ପିଲାଙ୍କୁ ଛାଡ଼ିବାକୁ ଅଭିଭାବକ ଅମଙ୍ଗ

ବଇଣ୍ଡା, ୨୭।୨(ଡି.ଏନ୍‌.ଏ.): କରୋନାର ତୃତୀୟ ଲହର ନିୟନ୍ତ୍ରଣକୁ ଆସିବା ପରେ ଦୀର୍ଘ ଦୁଇବର୍ଷ ପରେ ସୋମବାରଠାରୁ ଆରମ୍ଭ ହେଉଛି ପ୍ରାଥମିକ ସ୍କୁଲ। ଶ୍ରେଣୀଗୃହରେ ପ୍ରତ୍ୟକ୍ଷ ଶିକ୍ଷାଦାନ ଲାଗି ସରକାରୀସ୍ତରରେ ନିର୍ଦ୍ଦେଶନାମା ଜାରି କରାଯିବା ପରେ ଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଶିକ୍ଷାନୁଷ୍ଠାନରେ ଶୈଖିକ ବାତାବରଣ ଫେରାଇ ଆଣିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରସ୍ତୁତି ଚଳାଇଛନ୍ତି। ତେବେ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡାସ୍ଥିତ କିଶୋରଗଞ୍ଜ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ବିପଦସଙ୍କୁଳ ଶ୍ରେଣୀଗୃହରେ ପାଠ ପଢ଼ାଇବାକୁ ପ୍ରସ୍ତୁତି ଚାଲିଥିବାବେଳେ ଏହାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅଭିଭାବକ। ପିଲାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଥିବାରୁ ପୁରୁଣା ଶ୍ରେଣୀଗୃହରେ ପାଠ ପଢ଼ାଇବା ଲାଗି ଛାଡ଼ିବାକୁ ସେମାନେ ଅମଙ୍ଗ ହେଉଛନ୍ତି।
ସମସ୍ୟା ନେଇ ଶନିବାର ବିଦ୍ୟାଳୟ ପରିସରରେ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଶିକ୍ଷକ ଅକ୍ଷୟ ବେହେରାଙ୍କ ସଭାପତିତ୍ୱରେ ଅଭିଭାବକ ତପନ ଦେହୁରୀ, ମନୋଜ ବେହେରା, ବିଭୁଦତ୍ତ ମହାପାତ୍ର, ସୁରେଶ ଚନ୍ଦ୍ର ସାହୁ, ପ୍ରାଣବନ୍ଧୁ ସାହୁ, ରାଜୁ ମହାପାତ୍ର, ମଞ୍ଜୁ ମୁଣ୍ଡା, ନମିତା ବେହେରା, ମିତା ସାହୁ, ସସ୍ମିତା ସାହୁ, ରୁନୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅଭିଭାବକମାନେ କହିଥିଲେ, ୫୫ନଂ. ଜାତୀୟ ରାଜପଥ କଡରେ ଥିବା କିଶୋରଗଞ୍ଜ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବହୁ ସମସ୍ୟା ଲାଗି ରହିଛି। ରାସ୍ତା ସମ୍ପ୍ରସାରଣ ଯୋଗୁ ବିଦ୍ୟାଳୟର ଏକାଧିକ ଶ୍ରେଣୀ ଗୃହ ଭଙ୍ଗାଯାଇଛି।
୫୦ ବର୍ଷ ପୁରୁଣା ଏହି ସ୍କୁଲର ୨ ଆଜବେଷ୍ଟସ ଏବଂ ୪ଟି ଛାତଘର ରହିଛି। ଛାତ ଘର ମଧ୍ୟରୁ ଗୋଟିଏ କାର୍ଯ୍ୟାଳୟ ଭାବେ ବ୍ୟବହୃତ ହେଉଛି। ସରକାରୀ ନିର୍ଦ୍ଦେଶ ପରେ ଅବଶିଷ୍ଟ ୩ ଶ୍ରେଣୀ ପ୍ରକୋଷ୍ଠରେ ପାଠ ପଢ଼ାଇବା ଲାଗି ନିଷ୍ପତ୍ତି ରହିଛି। ତେବେ ୧୨୬ ପିଲାଙ୍କ ଲାଗି ଏହା ଯଥେଷ୍ଟ ହେବ ନାହିଁ। ଫଳରେ ସମସ୍ୟା ଉପୁଜିବ ବୋଲି ଅଭିଭାବକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ଅନ୍ୟପଟେ ସ୍କୁଲ ନିକଟ ସରକାରୀ ଜମିରେ ନୂତନ ଶ୍ରେଣୀଗୃହ ନିର୍ମାଣ ଲାଗି ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ବିଦ୍ୟାଳୟକୁ ବଇଣ୍ଡା ହାଇସ୍କୁଲ ନିକଟରେ ସ୍ଥାପନ କରିବାକୁ ଯୋଜନା କରାଯାଉଥିବାବେଳେ ଏହାକୁ ଗ୍ରାମବାସୀ ବିରୋଧ କରୁଛନ୍ତି। ଫଳରେ ନୂତନ ବିଦ୍ୟାଳୟ ନିର୍ମାଣ ହୋଇପାରୁନାହିଁ। ତେଣୁ ସ୍କୁଲ ପରିସରରେ ଥିବା ଜାଗାରେ ନୂତନ ଶ୍ରେଣୀ ପ୍ରକୋଷ୍ଠ ନିର୍ମାଣ କରିବାକୁ ଅଭିଭାବକମାନେ ଦାବି କରିଛନ୍ତି। ଏହା ନ ହେଲେ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ବେହେରା କହିଛନ୍ତି, ବିଦ୍ୟାଳୟର ସମସ୍ତ ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଲକାତାରେ ନିର୍ବାଚନ ପୂର୍ବରୁ ରକ୍ତପାତ! TMC କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା

କୋଲକାତା,୨୬।୩: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ନିର୍ବାଚନ ପୂର୍ବରୁ ହିଂସାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବୁଧବାର ବିଳମ୍ବିତ ରାତିରେ, ଫୁଲବାଗାନ ଅଞ୍ଚଳର ବାଘଜାତୀନରେ ତୃଣମୂଳ କଂଗ୍ରେସ…

ଏବେ ବିଶ୍ୱଯୁଦ୍ଧ ଥୟ! ଆମେରିକା ପରେ ଇରାନକୁ ଧମକ ଦେଲେ ୬ ଦେଶ, ଆଗକୁ…

ନୂଆଦିଲ୍ଲୀ,୨୬।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ରିପୋର୍ଟ ମଧ୍ୟରେ, ସାଉଦି ଆରବ, କତାର, କୁୱେତ, ସଂଯୁକ୍ତ ଆରବ ଏମିରେଟ୍ସ, ବାହାରିନ ଏବଂ ଜୋର୍ଡାନ ମିଳିତ ଭାବରେ ଇରାନ…

ବଢ଼ିବନି ବିଧାୟକଙ୍କ ଦରମା: ଗୃହର ସବୁ ସଦସ୍ୟଙ୍କୁ ଚିଠି ଲେଖିଲେ…

ଭୁବନେଶ୍ୱର,୨୬।୩: ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି ବିଲ ପ୍ରତ୍ୟାହାର ନେଇ ପ୍ରକ୍ରିୟା।ଏନେଇ ବିଧାନସଭା ସଚିବଙ୍କ ପକ୍ଷରୁ ଗୃହର ସବୁ ସଦସ୍ୟଙ୍କୁ ଚିଠି ଲେଖାଯାଇଛି। ସଂସଦୀୟ ମନ୍ତ୍ରୀ ମୁକେଶ…

ଏପ୍ରିଲ ୧ରୁ ବଢିବ ଏହି ସବୁ ଔଷଧର ମୂଲ୍ୟ: ପାରାସିଟାମଲଠାରୁ ଆଣ୍ଟିବାୟୋଟିକ ପର୍ଯ୍ୟନ୍ତ….

ନୂଆଦିଲ୍ଲୀ,୨୬।୩: ୧ ଏପ୍ରିଲ, ୨୦୨୬ ଠାରୁ, ଯନ୍ତ୍ରଣା ନିବାରକ, ଆଣ୍ଟିବାୟୋଟିକ ଏବଂ ଜ୍ୱର ହ୍ରାସକାରୀ ଔଷଧର ମୂଲ୍ୟ ବୃଦ୍ଧି ପାଇବ। ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ…

ଏସଡିଓଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା: ଏତିକି ଟଙ୍କାର ରଖିଥିଲେ ମେଶିନ

ଭଞ୍ଜନଗର,୨୬।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନରେ ଭିଜିଲାନ୍ସ ଟିମ ଗୁରୁବାର ସକାଳୁ ଆୟ…

ହେବନି IPL 2026ର ଉଦଘାଟନୀ ଉତ୍ସବ, ଏହି କାରଣରୁ BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୬ା୩: IPL ୨୦୨୬ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି BCCI । ଉଦଘାଟନୀ ଉତ୍ସବକୁ ବାତିଲ କରାଯାଇଛି । ଗତ ବର୍ଷ ବେଙ୍ଗାଲୁରୁରେ RCBର ବିଜୟ…

ଇଞ୍ଜିନିୟରିଂ ଛାଡ଼ି ଷ୍ଟ୍ରବେରି ଚାଷକୁ ଆପଣାଇଛନ୍ତି ସଫଳଚାଷୀ ଭାଗୀରଥି

କାଳିଆପାଣି,୨୬ା୩(ଅସିତ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ପିଙ୍ଗଲ ପଞ୍ଚାୟତ ଅନ୍ତର୍ଗତ ରାଇଟିକର ଗ୍ରାମର ଭାଗୀରଥି ସ୍ବାଇଁ ଇଞ୍ଜିନିୟରିଂ ବୃତ୍ତି ଛାଡ଼ି ଷ୍ଟ୍ରବେରି ଚାଷ କରି ସଫଳ…

ଧରିତ୍ରୀର ପ୍ରଭାବ; ବୁଲା କୁକୁର ଉପରେ ମୁଖ୍ୟମନ୍ତ୍ରୀ ବସ୍ ଚଢ଼ାଇ ଦେବା ଘଟଣା, ଆକ୍ସନ ମୋଡରେ ବିଡିଓ

ଗଞ୍ଜାମ,୨୬।୩ (ବିଦ୍ୟାଧର ସାହୁ):  ମୁଖ୍ୟମନ୍ତ୍ରୀ ବସ୍ ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଘଟଣା । ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଆକ୍ସନ ମୋଡରେ ପ୍ରଶାସନ । ଡ୍ରାଇଭରମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri