ଛାତ୍ରୀଛାତ୍ରଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ବାଲେଶ୍ୱର, ୧୨।୭(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ ସୂତେଇବଡ଼ଗଁାସ୍ଥିତ ଝାଡ଼େଶ୍ୱର ଯୁକ୍ତ ୨ ବିଜ୍ଞାନ କଲେଜରେ ଯୁକ୍ତ ୨ ପ୍ରଥମବର୍ଷର ଛାତ୍ରୀ ସମୀକ୍ଷା ମହାନ୍ତିଙ୍କ ରବିବାର ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ କଲେଜ କର୍ତ୍ତୃପକ୍ଷ ଅଡ଼ୁଆରେ ପଡ଼ିଛନ୍ତି। ଛାତ୍ରୀଜଣକ ଆତ୍ମହତ୍ୟା କରିଥିବା କଲେଜ କର୍ତ୍ତୃପକ୍ଷ ସଫେଇ ଦେଉଥିବା ବେଳେ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଭଳି କଲେଜ କର୍ତ୍ତୃପକ୍ଷଙ୍କ ଲୋଭନୀୟ ପ୍ରତିଶ୍ରୁତିରେ ପ୍ରଭାବିତ ହୋଇ ଏହି କଲେଜରେ ନାମ ଲେଖାଇଥିବା ଶିକ୍ଷାର୍ଥୀଙ୍କ ସୁରକ୍ଷାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶିକ୍ଷାକୁ ବ୍ୟବସାୟୀକରଣ କରି ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବା ଏଭଳି ଛତୁଫୁଟା ଘରୋଇ ଶିକ୍ଷାନୁଷ୍ଠାନ ପ୍ରତି ଶିକ୍ଷା ବିଭାଗର ଅଙ୍କୁଶ ନ ଥିବା ପ୍ରତୀୟମାନ ହେଉଛି।
ୱାର୍ଡେନଙ୍କ ହାତରେ ପିଲାଙ୍କ ଭବିଷ୍ୟତ ଓ ସୁରକ୍ଷା ବ୍ୟବସ୍ଥା ନ୍ୟସ୍ତ କରିଦେଇ ଝାଡେଶ୍ୱର କଲେଜ କର୍ତ୍ତୃପକ୍ଷ ବ୍ୟବସାୟରେ ମାତିଥିବା ବେଳେ ୱାର୍ଡେନଙ୍କ ଶାସନ ପଦ୍ଧତି ନ ମାନିଲେ ଛାତ୍ରୀଛାତ୍ରଙ୍କୁ ମିଳୁଛି ପ୍ରଚୁର ଦଣ୍ଡ। ଫଳରେ ମାନସିକ ଚାପରେ ରହୁଥିବା କେହି ଛାତ୍ରୀଛାତ୍ର କଲେଜ ଛାଡ଼ୁଛନ୍ତି ଆଉ କେହି ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ଆପଣାଉଥିବା ସମୀକ୍ଷାଙ୍କ ମୃତ୍ୟୁ ଘଟଣାରୁ ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷରେ ପିଲାଙ୍କ ଭବିଷ୍ୟତ ପାଇଁ କେତେଜଣ ଅଭିଭାବକ କଲେଜ କର୍ତ୍ତୃପକ୍ଷଙ୍କ ଔଦ୍ଧତ୍ୟକୁ ନୀରବରେ ସହିଯାଉଛନ୍ତି। ସପ୍ତାହରେ ଥରେ କିମ୍ବା ଦୁଇଥର ପରିବାର ଲୋକଙ୍କ ସହ କଥା ହେବା ପାଇଁ ଛାତ୍ରୀଛାତ୍ରଙ୍କୁ ଫୋନ୍‌ ଦିଆଯାଉଛି। ମାତ୍ର ୱାର୍ଡେନଙ୍କ ସମ୍ମୁଖରେ ରହି କଥାବାର୍ତ୍ତା ହେବାକୁ ପଡୁଛି। ଛାତ୍ରୀଛାତ୍ରମାନେ ସବୁ ଭଲ ବୋଲି ଅଭିଭାବକଙ୍କ ନିକଟରେ ମିଛରେ କହିବାକୁ ବାଧ୍ୟ ହେଉଛନ୍ତି। ମନର କଥା, ଚାପରେ ପଡ଼ିଥିବା ଘଟଣା କହିପାରୁନାହାନ୍ତି। କୌଣସି ଘଟଣା କହିଲେ ପ୍ରାକ୍ଟିକାଲରେ ନମ୍ବର କମାଇ ଦେବାର ଭୟ ଦେଖାଉଛନ୍ତି। ସବୁ ଜାଣିଶୁଣି ମଧ୍ୟ ପିଲାର ଭବିଷ୍ୟତ ପାଇଁ ଅଭିଭାବକମାନେ ନୀରବ ରହୁଥିବା ବେଳେ ଅନ୍ୟପକ୍ଷରେ ତାଙ୍କର ଜୀବନର ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତାରେ ରହୁଛନ୍ତି। ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ ଏବଂ କର୍ତ୍ତୃପକ୍ଷ ଆଖିବୁଜି ଓ୍ବାର୍ଡେନଙ୍କ ଦମନଲୀଳାକୁ ସମର୍ଥନ କରୁଛନ୍ତି।
ଗତବର୍ଷ ନୀଳଗିରି ଅଞ୍ଚଳର ଜଣେ ଛାତ୍ରୀ ଝାଡ଼େଶ୍ୱର ଯୁକ୍ତ୨ ବିଜ୍ଞାନ କଲେଜରେ ନାମ ଲେଖାଇଥିଲେ। ସେ ବାବଦରେ ଅଭିଭାବକ ୫୦ହଜାର ଟଙ୍କା ଦାଖଲ ମଧ୍ୟ କରିଥିଲେ। ମାତ୍ର ମାସକ ପରେ ୱାର୍ଡେନଙ୍କ କଠୋର ନୀତି ଓ ବ୍ୟବହାରରେ ଅତିଷ୍ଠ ହୋଇପଡ଼ିଥିଲେ ଉକ୍ତ ଛାତ୍ରୀ। ମା’ବାପାଙ୍କୁ ଜଣାଇବା ପରେ ଝିଅର ଜୀବନ ସୁରକ୍ଷା ଚିନ୍ତାରେ ଉକ୍ତ କଲେଜରୁ ନେଇ ଆସି ଅନ୍ୟତ୍ର ଏକ କଲେଜରେ ନାମ ଲେଖାଇଥିଲେ। ସେହିପରି ଗତ କିଛିଦିନ ପୂର୍ବେ ଜଣେ ଛାତ୍ରଙ୍କୁ ୱାର୍ଡେନ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଅଭିଭାବକ ଜାଣିବା ପରେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏହାପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ୱାର୍ଡେନଙ୍କ ମନମାନି କମି ନ ଥିଲା। ପରେ ବିଜେଡିର ରାଜ୍ୟସ୍ତରୀୟ ଜଣେ ଯୁବନେତାଙ୍କ ସହାୟତାରେ ଉକ୍ତ ଘଟଣାର ସମାଧାନ ହୋଇଥିଲା। ଉକ୍ତ କଲେଜରୁ ଯୁକ୍ତ ୨ ପାସ୍‌ ହୋଇଥିବା ରେମୁଣା ଅଞ୍ଚଳର ଜଣେ ଛାତ୍ରଙ୍କ କହିବା ଅନୁସାରେ, ଶିକ୍ଷାକୁ ବ୍ୟବସାୟୀକରଣ କରି ଚାଲିଛନ୍ତି କଲେଜ କର୍ତ୍ତୃପକ୍ଷ। କୌଣସି ପ୍ରତିଶ୍ରୁତି ପୂରଣ କରୁନାହାନ୍ତି।
ସମୀକ୍ଷାଙ୍କ ମୃତ୍ୟୁ ପରେ ତାଙ୍କ ଦାଦା ୱାର୍ଡ଼େନଙ୍କ ମାନସିକ ଚାପ ଓ ମାଡ଼ ଯୋଗୁ ଆମତ୍ହତ୍ୟା ପାଇଁ ଝିଆରୀ ବାଧ୍ୟ ହୋଇଥିବା ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି। ସେହିପରି ଛାତ୍ରୀଙ୍କ ମା’ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି। ଏନେଇ ପୋଲିସ ଏକ ମାମଲା (ନଂ. ୧୯/୨୩) ରୁଜୁ କରି ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଥିବା କହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ସାଲଖାନ ମୁର୍ମୁ ପ୍ରକାଶ କରିଛନ୍ତି।
କଲେଜର ୱାର୍ଡେନ ଚନ୍ଦନା ସାହୁ ମୃତ ସମୀକ୍ଷାଙ୍କୁ ମାଡ଼ ମାରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଛୋଟ ଛୋଟ ପିଲାଙ୍କୁ ମୁଁ କେବେ ମାଡ଼ ମାରେନି। ଏତେ ବଡ଼ ଅଭିଯୋଗ କିପରି ଆଣୁଛନ୍ତି। ପୂର୍ବରୁ ପାଠପଢ଼ା ସମୟରେ ସେ ଅନ୍ୟ ଏକ ରୁମ୍‌କୁ ଯାଇଥିବା ବେଳେ ତାକୁ ଡାକି ଦେଇଥିଲି। ସେତେବେଳେ କୌଣସି ଗାଳିଗୁଲଜ କରି ନ ଥିବା ପ୍ରକାଶ କରିଥିଲେ।
କଲେଜର ଏମ୍‌ଡି ସର୍ବେଶ୍ୱର ସାନ୍ତରା ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ଛାତ୍ରୀଛାତ୍ରଙ୍କୁ କେବେ ମାଡ଼ ମାରିବେ ନାହଁି ବୋଲି ସମସ୍ତ ୱାର୍ଡେନଙ୍କୁ ନିର୍ଦ୍ଦେଶ ରହିଛି। ତେବେ ସମୀକ୍ଷା ଘରକୁ ଯିବ ବୋଲି ଇଚ୍ଛା କରୁଥିଲା। ଗୋଟିଏ ଗାଁରୁ ୫ରୁ ୬ ଜଣ ପିଲା କଲେଜରେ ପଢୁଛନ୍ତି। ୩ଜଣ ପିଲା ଘରକୁ ଯାଇଥିବା ବେଳେ ସେ ଘରକୁ ଯିବା ପାଇଁ ଜିଦ୍‌ କରିଥିଲା। କିନ୍ତୁ ତାଙ୍କ ମା’ ମନା କରିଥିଲେ। ସେଥିପାଇଁ ସେ ରାଗି କି ଏଭଳି ଘଟଣା ଘଟାଇଥିବା ଆଶଙ୍କା କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri