ମାତ୍ର ଏତିକି ଟଙ୍କାରେ ଶିଶୁକନ୍ୟାକୁ ବିକ୍ରି କରିଦେଲେ ମା’ ବାପା, ଘଟଣାକୁ ନେଇ…

ଟିଟିଲାଗଡ୨୭।୭(ଶରତ ମିଶ୍ର): ବୁଝିଲେନି ସମ୍ପର୍କ। ୨୦ ହଜାରରେ ଶିଶୁ କନ୍ୟାଙ୍କୁ ବିକ୍ରି କରିଦେଲେ ମା’ବାପା। ଏଭଳି ଘଟଣା ଟିଟିଲାଗଡ ବ୍ଲକର ବାଗଡେର ଗାଁରେ ଦେଖିବାକୁ ମିଳିଛି। ଏକ ଦମ୍ପତ୍ତି ନିଜ ଶିଶୁ କନ୍ୟାକୁ ୨୦ ହଜାର ଟଙ୍କା ରେ ବିକ୍ରି କରିଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନାନୁସାରେ, ବାଗଡେର ଗାଁର ନୀଳ ରଣାଙ୍କ ପ୍ରଥମ ସ୍ତ୍ରୀରୁ ୩ଟି ଶିଶୁ କନ୍ୟା ଥିଲା। ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ପ୍ରଥମ ସ୍ତ୍ରୀ ନୀଳ ରଣାଙ୍କୁ ଛାଡି ମା ଘରକୁ ପଳାଇ ଯାଇଥିଲେ । ଏହାପରେ ନୀଳ ୨ୟ ବିବାହ କରିବା ପରେ ୨ୟ ସ୍ତ୍ରୀଙ୍କ ମଧ୍ୟ ପ୍ରଥମ ଝିଅ ହୋଇଥିଲା ଓ ପରେ ୨ୟ ଝିଅ ହେବା ପରେ ୨ୟ ଝିଅକୁ ୨୦ ହଜାର ଟଙ୍କାରେ ୁ ବିକ୍ରି କରିଥିବା ନୀଳ ରଣା ଓ ପତ୍ନୀ କନକ ରଣା ସ୍ବୀକାର କରିଛି । ନୀଳ ରଣା ଓ କନକ ରଣା ଏକ ଗରିବ ପରବାର ଶ୍ରେଣୀର ହୋଇଥିବାରୁ ବର୍ଷର ଅଧିକାଂଶ ସମୟ ଦାଦନ ଖଟି ଯାଇଥାନ୍ତି। କନକ ଗର୍ଭବତୀ ହେବା ପରେ ଟିଟିଲାଗଡ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଶିଶୁ କନ୍ୟାଟି ଜନ୍ମ ହୋଇଥିଲା। ହସ୍ପିଟାଲରୁ ନବଜାତ ଶିଶୁ କନ୍ୟା ଓ କନକ ଘରକୁ ଆସିବା ପରେ ୭ ଦିନ ମଧ୍ୟରେ ପାଇକମାଲର ଏକ ଗାଁର ଦମ୍ପତ୍ତିକୁ ୨୦ ହଜାର ଟଙ୍କାରେ ବିକ୍ରି କରିଥିବା ନୀଳ ଓ କନକ ସ୍ବୀକାର କରିଛନ୍ତି ।

ଗରିବ ଶ୍ରେଣୀର ଲୋକଙ୍କୁ ସହାୟତା ପାଇଁ ସରକାରଙ୍କ ପାଖରେ ଅନେକ ଯୋଜନା ହେଲେ ଏହି ସମସ୍ତ ଯୋଜନାରୁ ବାଦ୍‌ ପଡିଛନ୍ତି ଏହି ଗରିବ ପରିବାର। ଭଙ୍ଗା ଦଦରା ଘରେ ରହିବା ଅସମ୍ଭବ । ଏପରିକି ରାଶନ ମିଳୁନଥିବାରୁ ଏମାନେ ଅନେକ କଷ୍ଟରେ ଚଳୁଛନ୍ତି। ସରକାରର ସମସ୍ତ ଯୋଜନାରୁ ବାଦ ପଡିଥିବା ସହିତ ଅତି ଗରିବ ହୋଇଥିବାରୁ ଶିଶୁ କନ୍ୟାକୁ ବିକ୍ରି କରିଥିବା କହିଛନ୍ତି ଏହି ଦମ୍ପତ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?