କୁଖ୍ୟାତ ଅପରାଧୀ ପାପା ପଣ୍ଡା ଗିରଫ

ବାଲେଶ୍ୱର ଅଫିସ, ୨୩ା୬-ରାଜ୍ୟରେ ବିଭିନ୍ନ ଆପରାଧିକ ମାମଲାରେ ଜଡ଼ିତ କୁଖ୍ୟାତ ଅପରାଧୀ ଚିନ୍ମୟ ପଣ୍ଡା ଓରଫ୍‌ ପାପାଙ୍କୁ ବୁଧବାର ସହଦେବଖୁଣ୍ଟା ମଡ଼େଲ ଥାନା ପୋଲିସ ଗିରଫ କରିଛି। ଧମକଚମକ ଦେଇ ଦାଦାବଟି ମାଗିବା ଓ ଫୋନ୍‌ରେ ହତ୍ୟା ଧମକ ଦେବା ଅଭିଯୋଗରେ ସହଦେବଖୁଣ୍ଟା ଥାନାରେ ମାମଲା (ନଂ. ୨୦୩/୨୨ ଓ ୨୦୪/୨୨) ରୁଜୁ କରି ପୋଲିସ ଗିରଫ କରିଛି। ପାପା ବାଲେଶ୍ୱର ଜିଲାର ସହଦେବଖୁଣ୍ଟା ଥାନା, ଶିଳ୍ପାଞ୍ଚଳ ଥାନା, ଟାଉନ୍‌ ଥାନା, ସଦର ଥାନା ସମେତ ଦୀଘା ପର୍ଯ୍ୟନ୍ତ ବିଭିନ୍ନ ଅପରାଧରେ ୩୦ରୁ ଉର୍ଦ୍ଧ୍ୱ ମାମଲା ରହିଛି। ବ୍ୟବସାୟୀ, ବିଲଡ଼ର, ଠିକାଦାର, ସରକାରୀ ଅଧିକାରୀ, ନେତାମାନଙ୍କୁ ଧମକଚମକ ଦେଇ ବଟି ଆଦାୟ କରିବା ମୁଖ୍ୟ ଅପରାଧ। ଆବଶ୍ୟକ ସ୍ଥଳେ ବହୁ ଜଘନ୍ୟ ଅପରାଧ ଘଟାଇଥାଏ। ପୂର୍ବରୁ ବହୁବାର ଜେଲ୍‌ ଯିବା ପରେ ମଧ୍ୟ କିଛିଦିନ ପୂର୍ବରୁ ଜେଲରୁ ଆସି ପୁଣି ତାର ଗ୍ୟାଙ୍ଗ ଚଳାଇବାରେ ସକ୍ଷମ ହୋଇଥିଲା। କିଛିଦିନ ପୂର୍ବରୁ ସହରରେ ଲାଗିରହିଥିବା ହତ୍ୟା, ରାହାଜାନି, ଲୁଟ୍‌, ଚୋରି, ଛିନ୍‌ତାଇ ଭଳି ଅପରାଧ ବଢ଼ିବା ପରେ ପୋଲିସ ସକ୍ରିୟ ହୋଇ ଅପରାଧୀଙ୍କୁ ଧରପଗଡ଼ କାର୍ଯ୍ୟ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?