ତାଲିବାନ୍‌ ଦଖଲରେ ପଞ୍ଜଶିର

କାବୁଲ, ୪।୯: ଆଫଗାନିସ୍ତାନରେ ସରକାର ଗଠନ କରିବାର କିଛି ଘଣ୍ଟା ପୂର୍ବରୁ ତାଲିବାନ ବାହିନୀ ଶୁକ୍ରବାର ରାତିରେ ପଞ୍ଜଶିର ଦଖଲ କରିଛି। ଏଥିସହିତ ଆଫଗାନିସ୍ତାନର ସମସ୍ତ ୩୪ ପ୍ରଦେଶ ଏବେ ତାଲିବାନ ନିୟନ୍ତ୍ରଣକୁ ଆସିଯାଇଛି। ଏହି ସଂଗଠନ ସମଗ୍ର ଦେଶକୁ ନିଜ ଦଖଲକୁ ନେଇଥିବାବେଳେ ପଞ୍ଜଶିର ଉପତ୍ୟକାକୁ ରେଜିଷ୍ଟାଣ୍ଟ ଫୋର୍ସ ଅକ୍ତିଆର କରି ରଖିଥିଲା। ଆଲ୍ଲାଙ୍କ କୃପାରୁ ଆମେ ସମଗ୍ର ଆଫଗାନିସ୍ତାନ ଦଖଲ କରିଛୁ। ବିରୋଧୀ ପରାଜିତ ହୋଇଛନ୍ତି ବୋଲି ଜନୈକ ତାଲିବାନ କମାଣ୍ଡର କହିଛନ୍ତି। କାବୁଲରେ ତାଲିବାନ ଲଢ଼ୁଆମାନେ ପଞ୍ଜଶିର ଦଖଲର ବିଜୟ ଉତ୍ସବ ମନାଉଥିବା ବେଳର ଦୃଶ୍ୟ ଦେଖିବାକୁ ମିଳିଛି। ଏନେଇ ଟୋଲୋ ନ୍ୟୁଜ୍‌ ଖବରଦାତା ଜିଆର ଖାନ୍‌ ୟାଦ୍‌ ମଧ୍ୟ ଟୁଇଟ୍‌ କରିଛନ୍ତି। ଅନ୍ୟପକ୍ଷରେ ବିରୋଧୀ ବାହିନୀର ନେତୃତ୍ୱ ନେଉଥିବା ପୂର୍ବତନ ଉପରାଷ୍ଟ୍ରପତି ଅମ୍‌ରୁଲ୍ଲା ସାଲେହ ଦେଶ ଛାଡ଼ି ପଳାଇଥିବା ଖବରକୁ ଅସ୍ବୀକାର କରିଛନ୍ତି। ସେ ଏଠାରେ ଅଛନ୍ତି ଓ ଦେଶ ମାତୃକାର ମର୍ଯ୍ୟାଦା ରକ୍ଷା ପାଇଁ ପ୍ରତିରୋଧ ଜାରି ରଖିବେ ବୋଲି କହିଛନ୍ତି। ପଞ୍ଜଶିର ପତନ ଖବରକୁ ସାଲେହଙ୍କ ପୁଅ ଏବାଦୁଲ୍ଲା ମଧ୍ୟ ଖଣ୍ଡନ କରିଛନ୍ତି। ଆଫଗାନିସ୍ତାନରୁ ଆମେରିକା ନେତୃତ୍ୱାଧୀନ ସୈନ୍ୟ ପ୍ରତ୍ୟାହୃତ ହେବା ପରେ ତାଲିବାନ ଗୋଟିଏ ପରେ ଗୋଟିଏ ସହର ଦଖଲ କରିଥିଲା। ଅଗଷ୍ଟ ୧୫ରେ ରାଜଧାନୀ କାବୁଲ ତାଲିବାନ ନିୟନ୍ତ୍ରଣକୁ ଯିବା ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଅଶ୍ରଫ୍‌ ଗନି ଦେଶ ଛାଡ଼ି ପଳାୟନ କରିଥିଲେ। କେବଳ ପଞ୍ଜଶିରକୁ ଛାଡ଼ିଲେ ସାରା ଦେଶ ତାଲିବାନ କବଳକୁ ଆସିଯାଇଥିଲା। ପଞ୍ଜଶିରରେ ମୁଜାହିଦ୍ଦିନ କମାଣ୍ଡର ଅହମଦ ଶାହ ମାସୁଦ୍‌ଙ୍କ ପୁଅ ଅହମଦ ମାସୁଦଙ୍କ ନେତୃତ୍ୱରେ ହଜାର ହଜାର ସ୍ଥାନୀୟ ମିଲିସିଆ ଏବଂ ପୂର୍ବ ସରକାରର ସଶସ୍ତ୍ର ବଳ ଏକାଠି ହୋଇ ତାଲିବାନ ବାହିନୀର ପ୍ରତିରୋଧ କରିଆସୁଥିଲେ। ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଲଢ଼େଇ ଜାରି ରହିଥିଲା। ଏହି ସଂଘର୍ଷରେ ବହୁ ତାଲିବାନ୍‌ ଫାଇଟର ନିହତ ହୋଇଥିବାବେଳେ ଆଉ କେତେଜଣଙ୍କୁ ପଞ୍ଜଶିର ବିଦ୍ରୋହୀ କାବୁ କରି ଜେଲରେ ଭରିଦେଇଛନ୍ତି। ମଝିରେ ଆପୋସ ଆଲୋଚନା ଜରିଆରେ ସମାଧାନ ପାଇଁ ଉଦ୍ୟମ ହୋଇଥିଲେ ହେଁ ସେଥିରୁ କିଛି ସୁଫଳ ମିଳି ନ ଥିଲା। ବିଫଳତା ପାଇଁ ଦୁଇପକ୍ଷ ପରସ୍ପରକୁ ଦୋଷ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri