୨୦୨ ଜୋନ୍‌ରେ ବିଜେଡି ଆଗରେ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଶନିବାର ପ୍ରଥମ ପର୍ଯ୍ୟୟ ଭୋଟ ଗଣତି ଆରମ୍ଭ । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ବିଜୁ ଜନତା ଦଳ ସମସ୍ତଙ୍କୁ ଛରେ ପକାଇ ଆଗରେ ରହିଛି । ଆଜି ୩୧୫ ଜୋନ୍‌ରେ ଭୋଟ ଗଣତି ହେଉଛି । ତେବେ ଦିନ ୧୧ଟା ସୁଦ୍ଧା ୨୪୬ ଜିଲାପରିଷଦ ଜୋନ୍‌ରେ ପ୍ରାରମ୍ଭିକ ଟ୍ରେଣ୍ଡ ନିର୍ବାଚନ କମିଶନଙ୍କର ହସ୍ତଗତ ହୋଇଛି । ତେବେ ଏହି ୨୪୬ ଜୋନ ମଧ୍ୟରୁ ୨୦୨ ଜୋନ୍‌ରେ ବିଜେଡି ଆଗରେ ରହିଛି। ଭାଜପା ବର୍ତ୍ତମାନ ସୁଦ୍ଧା ମାତ୍ର ୨୫ଟି ଆସନରେ ଆଗରେ ରହିଛି । ସେହିପରି କଂଗ୍ରେସ ୧୫ଟି ଆସନରେ ଆଗୁଆ ରହିଥିବାବେଳେ ୪ଟି ଆସନରେ ଅନ୍ୟାନ୍ୟ ଦଳ ଆଗୁଆ ରହିଛି ।