Odisha Elections 2024

ପ୍ରେସମିଟ୍‌ରେ କହିଲେ ପାଣ୍ଡିଆନ, ୨୦୨୪ରେ ବିଜେଡି ହାତେଇବ କେତେ ସିଟ୍‌?

ଭୁବନେଶ୍ୱର,୮।୫: ଆଗାମୀ ନିର୍ବାଚନ ପାଇଁ ରାଜଧାନୀ ରାଜନୀତି ସରଗରମ ରହିଛି। ଦୁଇଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସି ଖୋଲା ମଞ୍ଚରେ ବିଜେଡିକୁ ଟାର୍ଗେଟ ଦେବା ପରେ ଓଡିଶା ରାଜନୀତି ଉଷ୍ମ ହୋଇଛି। ତେବେ ବୁଧବାର ରାତି ନ ପାହୁଣୁ ପ୍ରେସମିଟ୍‌ ଡକାଇଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ।

ଏଥିରେ ସେ ଭାଜପାକୁ ଖୋଲା ଚ୍ୟାଲେଞ୍ଜ କରିବା ସହ ଜୋରଦାର ବର୍ଷିଛନ୍ତି। ଏଥିସହ ନିର୍ବାଚନରେ ବିଜେଡି କେତେ ସିଟ୍‌ ହାତେଇବ ଏନେଇ ମଧ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ବିଜୁ ଜନତା ଦଳ କ୍ଲିନ ସ୍ବିପ କରୁଛି। ଲୋକଙ୍କ ଭଲପାଇବା ଓ ଆଶୀର୍ବାଦ ବଳରେ ବିଜେଡି ବହୁ ପରିମାଣରେ ଭୋଟ ହାତେଇବାକୁ ଯାଉଛି। ସବୁଠାରୁ ଖୁସିର କଥା ହେଉଛି ବିଜେଡିର ମାନିଫେଷ୍ଟୋ ଆସିନାହିଁ କିନ୍ତୁ ମୁଁ ଏ ସମ୍ପର୍କରେ ଗ୍ୟାରେଣ୍ଟି ଦେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଓଡିଶାବାସୀଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ରହିଛି ଯାହା ପ୍ରତିଫଳିତ ହେଉଛି। ଏହାର ପ୍ରମାଣ ଆପଣ ଜୁନ୍‌ ୪ରେ ଦେଖିବାକୁ ପାଇ ପାରିବେ। ଏହି ପ୍ରଥମ ପର୍ଯ୍ୟାୟରେ ଅଧିକାଂଶ ଆସନରେ କଂଗ୍ରେସ ସହ ବିଜେଡିର ଲଡେଇ ହେଉଛି। ପାରଳାଖେମୁଣ୍ଡିର ଗୋଟିଏ ସିଟ୍‌ରେ ଭାଜପା ସହ ଲଢେଇ ହେଉଥିବାବେଳେ ଗଞ୍ଜାମରେ ଓ୍ବାନ ସାଇଡ୍‌ ଲଢେଇ ହେଉଛି। କାରଣ ଏଠାରେ ଆମ ମୁଖ୍ୟମନ୍ତ୍ରୀ ମଇଦାନରେ ଓହ୍ଲାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ୍‌ ୧ ଭୋଟଗ୍ରହଣ ପାଇଁ ୩୦ ତାରିଖ ସନ୍ଧ୍ୟାରୁ ୧୪୪ ଧାରା ଜାରି,୧୦୦ ମିଟର ମଧ୍ୟରେ ଫୋନ୍‌ ବ୍ୟବହାର ନିଷେଧ

କଟକ,୨୯ା୫ (କାର୍ତ୍ତିକ ସାହୁ): ଅନ୍ତିମ ପର୍ଯ୍ୟାୟ ଜୁନ୍‌ ୧ ତାରିଖ ଭୋଟ ପାଇଁ କଟକ ଜିଲାର ନିଆଳି, ସାଲେପୁର ଏବଂ ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀର...

ପୁଣି ମୁଖ୍ୟ ନିର୍ବାଚନ କମିଶନରଙ୍କ ପାଖରେ ସୁଜାତା କାର୍ତ୍ତିକେୟନଙ୍କ ବିରୋଧରେ ଫେରାଦ ହେଲା ଭାଜପା

ନୂଆଦିଲ୍ଲୀ,୨୯।୫: ବରିଷ୍ଠ ଆଇଏଏସ ଅଧିକାରୀ ସୁଜାତା ରାଉତ କାର୍ତ୍ତିକେୟନଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ପାଖରେ ପୁଣି ଫେରାଦ ହୋଇଛି ଭାରତୀୟ ଜନତା ପାର୍ଟି(ଭାଜପା)। ଅବାଧ...

ହସରେ ଉଡାଇ ଦେଲେ ନବୀନ, କହିଲେ-ମୋଦିଙ୍କୁ ମୋ ଚିନ୍ତା ନୁହେଁ ବରଂ ଭୋଟ୍‌ ଚିନ୍ତା…

ଭୁବନେଶ୍ୱର,୨୯।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କମିଟି ଗଠନ କରାଯିବ ବୋଲି କହିଥିଲେ। କଡ଼ା ଭାଷାରେ ଏହା ଜବାବ ଦେବା...

ଲୋକପ୍ରିୟ ମୃଦୁ ପାନୀୟରେ କଣ୍ଡୋମ୍, କଡ଼ା କାର୍ଯ୍ୟାନୁଷ୍ଠାନ ଦାବି

ପାରଳାଖେମୁଣ୍ଡି, ୨୯।୫(ଗିରିଧାରୀ ପରିଛା): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିଥିବା ବେଳେ ଗଜପତି ଜିଲାରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେଉଛି। ସାଧାରଣ ଜନତା ହୁଅନ୍ତୁ...

UG ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ କିପରି କରିବେ ଆବେଦନ

ଭୁବନେଶ୍ୱର,୨୯।୫: ୨୦୨୪-୨୫ ଶିକ୍ଷାବର୍ଷରେ ସ୍ନାତକରେ ନାମଲେଖା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୁକ୍ତ ୩ କରିବାକୁ ଚାହୁଁଥିବା ଆଶାୟୀ ଛାତ୍ରୀଛାତ୍ରମାନେ ଜୁନ୍ ୩ ଅପରାହ୍ନ ୪ଟାରୁ...

ପ୍ରେସ୍‌ମିଟ୍‌ କରି କଡ଼ା ଭାଷାରେ ମୋଦିଙ୍କୁ ଜବାବ ଦେଲେ ମୁଖ୍ୟମନ୍ତ୍ରୀ, ଯଦି ମୋର ଶୁଭଚିନ୍ତକ ତେବେ…

ଭୁବନେଶ୍ୱର,୨୯।୫: ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟର କଡ଼ା ଭାଷାରେ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ସନ୍ଧ୍ୟାରେ ଏକ ପ୍ରେସ୍‌ମିଟ୍‌ କରି ସେ କହିଛନ୍ତି ଯେ,...

ବିଭିନ୍ନ ଲୋକାଭିମୁଖୀ ଯୋଜନା ନେଇ ବିଜେଡିର ଜୋର୍‌ଦାର ପ୍ରଚାର

ମୋରଡ଼ା,୨୯ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ବୁଧବାର ବିଜେଡି ନିଜର ଶକ୍ତି ପ୍ରଦର୍ଶନ କରିଛି। ଏହି ପରିପ୍ରେକ୍ଷୀରେ ଆଜି ଉକ୍ତ ନିର୍ବାଚନମଣ୍ଡଳୀ ମୋରଡ଼ା ବ୍ଲକ...

ମୋଦି କଲେ ଭବିଷ୍ୟବାଣୀ, ଏହିଦିନ ବିଜେଡିରେ ହେବ କମ୍ପନ

କେନ୍ଦ୍ରାପଡ଼ା, ୨୯।୫: କେନ୍ଦ୍ରାପଡ଼ା ସଭାରେ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବୁଧବାର ବାରିପଦା, ବାଲେଶ୍ୱରରେ ନିର୍ବାଚନୀ ପ୍ରଚାର ସାରି ମୋଦି କେନ୍ଦ୍ରାପଡାରେ ପହଞ୍ଚିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri