ମଦମୁକ୍ତ ହେଉ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର,୭ା୧୧(ବ୍ୟୁରୋ): ଆସନ୍ତା ୨୦୨୨ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନକୁ ଶୃଙ୍ଖଳିତ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଶନିବାର ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଚଳିତ ପଞ୍ଚାୟତ ନିର୍ବାଚନକୁ ମଦମୁକ୍ତ କରିବା ସହ ଭୋଟର ତାଲିକାକୁ ତ୍ରୁଟିଶୂନ୍ୟ କରିବାକୁ ବୈଠକରେ ରାଜନୈତିକ ଦଳଗୁଡ଼ିକ ଗୁରୁତ୍ୱ ଦେଇଛନ୍ତି। ନିର୍ବାଚନର ୭ ଦିନ ପୂର୍ବରୁ ମଦ ବିକ୍ରିକୁ ବନ୍ଦ କରିବାକୁ ପ୍ରସ୍ତାବ ଦିଆଯାଇଛି।
ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ରାଶିକୁ ବଢ଼ାଇବା ସହ ଭୋଟଦାନ ଅବଧି ଆଉ ୨ ଘଣ୍ଟା ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି। ଏଥିସହିତ ସରପଞ୍ଚ ଓ ସମିତିସଭ୍ୟଙ୍କ ନିର୍ବାଚନୀ ଖର୍ଚ୍ଚ ୮୦ ହଜାର ଟଙ୍କାରୁ ବଢ଼ାଇ ୨ ଲକ୍ଷ ଏବଂ ଜିଲା ପରିଷଦ ସଭ୍ୟଙ୍କ ପାଇଁ ଖର୍ଚ୍ଚ ୨ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି ପ୍ରସ୍ତାବ ଦିଆଯାଇଛି।
ଆସନ୍ତା ନିର୍ବାଚନରେ ନିର୍ଭୁଲ ଏବଂ ଠିକ୍‌ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ କମିଶନର ରାଜନୈତିକ ଦଳଗୁଡ଼ିକ ସହ ଆଲୋଚନା କରିବା ସହ ସେମାନଙ୍କର ପରାମର୍ଶ ଓ ସହଯୋଗ ଲୋଡ଼ିଛନ୍ତି। ବୈଠକରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର ଅବଧି, ଭୋଟ ଗ୍ରହଣ କେନ୍ଦ୍ର ଚିହ୍ନଟ, ଭୋଟର ତାଲିକା ପ୍ରସ୍ତୁତି, ଭୋଟଗ୍ରହଣ ଅବଧି, ନିର୍ବାଚନୀ ଖର୍ଚ୍ଚ ଓ ଯାନବାହନ ବ୍ୟବହାର ଏବଂ ଅନ୍ୟାନ୍ୟ ବିଷୟରେ ଆଲୋଚନା ହୋଇଛି। ଚଳିତ ସାଧାରଣ ପଞ୍ଚାୟତ ନିର୍ବାଚନ ୨୦୨୨ ପାଇଁ ଗ୍ରାମ ପଞ୍ଚାୟତ ପୁନର୍ଗଠନ କାର୍ଯ୍ୟ ନ କରିବା ପାଇଁ ସ୍ଥିର ହୋଇଛି। ପ୍ରତ୍ୟେକ ୱାର୍ଡ ପାଇଁ ଗୋଟିଏ ଭୋଟଗ୍ରହଣ କେନ୍ଦ୍ର ହେବ। ଏହି ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକ ଯେପରି ସରକାରୀ ଓ ଅର୍ଦ୍ଧସରକାରୀ ଅନୁଷ୍ଠାନରେ ହେବ ସେଥିପ୍ରତି ଜିଲାପାଳମାନେ ଦୃଷ୍ଟି ଦେବେ। କମିଶନ ଜିଲାପାଳମାନଙ୍କୁ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି। କମିଶନଙ୍କ ଦ୍ୱାରା ଧାର୍ଯ୍ୟ ତାରିଖ ସୁଦ୍ଧା ଯେଉଁ ପୁରୁଷ ଓ ମହିଳାଙ୍କ ବୟସ ୧୮ ବର୍ଷ ହୋଇଥିବ ସେମାନଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ସୁଯୋଗ ରହିବ। ଏଥିପାଇଁ ୨୦୨୧ ନଭେମ୍ବର ୧ ତାରିଖକୁ ଯୋଗ୍ୟତା ତାରିଖ ଭାବେ ରଖାଯିବ। ବୈଠକରେ ଏନେଇ ଆଲୋଚନା କରାଯିବା ସହ ରାଜନୈତିକ ଦଳଗୁଡ଼ିକର ମତ ଲୋଡ଼ାଯାଇଛି।

ସଂଶୋଧନ ସହିତ ଚିଠା ଭୋଟର ତାଲିକା ୪-୫ ଦିନ ପାଇଁ ପ୍ରକାଶିତ ହେବ। କୌଣସି ବ୍ୟକ୍ତି ଇଲେକ୍ଟୋରାଲ ରେଜିଷ୍ଟ୍ରେଶନ ଅଫିସରଙ୍କ ନିଷ୍ପତ୍ତି ବିରୋଧରେ ଅସନ୍ତୁଷ୍ଟ ହେଲେ ବ୍ଲକ୍‌ ଉନ୍ନୟନ ଅଧିକାରୀଙ୍କୁ ଦରଖାସ୍ତ କରିପାରିବେ। ବ୍ଲକ ଉନ୍ନୟନ ଅଧିକାରୀ ପୁନଃତଦନ୍ତ କରି ଫଇସଲା କରିବେ ଏବଂ ଆବଶ୍ୟକ ସ୍ଥଳେ ଭୋଟର ତାଲିକାରେ ସଂଶୋଧନ କରିବେ। ସମସ୍ତ ସଂଶୋଧନ ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଭୋଟଗ୍ରହଣ ସମୟ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରହିଛି। ଚଳିତ ସାଧାରଣ ନିର୍ବାଚନରେ ଭୋଟ ଗଣତି ଭୋଟଗ୍ରହଣ କେନ୍ଦ୍ରରେ ନ ହୋଇ ବ୍ଲକ୍‌ ମୁଖ୍ୟାଳୟରେ ହେଉଥିବାରୁ ଭୋଟ ଗ୍ରହଣ ଅବଧି ବୃଦ୍ଧି କରିବା ନେଇ କମିଶନର ରାଜନୈତିକ ଦଳଗୁଡ଼ିକଠାରୁ ମତାମତ ଲୋଡ଼ିଛନ୍ତି। ୨୦୧୭ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କ ନିର୍ବାଚନ ଖର୍ଚ୍ଚ ଓ ପ୍ରଚାର କାର୍ଯ୍ୟରେ ବ୍ୟବହାର ହେଉଥିବା ଯାନ ସଂଖ୍ୟା ବଳବତ୍ତର ରହିଛି। ଜିଲା ପରିଷଦ ସଭ୍ୟଙ୍କ ନିର୍ବାଚନୀ ଖର୍ଚ୍ଚ ସୀମା ୨ ଲକ୍ଷ ଟଙ୍କା ହୋଇଥିବା ବେଳେ ୨ ଗୋଟି ଚାରିଚକିଆ ଏବଂ ୪ଟି ଦୁଇଚକିଆ ଯାନ ବ୍ୟବହାର କରିପାରିବେ।
ସେହିପରି ପଞ୍ଚାୟତ ସମିତି ସଭ୍ୟ ଏବଂ ସରପଞ୍ଚମାନଙ୍କ ନିମନ୍ତେ ନିର୍ବାଚନୀ ଖର୍ଚ୍ଚ ସୀମା ୮୦ ହଜାର ଟଙ୍କା ରହିଥିବାବେଳେ ଗୋଟିଏ ଚାରିଚକିଆ ଏବଂ ୨ଟି ଦୁଇଚକିଆ ଯାନ ବ୍ୟବହାର କରିପାରିବେ। ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ବଚ୍ଛ କରିବା ଲକ୍ଷ୍ୟରେ ଚଳିତ ସାଧାରଣ ନିର୍ବାଚନରେ ଭୋଟର ତାଲିକାରେ ନୂଆ ଭାବେ ଭୋଟ ପରିଚୟ ପତ୍ର ନମ୍ବର ରହିବ। ନିର୍ବାଚନରେ ଶାନ୍ତିଶୃଙ୍ଖଳା ରକ୍ଷା ଏବଂ କଳା ଟଙ୍କାର ଅପବ୍ୟବହାର ରୋକିବା ପାଇଁ ନିର୍ବାଚନର କିଛିଦିନ ପୂର୍ବରୁ ମଦକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ବିଭିିନ୍ନ ରାଜନୈତିକ ଦଳମାନେ କମିଶନରଙ୍କ ନିକଟରେ ପ୍ରସ୍ତାବ ରଖିଛନ୍ତି। ରାଜନୈତିକ ଦଳମାନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତାବକୁ ରାଜ୍ୟ ନିର୍ବାଚନ କମିଶନର ଶୁଣିବା ସହ ପରବର୍ତ୍ତୀ ସମୟରେ ବିଚାର କରି ନିଷ୍ପତ୍ତି ଗ୍ରହଣ କରିବେ ବୋଲି କହିଛନ୍ତି। ଏହି ବୈଠକରେ ୧୮ଟି ରାଜନୈତିକ ଦଳର ୨୭ ଜଣ ପ୍ରତିନିଧିଙ୍କ ସମେତ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ, ସ୍ବତନ୍ତ୍ର ସଚିବ ରଘୁରାମ ଆର୍‌. ଆୟାର, ଉପସଚିବ ଆଜାଦ ହିନ୍ଦ୍‌ ପାଣିଗ୍ରାହୀ ଏବଂ ଆଇନ ଅଧିକାରୀ ମାଧୁରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri