Posted inଖେଳ

ଚାଞ୍ଚଲ୍ୟ… ସ୍ବର୍ଣ୍ଣ ବିଜେତା ନୀରଜଙ୍କ ଆତ୍ମହତ୍ୟା! ପାରା ଆଥଲେଟିକ୍ସ ଜଗତରେ ଶୋକର ଛାୟା

ନୂଆଦିଲ୍ଲୀ,୨୮।୧୦: ଭାରତୀୟ ପାରା ଆଥଲେଟିକ୍ସ ଜଗତକୁ ସ୍ତବ୍ଧ କରିଦେଇଛି ତିନିଥର ଏସୀୟ ପାରା ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଯାଦବଙ୍କ ମୃତ୍ୟୁ ଖବର । ୪୨ ବର୍ଷୀୟ ଏହି ଖେଳାଳି ମଙ୍ଗଳବାର ରାତିରେ ନିଜ ଫ୍ଲାଟ୍‌ରେ ବିଷାକ୍ତ ପଦାର୍ଥ ସେବନ କରିଥିବା ଅଭିଯୋଗ ହୋଇଛି । ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏବଂ ପରିସ୍ଥିତି ସମ୍ପର୍କରେ ତଦନ୍ତ ପରେ ହିଁ ସ୍ପଷ୍ଟତା ଆସିବ।ଭାରତୀୟ ପାରା ଆଥଲେଟିକ୍ସର ମୁଖ୍ୟ ପ୍ରଶିକ୍ଷକ ଏସ୍‌. ସତ୍ୟନାରାୟଣ ଏହି ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ନୀରଜଙ୍କ ମୃତ୍ୟୁ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଏକ ବଡ଼ କ୍ଷତି ବୋଲି ସେ କହିଛନ୍ତି । ପାରାଲିମ୍ପିକ୍ସ ଚାମ୍ପିଅନ୍‌ ସୁମିତ ଅନ୍ତିଲ ଏବଂ ସାଥୀ ପାରା ଆଥଲେଟ୍‌ ବିପିନ କସାନା ଡାକ୍ତରଖାନାରେ ଉପସ୍ଥିତ ଥିବା ସୂଚନା ମିଳିଛି।
କୋଚ୍‌ ସତ୍ୟନାରାୟଣଙ୍କ କହିବା ଅନୁଯାୟୀ, ଡୋପିଂ ମାମଲାରେ ନିଲମ୍ବନ ଯୋଗୁଁ ନୀରଜ ଆଗାମୀ ଏସୀୟ ପାରା ଗେମ୍ସରେ ଭାଗ ନେଇପାରି ନ ଥାଆନ୍ତେ । ଏହା ତାଙ୍କୁ ମାନସିକ ଭାବେ ପ୍ରଭାବିତ କରିଥାଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଏସୀୟ ପାରା ଗେମ୍ସରେ ପଦକ ଜିତିଲେ ଖେଳାଳିଙ୍କୁ ସରକାରଙ୍କ ପକ୍ଷରୁ ଉଲ୍ଲେଖନୀୟ ଆର୍ଥିକ ପୁରସ୍କାର ସହ ସ୍ଥାୟୀ ନିଯୁକ୍ତିର ସୁଯୋଗ ମିଳିଥାଏ। ତେବେ ଏହି କାରଣ ନୀରଜଙ୍କ ମୃତ୍ୟୁ ପଛରେ ରହିଛି ବୋଲି ଏଯାଏଁ କୌଣସି ନିଶ୍ଚିତ ତଥ୍ୟ ମିଳିନାହିଁ। ମୃତ୍ୟୁର ପ୍ରକୃତ କାରଣ ତଦନ୍ତ ପରେ ହିଁ ଜଣାପଡ଼ିବ।
ଉତ୍ତରପ୍ରଦେଶର ବାସିନ୍ଦା ନୀରଜ ଯାଦବ ଭାରତର ଜଣେ ପ୍ରତିଷ୍ଠିତ ପାରା ଆଥଲେଟ୍‌ ଥିଲେ। ମାତ୍ର ୭ ବର୍ଷ ବୟସରେ ସେ ପୋଲିଓ ପରବର୍ତ୍ତୀ ପକ୍ଷାଘାତର ଶିକାର ହୋଇଥିଲେ। ତଥାପି ସେ କ୍ରୀଡ଼ା କ୍ଷେତ୍ରରେ ନିଜ ସ୍ୱପ୍ନକୁ ଛାଡ଼ି ନ ଥିଲେ। ପାରା ଆଥଲେଟିକ୍ସରେ ଯୋଗଦେବା ପୂର୍ବରୁ ୨୦୦୫ରୁ ୨୦୧୨ ପର୍ଯ୍ୟନ୍ତ ସେ ହ୍ୱିଲ୍‌ଚେୟାର ଟେନିସ୍‌ ଖେଳୁଥିଲେ। ନୀରଜ ୨୦୨୩ରେ ଚାଇନାର ହାଙ୍ଗଝୋଉଠାରେ ଅନୁଷ୍ଠିତ ଏସୀୟ ପାରା ଗେମ୍ସରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିଲେ । ଜାଭେଲିନ୍‌ ଥ୍ରୋ ଏବଂ ଡିସ୍‌କସ୍‌ ଥ୍ରୋରେ ତାଙ୍କର ଏହି ସଫଳତା ସହ ଏସୀୟ ପାରା ଗେମ୍ସରେ ତାଙ୍କର ମୋଟ ସ୍ୱର୍ଣ୍ଣ ପଦକ ସଂଖ୍ୟା ୩ରେ ପହଞ୍ଚିଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ରେଳବାଇର ବଡ଼ ଘୋଷଣା; ଏଣିକି ଟ୍ରେନରେ କରିପାରିବେନି ମୋବାଇଲ ଚାର୍ଜ, ଲାଗିଲା କଟକଣା

ନୂଆଦିଲ୍ଲୀ,୨୮।୧୦: ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏବେ ଯାତ୍ରା କରିବା ସମୟରେ ରାତି ହେବା ପୂର୍ୱରୁ ହିଁ…

ବାତ୍ୟା ଅର୍ଣ୍ଣବ ପ୍ରଭାବ: ଲଗାଣ ବର୍ଷାରେ ମାଟି କାନ୍ଥ ଭୁଶୁଡ଼ି ଫାଟିଲା ମହିଳାଙ୍କ ମୁଣ୍ଡ

ଖୋର୍ଦ୍ଧା,୨୮ା୧୦(ପ୍ରଭାତ ପାଣିଗ୍ରାହୀ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଦୁଇଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଗରିବ ପରିବାରଙ୍କ ପାଇଁ ବିପଦ ଡାକି ଆଣିଛି। ବର୍ଷାରେ ମାଟି କାନ୍ଥ…

ମୁକେଶ ଅମ୍ବାନୀଙ୍କ ଆଖିରେ ଲୁହ: ଝିଅ ଇଶାଙ୍କ କଥା ଶୁଣି ହୋଇପଡ଼ିଲେ ଭାବବିହ୍ବଳ, ୧୯୭୭ରେ….

ମୁମ୍ବାଇ,୨୮।୧୦: ବର୍ଷ ବର୍ଷର କଠିନ ପରିଶ୍ରମ ପରେ ପରିବାରର ସ୍ବପ୍ନ ସାକାର ହେଲେ ଆଖିରେ ଖୁସିର ଲୁହ ଆସିଯାଏ। ଜିଓ ପ୍ଲାଟଫର୍ମସ ଆଇପିଓ ଲିଷ୍ଟିଂ ଅବସରରେ ଏଭଳି…

୧ରୁ ନୂଆ ଜିଏସ୍‌ଟି ସଂସ୍କାର: ଡିସ୍‌କାଉଣ୍ଟ ସରଳ, ତୁରନ୍ତ ୯୦% ରିଫଣ୍ଡ

ନୂଆଦିଲ୍ଲୀ, ୨୮।୧୦(ଆଇଏଏନ୍‌ଏସ୍‌): ଦେଶର ବ୍ୟବସାୟୀ, ଖୁଚୁରା ବିକ୍ରେତା ଏବଂ ସେବା ରପ୍ତାନିକାରୀଙ୍କ ପାଇଁ ଏକ ବଡ଼ ଖବର। ବିକ୍ରି ପରବର୍ତ୍ତୀ ରିହାତି (ପୋଷ୍ଟ ସେଲ୍‌ ଡିସ୍‌କାଉଣ୍ଟ) ସରଳୀକରଣ…

ଚାମେଲୀଙ୍କ ବିରୋଧରେ ଅନାସ୍ଥାକୁ ଅସିଦ୍ଧ ଘୋଷଣା କଲେ କୋର୍ଟ: ରହିଲା ସରପଞ୍ଚ ପଦ, ଚାମେଲୀ କହିଲେ…

ମହାକାଳପଡ଼ା/କଟକ,୨୮ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ/ପ୍ରଭୁକଲ୍ୟାଣ ପାଲ୍‌): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ସରପଞ୍ଚ ଚାମେଲୀ ଓଝାଙ୍କୁ ହାଇକୋର୍ଟରୁ ମିଳିଛି ଆଶ୍ବସ୍ତି। ଚାମେଲୀଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ…

ଦୀପାବଳି ପୂର୍ବରୁ ସରକାରଙ୍କ ବଡ଼ ଉପହାର: ବଢ଼ିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ; ଏବେ ପ୍ରତି ମାସରେ ମିଳିବ…

ନୂଆଦିଲ୍ଲୀ,୨୮।୧୦: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟର ଲକ୍ଷ ଲକ୍ଷ ଶ୍ରମିକ ଏବଂ କର୍ମଚାରୀଙ୍କୁ ଦୀପାବଳି ତଥା ପାର୍ୱଣ ଋତୁରେ ଏକ ବଡ଼ ଉପହାର ଦେଇଛନ୍ତି।…

ବାଜି ମାରିଲା ଭାଜପା, ୩ ଆସନରେ ବିଜୟୀ; କଂଗ୍ରେସ ହାତ ଖାଲି

ବେଙ୍ଗାଲୁରୁ,୨୮।୧୦: କର୍ନାଟକ ବିଧାନ ପରିଷଦ ନିର୍ବାଚନରେ ଭାଜପା ଏକ ବଡ଼ ବିଜୟ ହାସଲ କରିଛି। ଦଳ ମୋଟ ୪ଟି ଆସନ ମଧ୍ୟରୁ ୩ଟିରେ ବିଜୟୀ ହୋଇଥିବା ବେଳେ,…

‘କଠୋର ଶୁଣାଯାଇପାରେ, କିନ୍ତୁ ତାଙ୍କୁ ବାହାରେ ବସିବାକୁ ପଡ଼ିବ…’ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୮।୧୨: ଆଘାତ କାରଣରୁ ଇଶାନ କିଶନ ଦଳରୁ ବାଦ ପଡ଼ିବା ପରେ, ବୈଭବ ସୂର୍ଯ୍ୟବଂଶୀ ଭାରତୀୟ କ୍ରିକେଟ ଦଳ ପାଇଁ ଖେଳିବାର ସୁଯୋଗ ପାଇଲେ। ଭାରତ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?