ଆନ୍ଧ୍ର ପକ୍ଷରୁ ଓଡ଼ିଶାରେ ୩ ଗ୍ରାମକୁ ନେଇ ପଞ୍ଚାୟତ ନିର୍ବାଚନ: ୨ ସରପଞ୍ଚ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ପଟ୍ଟାଙ୍ଗୀ,୯ା୨: କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତର ୩ଟି ଗ୍ରାମକୁ ନେଇ ଆନ୍ଧ୍ର ସରକାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରୁଛନ୍ତି। ଏଥିପାଇଁ ସମସ୍ତ କାର୍ଯ୍ୟ ଶେଷ ହୋଇଛି। ତେବେ ଦୁଇଟି ପଞ୍ଚାୟତରେ ସରପଞ୍ଚଠାରୁ ଆରମ୍ଭ କରି ଓ୍ବାର୍ଡମେମ୍ବର ପର୍ଯ୍ୟନ୍ତ ସମସ୍ତେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସୂଚନା ଅନୁଯାୟୀ, ଆନ୍ଧ୍ର ସରକାର କୋଟିଆ ପଞ୍ଚାୟତର ଗଞ୍ଜେଇ ପଦର ଗ୍ରାମର ନାଁ ପରିବର୍ତ୍ତନ କରି ଗଞ୍ଜେଇ ଭାଦ୍ରା ପଞ୍ଚାୟତ କରିଥିଲେ। ଏଠାରେ ସରପଞ୍ଚ ଭାବେ ଡମ୍ବୁ ଗେମେଲ, ବିଶୁ ଗେମେଲ ଓ ଦିବାକର ଗେମେଲ ନାମାଙ୍କନପତ୍ର ଦାଖଲ କରିଥିଲେ। ତେବେ ଡମ୍ବୁ ଏବଂ ବିଶୁ ନାମାଙ୍କନପତ୍ର ପ୍ରତ୍ୟାହାର କରି ନେବାରୁ ଦିବାକର ଗେମେଲ ନିର୍ଦ୍ୱନ୍ଦ୍ୱରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି। ସେହିପରି ଫଗୁଣସିନେରି ଗ୍ରାମକୁ ଆନ୍ଧ୍ର ପଟୁଗୁ ଚେନୁରୁ ନାମରେ ନାମିତ କରି ସରପଞ୍ଚ ପାଇଁ ନିର୍ବାଚନ କରୁଛି। ଉକ୍ତ ପଞ୍ଚାୟତ ପାଇଁ ଜଣେ ମାତ୍ର ସରପଞ୍ଚ ପ୍ରାର୍ଥତ୍ ଭାବେ ବେତୁରୁ ହାରେକାଙ୍କ ସ୍ତ୍ରୀ କୁନେଟି କୁସୁଆମ୍ମା ନାମାଙ୍କନପତ୍ର ଦାଖଲ କରିଥିଲେ। ସେ ଜଣେ ମାତ୍ର ପ୍ରାର୍ଥୀ ହୋଇଥିବାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଜଣାପଡିଛି ।
ଅନ୍ୟପକ୍ଷରେ ଫାଟୁସିନେରି ଗ୍ରାମକୁ ଆନ୍ଧ୍ର ପଟୁଚେନୁରୁ ନାମରେ ନାମିତ କରି ପଞ୍ଚାୟତ ଭାବେ ଘୋଷଣା କରି ଏଠାରେ ମଧ୍ୟ ସରପଞ୍ଚ ପାଇଁ ନିର୍ବାଚନ କରୁଛି। ଉକ୍ତ ପଞ୍ଚାୟତରେ ୩ଜଣ ପ୍ରାର୍ଥୀ କାମି ହିମିରିକା, ଆନ୍ଧ୍ରର ଡି. ବେଲଗାବାଲସା ଗ୍ରାମର କୋଣ୍ଡାପାଲି ପାଇଡି ତାଲିଆମ୍ମା ଏବଂ ଓଡ଼ିଶାର ଫାଟୁସିନେରି ଗ୍ରାମର ସିଧାରାପୋ କାମି ନାମାଙ୍କନପତ୍ର ଦାଖଲ କରିଛନ୍ତି। କାମି ହିମିରିକା ନିଜ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରି ନେଇଥିବା ବେଳେ ଅନ୍ୟ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ମୁକାବିଲା ହେବ ବୋଲି ଜଣାପଡିଛି। ସୂଚନା ଯୋଗ୍ୟ, ନିର୍ବାଚନ ହେବାକୁ ଥିବା ଫାଟୁସିନେରି ତଥା ଫଟୁଚେନୁରୁ ପଞ୍ଚାୟତ ଅଧୀନରେ ୮ଟି ଓ୍ବାର୍ଡ ରହିଛି। ଏହାର ୩୨ଟି ଗ୍ରାମରେ ୧୦୧୭ ଭୋଟର ଅଛନ୍ତି। ଭୋଟରମାନେ ୧୩ରେ ହେଉଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମତଦାନ କରିବେ ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି । ସୋମବାର ସନ୍ଧ୍ୟାରେ ଆନ୍ଧ୍ର ଉପ ଜିଲାପାଳ ବିଜୟ ଖେର, ସାଲୁର ତହସିଲଦାର କେ. ଶ୍ରୀବାସ ରାଓ କୋଟିଆ ଅଞ୍ଚଳ ପରିଦର୍ଶନ କରି ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri