ହାର୍‌ ମାନିନାହାନ୍ତି ପଞ୍ଚାନନ

ଭଦ୍ରକ ଅଫିସ,୩।୧୨: ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ଆଗରେ ହାର୍‌ ମାନିଛି ଅକ୍ଷମତା। ମନୋବଳ ଦୃଢ଼ ଥିଲେ ସବୁକିଛି ସମ୍ଭବ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଭଦ୍ରକ ଜିଲା ବନ୍ତ ବ୍ଲକ ପୁରୁଷଣ୍ଢ ଗ୍ରାମର ଦିବ୍ୟାଙ୍ଗ ପଞ୍ଚାନନ ଜେନା(୬୩)। ଟ୍ରାଇସାଇକେଲରେ ଗଁା ଗଁା ବୁଲି ମାଛ ବେପାର କରି ନିଜ ପରିବାର ଚଳାଇବା ସହ ଅନ୍ୟ ପାଇଁ ସେ ଉଦାହରଣ ସାଜିଛନ୍ତି।
ପଞ୍ଚାନନ କହନ୍ତି, ଜମିବାଡ଼ି ନ ଥିବାରୁ ପିଲାବେଳୁ ସେ ପରର ମୂଲ ଲାଗିବା ସହ ପାଳିଆ ଭାବେ ବିଭିନ୍ନ ସ୍ଥାନରେ ପାଲା ପରିବେଷଣ କରି ପରିବାର ଚଳାଉଥିଲେ। ୩୦ବର୍ଷ ବୟସ ବେଳେ ବାଲେଶ୍ୱର ଜିଲା ଅଡ଼ା ନିକଟସ୍ଥ ଛବାଟିଆ ଗ୍ରାମକୁ ପାଲା କରିବାକୁ ସାଥିମାନଙ୍କ ସହ ରାତିରେ ସାଇକେଲରେ ଯାଉଥିଲେ। ବରଦା କେନାଲ ବନ୍ଧରେ ସାଇକେଲରୁ ପଡ଼ିଯିବାରୁ ଦୁଇ ଆଣ୍ଠୁ ମାଡ଼ ହୋଇଯାଇଥିଲା। ଚିକିତ୍ସା ଅଭାବରୁ ୨ବର୍ଷ ଅକର୍ମଣ୍ୟ ହୋଇ ଘରେ ବସି ରହିଲେ। ଏହା ପରଠାରୁ ସେ ଠିକ୍‌ ଭାବେ ଚାଲିପାରିଲେ ନାହିଁ। ବହୁ ଚେଷ୍ଟା କରି ଦିବ୍ୟାଙ୍ଗ ପ୍ରମାଣପତ୍ର ହାସଲ ପରେ ତାଙ୍କୁ ଭତ୍ତା ମିଳିବା ସହ ପ୍ରଶାସନ ପକ୍ଷରୁ ଟ୍ରାଇସାଇକେଲ ମିଳିଥିଲା। ମାତ୍ର କେବଳ ଭତ୍ତା ଟଙ୍କାରେ ପରିବାର ଚଳିବା ସମ୍ଭବ ନୁହେଁ। ଏଣୁ ସେ ହାର୍‌ ନ ମାନି ରୋଜଗାର ପନ୍ଥା ଖୋଜିଥିଲେ। କାହା ଉପରେ ନିର୍ଭର ନ କରି ଆଗରପଡ଼ା ବଜାରରେ ବେପାରୀଙ୍କଠାରୁ ମାଛ କିଣି ଟ୍ରାଇସାଇକେଲରେ ଆଖପାଖ ୧୦ ଖଣ୍ଡ ଗଁା ବୁଲି ବିକିବା ଆରମ୍ଭ କରିଥିଲେ। ସପ୍ତାହର ରବିବାର, ବୁଧବାର ଓ ଶୁକ୍ରବାର ସକାଳ ୫ଟାରୁ ବେପାରୀଙ୍କଠାରୁ ମାଛ ନେଇ ବାହାରି ପଡ଼ନ୍ତି ଗଁାକୁ। ଦିନକୁ ପ୍ରାୟ ୨୦ କେଜି ମାଛ ତାଙ୍କର ବିକ୍ରି ହୋଇଥାଏ। ଆଉ ସେଥିରୁ ପ୍ରାୟ ୨୦୦ରୁ ୩୦୦ ଟଙ୍କା ଲାଭ ହୁଏ। ପରିବାର କହିଲେ ସେ ଓ ତାଙ୍କ ସ୍ତ୍ରୀ। ଏହି ବେପାରରୁ ଯାହା ରୋଜଗାର ହେଉଛି, ସେଥିରେ ତାଙ୍କର ତେଲ ଲୁଣର ସଂସାର ଚଳିଯାଉଛି। ବୟସାଧିକ ଦିବ୍ୟାଙ୍ଗ ହୋଇ ବି ଅନ୍ୟ ଉପରେ ନିର୍ଭରଶୀଳ ନ ହୋଇ ନିଜେ ରୋଜଗାର କରି ପରିବାର ପ୍ରତିପୋଷଣ କରିଆସୁଛନ୍ତି। ଆଜିର ବେକାର ଯୁବ ସମାଜ ପାଇଁ ସେ ପ୍ରେରଣାର ଉତ୍ସ ପାଲଟିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri