Posted inଖେଳ

ଅଧିନାୟକଙ୍କୁ କମେଣ୍ଟ ମାରିଲେ ପନ୍ତ: ଭିଡିଓ ଭାଇରାଲ

ଜୋହାନ୍ସବର୍ଗ,୬।୧:ଜୋହାନ୍ସବର୍ଗରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଆୟୋଜକ ଦଳ ଏକ ଦୃଢ ସ୍ଥିତିରେ ଅଛନ୍ତି। ଟେଷ୍ଟ ଜିତିବା ପାଇଁ ଦକ୍ଷିଣ ଆଫ୍ରିକାକୁ ୧୨୨ ରନ ଆବଶ୍ୟକ। ହାତରେ ୮ଟି ଉଇକେଟ ବାକି ଅଛି। ଏହି ଟେଷ୍ଟର ତୃତୀୟ ଦିନରେ ୨୪୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ୨ ଉଇକେଟ ହରାଇ ୧୧୮ ରନ ସଂଗ୍ରହ କରିଥିଲା।
ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ଇନିଂସର ୨୮ତମ ଓଭରରେ ଅଶ୍ୱିନଙ୍କ ଅଫ ଷ୍ଟମ୍ପ ବାହାରେ ପିଚ ହୋଇ ବଲ ଭିତରକୁ ଆସିଥିଲା। ପିଟରସନ୍‌ କ୍ଲିକ୍‌ ସଟ୍‌ ଖେଳିବାକୁ ଚେଷ୍ଟା କରିଥିଲେ କିନ୍ତୁ ଏଥିରେ ସେ ବିଫଳ ହୋଇଥିଲେ ଏବଂ ବଲ୍‌ ସିଧା ତାଙ୍କ ପ୍ୟାଡ୍‌ରେ ବାଜି ଯାଇଥିଲେ। ଭାରତୀୟ ଖେଳାଳିମାନେ ଆଉଟ୍‌ ଆବେଦନ କରିଥିଲେ ଏବଂ ଅମ୍ପାୟର ତାଙ୍କୁ ଆଉଟ୍‌ ଘୋଷଣା କରିଥିଲେ ଏବଂ ଭାରତ ଦ୍ୱିତୀୟ ସଫଳତା ପାଇଲା। ଏହା ପରେ, ପିଟରସନ ଏବଂ ଡିନ ଏଲଗାରଙ୍କ ମଧ୍ୟରେ ସେ ଡିଆରଏସ ନେବା ଉଚିତ କି ନୁହେଁ ସେ ବିଷୟରେ ଆଲୋଚନା କରୁଥିଲା। ଉଭୟ କୌଣସି ସିଦ୍ଧାନ୍ତରେ ପହଞ୍ଚିବା ପୂର୍ବରୁ, ଡିଆରଏସ ଗ୍ରହଣ କରିବାର ସମୟ ସମାପ୍ତ ହୋଇଥିଲା
ସରଳ ଭାବରେ ଉଇକେଟ କିପର ରିଷଭ ପନ୍ତ ଏହାର ସୁଯୋଗ ନେଇ ଦକ୍ଷିଣ ଆଫ୍ରିକାର ଅଧିନାୟକଙ୍କୁ ଅପମାନିତ କରିଥିଲେ। ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏଥିରେ, ପିଟରସନ ପାଭିଲିଅନକୁ ଫେରିବା ବେଳେ ଶୁଣିବାକୁ ମିଳେ – ସେ ଜଣେ ଜବରଦସ୍ତ ଅଧିନାୟକ, ସେ ନିଜକୂ ଏହା ହଁି ଭାବନ୍ତି। ପନ୍ତ ଡିଆରଏସ ନେବାରେ ବିଳମ୍ବ ବିଷୟରେ କହୁଥିଲେ। ଏହି ଟେଷ୍ଟରେ ଏଲଗାର ତାଙ୍କ ଦଳକୁ ଏକ ଦୃଢ ସ୍ଥିତିରେ ରଖିଛନ୍ତି। ୧୨୧ ବଲରୁ ୪୬ରେ ଏଲଗାର୍‌ ବ୍ୟାଟିଂ କରୁଛନ୍ତି। ସେମାନଙ୍କ ବ୍ୟତୀତ ମାର୍କ୍ରାମ ଏବଂ କିଗାନ ପିଟରସେନ ମଧ୍ୟ ଦକ୍ଷିଣ ଆଫ୍ରିକା ପାଇଁ ଉପଯୋଗୀ ଇନିଂସ ଖେଳିଥିଲେ। ମାର୍କ୍ରାମ ୩୧ ଏବଂ ପିଟରସନ ୨୮ ସ୍କୋର କରିଥିଲେ। ଏହାପୂର୍ବରୁ ତୃତୀୟ ଦିନରେ ଭାରତ ଦ୍ୱିତୀୟ ଇନିଂସରେ ୨୬୬ ରନ କରିଥିଲା। ଚେତେଶ୍ୱର ପୂଜାରା ଏବଂ ଅଜିଙ୍କେ ରାହାନେ ଅର୍ଦ୍ଧଶତକ ହାସଲ କରିଥିଲେ। କାଗିସୋ ରାବାଡା, ଲୁଙ୍ଗନି ନିଗିଡି ଏବଂ ମାର୍କୋ ୟାନସେନ ପ୍ରତ୍ୟେକ ୩ ଉଇକେଟ ନେଇଥିଲେ। ପ୍ରଥମ ଟେଷ୍ଟ ଜିତିବା ପରେ ଭାରତ ଏବେ ସିରିଜକୁ ୧-୦ରେ ଆଗରେ ଅଛି।

https://twitter.com/CDonekal/status/1478738152940445696


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?