ପାଣ୍ଡେଙ୍କ ସେନା

ସ୍ଥଳସେନାର ଉପମୁଖ୍ୟ ଥିବା ଲ୍ୟୁଟ୍‌ନାଣ୍ଟ ଜେନେରାଲ ମନୋଜ ପାଣ୍ଡେଙ୍କୁ ୧୮ ଏପ୍ରିଲ ୨୦୨୨ରେ ଭାରତୀୟ ସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ସେନା ମୁଖ୍ୟ ଥିବା ମନୋଜ ମୁକୁନ୍ଦ ନରଓ୍ବଣେ ଏପ୍ରିଲ ୩୦ରେ ଅବସର ନେବା ପରେ ପାଣ୍ଡେ ସେହି ପଦବୀରେ ଅବସ୍ଥାପିତ ହେବେ। ପାଣ୍ଡେଙ୍କ ବିଶେଷତ୍ୱ ହେଉଛି ଇଞ୍ଜିନିୟରିଂ କର୍‌ର ସଦସ୍ୟ ହୋଇଥିବା ସତ୍ତ୍ୱେ ତାଙ୍କୁ ସେନା ମୁଖ୍ୟ ହେବାର ସୁଯୋଗ ମିଳିଛି। ଅଦ୍ୟାବଧି ଇନ୍‌ଫାଣ୍ଟ୍ରି ବା ପଦାତିକ ବାହିନୀ, ଆର୍ଟିଲେରି ବା କମାଣ ବାହିନୀ ଏବଂ ଆର୍ମୋଡ ବା ସାଞ୍ଜୁ ବାହିନୀରୁ ଭାରତର ଆର୍ମି ଚିଫ୍‌ମାନେ ଆସିଛନ୍ତି। କର୍‌ ଅଫ୍‌ ଇଞ୍ଜିନିୟର୍ସରୁ ପାଣ୍ଡେଙ୍କୁ ଅଣାଯିବା ଆଧୁନିକ ଯୁଦ୍ଧ ପାଇଁ ଫଳପ୍ରଦ ହେବ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ, କର୍‌ ଅଫ୍‌ ଇଞ୍ଜିନିୟର୍ସ ହେଉଛି ଯୁଦ୍ଧକୁ ସମର୍ଥନ କରୁଥିବା ଏକ ଅଙ୍ଗ। ୨୦୦୧ ଡିସେମ୍ବରରେ ପାର୍ଲାମେଣ୍ଟ ଭବନ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହୋଇଥିଲା। ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ସେନାର ‘ଅପରେଶନ ପରାକ୍ରମ’ରେ ପାଣ୍ଡେ ଇଞ୍ଜିନିୟର ରେଜିମେଣ୍ଟର ନେତୃତ୍ୱ ନେଇଥିଲେ। ପୂର୍ବାଞ୍ଚଳ କମାଣ୍ଡ୍‌ ଦାୟିତ୍ୱ ନେବା ପୂର୍ବରୁ ପାଣ୍ଡେ ଆଣ୍ଡାମାନ ନିକୋବର କମାଣ୍ଡ୍‌ର କମାଣ୍ଡର-ଇନ୍‌-ଚିଫ୍‌ ଥିଲେ।
ଆଜିର ଯୁଦ୍ଧରେ ପ୍ରଯୁକ୍ତି ଓ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗ କରାଯାଇ ଶତ୍ରୁପକ୍ଷକୁ ପରାସ୍ତ କରିବାର ରଣକୌଶଳ ଅଧିକ ଗୁରୁତ୍ୱ ଧାରଣ କରୁଛି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଏହା ଦେଖାଇ ଦେଇସାରିଲାଣି। ଅର୍ଥାତ୍‌ ପୂର୍ବଭଳି ଅସଂଖ୍ୟ ଗୋଳାବାରୁଦ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବାରମ୍ବାର ବୋହିବାକୁ ପଡ଼ୁନାହିଁ। ଯେଉଁ ଅଞ୍ଚଳ କିମ୍ବା ନିର୍ଦ୍ଦିଷ୍ଟ ବିନ୍ଦୁରେ କ୍ଷତି କରିବାର ଅଛି ତାହାକୁ ନିଶାଣ ବା ଟାର୍ଗେଟ କରାଯାଇ ସେହି ଅନୁଯାୟୀ ପ୍ରଯୁକ୍ତିକୁ ଉପଯୋଗ କରାଯାଇପାରୁଛି। ହେଲେ ଭାରତ ସେଭଳି ସ୍ତରରେ ପହଞ୍ଚତ୍ପାରି ନ ଥିବାରୁ ଅତ୍ୟାଧୁନିକ ଯୁଦ୍ଧ କରିବା ତା’ ପାଇଁ କଷ୍ଟକର ହୋଇପଡ଼ିବ। ଏମିତି ଦେଖିଲେ ପୂର୍ବରୁ ପ୍ରକାଶିତ କମ୍ପଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ (ସିଏଜି) ରିପୋର୍ଟ ଅନୁଯାୟୀ ଭାରତ ଯଦି କୌଣସି ମୁହୂର୍ତ୍ତରେ କାହା ସହ ଯୁଦ୍ଧ କରେ ତେବେ ଲଢ଼େଇ ମାତ୍ର ୧୦ ଦିନ ଯାଏ ଯାଇପାରିବ। ଏହାର ଅର୍ଥ ହେଉଛି ଭାରତର ଯୁଦ୍ଧ ଶକ୍ତିକୁ କେବଳ ମାତ୍ର ସେନାର ଦକ୍ଷତା ଓ ଯୁଦ୍ଧାସ୍ତ୍ରକୁ ନେଇ ଆକଳନ କରାଯାଉଛି। କିନ୍ତୁ ଆଧୁନିକ ଯୁଦ୍ଧରେ ୟୁକ୍ରେନ୍‌ବାସୀ ପ୍ରମାଣ କରିଦେଇଛନ୍ତି ଯେ, ପ୍ରତ୍ୟେକ ନାଗରିକ ଯୁଦ୍ଧରେ ଭାଗ ନେଇପାରିବେ। ଏପରି ସ୍ଥଳେ ଭାରତକୁ ଟେକ୍ନୋଲୋଜି ଓ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବ୍ୟବହାର କରି ପ୍ରସ୍ତୁତ ହେବାକୁ ପଡ଼ିବ। ଲ୍ୟୁଟ୍‌ନାଣ୍ଟ ଜେନେରାଲ ପାଣ୍ଡେ ଇଞ୍ଜିନିୟରିଂ କ୍ଷେତ୍ରରୁ ଆସିଥିବାରୁ ସେ ତାଙ୍କ ୧୩ ଲକ୍ଷ ବିଶିଷ୍ଟ ଭାରତୀୟ ସେନାକୁ କେଉଁଭଳି ଭାବେ ମାର୍ଗଦର୍ଶନ କରିବେ ତାହା ଦେଖିବାକୁ ବାକି ଅଛି। ବାସ୍ତବରେ ଯେଉଁମାନେ ପଦାତିକ, କମାଣ କିମ୍ବା ସାଞ୍ଜୁ ବାହିନୀରୁ ଆସିଥାଆନ୍ତି ସେମାନେ ସିଧାସଳଖ ଯୁଦ୍ଧରେ ଉତ୍ତମ ପ୍ରଦର୍ଶନ କରିପାରନ୍ତି ବୋଲି ସାଧାରଣରେ ଧାରଣା ରହିଛି। କର୍‌ ଅଫ୍‌ ଇଞ୍ଜିନିୟର୍ସରୁ ଆସିଥିବା ବ୍ୟକ୍ତି ବ୍ରିଜ୍‌ ନିର୍ମାଣ ସହ ଅନ୍ୟାନ୍ୟ ଭିତ୍ତିଭୂମି ଉନ୍ନତିରେ ସହାୟକ ହେବା ସହିତ ସୀମାନ୍ତରେ ଯୋଗାଯୋଗକୁ ସୁଦୃଢ଼ କରିଥାଆନ୍ତି। କିନ୍ତୁ ସିଧାସଳଖ ଲଢ଼େଇରେ ସେମାନଙ୍କ ଯୋଗଦାନ ନ ଥିବାରୁ ତନ୍ମଧ୍ୟରୁ ବାହାରୁଥିବା ବରିଷ୍ଠ ଅଫିସର କେତେ ଦକ୍ଷତାର ସହିତ ଯୁଦ୍ଧ ପରିଚାଳନାର ଯୋଜନା କରି ତାହାକୁ କାର୍ଯ୍ୟକାରୀ କରାଇପାରିବେ, ଏବେ କହିବା ହୁଏତ କାହାରି ପାଇଁ ସମ୍ଭବପର ହେବ ନାହିଁ।
ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ୫୬ ଦିନରେ ପହଞ୍ଚତ୍ଲାଣି। ଯେବେ ଯୁଦ୍ଧ ଆରମ୍ଭ ହୋଇଥିଲା ବିଶ୍ୱବାସୀ ଧରି ନେଇଥିଲେ ଯେ ଶକ୍ତିଶାଳୀ ରୁଷିଆ ଆଗରେ ତିଷ୍ଠି ନ ପାରି ୟୁକ୍ରେନ୍‌ ୭ ଦିନରେ ଆତ୍ମସମର୍ପଣ କରିଦେବ। କିନ୍ତୁ ସେହି ଅନୁମାନ ଭୁଲ ପ୍ରମାଣିତ ହେଲା। ପ୍ରଯୁକ୍ତି କ୍ଷେତ୍ରରେ ରୁଷିଆ ଓ ୟୁକ୍ରେନ୍‌ ଉଭୟ ଶକ୍ତିଶାଳୀ ଥିବାରୁ କେହି ପଛକୁ ଘୁଞ୍ଚୁ ନାହାନ୍ତି। ଅବଶ୍ୟ ଇତିମଧ୍ୟରେ ଆମେରିକା ସମେତ କେତେକ ପାଶ୍ଚାତ୍ୟ ରାଷ୍ଟ୍ର ୟୁକ୍ରେନ୍‌କୁ ସହଯୋଗ କରୁଥିବାରୁ ମସ୍କୋ ଭିତରେ ମଧ୍ୟ ଛନକା ପଶିଛି। ତେଣୁ ଭାରତୀୟ ସଶସ୍ତ୍ର ବାହିନୀକୁ ଶକ୍ତିଶାଳୀ କରିବା ସହିତ ପ୍ରତ୍ୟେକଙ୍କୁ ପ୍ରଯୁକ୍ତିଅନୁକୂଳ ହେବାକୁ ପଡ଼ିବ। ପାଣ୍ଡେ କର୍‌ ଅଫ୍‌ ଇଞ୍ଜିନିୟର୍ସରୁ ଆସିବା ସହିତ ଦୁଇଟି କମାଣ୍ଡ୍‌ର ନେତୃତ୍ୱ ନେଇଥିବାରୁ ଯୁଦ୍ଧକ୍ଷେତ୍ରରେ ଉତ୍ତମ ମିଶ୍ରଣ ଆଣିପାରିଲେ ହୁଏତ ଭାରତୀୟ ସେନା ଆଗକୁ ଭଲ ପ୍ରଦର୍ଶନ କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri