Posted inଫୁରସତ

ପେପରମ୍ୟାନ ଶଶାଙ୍କଶେଖର ଦାଶ

ସମାଜର ପ୍ରତିଛବି ଭାବେ ଗଣମାଧ୍ୟମର ଏକ ବଳିଷ୍ଠ କ୍ଷେତ୍ର ଖବରକାଗଜ। ଏହାକୁ ସମାଜର ଦର୍ପଣ କୁହାଯାଏ । ତେବେ ଅନେକ ବ୍ୟକ୍ତି ଅଛନ୍ତି; ଯେଉଁମାନେ କି ଦିନ ଆରମ୍ଭ କରନ୍ତି ଖବରକାଗଜ ପଢ଼ାରେ । ତେବେ ଖବରକାଗଜକୁ ଭଲପାଉଥିବା ଦେଶବିଦେଶର ବିଭିନ୍ନ ଭାଷାର ବିଭିନ୍ନ ପ୍ରକାରର ଖବରକାଗଜକୁ ସଂଗ୍ରହ କରିବା ପାଇଁ ସେ ବର୍ଷ ବର୍ଷ ଧରି ଘୂରିବୁଲିଛନ୍ତି ଅନେକ ସ୍ଥାନକୁ। ଖବରକାଗଜ ସାଇତି ରଖିବାର ନିଶା ତାଙ୍କୁ ଦେଇଛି ଭିନ୍ନ ପରିଚୟ। ପୁଣି ଖବରକାଗଜକୁ ନେଇ ‘ଖବରକାଗଜ ଅନେକ କଥା’ ଏକ ପୁସ୍ତକ ପ୍ରକାଶିତ କରିଛନ୍ତି ସେ । ଏଥିପାଇଁ ବିଭିନ୍ନ କ୍ଷେତ୍ରରୁ ତାଙ୍କୁ ମିଳିଛି ବହୁ ସମ୍ମାନ ଓ ପୁରସ୍କାର ।

ସାଧାରଣରେ ତାଙ୍କୁ ଜାଣିଥିବା ବ୍ୟକ୍ତି କୁହନ୍ତି ପେପରମ୍ୟାନ। ତେବେ ବିଶ୍ୱର ସର୍ବାଧିକ ଖବରକାଗଜ ସଂଗ୍ରହକରି ଗିନିଜ ୱାଲର୍‌ଡ ରେକର୍ଡସ ଅଧିକାରୀ । ସେ ହେଲେ ଶଶାଙ୍କଶେଖର ଦାଶ। ଜନ୍ମ ୧ା୭ା୧୯୭୮ମସିହାରେ। ପିତା ଦୋଳଗୋବିନ୍ଦ ଦାଶ। ମା’ ଲକ୍ଷ୍ମୀପ୍ରିୟା ଦାଶ। ଘର ଯାଜପୁର ଜିଲା ବରୀ ବ୍ଲକ ଅନ୍ତର୍ଗତ ଅରଙ୍ଗାବାଦ ଗ୍ରାମରେ। ସେ କୁହନ୍ତି, ମୋର ସ୍କୁଲଶିକ୍ଷା ସରିଲାପରେ, ସମୟକ୍ରମେ ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଏସି ସାରିଲି । ଏହାପରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ୨ବର୍ଷଧରି ବୁଦ୍ଧିଜିମ୍‌ ଷ୍ଟଡ଼ିଜ ସାରିଛି। ମୋ ବାପା ଥିଲେ ଜଣେ ଶିକ୍ଷକ। ସେତେବେଳେ ସେ ଆମ ଘରକୁ ବିଭିନ୍ନ ପ୍ରକାର ପତ୍ରପତ୍ରିକା ଓ ଖବରକାଗଜ ଆଣୁଥିଲେ। ପିଲାଟି ଦିନରୁ ସେଗୁଡ଼ିକୁ ଦେଖି ପଢ଼ିବା ଓ ସଂଗ୍ରହ କରିବାରେ ମନ ବଳାଇଥିଲି। ତେବେ ୨୦୦୦ ମସିହାରେ ଏକ ପତ୍ରିକା ପ୍ରେସରେ କାର୍ଯ୍ୟକରୁଥିବା ବେଳେ ବିଭିନ୍ନ ଖବରକାଗଜକୁ ସଂଗ୍ରହ କରିଥିଲି। କିଛି ବର୍ଷ ମଧ୍ୟରେ ଅରଙ୍ଗାବାଦଠାରେ ଦୋଳଗୋବିନ୍ଦ ନ୍ୟୁଜ୍‌ପେପର ମ୍ୟୁଜିୟମ ଆଣ୍ଡ ରିସର୍ଚ୍ଚ ସେଣ୍ଟର ପ୍ରତିଷ୍ଠା କରିଛି। ଏଥିରେ ପ୍ରାୟ ୧୦୦୦୦ରୁ ଅଧିକ ନାନା ପ୍ରକାରର ବିଭିନ୍ନ ଭାଷାର ଦେଶବିଦେଶର ଖବରକାଗଜ ସଂଗ୍ରହ ହୋଇ ରହିଛି; ଯାହା କି ୧୪୨ଟି ଦେଶର ହୋଇଥିବା ବେଳେ ୯୪ଟି ଭାଷାର । ଏଥିରେ ଥିବା ଖବରକାଗଜ ଗୁଡ଼ିକ ମଧ୍ୟରେ ଆଫଗାନିସ୍ତାନ, ଆମେରିକା, ଅଷ୍ଟ୍ରେଲିଆ, ବଂଲାଦେଶ, ବେଲଜିୟମ, ଭୁଟାନ, କାଲିଫର୍ନିଆ, କାନାଡା, ଚାଇନା, ଇଂଲଣ୍ଡ, ଇଥିଓପିଆ, ଫିନ୍‌ଲାଣ୍ଡ, ଫ୍ରାନ୍ସ, ଜର୍ମାନୀ, ହଂକଂ, ଭାରତ, ଇଣ୍ଡୋନେସିଆ, ଆୟର୍ଲାଣ୍ଡ, ଇସ୍ରାଏଲ, ଇଟାଲି, ଜାପାନ, କେନିଆ, ଲାଓସ, ମାଲେସିଆ, ମାଞ୍ଚେଷ୍ଟର, ନେପାଳ, ନେଦରଲାଣ୍ଡ, ନିଉଜିଲାଣ୍ଡ, ଓମାନ, ଫିଲିପାଇନ୍ସ, ଦୁମାଲି, ପାନାମା, ରୁଷିଆ, ସାଉଦି ଆରବ, ସିଙ୍ଗାପୁର, ଦକ୍ଷିଣକୋରିଆ, ଶ୍ରୀଲଙ୍କା, ସୁଇଜରଲାଣ୍ଡ, ତାଇୱାନ, ଥାଇଲାଣ୍ଡ, ତିମୋର, ତୁର୍କୀ, କାତାର, ଉଗାଣ୍ଡା ଓ ୟୁନାଇଟେଡ ଆରବ ଏମିରେଟ୍ସ ଦେଶର ଅଟେ । ଖବରକାଗଜଗୁଡ଼ିକ ଆରବୀ, ଆସାମୀ, ଅଷ୍ଟ୍ରେଲିଆ ଇଂରାଜୀ, ବଙ୍ଗଳା, ଚୀନା, ଡଚ୍‌, ଇଂରାଜୀ, ଜର୍ମାନୀ, ଗୁଜରାଟୀ, ହିନ୍ଦୀ, ଇଟାଲିଆନ, ଜାପାନୀ, କନ୍ନଡ଼, କୋଙ୍କଣୀ, କୋଶଳୀ, କୁଡ଼ୁମାଲୀ, ମାଲାୟାଲମ, ମରାଠୀ, ନେପାଳୀ, ଓଡ଼ିଆ, ଓ ଇଂରାଜୀଲିପି, ପାସ୍ତୋ, ପାବୀ, ରୁଷିଆନ, ସଂସ୍କୃତ, ସାନ୍ତାଳୀ, ସ୍ପାନିସ, ତାଇୱାନିସ, ତାମିଲ, ତେଲୁଗୁ, ଟେଟମ, ଥାଇ ଓ ଉର୍ଦ୍ଦୁ ଭାଷାର ଅଟେ । ଏହି ସଂଗ୍ରହାଳୟରେ ରହିଥିବା ଖବରକାଗଜ ଗୁଡ଼ିକ ମଧ୍ୟରେ କାଥିଆୱାଡ଼ା ଟାଇମ୍ସ ସର୍ବ ପୁରାତନ । ଏହା ୧୮୪୦ ଓ ୧୮୯୫ ମସିହାର । ୧୯୪୫ ମସିହାର ପାଟଣା ଦୀପିକା, ସମାଜ(୧୯୬୫ ଜାନୁୟାରୀ ୫), ପ୍ରଜାତନ୍ତ୍ର (୧୯୫୮ ଫେବୃୟାରୀ ୧), ମାତୃଭୂମି (୧୯୭୧), କଳିଙ୍ଗ (୧୯୭୧), ଟାଇମ୍ସ ଅଫ ଇଣ୍ଡିଆ (୧୯୬୩), ଦି ମେଲ (୧୯୬୬), ସିଙ୍ଗାପୁରହେରାଲ୍ଡ (୧୯୭୧), ଏଡ଼ିନବର୍ଗ ଇଭିନିଙ୍ଗ ଟାଇମ୍ସ (୧୯୩୭), ଦୈନିକ ବିଶ୍ୱାମିତ୍ର (୧୯୫୨), ପ୍ରଜାମିତ୍ର (୧୯୨୦), ଇଣ୍ଡିଆନ ନେଶନ (୧୯୫୯), ହିନ୍ଦୁସ୍ଥାନ (୧୯୫୭), ଜାମ ଇ ଜାମସେଦ (୧୯୬୯), ସନଡେ ଗ୍ଲୋବ (୧୯୬୫), ବିଶ୍ୱାମିତ୍ର (୧୯୩୨), ବ୍ଲିଜ (୧୯୭୧), ଫିଜିଟାଇମ୍ସ (୧୯୭୨), ଇନଡିପେଣ୍ଡେଣ୍ଟ ଇଣ୍ଡିଆ (୧୯୪୩), ଦି କ୍ଲାରିୟନ (୧୯୪୮), ଦି ପିପୁଲସରାଜ (୧୯୫୭)ଆଦି ପୁରୁଣା ଖବରକାଗଜ ରହିଛି । ଏହା ଛଡ଼ା କେତେକ ପୁରାତନ ଖବରକାଗଜର ଜେରକ୍ସ ସଂଗ୍ରହାଳୟରେ ରଖାଯାଇଛି। । ସେଗୁଡ଼ିକ ହେଲା ଉତ୍କଳ ଦୀପିକା (୧୯୩୦), ଗାମଗେଜେଟ(୧୯୬୦), ଗଡ଼ଜାତ ବାସିନୀ(୧୯୨୬), ପଲ୍ଲୀବାସିନୀ(୧୯୩୨), ଓଡ଼ିଆ ଓ ନବ ସମ୍ବାଦ(୧୯୧୪), ଉତ୍କଳ ବାର୍ତ୍ତା (୧୯୧୪) । ଝାଡ଼ଖଣ୍ଡର ଦୁମକାରୁ ପ୍ରକାଶ ପାଉଥିବା ହାତଲେଖା ଖବରକାଗଜ ଦୀନ ଦଳିତ। ଓଡ଼ିଶା ନାମ ଥାଇ ୩୮ଟି, ଉତ୍କଳ ନାମ ଥାଇ ୩୩ଟି, ଟାଇମ୍ସ ନାମ ଥାଇ ୭୪, ସମୟ ନାମ ଥାଇ ୧୪ ଓ ଖବର ନାମ ଥାଇ ୪୯ଟି ଖବରକାଗଜ ରହିଛି । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖର ଷ୍ଟେଟ୍‌ସମ୍ୟାନ ଓ ଟାଇମ୍ସ ଅଫ ଇଣ୍ଡିଆ ମଧ୍ୟ ସଂଗ୍ରହ ହୋଇରହିଛି । ଆଗାମୀ ଦିନରେ ରାଜଧାନୀ ଦିଲ୍ଲୀ ଓ ବିଦେଶରେ ଖବରକାଗଜପ୍ରଦର୍ଶନ କରିବାକୁ ଯୋଜନା ରଖିଛିି । ପୂର୍ବରୁ ଏହାକୁ ଭୁବନେଶ୍ୱର, ବାରିପଦା ଓ ଢେଙ୍କାନାଳଠାରେ ୯ଥର ପ୍ରଦର୍ଶନ କରିଥିଲି। ଖବରକାଗଜ ସଂଗ୍ରହକରି ଦେଶ ବିଦେଶରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟିକରି ପାରିଛନ୍ତି ।

ବିଶ୍ୱର ସର୍ବାଧିକ ଖବରକାଗଜ ସଂଗ୍ରହକରି ଗିନିଜ ୱାର୍ଲ ରେକର୍ଡସ ଅଧିକାରୀ ହୋଇପାରିଛି।
ଖବରକାଗଜ ଗବେଷଣା ପାଇଁ ରେକଡର୍ର୍ – ୨୦୧୬ ରେକର୍ଡ ବୁକ୍‌ରେ ନାମ ସ୍ଥାନିତ:-। ଲିମକା ବୁକ୍‌ ଅଫ ରେକର୍ଡସ- ୨୦୧୩ (ଦୁଇ ଥର)। ଇଣ୍ଡିଆ ବୁକ୍‌ ଅଫ ରେକର୍ଡସ- ୨୦୧୩। ଲିମକା ବୁକ୍‌ ଅଫ ରେକର୍ଡସ- ୨୦୧୯, କ୍ରେଡେନ୍ସ ବୁକ୍‌ ଅଫ ୱାଲର୍‌ଡ ରେକର୍ଡ- ୨୦୧୯, ଲିମକା ବୁକ୍‌ ଅଫ ରେକର୍ଡସ- ୨୦୨୦-୨୨ ପୁସ୍ତକ (ଦୁଇ ଥର)। ଓଏମ୍‌ଜି ବୁକ୍‌ ଅଫ ରେକର୍ଡସ- ୨୦୨୧, ଗିନିଜ ୱାଲର୍‌ଡ ରେକର୍ଡସ- ୨୦୨୨, ପୁରସ୍କାର ଓ ସମ୍ମାନ:- ଇନ୍ଟାକ ଭୁବନେଶ୍ୱର ଶାଖା ପକ୍ଷରୁ ଖବରକାଗଜ ସଂଗ୍ରାହକ ଭାବେ ସମ୍ମାନିତ- ୨୦୧୮, ବରୀ ସୁରକ୍ଷା ମଞ୍ଚ, ବରୀ, ଯାଜପୁର ପକ୍ଷରୁ ବରୀ ଗୌରବ ସମ୍ମାନ- ୨୦୧୮, ଦଧିଚି ସମ୍ମାନ- ୨୦୧୬- ବଡି ଆଣ୍ଡ ଅର୍ଗାନ ଡୋନେଶନ ଇନିସିଏଟିଭ, କଟକ, ନାଟ୍ୟକାର ଦାଶରଥି ସମ୍ମାନ ୨୦୧୫- ଅରୁଣେଶ୍ୱର ସାଂସ୍କୃତିକ ପରିଷଦ, ବରୀ, ଯାଜପୁର। ପୂଜ୍ୟପୂଜା ପ୍ରତିଭା ସମ୍ମାନ- ପୂଜ୍ୟପୂଜା ପ୍ରତିଭା ପରିଷଦ, ଭୁବନେଶ୍ୱର- ୨୦୧୪, ଅଭିମନ୍ୟୁ ସାମନ୍ତ ସିଂହାର ସମ୍ମାନ- ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟ, ବାଲିଆ, ଯାଜପୁର- ୨୦୧୩, ଏଡିଟର୍‌ସ ଚଏସ ଆୱାର୍ଡ- ହୋମ ଅଫ ଲେଟରସ ଇଣ୍ଡିଆ, ଭୁବନେଶ୍ୱର- ୨୦୧୦, ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ସ୍ମାରକ ସମ୍ମାନ-ଏକାଡେମୀ ଅଫ ବେଙ୍ଗଲୀ ପୋଏଟ୍ରି- ୨୦୧୦, ଖବରକାଗଜ ସଂଗ୍ରହ ପାଇଁ- କେନ୍ଦ୍ର ସରକାରଙ୍କ କ୍ଷେତ୍ର ପ୍ରଚାରସଂସ୍ଥା, ବାରିପଦା ୟୁନିଟ, ମୟୂରଭଞ୍ଜ- ୨୦୦୭, ଖବରକାଗଜ ସଂଗ୍ରହ ପାଇଁ- ବାରିପଦା ପୌରପାଳିକା, ବାରିପଦା, ମୟୂରଭ- ୨୦୦୭, ସମାଜସେବା ପାଇଁ- ଓଡ଼ିଶା ଡିଜାଷ୍ଟର ମିଟିଗେସନ ମିଶନ, ଭୁବନେଶ୍ୱର- ୨୦୦୧, ସ୍ଲୋଗାନ ଲେଖା ପାଇଁ- ଯୁବ ରେଡକ୍ରସ, ଭୁବନେଶ୍ୱର- ୧୯୯୬।

-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ଅର୍କକ୍ଷେତ୍ରରେ ରଥଯାତ୍ରା

ଆମେ ଗତ ସଂଖ୍ୟାରେ କୋଣାଦିତ୍ୟରେ ‘ନବ ଆଳତି ପରମ୍ପରା’ ଆଲୋଚନା ପ୍ରସଙ୍ଗରେ ଶ୍ରୀଆଦିତ୍ୟଙ୍କ ଦ୍ୱାଦଶଯାତ୍ରାର ଐତିହ୍ୟ ଆରମ୍ଭ କରିଥିଲୁ। ପ୍ରଥମ ଯାତ୍ରା ମାଘ ଶୁକ୍ଳ ସପ୍ତମୀ, ଯାହା…

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ଗୋଟିଏ ଅଟୋଗ୍ରାଫ୍‌ ପାଇଁ ଏତେ ଟଙ୍କା ଚାର୍ଜ କରୁଥିଲେ ମହାତ୍ମା ଗାନ୍ଧୀ, ଶୁଣିଲେ ହୋଇଯିବେ କାବା!

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ କେବଳ କହିବାବେଳେ ଆମ ମନରେ ସରଳତା, ସତ୍ୟ ଏବଂ ଅହିଂସାର ପ୍ରତିଛବି ଉଜାଗର ହୁଏ। ତାଙ୍କ ହସ୍ତାକ୍ଷର ମଧ୍ୟ ଆମ…

ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସିଥିଲେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ, ଅଣ୍ଡାଦାନ ନ କରି ଫେରିଗଲେ, ପରିବେଶବିତ୍‌ କହିଲେ…

ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ବିଶ୍ୱର ସର୍ବବୃହତ୍‌ ପ୍ରଜନନସ୍ଥଳୀ ଭାବେ ପରିଚିତ ଗହୀରମଥା। କେନ୍ଦ୍ରାପଡା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରେ ଥିବା ଏହି ସ୍ଥାନରେ ଚଳିତବର୍ଷ…

ଏମିତି ବି ଗାଁ ଅଛି! ସବୁ ଘରେ ଚାଲୁଛି AC-କୁଲର, କିନ୍ତୁ ବିଜୁଳି ବିଲ୍‌ ଦେବାକୁ ପଡୁନି ଗୋଟିଏ ବି ଟଙ୍କା

ଆଜି ମଧ୍ୟ, ଭାରତରେ ଏପରି ଅନେକ ଗାଁ ଅଛି ଯେଉଁଠାରେ ବିଦ୍ୟୁତ ଯୋଗାଣ ଏକ ସ୍ଥାୟୀ ସମସ୍ୟା ହୋଇ ରହିଛି। ଘଣ୍ଟା ଘଣ୍ଟା ଲୋଡ ସେଡିଂ, ଅତ୍ୟଧିକ…

କେତେ ତାପମାତ୍ରାରେ ତରଳିଯାଏ ମଣିଷ ଚର୍ମ? ଜାଣନ୍ତୁ ଆମ ଶରୀର କେତେ ଗରମ ସହିପାରିବ…

ପ୍ରଚଣ୍ଡ ସୂର୍ଯ୍ୟ ଏବଂ ରେକର୍ଡ ଭାଙ୍ଗି ଯାଉଥିବା ଗରମ ସମସ୍ତଙ୍କୁ କଷ୍ଟରେ ପକାଇଛି। ଯେତେବେଳେ ପାରଦ 45 ଡିଗ୍ରୀ ସେଲସିୟସ ଅତିକ୍ରମ କରେ, ଏହା କେବଳ ଝାଳ…

ଆଁ କରିଥିଲା ୧୪ ଫୁଟ ଲମ୍ବର କୁମ୍ଭୀର, କିସ୍‌ କଲେ ଯୁବତୀ, ଭିଡିଓ ଦେଖିଲେ…

କଲେଜ ଶେଷ ହେବା ପରେ ସମସ୍ତେ ସ୍ମୃତିକୁ ସାଇତି ରଖିବା ପାଇଁ ଫଟୋଶୁଟ୍‌ କରିଥାନ୍ତି। କେତେକ ବନ୍ଧୁମାନଙ୍କ ସହିତ ସେଲ୍‌ଫି ନିଅନ୍ତି ତ ଆଉ କେତେକ ପରିବାର…

ଅଜବ ପ୍ରେମ କାହାଣୀ: ବନ୍ଧୁତା ବଜାୟ ରଖିବାକୁ ନେଲେ ୩ ସାଙ୍ଗ ନେଲେ ଏମିତି ନିଷ୍ପତ୍ତି,ଜାଣିଲେ…

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ବିବାହକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି। ଯାହାକୁ ଦେଖି ୟୁଜର୍ସମାନେ କହିଛନ୍ତି ୟାକୁ ହିଁ କୁହନ୍ତି ବନ୍ଧୁତା। ଆପଣ ବନ୍ଧୁମାନଙ୍କୁ ବ୍ୟବସାୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri