ପାରାଦୀପ ବତିଘର ପାଲଟିବ ପର୍ଯ୍ୟଟନ ସ୍ଥଳ

ପାରାଦୀପ,୧୩।୨(ଶରତ ରାଉତ):ଜଗତ୍‌ସିଂହପୁର ଜିଲା ପାରାଦୀପ ବନ୍ଦର ସହରର ପ୍ରତୀକ ହେଉଛି ସମୁଦ୍ର କୂଳରେ ଥିବା ବତିଘର (ଲାଇଟ ହାଉସ)। ୩୬ ବର୍ଷ ହେଲା ଏହି ବତିଘର ସାମୁଦ୍ରିକ ନାଭିଗେସନ କ୍ଷେତ୍ରରେ କାମରେ ଲାଗୁଛି। ଏବେ ସୂଚନା ପ୍ରଯୁକ୍ତି ବିଦ୍ୟା ସଫଳତା ପରେ ବତିଘର ଆବଶ୍ୟକ ଆଉ ପୂର୍ବପରି ହେଉନାହିଁ। ଆସନ୍ତା ଫେବୃଆରୀ ୧୭ରୁ ଏହା ପର୍ଯ୍ୟଟକଙ୍କ ପାଇଁ ବ୍ୟବହାର ହେବ। ଅର୍ଥାତ୧୭ରୁ ସମସ୍ତେ ବତିଘର ଉପରେ ଚଢ଼ି ସମୁଦ୍ର ଦୃଶ୍ୟ ଉପଭୋଗ କରିବାର ସୁଯୋଗ ପାଇବେ। ପାରାଦୀପ ସମେତ ଓଡ଼ିଶାର ୧୦ ବତିଘର ଓ ଦେଶରେ ଥିବା ୭୫ ବତୀଘରକୁ ଲାଇଟ୍‌ ହାଉସ ଟୁରିଜମ ପ୍ରୋଜେକ୍ଟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି। ୧୭ରେ ଭର୍ଚ୍ଚୁଆଲ ଯୋଗେ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଉଦ୍‌ଘାଟନ କରିବେ ବୋଲି ବତିଘର ଇନଚାର୍ଜ ପ୍ରଦୀପ କୁମାର ଦତ୍ତଙ୍କ ସୂତ୍ରରୁ ଜଣାପଡ଼ିଛି। ୩ ଏକର ବିଶିଷ୍ଟ ବତିଘର ପରିସରରେ କେତେକ ଆକର୍ଷଣୀୟ କାମ ହୋଇଛି। ଯଥା ପିଲାଙ୍କ ଖେଳପଡିଆ, ଖେଳ ଉପକରଣ, ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ, ପାଣି ଫୁଆରା, ଆଲୋକୀକରଣ ଆଦି ହୋଇସାରିଛି। ଉଦ୍‌ଘାଟନ ପରେ ନୂଆ ପର୍ଯ୍ୟଟକଙ୍କ ପାଇଁ ଅଧିକ ଆକର୍ଷଣୀୟ ବ୍ୟବସ୍ଥା କରାଯିବା ନେଇ ପ୍ରସ୍ତାବ ରହିଛି।
ସୂଚନାଯୋଗ୍ୟ, ୧୯୮୨ରେ ପାରାଦୀପ ବତିଘର ନିର୍ମାଣ ହୋଇଥିଲା।୧୯୮୮ ମାର୍ଚ୍ଚ ୨୫ରେ ଏହା ଲୋକାର୍ପଣ ହୋଇଥିଲା। ୧୬୮ ପାହାଚ ବିଶିଷ୍ଟ ଏହି ବତିଘରର ଉଚ୍ଚତା ୪୦ ମିଟର। ଏଥିରେ ଯେଉଁ ଲାଇଟ ଜଳିଥାଏ ତାକୁ ଦେଖି ନାବିକମାନେ ଜାଗା ସମ୍ପର୍କରେ ଅବଗତ ହୋଇଥାନ୍ତି। ଭାରତର ୭୫ ଲାଇଟ ହାଉସ ସମ୍ପର୍କରେ ବତୀ ଫ୍ଲାସ ଅନୁସାରେ ଆଇଏମଓ (ଇଣ୍ଟର ନ୍ୟାଶନାଲ ମେରିଟାଇମ ଅର୍ଗାନାଇଜେଶନ)ଦର୍ଶାଯାଇଛି। ଯଥା ପ୍ରତ୍ୟେକ ବତୀ ୩୦ ସେକେଣ୍ଡ ମଧ୍ୟରେ କେତେଥର ବନ୍ଦ ହୁଏ। ଯେମିତି ପାରାଦୀପ ବତିଘର ଫ୍ଲାସ ୩୦ ସେକେଣ୍ଡ ମଧ୍ୟରେ ୩ ଥର ବନ୍ଦ ହୁଏ। ସେତେବେଳେ କୌଣସି ପଣ୍ୟବାହୀ ଜାହାଜରେ ଆଜି ଭଳି ଜିପିଏସ(ଗ୍ଲୋବାଲ ପୋଜିଶନିଂ ସିଷ୍ଟମ) ନ ଥିଲା। ସେଥିପାଇଁ ଅଧିକ ବତୀଘର ଆବଶ୍ୟକତା ହେଉଥିଲା।ଏବେ ପ୍ରତ୍ୟେକ ଜାହାଜରେ ଆଧୁନିକ ବୈଷୟିକ ପ୍ରଣାଳି ବ୍ୟବହାର ହେଲାଣି। ତଥାପି ବତିଘର ଏଥିପାଇଁ ବ୍ୟବହାର କରାଯାଉଛି ଯେତେବେଳେ ଟେକ୍ନୋଲୋଜି ଫେଲ ରହିବ ସେତେବେଳେ ଏହା କାମରେ ଆସିବ। ବତିଘରକୁ କଳା ଧଳା ରଙ୍ଗ କରାଯାଇଥାଏ।ସେଥିରେ ମଧ୍ୟ ପ୍ରତ୍ୟେକ ରଙ୍ଗର ବ୍ୟବଧାନ ପ୍ରତି ବତିଘର ପାଇଁ ଅଲଗା। ବତିଘର ଭାଷାରେ ଏହାକୁ ବ୍ୟାଣ୍ଡ କୁହାଯାଇଛି। ଏବେ ଏହି ବତୀଘର ଐତିହ୍ୟ ଆସନ୍ତା ୧୭ ତାରିଖରୁ ନୂଆ ପରିଚୟ ପାଇବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀର ଆକାଉଣ୍ଟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ: ମୂଲ୍ୟବାନ ସାମଗ୍ରୀ, ଗୁରତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଛାରଖାର

ବଡବିଲ,୨।୫(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ଉପକଣ୍ଠରେ ଥିବା ଆରିୟା ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀ ପ୍ରାଇଭେଟ ଲିମିଟେଡ କମ୍ପାନୀର ପ୍ଲାଣ୍ଟ ସ୍ଥିତ ଆକାଉଣ୍ଟ...

ତେଲକୋଇ ଆସନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କଲେ ଭାଜପା ପ୍ରାର୍ଥୀ ଫକୀର ନାଏକ

କେନ୍ଦୁଝର,୨।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ଗୋଟିଏ...

ଟିକେଟ୍‌ ରେସ୍‌ରେ ବାଜିମାରିଲେ ସୁକାନ୍ତ

ନୀଳଗିରି,୨।୫(ପ୍ରଶାନ୍ତ କୁମାର ବିଶ୍ବାଳ):ସବୁ କଳ୍ପନାଜଳ୍ପନାର ଅନ୍ତ ଘଟି ବିଜୁଜନତା ଦଳ ନୀଳଗିରି ଆସନ ପାଇଁ ଟିକେଟ ଘୋଷଣା କରିଛି। ଶେଷରେ ବିଧାୟକ ସୁକାନ୍ତ ନାୟକଙ୍କ ଉପରେ...

ପ୍ରାର୍ଥିପତ୍ର ଦାଖଲ କଲେ ପରିଣୀତା ମିଶ୍ର

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଲୋକସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥିନୀ ପରିଣୀତା ମିଶ୍ର ଗୁରୁବାର ନାମାଙ୍କନ ଦାଖଲ କରିଛନ୍ତି । ଏହି...

ଭଟଲି ଆସନ ପାଇଁ ନାମାଙ୍କନ ଭରିଲେ ବ୍ରହ୍ମାନନ୍ଦ ମହାକୁଡ଼

ବରଗଡ଼,୨ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ପ୍ରାର୍ଥୀ ବ୍ରହ୍ମାନନ୍ଦ ମହାକୁଡ଼ ଗୁରୁବାର ନାମାଙ୍କନ ଦାଖଲ କରିଛନ୍ତି।...

”ମୁଁ ନବୀନ ପଟ୍ଟନାୟକଙ୍କ ମହାନ ମୂଲ୍ୟବୋଧର ଉତ୍ତରାଧିକାରୀ”: କାର୍ତ୍ତିକ ପାଣ୍ଡିଆନ୍

ଭୁବନେଶ୍ୱର,୨ା୫: ଓଡ଼ିଶାରେ ତୀବ୍ର ରାଜନୈତିକ ମାହୋଲ ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ବିଜେଡି ନେତା ତଥା ଫାଇଭ ଟି ଅଧ୍ୟକ୍ଷ ଏବଂ ନବୀନ ଓଡ଼ିଶା ଚେୟାରମ୍ୟାନ...

ଅତାବିରା ଆସନ ନାମାଙ୍କନ ଭରିଲେ ନିହାର ରଞ୍ଜନ

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦ ଗୁରୁବାର ନାମାଙ୍କନ ଦାଖଲ...

ନାମାଙ୍କନପତ୍ର ଦାଖଲ କଲେ ଦେବେଶ

ବରଗଡ଼,୨ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ଗୁରୁବାର ନାମାଙ୍କନପତ୍ର ଦାଖଲ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri