Posted inରାଜ୍ୟ

ଆଗକୁ ପଞ୍ଚାୟତ ନିର୍ବାଚନ: ବଢ଼ିଲାଣି ରାଜନୈତିକ ଉଷ୍ମତା

ନିଶ୍ଚିନ୍ତକୋଇଲି,୨୪ା୧୦(ସ୍ବ.ପ୍ର.): ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକର ବିଭିନ୍ନ ଗଁା ଗହଳି, ଚା ଖଟି ଓ ପାନ ଦୋକାନରେ ନିର୍ବାଚନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହୋଇ ନ ଥିଲେ ମଧ୍ୟ ଆଶାୟୀମାନେ ଦଳୀୟ ସମର୍ଥନ କିମ୍ବା ଟିକେଟ ହାତେଇବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ନେତା ଓ କର୍ମୀଙ୍କ ମଧ୍ୟରେ ଦଳବଦଳ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ବିଜେଡି, କଂଗ୍ରେସ ଓ ଭାଜପା ଭଳି ପ୍ରମୁଖ ରାଜନୈତିକ ଦଳଗୁଡ଼ିକରେ ମିଶ୍ରଣ ପର୍ବ ଜୋର ଧରିଛି। କିଛି ପଞ୍ଚାୟତରେ ଆଶାୟୀମାନେ ବ୍ୟାନର ମାରି ନିଜ ପତିଆରା ଦେଖାଇବାକୁ ଚେଷ୍ଟା କରୁଛନ୍ତି।

ଏହି ବ୍ଲକରେ ୪୧ ପଞ୍ଚାୟତ ଥିବାବେଳେ ସେଥିରୁ କଟକ ସଦର ନିର୍ବାଚନ ମଣ୍ଡଳୀ ଅଧୀନରେ ୧୪ ଓ ମାହାଙ୍ଗା ନିର୍ବାଚନମଣ୍ଡଳୀରେ ୨୭ ପଞ୍ଚାୟତ ରହିଛି। ୫ା୧୨ା୧୯୬୧ରେ ଏହି ବ୍ଲକ ଗଠନ କରାଯାଇଥିଲା। ଏହା ମଧ୍ୟରେ ୫୯୦ଟି ୱାର୍ଡ ରହିଛି। ବ୍ଲକରେ ଏପର୍ଯ୍ୟନ୍ତ ୧୧ ଜଣ ଅଧ୍ୟକ୍ଷ ଦାୟିତ୍ୱ ନେଇଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଥିବା ଚିଠା ସଂରକ୍ଷଣ ତାଲିକାରେ ଏହି ପଦବୀ ତଫସିଲଭୁକ୍ତ ଜାତି ମହିଳାଙ୍କ ପାଇଁ ରଖାଯାଇଛି।

୨୦୧୧ ଜନଗଣନା ଅନୁଯାୟୀ, ବ୍ଲକରେ ୧ ଲକ୍ଷ ୮୮ ହଜାର ୮୯୯ଜଣ ଭୋଟର ଥିବାବେଳେ ସେଥିରୁ ୪୭ ହଜାର ୪୩୬ଜଣ ତଫସିଲଭୁକ୍ତ ଜାତି ଓ ୭୨୨ ଜଣ ତଫସିଲଭୁକ୍ତ ଉପଜାତି ଭୋଟର ରହିଛନ୍ତି। ଚିଠା ତାଲିକାରେ ତଦନୁଯାୟୀ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ଏଥିରେ ସମିତି ସଭ୍ୟ ପଦ ନିମନ୍ତେ ବ୍ଲକର ୧୦ଟି ପଞ୍ଚାୟତ ତଫସିଲଭୁକ୍ତ ଜାତିଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ କେବଳ ଗୋଟିଏ ତଫସିଲଭୁକ୍ତ ଉପଜାତିଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ସେହିଭଳି ପଛୁଆ ବର୍ଗଙ୍କ ପାଇଁ ୯ଟି ପଞ୍ଚାୟତ ସଂରକ୍ଷିତ ହୋଇଥିବା ବେଳେ ୨୧ ପଞ୍ଚାୟତ ଅସଂରକ୍ଷିତ ରହିଛି। ମହିଳାଙ୍କ ପାଇଁ ୨୧ଟି ପଞ୍ଚାୟତ ସଂରକ୍ଷିତ ରଖାଯାଇଛି। ପଞ୍ଚାୟତ ସମିତି ଆରମ୍ଭରୁ ଏପର୍ଯ୍ୟନ୍ତ ତଫସିଲଭୁକ୍ତ ଜାତିର ମହିଳା ଅଧ୍ୟକ୍ଷ ପଦ ହାତେଇ ନ ଥିବା ବେଳେ ଚଳିତବର୍ଷ ସେମାନଙ୍କ ପାଇଁ ସୁଯୋଗ ରହିଛି। ବ୍ଲକରେ ସୁରେନ୍ଦ୍ରନାଥ ପଟ୍ଟନାୟକ ପ୍ରଥମ ଅଧ୍ୟକ୍ଷ ହୋଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଧରଣୀଧର ମହାପାତ୍ର, ନଟବର ଭୂୟାଁ, ବ୍ରଜକିଶୋର ବିଶ୍ୱାଳ, ଅଶୋକ କୁମାର ମିଶ୍ର, କମଳା ବସ୍ତିଆ, ବିନୋଦ ବେହେରା, ନରେନ୍ଦ୍ର ବାରିକ ଓ ଗିରୀଶ ମହାପାତ୍ର ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ। ୨୦୧୭ରୁ ସବିତା ଓଝା ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ତଫସିଲଭୁକ୍ତ ଜାତି ମହିଳାଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଏପରିକି ସଂରକ୍ଷଣ ନ ଥିବା ଆସନଗୁଡ଼ିକରେ ସମିତି ସଭ୍ୟ ପଦବୀ ହାତେଇବା ପାଇଁ ସେମାନେ ଚେଷ୍ଟା ଚଳାଇଛନ୍ତି। ପ୍ରାର୍ଥୀ ଚୟନ ପାଇଁ ବିଜେଡି ପକ୍ଷରୁ ଘନଘନ ବୈଠକ କରାଯାଇଛି। ଭାଜପା ଓ କଂଗ୍ରେସ ଦଳର ସଂଗଠନ ସଜାଡିବାରେ ଲାଗି ପଡିଛନ୍ତି।
ସେହିପରି ପଞ୍ଚାୟତଗୁଡ଼ିକରେ ସରପଞ୍ଚ ଓ ଓ୍ବାର୍ଡସଭ୍ୟ ପଦପାଇଁ ରାଜନୈତିକ ତତ୍ପରତା ଦେଖିବାକୁ ମିଳିଲାଣି। ଆଶାୟୀ ପ୍ରାର୍ଥୀମାନେ ପଞ୍ଚାୟତରେ ଥିବା ବିଭିନ୍ନ ଗ୍ରାମ ଓ ଓ୍ବାର୍ଡରେ ଛୋଟ ଛୋଟ ବୈଠକ କରି ଭୋଟରମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ପ୍ରୟାସ କରୁଛନ୍ତି। ସରପଞ୍ଚ, ସମିତି ସଭ୍ୟ ଓ ଓ୍ବାର୍ଡ ସଭ୍ୟ ଦଳୀୟ ଭିତ୍ତିରେ ନିର୍ବାଚନ ହେବାର ବ୍ୟବସ୍ଥା ନଥିଲେ ମଧ୍ୟ ବିଭିନ୍ନ ଦଳ ପକ୍ଷରୁ ନିଜ ସମର୍ଥତ୍ତ ପ୍ରାର୍ଥୀମାନଙ୍କୁ ସମରସଜ୍ଜା ପାଇଁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି: ଭଉଣୀ ଘରକୁ ଛୁଟି କାଟିବାକୁ ଯାଇ ଆଉ ଫେରିଲେନି…

ଦାରିଙ୍ଗବାଡି, ୧୮।୫ (ଅରୁଣ ସାହୁ): ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି। ଖରା ଛୁଟି ଭଉଣୀ ଘରେ ଆନନ୍ଦରେ କାଟିବାକୁ ଯାଇଥିବା ଜଣେ ଛାତ୍ରୀଙ୍କ…

SBIରେ ବାହାରିଲା ୮୦୦ରୁ ଅଧିକ ପଦବୀ ପାଇଁ ନିଯୁକ୍ତି: ଦରମା ୮୦,୦୦୦ ପର୍ଯ୍ୟନ୍ତ, ଜାଣନ୍ତୁ କେଉଁମାନେ କରିପାରିବେ ଆବେଦନ

ନୂଆଦିଲ୍ଲୀ,୧୮।୫: ବ୍ୟାଙ୍କିଂ କ୍ଷେତ୍ରରେ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଏକ ପ୍ରମୁଖ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି। SBI ୮୨୧ଟି ଖାଲି…

ଭାରସାମ୍ୟ ହରାଇ ରାସ୍ତା କଡ ରେଲିଂରେ ଘୋଷାଡିହେଲା ସ୍କୁଟି , ଜୀବନ ଶଙ୍କଟରେ

ନନ୍ଦପୁର, ୧୮।୫ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାର ସେମିଳିଗୁଡା–ହାଣ୍ଡିପୁଟ ସଂଯୋଗୀ ଏମଡିଆର–୫୫ ରାସ୍ତାର ମାରଡ଼ା ବ୍ରିଜ୍ ନିକଟରେ ଥିବା ମୋଡ଼ରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇ…

ପ୍ରେମାନନ୍ଦ ମହାରାଜଙ୍କ ବିଗିଡିଲା ସ୍ବାସ୍ଥ୍ୟାବସ୍ଥା: ଅନିର୍ଦ୍ଦିଷ୍ଟ କାଳ ପାଇଁ ପଦଯାତ୍ରା ସ୍ଥଗିତ, ଖେଳିଗଲା…

ଲକ୍ଷ୍ନୌ,୧୮।୫: ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଛି ପ୍ରେମାନନ୍ଦ ମହାରାଜଙ୍କ ଅସୁସ୍ଥତା ଯୋଗୁ ତାଙ୍କର ରାତ୍ରିକାଳୀନ ପଦଯାତ୍ରା (ପଦଯାତ୍ରା) ଅନିର୍ଦ୍ଦିଷ୍ଟ କାଳ ପାଇଁ…

ଆଜି ଶେଷଥର ପାଇଁ IPL ଖେଳିବେ ଧୋନୀ! ଅବସର ନେଇ ବଢୁଛି ଚର୍ଚ୍ଚା

ଚେନ୍ନାଇ,୧୮।୫:  ଆଜି ଚେନ୍ନାଇ ସୁପର କିଙ୍ଗ୍ସ IPL ୨୦୨୬ର ୬୩ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ । ଏହି ମ୍ୟାଚ୍ ଚେନ୍ନାଇର ଘରୋଇ ଷ୍ଟାଡିୟମ, ଏମ.ଏ. ଚିଦାମ୍ବରମ…

ଆଶାକର୍ମୀଙ୍କ ବଢିଲା ଦରମା, ମହିଳାଙ୍କ ମାଗଣା ବସ୍‌ ଯାତ୍ରା…ସରକାରଙ୍କ ବଡ଼ ଘୋଷଣା

ଥିରୁଭାନନ୍ତପୁରମ୍‌,୧୮।୫: କେରଳମ୍‌ର ନୂତନ ମୁଖ୍ୟମନ୍ତ୍ରୀ ଭି.ଡି. ସତିସନ ଶପଥ ଗ୍ରହଣ କରିଛନ୍ତି। ଏହି ସମାରୋହରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ। ୟୁଡିଏଫ ସରକାର…

ରଙ୍ଗମଞ୍ଚରେ ପପୁ ପମପମଙ୍କୁ ଦେଖିବା ପାଇଁ ଜମିବ ଭିଡ: ଆଜି ଠାକୁରାଣୀ ଯାତ୍ରାର ଶେଷ ପଟୁଆର

ଭଞ୍ଜନଗର,୧୮।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରାର ସୋମବାର ହେଉଛି ଶେଷ ପଟୁଆର। ଆଜି ଜଳସମ୍ପଦ ବିଭାଗ ପକ୍ଷରୁ ବିରାଟ ଶୋଭାଯାତ୍ରା ବାହାରୁଛି। ତେଣୁ ବିଭାଗ ପକ୍ଷରୁ…

ଏହି କାମ କରି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଥଲାପତି ବିଜୟ: କହୁ କହୁ କହିଦେଲେ ଷ୍ଟାଲିନ୍‌

ନୂଆଦିଲ୍ଲୀ,୧୮।୫: ଦ୍ରାବିଡ଼ ମୁନେତ୍ର କାଝାଗମ (ଡିଏମକେ) ସଭାପତି ଏମକେ ଷ୍ଟାଲିନ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଯୋସେଫ ବିଜୟଙ୍କୁ କଟାକ୍ଷ କରିଛନ୍ତି। ବିଜୟ ଇନଷ୍ଟାଗ୍ରାମ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri