ମଧ୍ୟାହ୍ନଭୋଜନ ଦାୟିତ୍ୱରେ ଥିବା ମହିଳାଙ୍କୁ ଘେରିଲେ ଅଭିଭାବକ: ବିଦ୍ୟାଳୟରେ ଉତ୍ତେଜନା

ଦାରିଙ୍ଗବାଡ଼ି,୯ା୧୨: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ମଧ୍ୟାହ୍ନଭୋଜନ ଖାଇ ୩୬ ଛାତ୍ରୀଛାତ୍ର ଅସୁସ୍ଥ ଘଟଣାରେ ସୋମବାର ବିଦ୍ୟାଳୟ ଖୋଲିବା ପରେ ଉତ୍ତେଜନା ଦେଖାଯାଇଛି। ଘଟଣା ଘଟିବାର ୩ ଦିନ ବିତିଯାଇଥିବା ବେଳେ ମଧ୍ୟାହ୍ନଭୋଜନ ରୋଷେଇ କରୁଥିବା ମହିଳାମାନେ ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଥିଲେ ମଧ୍ୟ ଦେଖିବାକୁ ପହଞ୍ଚି ନ ଥିଲେ କିମ୍ବା ଶିକ୍ଷା ବିଭାଗ ଓ ପ୍ରଶାସନ ବିଦ୍ୟାଳୟରେ ପହଞ୍ଚି ନ ଥିବା ନେଇ ଉତ୍ତେଜନା ଦେଖାଯାଇଥିଲା। କନ୍ଧମାଳର ଅତିରିକ୍ତ ଜିଲା ଶିକ୍ଷାଧିକାରୀ ନିରୂପମା ଦୋରା, ବିଇଓ ହାଡ଼ିବନ୍ଧୁ ବେହେରା, ଅଶୋକ ସାହୁ ପ୍ରମୁଖ ବିଦ୍ୟାଳୟରେ ତଦନ୍ତ କରିବା ପାଇଁ ପହଞ୍ଚିଥିବାବେଳେ ଘଟଣାସ୍ଥଳରେ ଉତ୍ତେଜନା ହୋଇଥିଲା। କାହିଁକି ତଦନ୍ତରେ ବିଳମ୍ବରେ ପହଞ୍ଚିଲେ ବୋଲି ଅଭିଯୋଗ କରିବା ସହ ରୋଷେଇ କରୁଥିବା ଏସ୍‌ଏଚ୍‌ଜି ମହିଳାମାନେ ଆଉ ରୋଷେଇ ନ କରିବାକୁ ଦାବି କରିବା ସହ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀଶିକ୍ଷକ ପରିବର୍ତ୍ତନ କରାଯିବା ଏବଂ ବିଦ୍ୟାଳୟର ବିକାଶ କରାଯିବା ପାଇଁ ଦାବି କରାଯାଇଥିଲା। ଉକ୍ତ ବିଦ୍ୟାଳୟରେ ଭିତ୍ତିଭୂମି ଥାଇ ମଧ୍ୟ ଅତି ପୁରୁଣା କୋଠା ପରିତ୍ୟକ୍ତ ଅବସ୍ଥାରେ ରହିଛି। ନୂତନ କୋଠା ସହ ରୋଷେଇ ଶାଳ, ମଧ୍ୟାହ୍ନଭୋଜନ ଖାଇବା ପାଇଁ ଡାଇନିଂ ହଲ୍‌ ବ୍ୟବସ୍ଥା ଉତ୍ତମ ଶୌଚାଳୟ ବ୍ୟବସ୍ଥା, ପାଇପ୍‌ ଯୋଗେ ପିଇବା ପାଣି ଯୋଗାଇବା ଦାବି ହୋଇଥିଲା। ତୁରନ୍ତ ରୋଷେଇ ଦାୟିତ୍ୱରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ହଟାଇବାକୁ ଦାବି କରିବା ସହ ନୂତନ ଦାୟିତ୍ୱ ପ୍ରଦାନ ଆଦି ଦାବି କରିଥିଲେ। ବିଦ୍ୟାଳୟର ସ୍ବଚ୍ଛତାକୁ ଗୁରୁତ୍ୱ ଦିଆଯିବା ବ୍ୟବସ୍ଥା କରାଯିବା ଦରକାର ବୋଲି ଅଭିଭାବକମାନେ ଦାବି କରିଛନ୍ତି। ଅଭିଭାବକ ଓ ଗ୍ରାମବାସୀ ସମସ୍ତ ଅଧିକାରୀଙ୍କୁ ଘେରିବା ସହ ଖବର ଲେଖାହେବା ସୁଦ୍ଧା ଉତ୍ତେଜନା ଜାରି ରହିଛି। ଅନ୍ୟପକ୍ଷରେ ମଧ୍ୟାହ୍ନଭୋଜନ ରୋଷେଇ ହୋଇ ପାରି ନ ଥିବାରୁ ପିଲାମାନେ ଭୋକଉପାସରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାୟ ପାଇଁ ପିଏମ ମୋଦିଙ୍କୁ ଏହି ନିବେଦନ କଲେ ପାକିସ୍ତାନୀ ମହିଳା, କରାଚୀରୁ ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୮।୧୨: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।...

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ରାଜ୍ୟରେ ବଢୁଛି ମହିଳାଙ୍କ ବିରୋଧରେ ଅପରାଧ: ଦେଢ଼ ବର୍ଷରେ ୪୦ ହଜାରରୁ ଊର୍ଦ୍ଧ୍ବ ମାମଲା

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧ ସାଙ୍ଘାତିକ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଗତ ମାତ୍ର ଦେଢ଼ ବର୍ଷ...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri