ପାରାଦୀପ ବତିଘର ପାଲଟିବ ପର୍ଯ୍ୟଟନ ସ୍ଥଳ

ପାରାଦୀପ,୧୩।୨(ଶରତ ରାଉତ):ଜଗତ୍‌ସିଂହପୁର ଜିଲା ପାରାଦୀପ ବନ୍ଦର ସହରର ପ୍ରତୀକ ହେଉଛି ସମୁଦ୍ର କୂଳରେ ଥିବା ବତିଘର (ଲାଇଟ ହାଉସ)। ୩୬ ବର୍ଷ ହେଲା ଏହି ବତିଘର ସାମୁଦ୍ରିକ ନାଭିଗେସନ କ୍ଷେତ୍ରରେ କାମରେ ଲାଗୁଛି। ଏବେ ସୂଚନା ପ୍ରଯୁକ୍ତି ବିଦ୍ୟା ସଫଳତା ପରେ ବତିଘର ଆବଶ୍ୟକ ଆଉ ପୂର୍ବପରି ହେଉନାହିଁ। ଆସନ୍ତା ଫେବୃଆରୀ ୧୭ରୁ ଏହା ପର୍ଯ୍ୟଟକଙ୍କ ପାଇଁ ବ୍ୟବହାର ହେବ। ଅର୍ଥାତ୧୭ରୁ ସମସ୍ତେ ବତିଘର ଉପରେ ଚଢ଼ି ସମୁଦ୍ର ଦୃଶ୍ୟ ଉପଭୋଗ କରିବାର ସୁଯୋଗ ପାଇବେ। ପାରାଦୀପ ସମେତ ଓଡ଼ିଶାର ୧୦ ବତିଘର ଓ ଦେଶରେ ଥିବା ୭୫ ବତୀଘରକୁ ଲାଇଟ୍‌ ହାଉସ ଟୁରିଜମ ପ୍ରୋଜେକ୍ଟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି। ୧୭ରେ ଭର୍ଚ୍ଚୁଆଲ ଯୋଗେ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଉଦ୍‌ଘାଟନ କରିବେ ବୋଲି ବତିଘର ଇନଚାର୍ଜ ପ୍ରଦୀପ କୁମାର ଦତ୍ତଙ୍କ ସୂତ୍ରରୁ ଜଣାପଡ଼ିଛି। ୩ ଏକର ବିଶିଷ୍ଟ ବତିଘର ପରିସରରେ କେତେକ ଆକର୍ଷଣୀୟ କାମ ହୋଇଛି। ଯଥା ପିଲାଙ୍କ ଖେଳପଡିଆ, ଖେଳ ଉପକରଣ, ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ, ପାଣି ଫୁଆରା, ଆଲୋକୀକରଣ ଆଦି ହୋଇସାରିଛି। ଉଦ୍‌ଘାଟନ ପରେ ନୂଆ ପର୍ଯ୍ୟଟକଙ୍କ ପାଇଁ ଅଧିକ ଆକର୍ଷଣୀୟ ବ୍ୟବସ୍ଥା କରାଯିବା ନେଇ ପ୍ରସ୍ତାବ ରହିଛି।
ସୂଚନାଯୋଗ୍ୟ, ୧୯୮୨ରେ ପାରାଦୀପ ବତିଘର ନିର୍ମାଣ ହୋଇଥିଲା।୧୯୮୮ ମାର୍ଚ୍ଚ ୨୫ରେ ଏହା ଲୋକାର୍ପଣ ହୋଇଥିଲା। ୧୬୮ ପାହାଚ ବିଶିଷ୍ଟ ଏହି ବତିଘରର ଉଚ୍ଚତା ୪୦ ମିଟର। ଏଥିରେ ଯେଉଁ ଲାଇଟ ଜଳିଥାଏ ତାକୁ ଦେଖି ନାବିକମାନେ ଜାଗା ସମ୍ପର୍କରେ ଅବଗତ ହୋଇଥାନ୍ତି। ଭାରତର ୭୫ ଲାଇଟ ହାଉସ ସମ୍ପର୍କରେ ବତୀ ଫ୍ଲାସ ଅନୁସାରେ ଆଇଏମଓ (ଇଣ୍ଟର ନ୍ୟାଶନାଲ ମେରିଟାଇମ ଅର୍ଗାନାଇଜେଶନ)ଦର୍ଶାଯାଇଛି। ଯଥା ପ୍ରତ୍ୟେକ ବତୀ ୩୦ ସେକେଣ୍ଡ ମଧ୍ୟରେ କେତେଥର ବନ୍ଦ ହୁଏ। ଯେମିତି ପାରାଦୀପ ବତିଘର ଫ୍ଲାସ ୩୦ ସେକେଣ୍ଡ ମଧ୍ୟରେ ୩ ଥର ବନ୍ଦ ହୁଏ। ସେତେବେଳେ କୌଣସି ପଣ୍ୟବାହୀ ଜାହାଜରେ ଆଜି ଭଳି ଜିପିଏସ(ଗ୍ଲୋବାଲ ପୋଜିଶନିଂ ସିଷ୍ଟମ) ନ ଥିଲା। ସେଥିପାଇଁ ଅଧିକ ବତୀଘର ଆବଶ୍ୟକତା ହେଉଥିଲା।ଏବେ ପ୍ରତ୍ୟେକ ଜାହାଜରେ ଆଧୁନିକ ବୈଷୟିକ ପ୍ରଣାଳି ବ୍ୟବହାର ହେଲାଣି। ତଥାପି ବତିଘର ଏଥିପାଇଁ ବ୍ୟବହାର କରାଯାଉଛି ଯେତେବେଳେ ଟେକ୍ନୋଲୋଜି ଫେଲ ରହିବ ସେତେବେଳେ ଏହା କାମରେ ଆସିବ। ବତିଘରକୁ କଳା ଧଳା ରଙ୍ଗ କରାଯାଇଥାଏ।ସେଥିରେ ମଧ୍ୟ ପ୍ରତ୍ୟେକ ରଙ୍ଗର ବ୍ୟବଧାନ ପ୍ରତି ବତିଘର ପାଇଁ ଅଲଗା। ବତିଘର ଭାଷାରେ ଏହାକୁ ବ୍ୟାଣ୍ଡ କୁହାଯାଇଛି। ଏବେ ଏହି ବତୀଘର ଐତିହ୍ୟ ଆସନ୍ତା ୧୭ ତାରିଖରୁ ନୂଆ ପରିଚୟ ପାଇବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?