ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍ ଚାଲିଥିଲେ ମଧ୍ୟ ଏହି ବିରାଟକାୟ ଜାହାଜର କୌଣସି ପତ୍ତା ମିଳିପାରୁନାହିଁ । ବିଶେଷଜ୍ଞଙ୍କ କହିବା ଅନୁସାରେ, ଜାହାଜଟି ପ୍ରାୟ ଅଢ଼େଇ କିଲୋମିଟର ତଳକୁ ବୁଡ଼ି ଯାଇଛି । ଅର୍ଥାତ ଏହା ପୂରା ସମୁଦ୍ରଶଯ୍ୟାକୁ ଚାଲିଯାଇଛି । ଜାହାଜରେ ପ୍ରାୟ ୭୨ ହଜାର ଟନ୍‌ ଲୁହାପଥର ଗୁଣ୍ଡ ଲୋଡ୍ ହୋଇଥିବାରୁ, ଏହି ଓଜନ, ଜାହାଜକୁ ସମ୍ପୂର୍ଣ୍ଣ ବୁଡ଼ାଇ ଦେଇଥିବ ବୋଲି କୁହାଯାଉଛି ।

ପାରଦୀପ ଉପକୂଳ ନିକଟରେ ଘଟିଥିବା ବଡ଼ ଜାହାଜ ଦୁର୍ଘଟଣାକୁ ୫ ଦିନ ବିତିଯାଇଥିଲେ ସୁଦ୍ଧା ନିଖୋଜ ୨୨ ଜଣ କ୍ରିଉ ମେମ୍ବର (କର୍ମଚାରୀ) ଙ୍କର କୌଣସି ସନ୍ଧାନ ମିଳିପାରିନାହିଁ। ସମୁଦ୍ର ମଧ୍ୟରେ ସେମାନଙ୍କୁ ଖୋଜିବା ପାଇଁ ଏବେ ସର୍ଚ୍ଚ ଅପରେସନ୍ କୁ ଆହୁରି ବ୍ୟାପକ ଓ ତୀବ୍ର କରାଯାଇଛି।
ଏହି ସମୁଦ୍ରି ଉଦ୍ଧାର ଅଭିଯାନରେ ଭାରତୀୟ ତଟରକ୍ଷୀ ବାହିନୀର ଅତ୍ୟାଧୁନିକ ଜାହାଜ ‘ବିଶ୍ୱସ୍ତ’ ନିୟୋଜିତ ହୋଇଥିବା ବେଳେ ଏବେ ଚୀନ୍‌ର ୨ଟି ଜାହାଜ ମଧ୍ୟ ଏହି ସର୍ଚ୍ଚ ଅପରେସନ୍‌ରେ ସାମିଲ ହୋଇଛନ୍ତି। ଘଟଣାର ୫ ଦିନ ପରେ ବି ନିଖୋଜ ନାବିକମାନଙ୍କର କୌଣସି ପତ୍ତା ମିଳିନଥିବାରୁ ଚିନ୍ତା ବୃଦ୍ଧି ପାଇଛି। ସମୁଦ୍ର ମଧ୍ୟରେ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଭାରତୀୟ ଜାହାଜ ସହିତ ଚୀନ୍‌ର ୨ଟି ଜାହାଜ ମିଳିତ ଭାବେ କାମ କରୁଛନ୍ତି। ଭାରତୀୟ ତଟରକ୍ଷୀ ବାହିନୀର ଅତ୍ୟାଧୁନିକ ଉଦ୍ଧାରକାରୀ ଜାହାଜ ‘ବିଶ୍ୱସ୍ତ’ ସମୁଦ୍ରରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଜାରି ରଖିଛି।

Share