ରୋଗ ବାଣ୍ଟୁଛି କାଗଜ କପ୍‌ ଚା’

ଭୁବନେଶ୍ୱର,୧୬ା୯(ବନ୍ଦନା ସେଠୀ): କାମ ବ୍ୟସ୍ତତା ଭିତରେ ଟିକିଏ ରିଲାକ୍ସ ପାଇଁ ହେଉ ଅବା ଅଭ୍ୟାସଗତ ଭାବେ ଯୁବବର୍ଗଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଚା’ କଫି ଆଦି ପିଇବାକୁ ଭଲପାଆନ୍ତି। ତେଣୁ ସହରଠୁ ଆରମ୍ଭ କରି ଗଁା ରାସ୍ତାପାର୍ଶ୍ୱ, କଲୋନୀ, ବସ୍ତିରେ ଚା’ଦୋକାନ ଖୋଲିଛି। ପୂର୍ବରୁ କାଚ ଗ୍ଲାସ୍‌, ଚିନାମାଟି କିମ୍ବା ମାଟି କପ୍‌ରେ ଚା’ ଦେଉଥିଲେ ଦୋକାନୀ। ହେଲେ ଏବେ ଏହାର ସ୍ଥାନ ନେଇଛି କାଗଜ କପ୍‌। ଏହା ଦୋକାନୀଙ୍କ ପାଇଁ ସୁବିଧାଜନକ ହେଉଥିଲେ ମଧ୍ୟ ଗ୍ରାହକଙ୍କ ପାଇଁ ବିପଦ ସାଜୁଛି। ଏହି ୟୁଜ୍‌ ଆଣ୍ଡ୍‌ ଥ୍ରୋ ବା ଏକକ ବ୍ୟବହାରଯୋଗ୍ୟ କପ୍‌ ଅଜାଣତରେ ଗ୍ରାହକଙ୍କୁ ରୋଗ ବାଣ୍ଟୁଛି।
କାଗଜ କପ୍‌ରେ ଚା’ ପିଇବା ଦ୍ୱାରା ଶରୀରର କ୍ଷତି ହେଉଥିବା ନେଇ ଆଇଆଇଟି ଖଡ଼ଗପୁରର ଏକ ଗବେଷଣା ରିପୋର୍ଟରୁ ଜଣାପଡ଼ିଛି। କାଗଜ କପ୍‌ରେ ଗରମ ଚା’ ପିଇବା ଦ୍ୱାରା କ୍ୟାନ୍‌ସର ଭଳି ରୋଗ ହେବାର ଯଥେଷ୍ଟ ଆଶଙ୍କା ରହିଛି। ସେହିପରି ଡାଇରିଆ, ପାଚନଶକ୍ତି କ୍ଷୟ, କିଡ୍‌ନୀ ନଷ୍ଟ ହେବାର ମଧ୍ୟ ସମ୍ଭାବନା ଅଧିକ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। କାଗଜ କପ୍‌ ଡିସ୍‌ପୋଜ ହେଉଥିଲେ ମଧ୍ୟ ଏଥିପାଇଁ ସମୟ ଲାଗିଥାଏ। ଅପରପକ୍ଷେ ଚା’ ପିଇସାରି ଲୋକମାନେ ଏଣେତେଣେ କପ୍‌ ଫୋପାଡୁଥିବାରୁ ଏହାଦ୍ୱାରା ଆଖପାଖ ପରିବେଶ ମଧ୍ୟ ପ୍ରଦୂଷିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସେପ୍ଟେମ୍ବର ୧୧ରୁ ଚା’ ଦୋକାନୀଙ୍କ ପାଇଁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। କୌଣସି ଦୋକାନୀ ଏକକ ବ୍ୟବହାର ବା କାଗଜ କପ୍‌ରେ ଚା’ ନ ଦେଇ ପୁନଃ ଉପଯୋଗ ହୋଇପାରୁଥିବା ମାଟି କପ୍‌, କାଚଗ୍ଲାସ୍‌ ଆଦିରେ ଚା’ କିମ୍ବା କଫି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସତ୍ତ୍ୱେ ରାଜଧାନୀର ଚା’ ବ୍ୟବସାୟୀମାନେ ନିର୍ଦ୍ଦେଶକୁ ମାନୁନାହାନ୍ତି। ଲୋକମାନେ ମଧ୍ୟ ଅଚିନ୍ତାରେ କାଗଜ କପ୍‌ରେ ଚା’ ଓ କଫି ପିଉଥିବା ଦେଖାଯାଉଛି। ଶରୀର ପାଇଁ ଏହା ଯେ କେତେ ଭୟଙ୍କର ବିପଦ ଆଣୁଛି, ତାହା ହୁଏତ ଲୋକେ ଜାଣିନାହାନ୍ତି ବା ସଚେତନ ନୁହନ୍ତି। ଏପରି ସ୍ଥିତିରେ ଆଇଆଇଟି ଗବେଷଣା ଓ ବିଏମ୍‌ସିର ନିର୍ଦ୍ଦେଶନାମା ବେଶ୍‌ ଗୁରୁତ୍ୱ ବହନ କରୁଛି।

କ’ଣ କୁହନ୍ତି ଏମାନେ…

କାଗଜ କପ୍‌ରେ ମିଶୁଛି କେମିକାଲ
କାଗଜ କପ୍‌କୁ ଓ୍ବାଟରପ୍ରୁଫ୍‌ କରିବା ପାଇଁ ସେଥିରେ କେମିକାଲ ମିଶୁଛି। ଗରମ ଚା’ କିମ୍ବା କଫି ସଂସ୍ପର୍ଶରେ ଆସିବା ମାତ୍ରେ ତାହା ତରଳି ଚା’ରେ ମିଶି ପେଟକୁ ଯାଇ ରୋଗ ସୃଷ୍ଟି କରୁଛି। କାଗଜ କପ୍‌ରେ ଚା’ ପିଇବା ଦ୍ୱାରା କ୍ୟାନସର୍‌ଠାରୁ ଆରମ୍ଭ କରି ପେଟ ସମସ୍ୟା ଏବଂ ଅନ୍ୟାନ୍ୟ ରୋଗ ସୃଷ୍ଟି ହେବାର ଆଶଙ୍କା ରହୁଛି। ସେହିପରି ଅନେକ ଲୋକ କ୍ଷୀର ଜରି କିମ୍ବା ଅନ୍ୟାନ୍ୟ ଜରିରେ ଚା’ ପାର୍ସଲ ନେଉଛନ୍ତି। ଏହାଦ୍ୱାରା ମଧ୍ୟ ରୋଗ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଯଦି ଲୋକମାନେ ସଚେତନ ନ ହେବେ, ତେବେ ଭବିଷ୍ୟତରେ ସେମାନେ ନିହାତି ରୋଗରେ ପଡିବେ।
-ଡା. ଧନଞ୍ଜୟ ଦାସ, ସୁପରିଣ୍ଟେଣ୍ଡେଣ୍ଟ୍‌, କ୍ୟାପିଟାଲ ହସ୍ପିଟାଲ
ଜାଣିଛି, ତଥାପି ପିଇଦେଉଛି
ଦିନରେ ଦୁଇକପ୍‌ ଚା’ ନହେଲେ ମୋର ଚଳେନି। ଦୋକାନ ଚା’ ପିଇବାକୁ ଭଲ ଲାଗୁଥିବାରୁ ବାହାରେ ହିଁ ଚା’ ପିଏ। ଦୋକାନୀ ପୂର୍ବରୁ କାଚ୍‌ ଗ୍ଲାସରେ ଚା’ ଦେଉଥିଲେ, ହେଲେ ଏବେ ଶସ୍ତା ସୁନ୍ଦର ପାଇଁ କାଗଜ କପ୍‌ରେ ଧରାଇ ଦେଉଛନ୍ତି। ଏଥିରେ ପିଇଲେ ରୋଗ ହେବାର ଆଶଙ୍କା ଅଛି ବୋଲି ଆଗରୁ ଜାଣିଛି, ମାତ୍ର ଦୋକାନୀ ଯେଉଁଥିରେ ଦେଉଛନ୍ତି ପିଇ ଦେଉଛି।
– ହନୁମନ୍ତ ମେହେର, କର୍ମଜୀବୀ
ନିୟମ ସବୁଠି କଡ଼ାକଡ଼ି ଲାଗୁ ହେବା ଦରକାର
କାଚଗ୍ଲାସ୍‌ କିମ୍ବା ମାଟି କପ୍‌ ସବୁ ଦୋକାନୀ ରଖୁନାହାନ୍ତି। ଆଉ ଯିଏ ରଖୁଛନ୍ତି, ଚା’ କପ୍‌କୁ ୭ଟଙ୍କା ବଦଳରେ ୧୦ଟଙ୍କା ନେଉଛନ୍ତି। ତେଣୁ କାଗଜ କପ୍‌ରେ ପି’ ସାରିବା ପରେ ତାକୁ ଫୋପାଡ଼ି ଦେବା ସବୁଠାରୁ ସହଜ କଥା। ଆଗକୁ କେବଳ ପୁନଃ ବ୍ୟବହାରଯୋଗ୍ୟ ପାତ୍ରରେ ଚା’ ପିଇବି। ତେବେ ଏହି ନିୟମ କେବଳ ରାସ୍ତାକଡ଼ ଦୋକାନୀଙ୍କ ପାଇଁ ଲାଗୁ ନ କରି ବଡବଡ କଫିଶପ୍‌, ଏୟାରପୋର୍ଟ, ରେଲ୍‌ଓ୍ବେ ଷ୍ଟେଶନ୍‌ ଆଦିରେ ଥିବା ଦୋକାନ ଉପରେ ମଧ୍ୟ ଲାଗୁ କରିବା ଦରକାର।
– ସମରଜିତ୍‌ ସାହୁ, କର୍ମଜୀବୀ
ଦୋକାନୀ କହୁଛନ୍ତି, ଇଚ୍ଛା ହେଲେ ପିଅ ନ ହେଲେ ନାଇଁ
ସବୁ ଦୋକାନୀ କାଚଗ୍ଲାସ କିମ୍ବା ମାଟି କପ୍‌ ରଖୁନାହାନ୍ତି। କାଗଜ କପ୍‌ରେ କାହିଁକି ଚା’ କଫି ଦେଉଛ ବୋଲି ପଚାରିଲେ ଓଲଟା କହୁଛନ୍ତି ‘ଇଚ୍ଛା ହେଲେ ପିଅ ନ ହେଲେ ନାଇଁ’। ଆମେ ତ ଆଉ ପକେଟ୍‌ରେ ଗ୍ଲାସ୍‌ ଧରି ବୁଲି ପାରିବୁନି, ତେଣୁ ଯାହା ମିଳୁଛି ସେଥିରେ ଚଳେଇ ନେଉଛୁ। ତେବେ ଏନେଇ ବିଏମ୍‌ସି ପକ୍ଷରୁ ଜୋର୍‌ଦାର ଅଭିଯାନ ହେବା ଦରକାର। ସମସ୍ତ କାଗଜ କପ୍‌କୁ ସିଲ୍‌ କରି ଯେଉଁ ଦୋକାନୀମାନେ ଏହାକୁ ରଖୁଛନ୍ତି ସେମାନଙ୍କୁ ଜରିମାନା ଆଦାୟ କରାଯିବା ଦରକାର।
-ଅଙ୍କିତ୍‌ ସ୍ବାଇଁ, କର୍ମଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ: ଅକ୍ଟୋବର ୧୭ରୁ ଆରମ୍ଭ ହେବ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?