୫ ଦିନ ହେଲା ପଞ୍ଚାୟତ ଅଫିସରେ ତାଲା

ଲାଞ୍ଜିଗଡ଼,୧।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତରେ ୫ ମାସରୁ ଊଦ୍ଧ୍ୱର୍ର୍ ହେଲା ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗଙ୍କୁ ଭତ୍ତା ମିଳିନାହିଁ। ଏହାର ପ୍ରତିବାଦରେ ଗତ ୫ ଦିନ ହେଲା ପଞ୍ଚାୟତ ଅଫିସରେ ହିତାଧିକାରୀମାନେ ତାଲା ପକାଇଛନ୍ତିି। ପୂର୍ବରୁ ବୃଦ୍ଧାମାନଙ୍କୁ ନିୟମିତ ଭାବେ ଭତ୍ତା ଟଙ୍କା ପ୍ରତେକ ମାସରେ ପଞ୍ଚାୟତ କାର୍ଯ୍ୟାଳୟରେ ମିଳୁଥିଲା। ସରକାରଙ୍କ ନୂତନ ଗାଇଡ଼ ଲାଇନ ଅନୁସାରେ ଭତ୍ତା ଟଙ୍କା ନିଜ ନାମରେ ଥିବା ବ୍ୟାଙ୍କ ଖାତାରେ ଜମା ହେଉଛି। କିନ୍ତୁ ଏବେବି ଅନେକ ଲୋକଙ୍କ ବ୍ୟାଙ୍କ ଖାତାରେ ଭତ୍ତା ଟଙ୍କା ଜମା ହେଉନାହିଁ। ଫଳରେ ଶତାଧିକ ବୃଦ୍ଧବୃଦ୍ଧା ଭତ୍ତା ଟଙ୍କା ଅପେକ୍ଷାରେ ଚାହିଁ ବସିଛନ୍ତି। ବୃଦ୍ଧବୃଦ୍ଧାମାନେ ଏକତ୍ରିତ ହୋଇ ସୋମବାର ପଞ୍ଚାୟତ ନିର୍ବାହୀ ଅଧିକାରୀ ଯଦୁମଣି ନାଏକଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ଟଙ୍କା ସମ୍ପର୍କରେ ପଚାରିଥିଲେ। ଏଥିରେ ନିର୍ବାହୀ ଅଧିକାରୀ ନାଏକ ଉତ୍ତ୍ୟକ୍ତ ହୋଇ ବୃଦ୍ଧାମାନଙ୍କୁ ଦୁର୍ବ୍ୟବହାର କରୁଥିବା ହିତାଧିକାରୀମାନେ ଅଭିଯୋଗ ଆଣିଥିଲେ। ଏହାକୁ ନେଇ ଶତାଧିକ ହିତାଧିକାରୀ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରି ପଞ୍ଚାୟତ କାର୍ଯ୍ୟାଳୟ ତାଲା ପକାଇ ପ୍ରତିବାଦ କରିଥିଲେ। ଯେତେଦିନ ପର୍ଯ୍ୟନ୍ତ ବାକି ଥିବା ଭତ୍ତା ଟଙ୍କା ଦିଆ ନ ଯାଇଛି ସେତେ ଦିନ ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟ ବନ୍ଦ ରଖିବୁ ବୋଲି ଚେତାବନୀ ଦେଇଥିଲେ। ପଞ୍ଚାୟତ ଅଞ୍ଚଳରେ ୨୯ଟି ଗ୍ରାମ ରହିଥିବା ବେଳେ ଏହି ଗ୍ରାମରେ ଭତ୍ତା ପାଇଁ ପ୍ରାୟ ୫୫୦ ୁ ଅଧିକ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ ବହୁ ସଂଖ୍ୟକ ହିତାଧିକାରୀ ଆଜକୁ ୫ ମାସରୁ ଅଧିକ ହେଲା ଭତ୍ତା ପାଇ ନ ଥିବା ବେଳେ ପ୍ରାୟ ୧୦୦ ଜଣ ୬ ମାସ ଲେଖାଏଁ ହେଲା ନିଜ ଭତ୍ତା ପାଇବାରୁ ବଞ୍ଚତ୍ତ ଅଛନ୍ତି। ସେମାନେ ପଞ୍ଚାୟତକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି କିନ୍ତୁ ତାଙ୍କ ଗୁହାରୀ ଶୁଣିବାକୁ କେହି ନାହାନ୍ତି। ସରକାରଙ୍କ ନୁଆଁ ଗାଇଡ଼ ଲାଇନ ଅନୁସାରେ ପ୍ରତ୍ୟେକ ବୃଦ୍ଧାଙ୍କୁ ଯୋଗ୍ୟତା ଅନୁସାରେ ପ୍ରତ୍ୟେକ ମାସରେ ଭତ୍ତା ଟଙ୍କା ପ୍ରଦାନ କରାଯାଇଥାଏ। ସୂଚନାନୁସାରେ ବୁଧବାର ଲାଞ୍ଜିଗଡ ଜିପିଓ ସରୋଜ ପ୍ରଧାନ ବେନଗାଁ ପଞ୍ଚାୟତକୁ ଯାଇ ତଦାରଖ କରିଥିଲେ ଏବଂ ବୃଦ୍ଧବୃଦ୍ଧାମାନକୁ ବୁଝାଇବା ପରେ ବି କିଛି ସମାଧାନ ହେଇପାରି ନାହିଁ। ଶେଷରେ ନିର୍ବାହୀ ଅଧିକାରୀ ଯଦୁମଣି ନାଏକ ମଧ୍ୟ ବୃଦ୍ଧବୃଦ୍ଧାଙ୍କୁ ନେହୁରା ହୋଇ ମତେ କ୍ଷମା କର ଆଗକୁ ଆଉ ଏମିତି ଭୁଲ କରିବି ନାଇଁ ବୋଲି ଚୁକ୍ତି ନାମାପତ୍ର ଲେଖିଲା ପରେ ମଧ୍ୟ କୌଣସି ସମାଧାନ ହୋଇନାହିଁ। ଏ ନେଇ ଜିପିଇଓ ପ୍ରଧାନଙ୍କୁ ପଚାରିବାରୁ ଭତ୍ତା ଦାୟିତ୍ୱରେ ଥିବା ବିଏସଏସଓ ଅରବିନ୍ଦ ମହାପାତ୍ର ଛୁଟିରେ ଅଛନ୍ତି। ସେ ଶନିବାର ପଞ୍ଚାୟତକୁ ଆସି ତଦାରଖ କରିବା ପରେ ବକେୟା ଭତ୍ତା ଟଙ୍କା ଦିଆଯିବ ବୋଲି କହିଥିଲେ। ହିତାଧିକାରୀମାନଙ୍କ ବାକିଥିବା ଭତ୍ତା ଟଙ୍କା ଦେବା ପାଇଁ ତୁରନ୍ତ ବ୍ଲକ ଓ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଦେବେ ଆଡ୍‌ମିଶନ ଫି’, ଛାତ୍ରୀଛାତ୍ର ଭରିବେ ପରୀକ୍ଷା ଫି’

ଭୁବନେଶ୍ୱର,୧୨ା୮(ସୁଚିସ୍ମିତା ସାହୁ): କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନାରେ ନିୟମିତ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଓ ପୁନଃନାମଲେଖା ପାଇଁ ଛାତ୍ରୀଛାତ୍ରଙ୍କୁ ନିର୍ଦ୍ଧାରିତ ଫି’…

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri