ସ୍ମାର୍ଟ ପିଲାଙ୍କ ମାଆବାପା

ଅଧ୍ୟାପକ ନିରଞ୍ଜନ ପାଢ଼ୀ

 

ଅଳ୍ପଦିନ ତଳେ ରାଜଧାନୀର ଏକ ନାମୀଦାମୀ ଇଂରାଜୀ ସ୍କୁଲର ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ହୋଇଥିଲା ଏକ ଅଭିନବ କାର୍ଯ୍ୟକ୍ରମ। ଷ୍ଟାଣ୍ଡାର୍ଡ ଥ୍ରୀ ଶ୍ରେଣୀର ପିଲାମାନଙ୍କୁ ନିଜ ମାଆବାପାଙ୍କ ସମ୍ପର୍କରେ ଦୁଇପଦ କଥା ରଖିବାକୁ କୁହାଯାଇଥିଲା। ବିନା କୌଣସି ପୂର୍ବ ସୂଚନାରେ ଅବା ପୂର୍ବ ପ୍ରସ୍ତୁତିରେ ସେମାନେ ଅକସ୍ମାତ୍‌ ବୟାନ ରଖିବା ଥିଲା କୋମଳମତି ଶିଶୁମାନଙ୍କ ପାଇଁ ଏକ କଠିନ ମୁହୂର୍ତ୍ତର ବିଷମ ପରୀକ୍ଷା। ଆଠ ନଅ ବର୍ଷ ବୟସର ପିଲାମାନେ ସେମାନଙ୍କ ମାତାପିତାଙ୍କୁ ଯେମିତି ଚିହ୍ନିଛନ୍ତି, ତାହାକୁ ସର୍ବଜନ ସମ୍ମୁଖରେ ଉପସ୍ଥାପନ କରିବା ଏକ ସହଜ କାର୍ଯ୍ୟ ନ ଥିଲା। ତଥାପି ସେମାନଙ୍କୁ ସ୍ମାର୍ଟ ଭାବେ ଗଢ଼ି ତୋଳିବାକୁ ଲକ୍ଷାଧିକ ଟଙ୍କା ବିନିମୟରେ ବିଦ୍ୟାଳୟ ଯେଉଁ ଦାୟିତ୍ୱ ବହନ କରିଛି, ସେଇ ଦାୟିତ୍ୱକୁ ସୂଚାରୁରୂପେ ନିର୍ବାହ କରିବାକୁ କାର୍ଯ୍ୟକ୍ରମଟି ଥିଲା ଏକ ଭିନ୍ନ ଧରଣର ପ୍ରଚେଷ୍ଟା।
କେତେକ ସ୍ମାର୍ଟ ପିଲା ନିଜ ମାଆବାପାଙ୍କ ଗୁଣ କୀର୍ତ୍ତନ କଲେ ବହୁ ଭାବେ ନିଜ ଦୈନନ୍ଦିନ ଅନୁଭୂତିରୁ ବହୁ ଘଟଣା ଉଲ୍ଲେଖ କରି। ଏହି ଅଭିନବ କାର୍ଯ୍ୟକ୍ରମଟି ସୂଚାରୁ ରୂପେ ସଂଚାଳିତ ହୋଇ ଏକ ରୋଚକ ମୋଡ଼ରେ ପହଞ୍ଚତ୍ ଥିବା ବେଳେ ଅଚାନକ ଜଣେ ସ୍ମାର୍ଟ ବୟଙ୍କ ଏକ ବିଚିତ୍ର ବକ୍ତବ୍ୟ ଅତ୍ୟନ୍ତ ହାଲୁକା ପରିବେଶକୁ ଗମ୍ଭୀର ସ୍ଥିତିକୁ ନେଇ ଯାଇଥିଲା। ବାଳସୁଲଭ ବକ୍ତବ୍ୟ ତ ନୁହେଁ, ନିଜ ମାଆବାପାଙ୍କ ବିରୋଧରେ ଏକ ଅଜବ ଅଭିଯୋଗ, ଯାହା ବୟସ୍କଙ୍କ ବିଚାରରେ ଅର୍ଥହୀନ କହି ଏଡ଼ାଇ ହେବ ନାହିଁ। ପିଲାଟିର ସ୍ବର ଶୁଭୁଥିଲା ରାଜାଙ୍କ ଦରବାରରେ କୌଣସି ପୀଡ଼ିତ ପ୍ରଜାଙ୍କ ଆକୁଳ ଆବେଦନ ପରି। ସେ କହୁଥିଲା, ”ସ୍କୁଲରେ ପାଠପଢ଼ା ତ ସ୍କୁଲରୁ ଯାଇ ଘରେ ପହଞ୍ଚତ୍ଲା ପରେ ହୋମ୍‌ଟାସ୍କ। ସ୍କୁଲରେ ସାଙ୍ଗ ଅଛନ୍ତି ଯେ ତାଙ୍କ ସହ ଖେଳିବାକୁ ସମୟ ନାହିଁ। ସ୍କୁଲ ଛୁଟି ପରେ ଘରେ ଯାଇ ପହଞ୍ଚତ୍ଲେ ଘର ମେଡ୍‌ (ଚାକରାଣୀ)ର ନାଲିଆଖି। ବାପା ସେତେବେଳେ ତାଙ୍କ ଅଫିସରେ ତ ମାଆ ତାଙ୍କ ଅଫିସରେ। ସେମାନେ ଘରକୁ ଫେରିଲା ପରେ ଆମ ସହ ଖେଳିବାକୁ ସେମାନଙ୍କର ସମୟ ନାହିଁ। ସାଙ୍ଗ ହୋଇ ଖେଳିବାକୁ ଆଉ କେହି ଭାଇ ଭଉଣୀ ବି ନାହାନ୍ତି।“ ପରବର୍ତ୍ତୀ କଥା ଉଚ୍ଚାରିତ ନ ହେଲେ ବି ଶୁଣିଲାବାଲାଙ୍କ କାନରେ ଯେମିତି ପ୍ରତିଧ୍ୱନିତ ହେଉଥିଲା- ”ଏଇଟା କି ଜୀବନ!“
ଉପରୋକ୍ତ ଘଟଣାର ଜଣେ ପ୍ରତ୍ୟକ୍ଷଦର୍ଶୀ ବନ୍ଧୁ, ଯିଏ ସେଇ ବିଦ୍ୟାଳୟର ଜଣେ ବିଦ୍ୟାର୍ଥୀଙ୍କ ଜେଜେ ଥିଲେ, ତାଙ୍କ ନିକଟରୁ କଥାଟି ଶୁଣି ଏହି ଲେଖକର ସ୍ମୃତିପଟରେ ଉଜ୍ଜୀବିତ ହୋଇଥିଲା ବହୁବର୍ଷ ତଳେ ଜି-ଟିଭିରେ ପ୍ରଦର୍ଶିତ ହୋଇଥିବା ‘ଚୀର କମାନ’ ନାମକ କାର୍ଯ୍ୟକ୍ରମର କଥାବସ୍ତୁ। ସେଇ ପ୍ରୋଗ୍ରାମରେ ପ୍ରଦର୍ଶିତ ହୋଇଥିଲା ଉଚ୍ଚ ପ୍ରାଥମିକ ଶ୍ରେଣୀରେ ପାଠ ପଢ଼ୁଥିବା କିଛି କିଶୋର କିଶୋରୀଙ୍କର ମାତାପିତାଙ୍କ ସମ୍ପର୍କରେ ନିଜ ମନର କଥା। ଏହି ମନର କଥା ମଧ୍ୟରେ ପ୍ରତିଫଳିତ ହୋଇଥିବା ଅଭିଯୋଗ କେବଳ କିଛି କିଶୋରପ୍ରାଣର ଅଭିବ୍ୟକ୍ତି ନ ଥିଲା, ବରଂ ଏହା ଭିତରୁ ପ୍ରତିଧ୍ୱନିତ ହେଉଥିଲା ଆମ ସାମାଜିକ ଜୀବନ ବିରୋଧରେ ଏକ ଚେତାବନୀ। ଘରର ଗୋପନ କଥା ବା ମାଆବାପାଙ୍କ ଚାଲିଚଳଣକୁ ପଦାରେ ପ୍ରଘଟ ନ କରିବା ଭଳି ଦୁର୍ଭେଦ୍ୟ ବାରଣର କାନ୍ଥ ଭାଙ୍ଗି କିଶୋର କିଶୋରୀଙ୍କ କୋମଳ ମନର ପ୍ରଶ୍ନ ଲକ୍ଷ ଲକ୍ଷ ଟିଭି ଦର୍ଶକଙ୍କ ଆଗରେ ପ୍ରକାଶିତ ହେବା ସେତେବେଳେ ଗୋଟାଏ ମାମୁଲି କଥା ନ ଥିଲା।
”ମୋ ବାପା ବିଜନେସ୍‌ ଟୁର୍‌ରେ ବାହାରକୁ ଗଲାବେଳେ ମାଆ କାହିଁକି ତାଙ୍କ ସହିତ ଯାଆନ୍ତି? ଘରେ ହାଉସ୍‌ ବୟ ଓ ମେଡ୍‌ଙ୍କ ହେପାଜରେ ମୋତେ ଛାଡ଼ି ବାହାରେ ରହିଥିବା ବେଳେ ମୋ କଥା ସେମାନଙ୍କର କ’ଣ ମନେପଡ଼େନା! ମୋତେ କିନ୍ତୁ ସେମାନଙ୍କ କଥା ମନେ ପଡ଼ି କାନ୍ଦ ଲାଗେ, ଭାରି ଏକା ଏକା ଲାଗେ!“
”ମୋ ବାପା ବହୁତ ସିଗାରେଟ୍‌ ପିଅନ୍ତି। ଟିଭିରୁ ଦେଖିଛି ଓ ଶୁଣିଛି, ସିଗାରେଟ୍‌ ପିଇଲେ ମଣିଷକୁ କ୍ୟାନ୍‌ସର ହୁଏ ଓ ସେ ଅକାଳରେ ମୃତ୍ୟୁବରଣ କରେ। ତେବେ ମୋ ବାପା ସିଗାରେଟ୍‌ ପିଉଛନ୍ତି କାହିଁକି? ତାଙ୍କୁ ଯଦି କ୍ୟାନ୍‌ସର ହୋଇଯାଏ, ତେବେ ମୋର ଓ ମାଆଙ୍କର କ’ଣ ହେବ!“
”ବାପା ମାଆ ଆମକୁ ସବୁବେଳେ ମିଛ ନ କହିବା ପାଇଁ ଶିଖାଉଛନ୍ତି। ମିଛ କହିଲେ ଲୋକେ ଘୃଣା କରନ୍ତି ବୋଲି କହନ୍ତି। ତେବେ ବାପାଙ୍କୁ କେହି ଦେଖାକରିବାକୁ ଆସିଲେ ସେ ଘରେ ଥାଇ ମଧ୍ୟ ‘ବାପା ନାହାନ୍ତି’ ବୋଲି କହିଦେବାକୁ ଆମକୁ ତାଗିଦା କରିଦିଅନ୍ତି କାହିଁକି?“
”ପ୍ରତି ରାତିରେ ବାପା ମାଆ ଆମକୁ କହନ୍ତି- ଶୀଘ୍ର ଶୋଇଯାଅ। ସହଳ ଶୋଇ ସହଳ ଉଠିଲେ ସ୍ବାସ୍ଥ୍ୟ ଭଲ ରହିବ। କିନ୍ତୁ ସେମାନେ ନିଜେ ବିଳମ୍ବିତ ରାତିଯାଏଁ ଟିଭି ଦେଖି ଡେରିରେ ଶୁଅନ୍ତି କାହିଁକି?“
”ସଫଳତା ପାଇବାକୁ ମାଆବାପା ଆମକୁ ପୁରସ୍କାରର ଲୋଭ ଦେଖାନ୍ତି। ‘ତୁ ଏଥର ପରୀକ୍ଷାରେ ଫାଷ୍ଟ ହେଲେ ତୋତେ ଆଗ୍ରାର ତାହମହଲ ଦେଖାଇ ଆଣିବି। ତୁମେ ଡିବେଟ୍‌ରେ ପ୍ରଥମ ହେଲେ ତୁମ ପାଇଁ ସାଇକେଲ କିଣିଦେବି।’ ବାସ୍‌, ଏତିକି। ସଫଳତା ପାଇଲା ପରେ ସେମାନେ ଦେଇଥିବା ପ୍ରତିଶ୍ରୁତି ଭୁଲିଯାଆନ୍ତି। ମନେ ପକାଇଦେଲେ ବିଭିନ୍ନ ଆଳ ଦେଖାଇ ପୁଣି ଭୁଲିଯାଆନ୍ତି କିପରି?“
”ଅନ୍ୟ ପିଲାମାନଙ୍କ ସହ ତୁଳନା କରି ଆମ ମାଆବାପା ଆମକୁ ନେଇ ସୁଖୀ ହୋଇପାରନ୍ତିନି। ସେ ଏମିତି କଲା, ତୁମେ ସେମିତି କରିପାରିଲନି କାହିଁକି? ସେ ପରୀକ୍ଷାରେ ନବେ ପର୍ସେଣ୍ଟ ରଖିଲା, ତୁମର ଅଣାନବେ ପର୍ସେଣ୍ଟ ହେଲା କାହିଁକି? ଆମ ମାଆବାପାଙ୍କୁ ଆମେ କେମିତି ବୁଝାଇବୁ ଯେ କେହି କାହା ଭଳି ନୁହନ୍ତି। ନରେନ୍ଦ୍ର ଦତ୍ତଙ୍କ ସହପାଠୀ ବିବେକାନନ୍ଦ ହୋଇପାରିଲେ ନା ଶାସ୍ତ୍ରୀଙ୍କ ସହ ପାଠ ପଢ଼ୁଥିବା ସାଙ୍ଗ ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଲେ!“
ନିଜ ଝିଅପୁଅଙ୍କ ଚେହେରା ମାୟାଦର୍ପଣରେ ପ୍ରତିଫଳିତ ହେବାକୁ ଆବେଗର ସହ ଅପେକ୍ଷା କରିଥିବା ମାଆବାପାମାନେ ନିଜ ପିଲାମାନଙ୍କ ସ୍ପଷ୍ଟୋକ୍ତିରେ ଆହ୍ଲାଦିତ ହୋଇ ନ ଥିବେ ନିଶ୍ଚୟ। କେବଳ ସେମାନେ ନୁହନ୍ତି, ସେହି କାର୍ଯ୍ୟକ୍ରମଟି ଦେଖିଥିବା ଦେଶର ବିଭିନ୍ନ ପ୍ରାନ୍ତର ମାଆବାପାମାନେ ମନେମନେ ପ୍ରମାଦ ଗଣୁଥିବେ- କେଉଁଠି ସେମାନଙ୍କ ସନ୍ତାନଗଣ ତାଙ୍କ ବିରୋଧରେ ଏମିତି ଅଭିଯୋଗ ବାଢ଼ି ବସୁ ନ ଥିବେ ତ! ସେମାନଙ୍କ ପିଲାମାନଙ୍କର କୋମଳ ମନକୁ ଆନ୍ଦୋଳିତ କଲା ଭଳି କିଛି ଆଚରଣ ସୃଷ୍ଟି କରିନାହାନ୍ତି ତ? କିଛି ସମୟ ପାଇଁ ସଭିଏଁ ଆମତ୍ସମୀକ୍ଷାରେ ବ୍ୟସ୍ତ ହୋଇ ପଡ଼ିବେ।
ଏ ତ ଗଲା ସେତେବେଳର କଥା। ମାତ୍ର ଏବେ ଯେମିତି ନିଜ ପିଲାମାନଙ୍କୁ ଉଗ୍ର ଆଧୁନିକତାର ପ୍ରବହମାନ ଶ୍ରୋତରେ ଭସାଇ ନେବାକୁ ଜୋରସୋର ପ୍ରତିଯୋଗିତା ଲାଗିଛି। ଲକ୍ଷାଧିକ ଟଙ୍କାର ଆଡ୍‌ମିଶନ ଫି ନେଉଥିବା ମଡର୍ନ ସ୍କୁଲରେ ପାଠ ପଢ଼ାଇବାକୁ ଯେଉଁଠି ଷ୍ଟାଟସ୍‌ ସିମ୍ବଲ ଭାବେ ବିବେଚନା କରାଯାଉଛି, ସେଠି ସେମାନଙ୍କୁ ସର୍ବଜନ ସମ୍ମୁଖରେ ଘରକଥା ପଦାରେ ପକାଇଲା ଭଳି ସ୍ମାର୍ଟ ବୟ ବା ସ୍ମାର୍ଟ ଗର୍ଲଟିଏ ହେବାର ଦେଖିବାକୁ କୁଣ୍ଠା ବା କାର୍ପଣ୍ୟ କାହିଁକି!
ଦିନ ଥିଲା, ମାଆ ପ୍ରାର୍ଥନା ବୋଲୁଥିଲେ- ‘ଦୁଃଖୀ ଅରକ୍ଷିତ ସେବା କାରଣେ, ବଳ ଦିଅ ମୋର କର ଚରଣେ।’ ମାଆଙ୍କ କଣ୍ଠ ସହ ନିଜ କଣ୍ଠ ମିଳାଇ ପ୍ରାର୍ଥନା ବୋଲୁଥିବା ପିଲାଟି ପରଦିନ ସ୍କୁଲ ପ୍ରାଙ୍ଗଣରେ ନିଜ ଟିଫିନ ବାକ୍ସରୁ ଅଧା ଟିଫିନ ପାଖରେ ଛିଡ଼ା ହୋଇ ଚାହିଁ ରହିଥିବା ଦରିଦ୍ର ପିଲାଟିକୁ ଦେଇ ତୃପ୍ତ ହେଉଥିଲା ଓ ଘରକୁ ଫେରି ମାଆକୁ କହୁଥିଲା ମାଆ! ଆଜି ସ୍କୁଲରେ ଜଣେ ଗରିବ ପିଲାକୁ ମୋ ଟିଫିନ୍‌ରୁ ଅଧା ଦେଇ ଦେଇଛି। ପୁଅର ଏହି ସହୃଦୟତା ପାଇଁ ତା’ ପିଠି ଥାପୁଡ଼ାଇ ଦେବା ପରିବର୍ତ୍ତେ ମାଆ ଗର୍ଜି ଉଠୁଥିଲେ- ସେଭଳି ଇତର ପିଲାମାନଙ୍କ ସହ ତୋର କି ସମ୍ପର୍କ! ଖବରଦାର୍‌, ଏଣିକି ସେମିତି କଲେ ତୋ’ ଟିଫିନ୍‌ ପୂରା ବନ୍ଦ କରିଦେବି। ପିଲାଟି କାଲି ସନ୍ଧ୍ୟାରେ ଦୁଃଖୀଜନଙ୍କ ସେବା କରିବାକୁ ପ୍ରାର୍ଥନା ବୋଲୁଥିବା ମାଆଙ୍କ ଭିନ୍ନ ଏକ ରୂପ ଦେଖି ଚକିତ ହେଉଥିଲା। କେଉଁଟା ଠିକ୍‌, କେଉଁଟା ଭୁଲ୍‌ ବୁଝି ନ ପାରି ସେ ନିରବୀ ଯାଉଥିଲା।
ଏବେ କିନ୍ତୁ ସମୟ ବଦଳିଛି। ପିଲାଟି ସ୍ମାର୍ଟ ହୋଇଛି। ମାଆବାପାଙ୍କ ଉଚ୍ଚାରଣ ଓ ଆଚରଣ ମଧ୍ୟରେ ଗୁରୁତର ବୈଷମ୍ୟ ଲକ୍ଷ୍ୟ କଲେ ସେ ପ୍ରଶ୍ନ କରିବାର ଅଧିକାର ଓ ସାହସ ଅର୍ଜନ କରିଛି। ତା’ ବୟସଠୁଁ ତାକୁ ଅଧିକ ବେଗରେ ଦୌଡ଼ାଉ ଥିବା ତଥା ଆଧୁନିକତାର ଗଣଦୌଡ଼ରେ ତା’ର ଟିକି ପାଦ ଦିଓଟିକୁ ପ୍ରତିଯୋଗୀ ସଜାଇଥିବା ମାଆବାପାମାନଙ୍କୁ ତା’ ପ୍ରଶ୍ନର ଉତ୍ତର ଦେବାକୁ ହିଁ ପଡ଼ିବ। ଆଜି ନ ହେଲେ କାଲି!
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର-୧୦
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?