ମେ’୨୭ରେ ସ୍ଥଗିତ ଥିବା ସ୍ଥାନରେ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର,୨୧।୪(ବ୍ୟୁରୋ): ପଞ୍ଚାୟତ ନିର୍ବାଚନରେ ପା୍ରର୍ଥୀଙ୍କ ମୃତ୍ୟୁ ଯୋଗୁ ସ୍ଥଗିତ ଥିବା ନିର୍ବାଚନ ମେ’୨୭ରେ ହେବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଏପ୍ରିଲ ୨୬ରେ ବିଧିବଦ୍ଧ ଭାବେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇବ। ଏପ୍ରିଲ ୨୯ରୁ ମେ’୨ ପର୍ଯ୍ୟନ୍ତ ପ୍ରାର୍ଥୀ ନିଜ ପ୍ରାର୍ଥିପତ୍ର ଦାଖଲ କରିବେ। ମେ’ ୪ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ ସହ ୭ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ନେଇ ଦିନ ଧାର୍ଯ୍ୟ ହୋଇଛି। ସେହିପରି ମେ’୫ରେ ପ୍ରାର୍ଥୀଙ୍କ ଚୂଡାନ୍ତ ତାଲିକା ପ୍ରକାଶ ପାଇବ।
ମେ’୨୭ ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏ ଭୋଟ ଗ୍ରହଣ ହେବ। ୨୮ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ୩୧ରେ ବିଜୟୀ ପ୍ରାର୍ଥୀଙ୍କ ତାଲିକା ନିର୍ବାଚନ କମିଶନ ପ୍ରକାଶ କରିବେ।