Posted inଖେଳ

ଦୁଇ ସ୍ପିନର ସପକ୍ଷରେ ପାନେସର

ଲଣ୍ଡନ, ୬ା୬ (ପି.ଟି.): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜୁନ୍‌ ୭ ତାରିଖରେ ଓଭାଲରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ। ଏହି ମ୍ୟାଚରେ ଭାରତ ଦୁଇ ସ୍ପିନରଙ୍କ ସହିତ ଖେଳିବା ଉଚିତ୍‌ ବୋଲି ପୂର୍ବାନୂମାନ କରିଛନ୍ତି ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସର। ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ ପାଇଁ ଭାରତ ଉଭୟ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜାଙ୍କୁ ଖେଳାଇବା ଉଚିତ୍‌। ୧୪୦ ବର୍ଷର ଟେଷ୍ଟ ଇତିହାସରେ ପ୍ରଥମ ଥର ପାଇଁ ଓଭାଲରେ ଜୁନ୍‌ ମାସରେ ଏକ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ପିଚ୍‌ରେ ପ୍ରଚୁର ପରିମାଣରେ ଘାସ ରହିଥିବା ବେଳେ ଏହା କିଭଳି ବ୍ୟବହାର କରିବ ସମସ୍ତଙ୍କ ମନରେ ଦ୍ୱନ୍ଦ୍ୱ ରହିଛି। ସାଧାରଣତଃ ଏଠାରେ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଟେଷ୍ଟ ମ୍ୟାଚ୍‌ ଖେଳାଯାଇଥାଏ। ତେବେ ଏହା ଏକମାତ୍ର ଭେନ୍ୟୁ ଯେଉଁଠାରେ ଇଂଲଣ୍ଡ ଦୁଇ ଜଣ ସ୍ପିନରଙ୍କ ସହିତ ଖେଳିବାକୁ ପସନ୍ଦ କରିଥାଏ। ଯଦି ବଲ ଟର୍ନ ହୁଏ ତେବେ ଏହି ପିଚ୍‌ ବ୍ୟାଟରଙ୍କ ପାଇଁ ମାରାତ୍ମକ ସାବ୍ୟସ୍ତ ହେବ। ଅଷ୍ଟ୍ରେଲିଆ ବ୍ୟାଟର ସର୍ବଦା ସ୍ପିନରଙ୍କ ସମ୍ମୁଖରେ ଖରାପ ଖେଳିଥାନ୍ତି ବିଶେଷ କରି ଭାରତୀୟ ସ୍ପିନରଙ୍କ ବିପକ୍ଷରେ ଅଷ୍ଟ୍ରେଲୀୟଙ୍କ ଟ୍ରାକ୍‌ ରେକର୍ଡ ଖରାପ। ଏହାକୁ ଦୃଷ୍ଟିରେ ରଖି ଭାରତ ଉଭୟ ଅଶ୍ୱିନ୍‌-ଜାଡେଜାଙ୍କୁ ଖେଳାଇବା ଉଚିତ୍‌ ବୋଲି ଇଂଲଣ୍ଡ ପକ୍ଷରୁ ୫୦ ଟେଷ୍ଟ ଖେଳିଥିବା ପାନେଶର କହିଛନ୍ତି। ସାଉଥାମ୍ପଟନରେ ଖେଳା ଯାଇଥିବା ଫାଇନାଲରେ ଭାରତ ଦୁଇ ଜଣ ସ୍ପିନର ଖେଳାଇଥିବା ବେଳେ ଏହା ବୁମେରାଙ୍ଗ ସାବ୍ୟସ୍ତ ହୋଇଥିଲା। ତେବେ ଓଭାଲରେ ଏହାର ଫାଇଦା ମିଳି ପାରିବ ବୋଲି କହିଛନ୍ତି ପାନେସର। ଏହା ସହିତ ତୃତୀୟ ପେସ୍‌ ବୋଲର ଭାବେ ସେ ଉମେଶ ଯାଦବଙ୍କୁ ପସନ୍ଦ କରିଛନ୍ତି। ଉମେଶଙ୍କ ନିକଟରେ ଗତି ରହିଥିବା ବେଳେ ସେ ବଲ୍‌କୁ ସୁଇଙ୍ଗ କରିବାରେ ମାହିର। ଏହା ସହିତ ଓଭାଲରେ ବଲ୍‌ ରିଭର୍ସ ସୁଇଙ୍ଗ ହେବାର ସମ୍ଭାବନା ଥିବାରୁ ଭାରତୀୟ ବୋଲର ଫାଇଦାରେ ରହିବେ।
ଭାରତୀୟ ଟପ୍‌ ଅର୍ଡର ବ୍ୟାଟର ଚେତେଶ୍ୱର ପୂଜାରା ଦଳ ପାଇଁ ଏକ୍ସ ଫ୍ୟାକ୍ଟର ସାବ୍ୟସ୍ତ ହେବେ ବୋଲି ପାନେସର ପୂର୍ବାନୂମାନ କରିଛନ୍ତି। ନିୟମିତ ଭାବରେ କାଉଣ୍ଟି କ୍ରିକେଟ ଖେଳୁଥିବା ପୂଜାରା ଇଂଲିଶ ପରିବେଶ ସହିତ ଅଭ୍ୟସ୍ତ। ଏହା ସହିତ ସସେକ୍ସ ଅଧିନାୟକ ଭାବରେ ବିଗତ ଦୁଇ ସିଜନ ଧରି ସେ ରନ୍‌ର ପାହାଡ ଛିଡା କରିଛନ୍ତି। ସେ ଅଷ୍ଟ୍ରେଲିଆ ବୋଲରଙ୍କ ସୁଇଂକୁ ସହଜରେ ଖେଳି ପାରିବେ। ଏହା ସହିତ ଉଇକେଟ କିପର ଭାବରେ ଇଶାନ କିଶନ ତାଙ୍କର ପ୍ରଥମ ପସନ୍ଦ ବୋଲି ପାନେସର କହିଛନ୍ତି।
ଅଷ୍ଟ୍ରେଲିଆ ପାଇଁ ମିଚେଲ୍‌ ଷ୍ଟାର୍କ ଏକ୍ସ ଫ୍ୟାକ୍ଟର ସାବ୍ୟସ୍ତ ହୋଇ ପାରନ୍ତି। ବାମହାତୀ ଷ୍ଟାର୍କଙ୍କ ସମ୍ମୁଖରେ ଭାରତୀୟ ବ୍ୟାଟରଙ୍କୁ ସତର୍କତାର ସହିତ ଖେଳିବାକୁ ପଡିବ ବୋଲି କହିଛନ୍ତି ପାନେସର। ଷ୍ଟାର୍କଙ୍କ ଗତି ଓ ଲେଟ୍‌ ମୁଭମେଣ୍ଟ ଭାରତୀୟ ଖେଳାଳିଙ୍କୁ ଅଡୁଆରେ ପକାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri