Posted inଖେଳ

ପାରାଲିମ୍ପିକ୍ କମିଟିକୁ ନିଲମ୍ବନ କଲା କ୍ରୀଡ଼ା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୩।୨: ଠିକ୍ ସମୟରେ ନିର୍ବାଚନ ପରିଚାଳନା କରିବାରେ ବିଫଳ ହେବାରୁ କ୍ରୀଡା ମନ୍ତ୍ରଣାଳୟ ଶନିବାର ଭାରତର ପାରାଲିମ୍ପିକ୍ କମିଟି(ପିସିଆଇ)କୁ ନିଲମ୍ବନ କରିବାକୁ ନିଷ୍ପତ୍ତି ନେଇଛି। ଏକ ବିବୃତ୍ତିରେ କ୍ରୀଡା ମନ୍ତ୍ରଣାଳୟ କହିଛି ଯେ ମାର୍ଚ୍ଚ ୨୮ ରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ପିସିଆଇ ଘୋଷଣା କରିଛି, ଯାହା ପୂର୍ବ କାର୍ଯ୍ୟନିର୍ବାହୀ କମିଟିର କାର୍ଯ୍ୟକାଳ ଶେଷ ହେବାର ଦୁଇମାସ ବ୍ୟବଧାନ ପରେ ହେବ।

“ପିସିଆଇ ଶେଷ ନିର୍ବାଚନ ସେପ୍ଟେମ୍ବର ୨୦୧୯ ରେ ଅନୁଷ୍ଠିତ ହୋଇଥିଲା କିନ୍ତୁ ଦିଲ୍ଲୀ ହାଇକୋର୍ଟ ନିର୍ବାଚନର ବିଜ୍ଞପ୍ତି ଋଦ୍ଧ କରିଥିଲେ ଏବଂ ରିଟର୍ଣ୍ଣିଂ ଅଫିସର ମଧ୍ୟ ଫଳାଫଳ ଘୋଷଣା କରିବାକୁ ବାରଣ କରାଯାଇଥିଲା। ଏହିପରି, ନିର୍ବାଚନର ଫଳାଫଳ ଘୋଷଣା କରାଯାଇ ନଥିଲା। ଉକ୍ତ ଆବେଦନ ପରେ ଦିଲ୍ଲୀ ହାଇକୋର୍ଟର ଉପରୋକ୍ତ ଆଦେଶ ଅନୁଯାୟୀ ରିଟର୍ଣ୍ଣିଂ ଅଫିସର ୩୧.୦୧.୨୦୨୦ ରେ ନିର୍ବାଚନ ଫଳାଫଳ ଘୋଷଣା କରିଥିଲେ। ଏହାପରେ ପିସିଆଇର କାର୍ୟ୍ୟନିର୍ବାହୀ କମିଟିର ଚାରି ବର୍ଷର କାର୍ୟ୍ୟକାଳ ୩୧ ଜାନୁଆରୀ ୨୦୨୪ରେ ଶେଷ ହୋଇଛି।

ଅନ୍ୟପଟେ କ୍ରୀଡା ମନ୍ତ୍ରଣାଳୟ ଏହାର ବିବୃତ୍ତିରେ କହିଛି ଯେ ମାର୍ଚ୍ଚ ୨୮ ରେ ନିର୍ବାଚନ କରିବାକୁ ପିସିଆଇର ଏହି ପଦକ୍ଷେପ ବିନା କୌଣସି ଯାତାର୍ଥ କାରଣ ବିନା ଉଦ୍ଦେଶ୍ୟମୂଳକ ନିଷ୍ପତ୍ତି। ଏହିପରି ବିଫଳତା ଗଣତାନ୍ତ୍ରିକତାକୁ କ୍ଷୁର୍ଣ୍ଣ କରୁଛି। ନ୍ୟାସନାଲ ସ୍ପୋର୍ଟସ୍ ଡେଭଲପମେଣ୍ଟ୍ କୋଡ୍ ଅଫ୍ ଇଣ୍ଡିଆ ଅଧୀନରେ ବାଧ୍ୟତାମୂଳକ ପ୍ରକ୍ରିୟା ଏବଂ ଉତ୍ତମ ଶାସନର ନୀତିଗୁଡିକ। ଅନ୍ୟାନ୍ୟ ଜାତୀୟ କ୍ରୀଡ଼ା ଫେଡେରେସନ୍ ସହିତ ସମାନ ଭାବରେ ଭାରତୀୟ କ୍ରୀଡ଼ାରେ ସ୍ୱଚ୍ଛ ତଥା ଗଣତାନ୍ତ୍ରିକ ଶାସନକୁ ସୁନିଶ୍ଚିତ କରିବା ପାଇଁ କ୍ରୀଡ଼ା ସଂକେତ ପାଳନ କରିବା ଜରୁରୀ ଅଟେ। “


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Video: ପଡ଼ିଆରେ ଏହି କ୍ରିକେଟରଙ୍କ ମୁଣ୍ଡରେ ଲାଗିଲା ଶକ୍ତ ଆଘାତ

ଇସଲାମାବାଦ,୧୫।୬: ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଶନିବାର (୧୬ ମଇ) ଠାରୁ ଆରମ୍ଭ ହୋଇଛି। ସିଲହଟରେ ଖେଳାଯାଉଥିବା ଏହି ମ୍ୟାଚର ପ୍ରଥମ ଦିନରେ,…

ଭାରତ ଆସିବେ ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ! ପ୍ରଧାନମନ୍ତ୍ରୀଙ୍କୁ ମାଗିଲେ..

ନୂଆଦିଲ୍ଲୀ,୧୬।୫: ୨୦୨୬ ଆଇପିଏଲ ଫାଇନାଲ ଦିନ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ମୋହସିନ ନକଭି ଅହମଦାବାଦରେ ଉପସ୍ଥିତ ରହିପାରନ୍ତି। ପ୍ରକୃତରେ, ଅହମଦାବାଦରେ ଏକ ଆଇସିସି (ଆନ୍ତର୍ଜାତୀୟ…

ଗୋଟିଏ ଦିନର ମୁଖ୍ୟମନ୍ତ୍ରୀ ହେଲେ ବୁମ୍‌ରା! VIDEOରୁ ଖୋଲିଲା ରାଜ୍‌

ନୂଆଦିଲ୍ଲୀ,୧୬।୫: ଭାରତୀୟ କ୍ରିକେଟ ଦଳର ଷ୍ଟାର ଫାଷ୍ଟ ବୋଲର ଜସପ୍ରୀତ ବୁମରାଙ୍କୁ IPL 2026 ସମୟରେ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହେବାର ଦେଖାଯାଇଥିଲା। ସେ ବଲିଉଡ…

ସ୍ତ୍ରୀଙ୍କ ପାଇଁ ଆମିଷ ଛାଡ଼ିଦେଲେ କୋହଲି: କହୁ କହୁ କହିଦେଲେ…

ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ବଲିଉଡ ଏବଂ କ୍ରିକେଟ ଉଭୟରେ ସବୁଠାରୁ ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରୁ ଜଣେ। ଏହି ଦମ୍ପତି ସେମାନଙ୍କର କଠିନ ପରିଶ୍ରମ ଦ୍ୱାରା…

ଏହି ଦିନ ମାହିକା ଶର୍ମାଙ୍କୁ ବିବାହ କରିବେ ହାର୍ଦ୍ଦିକ ପାଣ୍ଡ୍ୟା! ସାମ୍‌ନାକୁ ଆସିଲା ତାରିଖ, IPL ମଝିରେ କରିବେ ଦ୍ୱିତୀୟ ବିବାହ

ମୁମ୍ବାଇ,୧୬।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ମଧ୍ୟରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ରିପୋର୍ଟ ଅନୁଯାୟୀ ହାର୍ଦ୍ଦିକ…

ଆଇପିଏଲ୍‌ ଛାଡ଼ିଲେ ରାଚିନ ରବୀନ୍ଦ୍ର

କୋଲକାତା,୧୫ା୫: ନ୍ୟୁଜିଲାଣ୍ଡର ଇଂଲଣ୍ଡ ଟେଷ୍ଟ ଟୁର୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ଲାଗି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଅଲ୍‌ରାଉଣ୍ଡର ରାଚିନ ରବୀନ୍ଦ୍ର ଆଇପିଏଲ୍‌ ଛାଡ଼ିଛନ୍ତି। ଗୁଜରାଟ…

ଦଣ୍ଡିତ ହେଲା ପାକିସ୍ତାନ

ମୀରପୁର,୧୫ା୫: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ସ୍ଲୋ ଓଭର-ରେଟ୍‌ ପାଇଁ ପାକିସ୍ତାନ କ୍ରିକେଟ ଦଳ ଦଣ୍ଡିତ ହୋଇଛି। ଖେଳାଳିଙ୍କ ମ୍ୟାଚ ଫି’ର ୪୦ ପ୍ରତିଶତ ଜରିମାନା…

ଇଶାନଙ୍କୁ ୧ କୋଟି ଟଙ୍କାର ଚେକ୍‌ ଦେଲେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୧୫।୫: ବିସ୍ଫୋରକ ବ୍ୟାଟସମ୍ୟାନ ଇଶାନ କିଷାନ ଶୁକ୍ରବାର ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ଭେଟଛନ୍ତି। ଏହି ସମୟରେ ସମ୍ରାଟ ଚୌଧୁରୀ ପାଟନାର ବାସିନ୍ଦା ଇଶାନ କିଷାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri