୮ରୁ ଗଡ଼ିବ ପାରାଦୀପ-କେନ୍ଦୁଝରଗଡ଼ ପାସେଞ୍ଜର ଟ୍ରେନ୍‌

ଭୁବନେଶ୍ୱର,୭।୩(ଅନୁରାଧା ମହାରଣା)ହରିଦାସପୁର-ପାରାଦୀପ ରେଳ ଲାଇନ ଏବଂ କେନ୍ଦୁଝରଗଡ଼ ମାର୍ଗଦେଇ ପୁରୀରୁ ନୂଆଦିଲ୍ଲୀ ଅଭିମୁଖେ ପାସେଞ୍ଜର ପରିବହନ କ୍ଷେତ୍ରରେ ଏକ୍ସପ୍ରେସ ସେବା ପ୍ରତିଶ୍ରୁତି ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରାଦୀପ – କେନ୍ଦୁଝରଗଡ଼ ଏବଂ ପୁରୀ- ଆନନ୍ଦ ବିହାର ଏକ୍ସପ୍ରେସ୍‌ ଭାୟା କେନ୍ଦୁଝରଗଡ଼ ଟ୍ରେନର ଶୁଭାରମ୍ଭ କରିଛନ୍ତି। ତେବେ ପାରାଦୀପ-କେନ୍ଦୁଝରଗଡ଼ ପାସେଞ୍ଜର ଟ୍ରେନର ନିୟମିତ ସେବା ଉଭୟ ଦିଗରୁ ଆସନ୍ତା ୮ ତାରିଖରୁ ଆରମ୍ଭ ହେବ। ସେହିଭଳି କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ-ଆନନ୍ଦ ବିହାର-ପୁରୀ ଏକ୍ସପ୍ରେସ୍‌ ପୁରୀଠାରୁ ୯ ତାରିଖରୁ ଏବଂ ଆନନ୍ଦ ବିହାରରୁ ୧୦ ତାରିଖରୁ କାର୍ଯ୍ୟକାରୀ ହେବ।
୦୮୪୦୬/୦୮୪୦୫ ପାରାଦୀପ-କେନ୍ଦୁଝରଗଡ଼-ପାରାଦୀପ ମେମୁ ପାସେଞ୍ଜର ସ୍ପେଶାଲ ପାରାଦୀପଠାରୁ ଭୋର୍‌ ୫ଟା ୩୦ରେ ଛାଡି କେନ୍ଦୁଝରଗଡ଼ରେ ୧୧ଟା ୨୫ ମିନିଟ୍‌ରେ ପହଞ୍ଚତ୍ବ। ଫେରିବା ମାର୍ଗରେ ଏହି ଟ୍ରେନ କେନ୍ଦୁଝରଗଡ଼ଠାରୁ ଅପରାହ୍ନ ୪ଟା ୩୦ରେ ଛାଡି ପାରାଦୀପରେ ରାତି ୯ଟା ୩୦ରେ ପହଞ୍ଚତ୍ବ। ଏହି ଟ୍ରେନ୍‌ ପାରାଦୀପ ଓ କେନ୍ଦୁଝରଗଡ଼ ମଧ୍ୟରେ ସିଜୁ, ନୂଆଗାଓଁ, କଳାଘର, ମାର୍ଶାଘାଇ ରୋଡ୍‌, କେନ୍ଦ୍ରାପଡା, ବାଜିପଡା, ଲଲିତଗିରି, ଉଦୟଗିରି ରତ୍ନଗିରି ରୋଡ୍‌, ଚଣ୍ଡିଖୋଲ, ହରିଦାସପୁର, ନୂଆଗଡ଼ ମଧୁପୁର, ଜେନାପୁର, ବ୍ରାହ୍ମଣୀ ପିଏଚ୍‌, ଯଖପୁରା, ଯାଜପୁର କେନ୍ଦୁଝର ରୋଡ୍‌, ସୁକିନ୍ଦା ରୋଡ୍‌, ବାଘୁଆପାଳ, ଟମ୍‌କା, ଟାଙ୍ଗିରିଆପାଲ, ସଗଡପଟା, ଚିଲିକଦାରା, ହରିଚନ୍ଦନପୁର, ନୀଳକଣ୍ଠେଶ୍ୱର, ସୀତାବିଞ୍ଜ, ବସନ୍ତପୁର ଏବଂ ନରଣପୁର ଷ୍ଟେଶନରେ ଉଭୟ ପାର୍ଶ୍ୱରୁ ରହଣି କରିବ।
ଅନ୍ୟପଟେ କେନ୍ଦୁଝରଗଡ ମାର୍ଗ ଦେଇ ୧୮୪୨୭/୧୮୪୨୮ ପୁରୀ-ଆନନ୍ଦ ବିହାର-ପୁରୀ ଏକ୍ସପ୍ରେସ୍‌ ପୁରୀରୁ ପ୍ରତି ଶନିବାର ଭୋର ୪ଟା ୧୫ରେ ଛାଡି ରବିବାର ଅପରାହ୍ନ ୧ଟା ୧୦ରେ ଆନନ୍ଦ ବିହାରରେ ପହଞ୍ଚତ୍ବ। ଫେରିବା ମାର୍ଗରେ ଏହି ଟ୍ରେନ ଆନନ୍ଦ ବିହାରରୁ ପ୍ରତି ରବିବାର ଅପରାହ୍ନ ୫ଟା ୨୦ରେ ସୋମବାର ରାତି ୧୧ଟା ୫୫ରେ ପୁରୀରେ ପହଞ୍ଚତ୍ବ। ଏହି ଟ୍ରେନରେ ଗୋଟିଏ ଏସି ପ୍ରଥମ ଶ୍ରେଣୀ, ଦୁଇଟି ଏସି-୨ ଟାୟାର, ପାଞ୍ଚଟି ଏସି -୨ ଟାୟାର, ଗୋଟିଏ ଏସି -୨ ଟାୟାର (ଇକୋନୋମି), ୬ଟି ସ୍ଲିପର ଶ୍ରେଣୀ, ୪ଟି ଦ୍ୱିତୀୟ ଶ୍ରେଣୀ ସିଟିଂ, ଗୋଟିଏ ଗାର୍ଡ ତଥା ଦିବ୍ୟାଙ୍ଗଜନ କୋଚ, ଗୋଟିଏ ଗାର୍ଡ ତଥା ଜେନେରେଟର କୋଚ୍‌ ଏବଂ ଗୋଟିଏ ପ୍ୟାଣ୍ଟ୍ରିକାର ଉପଲବ୍ଧ ରହିଛି। ଏହା ପୁରୀ ଓ ଆନନ୍ଦ ବିହାର ମଧ୍ୟରେ ସାକ୍ଷୀଗୋପାଳ, ଖୋର୍ଦ୍ଧା ରୋଡ୍‌, ଭୁବନେଶ୍ୱର, କଟକ, ଯଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ଼, ନୟାଗଡ଼, ବାଂଶପାଣି, ଡଙ୍ଗୋଆପୋସି, ଚାଇବାସା, ଚଣ୍ଡିଲ, ମୁରି, ବୋକାରୋ ଷ୍ଟିଲ୍‌ ସିଟି, ରାଜାବେରା, ଏନ୍‌ଏସ୍‌ସି ଗୋମୋ, କୋ ଗୟା, ସାସାରାମ, ଡିଡିୟୁ ପ୍ରୟାଗରାଜ, କାନପୁର ସେଣ୍ଟ୍ରାଲ, ଟୁଣ୍ଡ୍‌ଲା ଏବଂ ଚିପିୟାନା ବୁଜର୍ଗ ଷ୍ଟେଶନରେ ଉଭୟ ପାର୍ଶ୍ୱରୁ ରହଣି କରିବ।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?