Categories: ଖେଳ

ପାଣ୍ଡ୍ୟା ଭାତ୍ରୁଦ୍ୱୟଙ୍କ ପିତାଙ୍କ ଦେହାନ୍ତ

ଭଦୋଦରା,୧୭।୧(ପି.ଟି.): ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ବଡ଼ ଭାଇ କ୍ରୁନାଲ ପାଣ୍ଡ୍ୟା ତାଙ୍କ ପିତାଙ୍କୁ ହରାଇଛନ୍ତି। ୭୧ ବର୍ଷ ବୟସରେ ତାଙ୍କ ପିତା ହିମାଂଶୁ ଶନିବାର ହୃଦ୍‌ଘାତରେ ମୃତ୍ୟୁବରଣ କରିଛନ୍ତି। ଚଳିତ ସୟଦ ମୁସ୍ତାକ ଅଲି ଟ୍ରଫିରେ କ୍ରୁନାଲ ବରୋଦାର ନେତୃତ୍ୱ ନେଉଛନ୍ତି। ଟୁର୍ନାମେଣ୍ଟ ପାଇଁ ଗଠିତ ବାୟୋବବଲ ଛାଡି ସେ ପରିବାର ସହିତ ରହିବା ପାଇଁ ଯାଇଛନ୍ତି। ସେହିପରି ହାର୍ଦ୍ଦିକ ମଧ୍ୟ ମୁମ୍ବାଇ ଛାଡି ଭଦୋଦରା ଯାଇଛନ୍ତି। ଦୁଇ ଭାଇଙ୍କ ସଫଳାତା ପଛରେ ତାଙ୍କର ଯଥେଷ୍ଟ ଯୋଗଦାନ ରହିଥିଲା। ଭାରତୀୟ ଅଧିନାୟକ ବିରାଟ କୋହଲି, କ୍ରିକେଟ ଆଇକନ ସଚିନ ତେନ୍ଦୁଲକର, ଇର୍ଫାନ ଓ ୟୁସୁଫ ପଠାନ ଏବଂ କ୍ରିକେଟଜଗତର ଅନ୍ୟ ବିଶିଷ୍ଠ ବ୍ୟକ୍ତିମାନେ ଦୁଇ ଭାଇଙ୍କୁ ସମବେଦନା ଜଣାଇଛନ୍ତି।

Share