Odisha Elections 2024

୫ ଦିନ ହେଲା ପଞ୍ଚାୟତ ଅଫିସରେ ତାଲା

ଲାଞ୍ଜିଗଡ଼,୧।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତରେ ୫ ମାସରୁ ଊଦ୍ଧ୍ୱର୍ର୍ ହେଲା ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗଙ୍କୁ ଭତ୍ତା ମିଳିନାହିଁ। ଏହାର ପ୍ରତିବାଦରେ ଗତ ୫ ଦିନ ହେଲା ପଞ୍ଚାୟତ ଅଫିସରେ ହିତାଧିକାରୀମାନେ ତାଲା ପକାଇଛନ୍ତିି। ପୂର୍ବରୁ ବୃଦ୍ଧାମାନଙ୍କୁ ନିୟମିତ ଭାବେ ଭତ୍ତା ଟଙ୍କା ପ୍ରତେକ ମାସରେ ପଞ୍ଚାୟତ କାର୍ଯ୍ୟାଳୟରେ ମିଳୁଥିଲା। ସରକାରଙ୍କ ନୂତନ ଗାଇଡ଼ ଲାଇନ ଅନୁସାରେ ଭତ୍ତା ଟଙ୍କା ନିଜ ନାମରେ ଥିବା ବ୍ୟାଙ୍କ ଖାତାରେ ଜମା ହେଉଛି। କିନ୍ତୁ ଏବେବି ଅନେକ ଲୋକଙ୍କ ବ୍ୟାଙ୍କ ଖାତାରେ ଭତ୍ତା ଟଙ୍କା ଜମା ହେଉନାହିଁ। ଫଳରେ ଶତାଧିକ ବୃଦ୍ଧବୃଦ୍ଧା ଭତ୍ତା ଟଙ୍କା ଅପେକ୍ଷାରେ ଚାହିଁ ବସିଛନ୍ତି। ବୃଦ୍ଧବୃଦ୍ଧାମାନେ ଏକତ୍ରିତ ହୋଇ ସୋମବାର ପଞ୍ଚାୟତ ନିର୍ବାହୀ ଅଧିକାରୀ ଯଦୁମଣି ନାଏକଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ଟଙ୍କା ସମ୍ପର୍କରେ ପଚାରିଥିଲେ। ଏଥିରେ ନିର୍ବାହୀ ଅଧିକାରୀ ନାଏକ ଉତ୍ତ୍ୟକ୍ତ ହୋଇ ବୃଦ୍ଧାମାନଙ୍କୁ ଦୁର୍ବ୍ୟବହାର କରୁଥିବା ହିତାଧିକାରୀମାନେ ଅଭିଯୋଗ ଆଣିଥିଲେ। ଏହାକୁ ନେଇ ଶତାଧିକ ହିତାଧିକାରୀ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରି ପଞ୍ଚାୟତ କାର୍ଯ୍ୟାଳୟ ତାଲା ପକାଇ ପ୍ରତିବାଦ କରିଥିଲେ। ଯେତେଦିନ ପର୍ଯ୍ୟନ୍ତ ବାକି ଥିବା ଭତ୍ତା ଟଙ୍କା ଦିଆ ନ ଯାଇଛି ସେତେ ଦିନ ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟ ବନ୍ଦ ରଖିବୁ ବୋଲି ଚେତାବନୀ ଦେଇଥିଲେ। ପଞ୍ଚାୟତ ଅଞ୍ଚଳରେ ୨୯ଟି ଗ୍ରାମ ରହିଥିବା ବେଳେ ଏହି ଗ୍ରାମରେ ଭତ୍ତା ପାଇଁ ପ୍ରାୟ ୫୫୦ ୁ ଅଧିକ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ ବହୁ ସଂଖ୍ୟକ ହିତାଧିକାରୀ ଆଜକୁ ୫ ମାସରୁ ଅଧିକ ହେଲା ଭତ୍ତା ପାଇ ନ ଥିବା ବେଳେ ପ୍ରାୟ ୧୦୦ ଜଣ ୬ ମାସ ଲେଖାଏଁ ହେଲା ନିଜ ଭତ୍ତା ପାଇବାରୁ ବଞ୍ଚତ୍ତ ଅଛନ୍ତି। ସେମାନେ ପଞ୍ଚାୟତକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି କିନ୍ତୁ ତାଙ୍କ ଗୁହାରୀ ଶୁଣିବାକୁ କେହି ନାହାନ୍ତି। ସରକାରଙ୍କ ନୁଆଁ ଗାଇଡ଼ ଲାଇନ ଅନୁସାରେ ପ୍ରତ୍ୟେକ ବୃଦ୍ଧାଙ୍କୁ ଯୋଗ୍ୟତା ଅନୁସାରେ ପ୍ରତ୍ୟେକ ମାସରେ ଭତ୍ତା ଟଙ୍କା ପ୍ରଦାନ କରାଯାଇଥାଏ। ସୂଚନାନୁସାରେ ବୁଧବାର ଲାଞ୍ଜିଗଡ ଜିପିଓ ସରୋଜ ପ୍ରଧାନ ବେନଗାଁ ପଞ୍ଚାୟତକୁ ଯାଇ ତଦାରଖ କରିଥିଲେ ଏବଂ ବୃଦ୍ଧବୃଦ୍ଧାମାନକୁ ବୁଝାଇବା ପରେ ବି କିଛି ସମାଧାନ ହେଇପାରି ନାହିଁ। ଶେଷରେ ନିର୍ବାହୀ ଅଧିକାରୀ ଯଦୁମଣି ନାଏକ ମଧ୍ୟ ବୃଦ୍ଧବୃଦ୍ଧାଙ୍କୁ ନେହୁରା ହୋଇ ମତେ କ୍ଷମା କର ଆଗକୁ ଆଉ ଏମିତି ଭୁଲ କରିବି ନାଇଁ ବୋଲି ଚୁକ୍ତି ନାମାପତ୍ର ଲେଖିଲା ପରେ ମଧ୍ୟ କୌଣସି ସମାଧାନ ହୋଇନାହିଁ। ଏ ନେଇ ଜିପିଇଓ ପ୍ରଧାନଙ୍କୁ ପଚାରିବାରୁ ଭତ୍ତା ଦାୟିତ୍ୱରେ ଥିବା ବିଏସଏସଓ ଅରବିନ୍ଦ ମହାପାତ୍ର ଛୁଟିରେ ଅଛନ୍ତି। ସେ ଶନିବାର ପଞ୍ଚାୟତକୁ ଆସି ତଦାରଖ କରିବା ପରେ ବକେୟା ଭତ୍ତା ଟଙ୍କା ଦିଆଯିବ ବୋଲି କହିଥିଲେ। ହିତାଧିକାରୀମାନଙ୍କ ବାକିଥିବା ଭତ୍ତା ଟଙ୍କା ଦେବା ପାଇଁ ତୁରନ୍ତ ବ୍ଲକ ଓ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାଜୁର ଅମଳ ବେଳକୁ ଅଭାବୀ ବିକ୍ରି: ଚିନ୍ତାରେ ଚାଷୀ

ଭବାନୀପାଟଣା,୨୧ା୫ (ଉତ୍ତମ କୁମାର ଦାଶ)- କାଳବୈଶାଖୀ ପ୍ରଭାବରେ ଝଡ଼ିଗଲା କାଜୁ ବଉଳ। ଆଉ ଯାହା କିଛି ରହିଥିଲା ଅମଳ ବେଳକୁ ଏବେ ଅଭାବୀ ବିକ୍ରି ଚାଷୀକୁ...

ଡ୍ୟୁଟି ସାରି ଘରକୁ ଫେରୁଥିଲେ: ହାଇୱା ଧକ୍କାରେ ଚାଳିଗଲା ଜୀବନ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଏମ୍‌ଏସ୍‌ଏ ଛକରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ...

ଭବାନୀପାଟଣାରେ ଫେଲ୍‌ ମାରିଛି ମୁକ୍ତା ଯୋଜନା

ଭବାନୀପାଟଣା,୧୯ା୫(ଉତ୍ତମ କୁମାର ଦାଶ)କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ନିର୍ମାଣ ହୋଇଥିବା ରାସ୍ତାକଡ଼ ବ୍ୟାୟାମଶାଳା ପିଲାଙ୍କ ପାର୍କ ନା ସୌନ୍ଦର୍ଯ୍ୟକରଣ ଉପକରଣ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି...

ସ୍ବାମୀଙ୍କ ସହ ଜାଳେଣି କାଠ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ସ୍ତ୍ରୀ ମୃତ, ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ଭାଇ

ଥୁଆମୂଳରାମପୁର,୧୮ା୫(ଦୁର୍ଗା କୀର୍ତ୍ତି): ଦିନକୁଦିନ ଯୌତୁକ ନିର୍ଯାତନା ଓ ହତ୍ୟା ଘଟଣା ବୃଦ୍ଧି ପାଉଥିବା ବେଳେ କିଛି ଅଞ୍ଚଳରୁ ହୃଦୟ ବିଦାରକ ଭଳି ଘଟଣା ସାମ୍ନାକୁ ଆସୁଛି...

ଦୋକାନ ଭିତରେ ପଶିଗଲା ବରଯାତ୍ରୀଙ୍କୁ ଧରି ଫେରୁଥିବା ଗାଡ଼ି

ଭବାନୀପାଟଣା,୧୮।୫(ଉତ୍ତମ କୁମାର ଦାଶ): ସଟର ଭାଙ୍ଗି ଦୋକାନ ଭିତରକୁ ପଶିଗଲା ସ୍କର୍ପିଓ। ଶୁକ୍ରବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲା ଧର୍ମଗଡଠାରେ ଦ୍ରୁତ ଗତିରେ ବରଯାତ୍ରୀଙ୍କୁ ଧରି...

ବିରଞ୍ଚି ହତ୍ୟାକାରୀଙ୍କୁ କୋର୍ଟ ଚାଲାଣ

କେସିଙ୍ଗା,୧୭ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧିନସ୍ଥ ପରଲସିଙ୍ଗା ପଞ୍ଚାୟତ ନିକଟସ୍ଥ ରଏନ ପଡ଼ାର ବିରଞ୍ଚି ନାଏକ (୩୨)ଙ୍କ ହତ୍ୟାକାରୀ ଜିତୁ ଗୌଡ଼ (୧୯)ଙ୍କ...

ସ୍ବାମୀଙ୍କ ମୃତ୍ୟୁ ପରେ ଅସହାୟ ପରିବାର: ଶୁଦ୍ଧିକ୍ରିୟା ପାଇଁ ସହାୟତା ଯୋଗାଇ ଦେଲେ ସରପଞ୍ଚ

କେସିଙ୍ଗା,୧୫।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ପରଲସିଙ୍ଗା ପଞ୍ଚାୟତ ରଏନପଡା ଗ୍ରାମର ବିରଞ୍ଚି ନାଏକ (୩୨)ଙ୍କୁ ଯୋଜନା ମୁତାବକ ହତ୍ୟା କରି ଫିଙ୍ଗି...

ନିଖୋଜର ଦିନକ ପରେ ମିଳିଲା ମୃତଦେହ: ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ସ୍ତ୍ରୀ

କେସିଙ୍ଗା,୧୪।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ଭମରମାଲ ଛକ ନିକଟରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ କେସିଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri