ପଣ୍ଡିତଙ୍କ କାରନାମା

ବାଡ଼ ଯଦି ଫସଲ ଖାଏ ତେବେ ତାହାର ସୁରକ୍ଷା କେହି କରିପାରିବେ ନାହିଁ। ସମାନ ପ୍ରକାରେ ଆଇନ ଶୃଙ୍ଖଳା ରକ୍ଷା କରିବା ଦାୟିତ୍ୱ ମୁଣ୍ଡାଇଥିବା ପୋଲିସ ଯଦି ଦୁର୍ବ୍ୟବହାର, ଅପରାଧ ଓ ଦୁର୍ନୀତିରେ ଜଡ଼ିତ ରହେ ତେବେ ସାମାଜିକ ସ୍ତରରେ ବିଶୃଙ୍ଖଳା ସୃଷ୍ଟିହେବା ସ୍ବାଭାବିକ। ଏଭଳି ଆଚରଣ ପୋଲିସକୁ ନାଗରିକମାନଙ୍କ ବିଶ୍ୱାସଭାଜନ କରାଇପାରିବ ନାହିଁ। ଓଡ଼ିଶା ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ବହୁ ସମୟରେ ରାଜ୍ୟ ପୋଲିସରେ କାର୍ଯ୍ୟରତ ଅନେକ କର୍ମଚାରୀ ଓ ଅଧିକାରୀଙ୍କ ଏଭଳି ଆଚରଣ ଖବର ସାମ୍ନାକୁ ଆସେ , ଯାହାକୁ ଖାକିରେ ଦାଗ ବୋଲି ସାଧାରଣରେ ଚର୍ଚ୍ଚା ହୋଇଥାଏ। ଏମିତି ଏକ ସଦ୍ୟ ଘଟଣା ରାଜ୍ୟବାସୀଙ୍କୁ ଚକିତ କରିଛି। ଜୁଲାଇ ୨୭ରେ ଭୁବନେଶ୍ୱରରେ ଡିଆଇଜି ପଣ୍ଡିତ ରାଜେଶ ଉତ୍ତମରାଓ ନାମକ ଜଣେ ବରିଷ୍ଠ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଫିସର ଯେଉଁଭଳି ଭାବେ ଜଣେ ମହିଳା ପୋଲିିସ ଇନ୍ସପେକ୍ଟରଙ୍କ ସ୍ବାମୀଙ୍କୁ ଆକ୍ରମଣକଲେ ତାହା ଜନସାଧାରଣଙ୍କୁ ଉଭୟ କୌତୂହଳ ଯୋଗାଇବା ସହ ଆଶ୍ଚର୍ଯ୍ୟ କରିଛି। ପଣ୍ଡିତ ରାଜେଶ ସେହି ମହିଳାଙ୍କ ଘରକୁ କାହିଁକି ପ୍ରବେଶକଲେ ଏବଂ ତାଙ୍କ ସ୍ବାମୀଙ୍କୁ କେଉଁ କାରଣରୁ ଆକ୍ରମଣକଲେ ସେ ସମ୍ପର୍କରେ ଅନେକ ଗୁଜବ ଶୁଣିବାକୁ ମିଳୁଛି। ଯାହାର ସତ୍ୟାସତ୍ୟ ହୁଏତ ଅନୁସନ୍ଧାନ ପରେ ଜଣାପଡ଼ିବ। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପଣ୍ଡିତଙ୍କୁ ନିିଲମ୍ବିତ କରାଯିବା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗୃହ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ପୋଲିସ ମହଲରେ ପଣ୍ଡିତ ରାଜେଶଙ୍କ ସମ୍ପର୍କରେ ଅନେକ କଥା ଶୁଣିବାକୁ ମିଳେ ଯାହାକି ଏଠାରେ ଲେଖିବା ସମ୍ଭବପର ନୁହେଁ। ତେବେ ଏହି ବରିଷ୍ଠ ଅଫିସରଙ୍କ ବ୍ୟବହାରକୁ ଏକଘରିଆ କରି ଦେଖିଲେ ଚଳିବ ନାହିଁ। ଦୀର୍ଘ ୨୪ ବର୍ଷ ଧରି ଚାଲିଆସିଥିବା ଏକ ରାଜନୈତିକ ବ୍ୟବସ୍ଥାରେ ରାଜ୍ୟବାସୀ ହନ୍ତସନ୍ତ ହେବା ଯୋଗୁ ଗତ ନିର୍ବାଚନରେ ପରିବର୍ତ୍ତନ ଆଣିଥିଲେ। ସେହି ପୂର୍ବତନ ରାଜନୈତିକ ବ୍ୟବସ୍ଥାରେ ଶାସକ ଦଳର ରାଜନେତାମାନଙ୍କୁ ଗୌଣ କରିଦିଆଯିବା ସହ ଅମଲାତନ୍ତ୍ରକୁ ଅତ୍ୟଧିକ କ୍ଷମତାସୀନ କରିଦିଆଯାଇଥିଲା। ରାଜ୍ୟର ଅନେକ ଆଇଏଏସ୍‌, ଆଇପିଏସ୍‌ ଏବଂ ଅନ୍ୟ କେତେକ ସେବାର ଅଫିସରମାନେ ନିଜକୁ ସର୍ବେସର୍ବା ଭାବିବାକୁ ଆରମ୍ଭ କରିଦେଲେ। ଯେହେତୁ ରାଜନୈତିକ ବ୍ୟକ୍ତିମାନଙ୍କର ଗୁରୁତ୍ୱ ହ୍ରାସ ପାଇଲା, ସେହି ତୁଳନାରେ ଅମଲାତନ୍ତ୍ରୀଙ୍କ ପ୍ରଭାବ ଏବଂ ପ୍ରାଦୁର୍ଭାବ ବୃଦ୍ଧି ଘଟିଲା। ସେଭଳି ପ୍ରଶାସନକୁ ଓଡ଼ିଶାର ଜନସାଧାରଣ ପସନ୍ଦ କରନ୍ତି ନାହିଁ ବୋଲି ନିର୍ବାଚନ ମାଧ୍ୟମରେ ଜଣାଇଦେଲେ।
ଏଠାରେ ସ୍ବୀକାର କରିବାକୁ ହେବ ଯେ, ରାଜନୈତିକ ମୁହଁରେ ପରିବର୍ତ୍ତନ ଆସିଥିଲେ ମଧ୍ୟ ସରକାରୀ ବ୍ୟବସ୍ଥାରେ ଏ ପର୍ଯ୍ୟନ୍ତ ତାହାର ପ୍ରଭାବ ପଡ଼ିନାହିଁ। ଅରାଜକତାର ସୀମାରେ ପହଞ୍ଚିଥିବା କ୍ଷମତାସୀନ ବ୍ୟକ୍ତି ଏବେ ଓଡ଼ିଶାରେ ମାଳ ମାଳ ହୋଇ ବୁଲୁଥିବା ଭଳି ମନେହୁଏ। ପୋଲିସ ଅଫିସର ପଣ୍ଡିତ ରାଜେଶଙ୍କ ଚାରିତ୍ରିକ ଦୋଷ ଲୋକଲୋଚନକୁ ଆସିବା ପୂର୍ବରୁ ଅନ୍ୟ ଏକ ଘଟଣା ସେହିଭଳି ଅରାଜକତାର ପରିଚୟ ଦେଇଥିଲା। ରଥଯାତ୍ରା ସମୟରେ ରାଜ୍ୟପାଳ ରଘୁବର ଦାସଙ୍କ ପୁତ୍ର ଯେଉଁଭଳି ଭାବେ ଜଣେ କନିଷ୍ଠ ରାଜ୍ୟପାଳ କର୍ମଚାରୀଙ୍କୁ ପୁରୀରେ ଆକ୍ରମଣ କରିଥିଲେ ତାହା ସମସ୍ତଙ୍କର ମନେଅଛି। ସେହି ଘଟଣାରେ ବିରୋଧୀ ରାଜନୈତିକ ଦଳ ବିଜୁ ଜନତା ଦଳ ଓ କଂଗ୍ରେସ ପ୍ରବଳ ପାଟିତୁଣ୍ଡ କରି ବିଧାନସଭାରେ ହଟ୍ଟଗୋଳ ସୃଷ୍ଟି କରିଥିଲେ। ପ୍ରତିକ୍ରିୟା ସ୍ବରୂପ, ସେହି କନିଷ୍ଠ ଅଫିସରଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ବଦଳି କରିଦିଆଗଲା। କିନ୍ତୁ ରାଜ୍ୟପାଳଙ୍କ ପୁତ୍ରଙ୍କ ବିରୋଧରେ ଏ ପର୍ଯ୍ୟନ୍ତ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯାଇନାହିଁ। ଏଭଳି ପ୍ରଚ୍ଛଦପଟରେ ନୂତନ ଭାବେ କ୍ଷମତାକୁ ଆସିଥିବା ଭାରତୀୟ ଜନତା ପାର୍ଟିର ନେତୃବୃନ୍ଦ ଓଡ଼ିଶାରେ ଯଦି ପରିବର୍ତ୍ତନ ଆଣିବାକୁ ଇଚ୍ଛୁକ, ତେବେ ଏଭଳି ଘଟଣାଗୁଡ଼ିକରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଅତିଶୀଘ୍ର ଗ୍ରହଣ କରିବା ଉଚିତ ହେବ। ସବୁ କଥା ପରେ ବି ଉଲ୍ଲେଖ କରିବା ଦରକାର ଯେ ସମ୍ପୃକ୍ତ ମହିଳା ପୋଲିସ କର୍ମଚାରୀ ଏବଂ ତାଙ୍କ ସ୍ବାମୀ ଉଭୟେ କେହି ପଣ୍ଡିତ ରାଜେଶଙ୍କ ବିରୋଧରେ କୌଣସି ବିଧିବଦ୍ଧ ଅଭିଯୋଗ ଏ ପର୍ଯ୍ୟନ୍ତ ଦାଏର କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri