ପୌର ନିର୍ବାଚନରେ ପଡ଼ିପାରେ ପଞ୍ଚାୟତର ପ୍ରଭାବ

ଭୁବନେଶ୍ୱର, ୧।୩ (ବ୍ୟୁରୋ):ରାତି ପାହିଲେ ପୌର ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହେବ। ଏଥିପାଇଁ ୩ ପ୍ରମୁଖ ଦଳ ମଧ୍ୟରେ କସରତ ଆରମ୍ଭ ହୋଇଗଲାଣି। ପଞ୍ଚାୟତ ନିର୍ବାଚନରେ ଶାସକ ଦଳ ବିଜେଡିର ସଂଖ୍ୟା ଗରିଷ୍ଠତା ବିଜୟ ଭାଜପା ଓ କଂଗ୍ରେସ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ତେଣୁ କେଉଁ ପ୍ରାର୍ଥୀଙ୍କୁ ଟିକେଟ ଦେଲେ ସେ ଶାସକ ଦଳ ପ୍ରାର୍ଥୀଙ୍କୁ କଡା ଟକ୍କର ଦେଇପାରିବେ ତାହାକୁ ନେଇ ନେତାମାନେ ଚିନ୍ତିତ ରହିଛନ୍ତି। ଏଥର ବିଏମ୍‌ସି ନିର୍ବାଚନରେ ବିଜେଡିି ଓ ଭାଜପା ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଥିଲା। ମହାନଗରର ୬୭ ଓ୍ବାର୍ଡରେ ଏକାଧିକ ପ୍ରାର୍ଥୀ ବିଜେଡିିରୁ ଟିକେଟ ପାଇବାକୁ ଆଶାୟୀ ଥିଲେ। ତେଣୁ ଭାଜପାକୁ ସାମ୍ନା କରିପାରୁଥିବା ଦମ୍‌ଦାର ପ୍ରାର୍ଥୀଙ୍କୁ ଚୟନ କରିବା ଦଳ ପାଇଁ ଚ୍ୟାଲେଞ୍ଜ ହୋଇଥିଲା। ମାତ୍ର ପଞ୍ଚାୟତ ନିର୍ବାଚନ ଫଳାଫଳରେ ଭାଜପାର ନୈରାଶ୍ୟଜନକ ପ୍ରଦର୍ଶନ ଗୋଟେ ପଟେ ଶାସକ ଦଳ ବିଜେଡି ପାଇଁ ଆଶ୍ୱସ୍ତି ଆଣିଥିବାବେଳେ, ଅନ୍ୟପଟେ ଭାଜପାର ମନୋବଳ ଭାଙ୍ଗିଦେଇଛି। ସେହିପରି ମହାନଗରରେ ବିଜେଡିର ମୂଳଦୁଆକୁ ଦୋହଲାଇବା କଂଗ୍ରେସ ପାଇଁ ଏକ ପ୍ରକାର କାଠିକାର ପାଠ ହେବ।
ପୌର ନିର୍ବାଚନ ପାଇଁ ବିଜେଡିରେ ପ୍ରାର୍ଥୀ ଚୟନକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ପ୍ରତି ଓ୍ବାର୍ଡରୁ ୩ଜଣ ଆଶାୟୀଙ୍କ ନାମ ୨୭ତାରିଖ ସୁଦ୍ଧା ଦେବା ପାଇଁ ୩ ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସୋମବାର ବିଧାୟକମାନେ ନିଜ ଅଞ୍ଚଳର ଆଶାୟୀଙ୍କ ତାଲିକା ଦାଖଲ କରିଛନ୍ତି। ତେବେ ୬୭ଟି ଓ୍ବାର୍ଡରୁ ଏକାଧିକ ଓ୍ବ୍ବାର୍ଡରେ ପୂର୍ବତନ କର୍ପୋରେଟରଙ୍କୁ ଟିକେଟ ମିଳିବା ନେଇ ସବୁଜ ସଂକେତ ମିଳିିଛି। ସୂଚନା ଅନୁଯାୟୀ, ଏଥର ୩ଟି ପର୍ଯ୍ୟାୟରେ ପ୍ରାର୍ଥୀଙ୍କ ନାମ ଘୋଷଣା ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟ ତାଲିକା ମଙ୍ଗଳବାର ପ୍ରକାଶ ପାଇବ। ଏ ସମ୍ପର୍କରେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, ପ୍ରାର୍ଥୀଙ୍କ ଚୟନ ତାଲିକା ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଯାଇଛି। ସେଠାରୁ ତାଲିକା ଆସିବା ପରେ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ। ଏହାପରେ ନାମାଙ୍କନ ପତ୍ର ଦାଖଲ ହେବ ଏବଂ ପ୍ରଚାର କରାଯିବ। ବହୁ ଆଶାୟୀ ଦଳରୁ ଟିକେଟ ପାଇବା ପାଇଁ ଚାହୁଁଥିଲେ। ତେବେ ଯେଉଁମାନଙ୍କର ସାଧାରଣ ଲୋକଙ୍କ ସହିତ ସମ୍ପର୍କ ଥିବ, ସେମାନଙ୍କ ସୁଖଦୁଃଖରେ ସାମିଲ ହେଉଥିବେ ସେହିମାନଙ୍କୁ ହିଁ ଦଳ ପ୍ରାଧାନ୍ୟ ଦେଇଛି। ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ବି ବିଜେଡି ବାଜିମାତ୍‌ କରିବ। ଅନ୍ୟପକ୍ଷରେ ଭାଜପା ଜିଲା ସଭାପତି ବାବୁ ସିଂ କହିଛନ୍ତି, ପଞ୍ଚାୟତ ନିର୍ବାଚନରେ ଆମେ ସିଟ୍‌ରେ କମିଯାଇଛୁ। ମାତ୍ର ଭୋଟ୍‌ ଦୃଷ୍ଟିରେ ଦେଖିଲେ ଭଲ ପାଇଛୁ। ସବୁଠାରେ ଆମେ ଦ୍ୱିତୀୟ ସ୍ଥାନରେ ରହିବା ସହ କଂଗ୍ରେସଠାରୁ ବହୁ ଆଗରେ ଅଛୁ। ପଞ୍ଚାୟତ ଓ ପୌର ନିର୍ବାଚନ କଥା ଅଲଗା ଅଲଗା। ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ମହାନଗର ନିଗମରେ ଭଲ ପ୍ରଦର୍ଶନ କରିଥିଲା। ତେଣୁ ପୌର ନିର୍ବାଚନରେ ଭଲ କରିବ ବୋଲି ବିଶ୍ୱାସ ରହିଛି। ଦୀର୍ଘ ୨୨ବର୍ଷ ହେବ ବିଜେଡି ଲୋକଙ୍କୁ ଠକି ଆସିଛି। ତେଣୁ ଭୁବନେଶ୍ୱରବାସୀ ନିଶ୍ଚିତ ଏଥର ଭାଜପାକୁ ସମର୍ଥନ କରିବେ। ନିର୍ବାଚନ ପାଇଁ ମଣ୍ଡଳ ସ୍ତରରେ ପ୍ରାର୍ଥୀ ଚୟନ ହେଉଛି। ମୁଁ ଏକାମ୍ର ନିର୍ବାଚନ ମଣ୍ଡଳୀରୁ, ଜଗନ୍ନାଥ ପ୍ରଧାନ ମଧ୍ୟମରୁ ଏବଂ ଦିଲ୍ଲୀପ ମହାନ୍ତି ଉତ୍ତରରୁ ପ୍ରାର୍ଥୀ ଚୟନ କରିଛନ୍ତି। ଯାହାକୁ ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ତଦାରଖ କରୁଛନ୍ତି। ଏବେ ସୁଦ୍ଧା ୩୦ ପ୍ରତିଶତ ପ୍ରାର୍ଥୀ ଚୟନ ସରିଯାଇଛି। ଖୁବ୍‌ଶୀଘ୍ର ସମସ୍ତ ଚୟନ ପ୍ରକ୍ରିୟା ଶେଷ ହେବ ବୋଲି ସିଂ କହିଛନ୍ତି। ସେହିପରି ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ କହିଛନ୍ତି, ମଙ୍ଗଳବାର ସୁଦ୍ଧା ସମସ୍ତ ଚୟନ ପ୍ରକ୍ରିୟା ସରିଯିବ। ପଞ୍ଚାୟତ ନିର୍ବାଚନରେ ବିଜେଡି ଏକପାଖିଆ ଜିତୁଛି। ସରକାର, ଅଫିସର, ପୋଲିସ, ଟଙ୍କା ସବୁ ବିଜେଡି ହାତରେ। ତେଣୁ ବାଜିମାତ୍‌ କରୁଛି। ତଥାପି ଆମେ କାମକୁ ନେଇ ଲୋକଙ୍କ ବିଶ୍ୱାସ ଜିତିବାକୁ ଚେଷ୍ଟା କରିବୁ ବୋଲି ରାୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri