋପାଡି ଦେଇଥିଲି। ପରେ କାନ୍ଥରେ ଥିବା ଅଖାରେ ଭର୍ତ୍ତି କରି ପରୀର ମୃତଦେହକୁ ବାରିପଟ ପୋଖରୀ କୂଳରେ ପକାଇଥିଲି। ଉପରେ ନଡିଆ ବାହୁଙ୍ଗା ଘେରାଇ ଦେଇଥିଲି। ସବୁ କାମ ଶେଷ ପରେ ସ୍ନାନ କରିଥିଲି। ଅପରାହ୍ନରେ ପରୀର ମା’ ବହୁ ଖୋଜାଖୋଜି କରିବା ପରେ ଝିଅକୁ ପାଇ ନ ଥିଲେ। ପରୀକୁ ଦେଖିଛି କି କ’ଣ ମୋତେ ପଚାରିଥିଲେ। ମୁଁ ଦେଖି ନାହିଁ କହିଥିଲି। ପରେ ଗଁାରେ ସର୍ଭେ କରି ଅପରାହ୍ନରେ ମା’ ଘରକୁ ଫେରିଥିଲେ। ସେ ମୋତେ ପରୀକୁ ଦେଖିଛୁ ନା କ’ଣ ପଚାରିଥିଲେ। ମୁଁ ମନା କରି ଦେଇଥିଲି। ପରୀ ହତ୍ୟା ସମ୍ପର୍କରେ ମା’ ଭଉଣୀକୁ ମୁଁ କହି ନାହିଁ ବୋଲି କଲେଜ ଛାତ୍ର କହୁଥିବା ଭିଡିଓରେ ରହିଛି।
ଅନ୍ୟପକ୍ଷେ ଏହି ଭିଡିଓ କିଏ ଓ କାହିଁିକି ଭାଇରାଲ କରିଛନ୍ତି ସେ ସଂକ୍ରାନ୍ତରେ କିଛି ସ୍ପଷ୍ଟ ହୋଇନାହିଁ। ଭାଇରାଲ ଭିଡିଓର ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରୀର ମା’ବାପା। ପରୀର ବାପା ଅଶୋକ ସାହୁ ଓ ମା’ ସୌଦାମିନୀ କୁହନ୍ତି, ମାରପିଟ୍‌ କରି ଓ ଟଙ୍କା ଲୋଭ ଦେଖାଇ ଏଭଳି ଭିଡିଓ ପ୍ରସ୍ତୁତ କରାଯାଇଛି। ଏହାର ସତ୍ୟତା ନାହିଁ। ପରୀ ହତ୍ୟା ଘଟଣାକୁ ସିବିଆଇକୁ ତଦନ୍ତ ପାଇଁ ଦିଆଯାଉ ବୋଲି ଆମେ ବାରମ୍ବାର ଦାବି କରି ଆସିଛୁ। ଆମ ଅଭିଯୋଗକୁ ଅଣଦେଖା କରାଯାଉଛି। ଆଇନଜୀବୀ ଚନ୍ଦ୍ର ବିଜୟ ମିଶ୍ର ଭାଇରାଲ ଭିଡିଓର ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ସ୍ବୀକାରୋକ୍ତି ଭିଡିଓ କୋର୍ଟରେ ଗ୍ରହଣୀୟ ନୁହେଁ। ଏହା ହେଉଛି କ୍ରାଇମବ୍ରାଞ୍ଚ ଏସ୍‌ଆଇଟିର ମୁଖ୍ୟ ଅରୁଣ ବୋଥ୍ରାଙ୍କ ଜାମୁକୋଳି ଉପାଖ୍ୟାନର ଚୂଡାନ୍ତ ପର୍ଯ୍ୟାୟ। ଡରାଇ ଧମକାଇ ନାବାଳକଙ୍କୁ ରାଜି କରାଇବାକୁ ଚେଷ୍ଟା କରାଯାଇଛି। ପରୀ ହତ୍ୟାକାଣ୍ଡ ଶୀତଳଭଣ୍ଡାରକୁ ଫୋପାଡି ଦେଲେ ଅନେକ ନାମୀଦାମୀ ଲୋକ ରକ୍ଷା ପାଇଯିବେ। ପ୍ରକୃତ ସତ୍ୟ କ’ଣ ତାହାକୁ ଲୋକଲୋଚନକୁ ଅଣାଯାଉ ନାହିଁ। ଆମେ ଚୁପ୍‌ ବସିନାହୁଁ। ସିବିଆଇ ତଦନ୍ତକୁ ରୋକିବାକୁ ଏହା ଏକ ଉପକ୍ରମ। ଆଇନଜୀବୀ ଅମିୟ ପଟ୍ଟନାୟକ କୁହନ୍ତି, ପରୀ ହତ୍ୟାକାଣ୍ଡ ନ୍ୟାୟାଳୟରେ ବିଚାରାଧୀନ ଥିବାବେଳେ ଗଣମାଧ୍ୟମରେ ଏହାର ତଥ୍ୟ ପ୍ରଚାର ଓ ପ୍ରସାର ଆଇନତଃ ଠିକ୍‌ ନୁହେଁ। ଯେଉଁ ଭିଡିଓ ଭାଇରାଲ ହେଉଛି ତା’ର ସତ୍ୟତା ନ ଥିଲା ପରି ଅନୁଭବ ହେଉଛି। ଯଦି ଭାଇରାଲ ଭିଡିଓରେ ସତ୍ୟତା ଥାଏ ତେବେ ଅଭିଯୋଗ ଫର୍ଦ୍ଦରେ ଏହା ଉଲ୍ଲେଖ ରହିବା ଦରକାର। ବିଚାର ସମୟରେ ଏହି ଭିଡିଓଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପଯୁକ୍ତ ପରୀକ୍ଷଣ ସଂସ୍ଥା ପ୍ରମାଣପତ୍ର ଦେଇଥିବା ଦରକାର। ଏହି ଭିଡିଓ ଖଣ୍ଡବିଖଣ୍ଡିତ, ଯୋଗ ବିୟୋଗ ହୋଇନାହିଁ ବୋଲି ବୈଜ୍ଞାନିକ ପଦ୍ଧତିରେ ଅନୁସନ୍ଧାନ କରି ଏକ ପ୍ରମାଣପତ୍ର ମିଳିବା ଦରକାର। ପୁଣି ପ୍ରମାଣପତ୍ର ଦେଇଥ୍‌ତ୍ବା ଅନୁଷ୍ଠାନର ଅଧିକାରୀ ନ୍ୟାୟାଳୟରେ ଉପସ୍ଥିତ ରହି ସାକ୍ଷ୍ୟ ଦେବାକୁ ପଡିବ। ଏହା କରାଗଲେ ସାକ୍ଷ୍ୟ ହିସାବରେ ଭିଡିଓଟି ଗ୍ରହଣୀୟ ହୋଇପାରେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri