ପାରାଦୀପର ସୁପର ସ୍ପେଶିଆଲିଟି ହସ୍ପିଟାଲ: ନେତାଙ୍କ କଥାରେ ରହୁନି ତାଳମେଳ

ପାରାଦୀପ,୧।୪(ଶରତ ରାଉତ): ଜଗତ୍‌ସିଂହପୁର ଜିଲା ପାରାଦୀପରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ହେବ ବୋଲି ସରକାରୀ ଭାବେ ୨୦୧୩ରୁ ଘୋଷଣା କରାଗଲାଣି। ଏବେବି ସେମିତି ସରକାରୀ ଭାବେ ଘୋଷଣା କରାଯାଇଛି। ବାସ୍ତବରେ ଏପରି ହସ୍ପିଟାଲ କେବେ ହେବ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଗତ ୨ ଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି, ରାଜ୍ୟର ୮ଟି ଜିଲାରେ ମେଡିକାଲ କଲେଜ ହେବ। ସେଥିରେ ଜଗତ୍‌ସିଂହପୁର ଜିଲାର ନାମ ଅଛି। କିନ୍ତୁ ଗତ ୧୭।୩।୨୦୨୫ରେ ବାଲିକୁଦା-ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ବିଧାନସଭାରେ ପାରାଦୀପର ସୁପର ସ୍ପେଶିଆଲିଟି ହସ୍ପିଟାଲ ସମ୍ପର୍କରେ ପ୍ରଶ୍ନ (ଏସ୍‌ଏକ୍ୟୁ ୩୮୧) କରିଥିଲେ। ଜବାବରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ, ପାରାଦୀପରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ହେବାର ବର୍ତ୍ତମାନ କୌଣସି ପ୍ରସ୍ତାବ ନାହିଁ। ଏଏମ୍‌ଏନ୍‌ଏସ୍‌(ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌) ନାମକ ଘରୋଇ କମ୍ପାନୀ ଏକ ମଲ୍ଟି ସ୍ପେଶାଆଲିଟି ହସ୍ପିଟାଲ ଓ ନର୍ସିଂ କଲେଜ କରିବା ପାଇଁ ଆବେଦନ କରିଛି। ଏଥିପାଇଁ ସଂପୃକ୍ତ କମ୍ପାନୀ ରାଜ୍ୟ ସରକାରଙ୍କୁ ୫ ଏକର ଜାଗା ମାଗିଛି। ଏହି ଜମି ଦେବା ପାଇଁ ରାଜସ୍ବ ବିଭାଗକୁ ସୁପାରିସ୍‌ କରାଯାଇଛି।

ଅପରପକ୍ଷେ ଜଗତ୍‌ସିଂହପୁର ଏମ୍‌ପି ଡା. ବିଭୁପ୍ରସାଦ ତରାଇ ୩୦।୭।୨୦୨୪ରେ ଜଗତ୍‌ସିଂହପୁର ଜିଲାରେ ଏକ ମେଡିକାଲ କଲେଜ ଖୋଲିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ୍‌ପ୍ରକାଶ ନଡ୍ଡାଙ୍କୁ ଲୋକ ସଭାରେ ପ୍ରଶ୍ନ(ରୁଲ ନଂ.୩୭୭) କରିଥିଲେ। ଏହାର ଜବାବରେ ମନ୍ତ୍ରୀ ନଡ୍ଡା ଲିଖିତ ସୂଚନା(ଚିଠି ନଂ. ୧୪୦୧୭/୫୮/୨୦୨୪) ଦେଇଥିଲେ ଯେ, ଏପରି ପ୍ରସ୍ତାବ ରାଜ୍ୟ ସରକାର ଦେଲେ ଆମେ ବିଚାର କରିବୁ। ଏଥିରେ ଯେଉଁ ଅର୍ଥ ଲାଗିବ ସେଥିରେ କେନ୍ଦ୍ର ସରକାର ୬୦% ଓ ରାଜ୍ୟ ସରକାର ୪୦% ବହନ କରିବେ। ଏବେ ସେହି ପ୍ରଶ୍ନ ଆଧାରରେ ଜଗତ୍‌ସିଂହପୁର ଜିଲାରେ ମେଡିକାଲ କଲେଜ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ବୋଲି ଏମ୍‌ପି ତରାଇ କହିଛନ୍ତି।

ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ୨୦୧୩ରେ ତତ୍କାଳୀନ ଅଧ୍ୟକ୍ଷ ସୁଧାଂଶୁ ମିଶ୍ର ଏକ ସୁପର ସ୍ପେଶିଆଲିଟି ହସ୍ପିଟାଲ କରିବା ପାଇଁ ଘୋଷଣା କରିଥିଲେ। ଏହାପରେ ପାରାଦୀପ ବନ୍ଦର ହସ୍ପିଟାଲ ପକ୍ଷରୁ ଏଥିପାଇଁ ପ୍ରାଥମିକ କାର୍ଯ୍ୟ କରାଯାଇଥିଲା। ଏନେଇ ୩ଟି ଘରୋଇ ହସ୍ପିଟାଲ ପକ୍ଷରୁ ଅଲଗା ଭାବେ ସର୍ଭେ କରାଯାଇଥିଲା। ସେତେବେଳେ ଏହି କାମ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଥିଲା। ଶେଷରେ ସମସ୍ତ ୩ ଘରୋଇ ହସ୍ପିଟାଲ ରିପୋର୍ଟ ଦେଇଥିଲେ ଯେ, ପାରାଦୀପରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ପାଇଁ ଆବଶ୍ୟକ ରୋଗୀ ହେବେନାହିଁ। ତା’ପରଠାରୁ ପାରାଦୀପ ବନ୍ଦର ପକ୍ଷରୁ ଚାଲିଥିବା ପ୍ରୟାସ ଶୀତଳଭଣ୍ଡାରରେ ରହିଯାଇଛି। ୨୦୧୬ରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ପାରାଦୀପ ଗସ୍ତ ବେଳେ ମଧ୍ୟ ସମାନ କଥା ଉଠାଇଥିଲେ। ପରେ କୁଜଙ୍ଗ ଓ ପାରାଦୀପର ଏକାଧିକ ସଙ୍ଗଠନ ତରଫରୁ ସୁପର ସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ ଦାବିରେ ରାସ୍ତା ଅବରୋଧ କରାଯିବା ସହ ସରକାରଙ୍କୁ ଦାବିପତ୍ର ଦିଆଯାଇଛି। ରାଜନୈତିକ ଦଳ ତରଫରୁ ନିର୍ବାଚନ ସମୟରେ ଏହାକୁ ମଧ୍ୟ ପ୍ରସଙ୍ଗ କରାଯାଇଛି। ଏବେ ସମାନ ଘଟଣା ଘୋଷଣା ହେବାପରେ କେବଳ ଖବର ଶିରୋନାମା ପାଲଟିଛି ବୋଲି ପାରାଦୀପ ଗଡ଼ ପଞ୍ଚାୟତର ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶ୍ରୀବଲ୍ଲଭ କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?