Posted inରାଜ୍ୟ

ଆଗକୁ ପଞ୍ଚାୟତ ନିର୍ବାଚନ: ବଢ଼ିଲାଣି ରାଜନୈତିକ ଉଷ୍ମତା

ନିଶ୍ଚିନ୍ତକୋଇଲି,୨୪ା୧୦(ସ୍ବ.ପ୍ର.): ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକର ବିଭିନ୍ନ ଗଁା ଗହଳି, ଚା ଖଟି ଓ ପାନ ଦୋକାନରେ ନିର୍ବାଚନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହୋଇ ନ ଥିଲେ ମଧ୍ୟ ଆଶାୟୀମାନେ ଦଳୀୟ ସମର୍ଥନ କିମ୍ବା ଟିକେଟ ହାତେଇବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ନେତା ଓ କର୍ମୀଙ୍କ ମଧ୍ୟରେ ଦଳବଦଳ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ବିଜେଡି, କଂଗ୍ରେସ ଓ ଭାଜପା ଭଳି ପ୍ରମୁଖ ରାଜନୈତିକ ଦଳଗୁଡ଼ିକରେ ମିଶ୍ରଣ ପର୍ବ ଜୋର ଧରିଛି। କିଛି ପଞ୍ଚାୟତରେ ଆଶାୟୀମାନେ ବ୍ୟାନର ମାରି ନିଜ ପତିଆରା ଦେଖାଇବାକୁ ଚେଷ୍ଟା କରୁଛନ୍ତି।

ଏହି ବ୍ଲକରେ ୪୧ ପଞ୍ଚାୟତ ଥିବାବେଳେ ସେଥିରୁ କଟକ ସଦର ନିର୍ବାଚନ ମଣ୍ଡଳୀ ଅଧୀନରେ ୧୪ ଓ ମାହାଙ୍ଗା ନିର୍ବାଚନମଣ୍ଡଳୀରେ ୨୭ ପଞ୍ଚାୟତ ରହିଛି। ୫ା୧୨ା୧୯୬୧ରେ ଏହି ବ୍ଲକ ଗଠନ କରାଯାଇଥିଲା। ଏହା ମଧ୍ୟରେ ୫୯୦ଟି ୱାର୍ଡ ରହିଛି। ବ୍ଲକରେ ଏପର୍ଯ୍ୟନ୍ତ ୧୧ ଜଣ ଅଧ୍ୟକ୍ଷ ଦାୟିତ୍ୱ ନେଇଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଥିବା ଚିଠା ସଂରକ୍ଷଣ ତାଲିକାରେ ଏହି ପଦବୀ ତଫସିଲଭୁକ୍ତ ଜାତି ମହିଳାଙ୍କ ପାଇଁ ରଖାଯାଇଛି।

୨୦୧୧ ଜନଗଣନା ଅନୁଯାୟୀ, ବ୍ଲକରେ ୧ ଲକ୍ଷ ୮୮ ହଜାର ୮୯୯ଜଣ ଭୋଟର ଥିବାବେଳେ ସେଥିରୁ ୪୭ ହଜାର ୪୩୬ଜଣ ତଫସିଲଭୁକ୍ତ ଜାତି ଓ ୭୨୨ ଜଣ ତଫସିଲଭୁକ୍ତ ଉପଜାତି ଭୋଟର ରହିଛନ୍ତି। ଚିଠା ତାଲିକାରେ ତଦନୁଯାୟୀ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ଏଥିରେ ସମିତି ସଭ୍ୟ ପଦ ନିମନ୍ତେ ବ୍ଲକର ୧୦ଟି ପଞ୍ଚାୟତ ତଫସିଲଭୁକ୍ତ ଜାତିଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ କେବଳ ଗୋଟିଏ ତଫସିଲଭୁକ୍ତ ଉପଜାତିଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ସେହିଭଳି ପଛୁଆ ବର୍ଗଙ୍କ ପାଇଁ ୯ଟି ପଞ୍ଚାୟତ ସଂରକ୍ଷିତ ହୋଇଥିବା ବେଳେ ୨୧ ପଞ୍ଚାୟତ ଅସଂରକ୍ଷିତ ରହିଛି। ମହିଳାଙ୍କ ପାଇଁ ୨୧ଟି ପଞ୍ଚାୟତ ସଂରକ୍ଷିତ ରଖାଯାଇଛି। ପଞ୍ଚାୟତ ସମିତି ଆରମ୍ଭରୁ ଏପର୍ଯ୍ୟନ୍ତ ତଫସିଲଭୁକ୍ତ ଜାତିର ମହିଳା ଅଧ୍ୟକ୍ଷ ପଦ ହାତେଇ ନ ଥିବା ବେଳେ ଚଳିତବର୍ଷ ସେମାନଙ୍କ ପାଇଁ ସୁଯୋଗ ରହିଛି। ବ୍ଲକରେ ସୁରେନ୍ଦ୍ରନାଥ ପଟ୍ଟନାୟକ ପ୍ରଥମ ଅଧ୍ୟକ୍ଷ ହୋଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଧରଣୀଧର ମହାପାତ୍ର, ନଟବର ଭୂୟାଁ, ବ୍ରଜକିଶୋର ବିଶ୍ୱାଳ, ଅଶୋକ କୁମାର ମିଶ୍ର, କମଳା ବସ୍ତିଆ, ବିନୋଦ ବେହେରା, ନରେନ୍ଦ୍ର ବାରିକ ଓ ଗିରୀଶ ମହାପାତ୍ର ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ। ୨୦୧୭ରୁ ସବିତା ଓଝା ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ତଫସିଲଭୁକ୍ତ ଜାତି ମହିଳାଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଏପରିକି ସଂରକ୍ଷଣ ନ ଥିବା ଆସନଗୁଡ଼ିକରେ ସମିତି ସଭ୍ୟ ପଦବୀ ହାତେଇବା ପାଇଁ ସେମାନେ ଚେଷ୍ଟା ଚଳାଇଛନ୍ତି। ପ୍ରାର୍ଥୀ ଚୟନ ପାଇଁ ବିଜେଡି ପକ୍ଷରୁ ଘନଘନ ବୈଠକ କରାଯାଇଛି। ଭାଜପା ଓ କଂଗ୍ରେସ ଦଳର ସଂଗଠନ ସଜାଡିବାରେ ଲାଗି ପଡିଛନ୍ତି।
ସେହିପରି ପଞ୍ଚାୟତଗୁଡ଼ିକରେ ସରପଞ୍ଚ ଓ ଓ୍ବାର୍ଡସଭ୍ୟ ପଦପାଇଁ ରାଜନୈତିକ ତତ୍ପରତା ଦେଖିବାକୁ ମିଳିଲାଣି। ଆଶାୟୀ ପ୍ରାର୍ଥୀମାନେ ପଞ୍ଚାୟତରେ ଥିବା ବିଭିନ୍ନ ଗ୍ରାମ ଓ ଓ୍ବାର୍ଡରେ ଛୋଟ ଛୋଟ ବୈଠକ କରି ଭୋଟରମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ପ୍ରୟାସ କରୁଛନ୍ତି। ସରପଞ୍ଚ, ସମିତି ସଭ୍ୟ ଓ ଓ୍ବାର୍ଡ ସଭ୍ୟ ଦଳୀୟ ଭିତ୍ତିରେ ନିର୍ବାଚନ ହେବାର ବ୍ୟବସ୍ଥା ନଥିଲେ ମଧ୍ୟ ବିଭିନ୍ନ ଦଳ ପକ୍ଷରୁ ନିଜ ସମର୍ଥତ୍ତ ପ୍ରାର୍ଥୀମାନଙ୍କୁ ସମରସଜ୍ଜା ପାଇଁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?