ଅନ୍ଧାରରେ ପଞ୍ଚପାଇକ ପୀଠ

ଖୋର୍ଦ୍ଧା,୨୪ା୯(ପ୍ରଭାତ ପାଣିଗ୍ରାହୀ): ବୀରତ୍ୱର ମାଟି ଖୋର୍ଦ୍ଧା। ବିଟ୍ରିଶ ବିରୋଧରେ ପ୍ରଥମ ଆନ୍ଦୋଳନର ସ୍ବର ଏଠାରୁ ଉଠିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଭାରତର ବିଭିନ୍ନ କୋଣ ଅନୁକୋଣକୁ ବ୍ୟାପିଥିଲା। ପାଇକଙ୍କ ବୀରତ୍ୱ ଆଗରେ ମଥା ନୁଆଁଇଥିଲା ବିଟ୍ରିଶ ସରକାର। ଦେଶ ପ୍ରତି ଜାତୀୟତା, ରାଷ୍ଟ୍ରୀୟତା ଏବଂ ଦେଶପ୍ରେମର ପରିଚୟ ବହନ କରେ ପାଇକ ବିଦ୍ରୋହ। ପାଇକ ବୀରଙ୍କ ତ୍ୟାଗ ଓ ବଳିଦାନ ଲାଗି ଖୋର୍ଦ୍ଧା ମାଟିର ସ୍ବତନ୍ତ୍ରତା ରହିଛି। ବ୍ରିଟିଶ ବିରୋଧରେ ସଶସ୍ତ୍ର ସଂଗ୍ରାମ କରି ବଳିଦାନ ଦେଇଥିବା ପାଇକଙ୍କ ଅବଦାନ ଅବିସ୍ମରଣୀୟ। ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ତାପଙ୍ଗ ଦଳବେହେରା, ପିଣ୍ଡିକି ବାହୁ ବଳେନ୍ଦ୍ର ଓ କୃତିବାସ ପାଟ୍ଟଶାଣୀଙ୍କ ସମେତ ବହୁ ପାଇକ ମାଟିର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିଲେ। ତେବେ ଦେଶମାତୃକା ପାଇଁ ବଳିଦାନ ଦେଇଥିବା ଏ ମାଟିର ଗୌରବ ପଞ୍ଚ ପାଇକଙ୍କ ପୀଠ ଅବହେଳିତ ଅବସ୍ଥାରେ ରହିଛି। ଗଡ଼ଖୋର୍ଦ୍ଧା ଛକରୁ ଅନତି ଦୂରରେ ପଞ୍ଚ ପାଇକଙ୍କ ପ୍ରତିମୂର୍ତ୍ତିିକୁ ସ୍ଥାନାନ୍ତର କରାଯାଇଛି। ଚାରିପଟେ ପାଚେରି ନିର୍ମାଣ କରାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର ପରେ ସୌନ୍ଦର୍ଯ୍ୟକରଣ ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ପଛପଟ ମାଟି ଧସି ପାଚେରି ଭୁଶୁଡ଼ିଲାଣି। ଏଠାରେ ଆଲୋକୀକରଣ ବ୍ୟବସ୍ଥା ନ ଥିବାରୁ ପଞ୍ଚ ପାଇକ ଅନ୍ଧାରରେ ରହୁଛନ୍ତି। ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ସହ ରହିଥିବା ସମସ୍ୟାର ସମାଧାନ ପାଇଁ ଦାବି ହେଉଛି।

ପ୍ରକାଶ ଯେ, ପାଇକ ବୀରଙ୍କ ସ୍ମୃତିକୁ ଉଜ୍ଜିବୀତ ଉଦ୍ଦେଶ୍ୟରେ ୧୯୯୯ ଡିସେମ୍ବର ୬ରେ ୧୬ନଂ. ଜାତୀୟ ରାଜପଥର ଗଡ଼ଖୋର୍ଦ୍ଧା ଛକ ପାର୍ଶ୍ୱରେ ସଂସ୍କାର ଭାରତୀ ଖୋର୍ଦ୍ଧା ଶାଖା ଆନୁକୂଲ୍ୟରେ ପଞ୍ଚ ପାଇକଙ୍କ ପ୍ରତମୂର୍ତ୍ତି ସ୍ଥାପନ ହୋଇଥିଲା। ଜାତୀୟ ରାଜପଥ ସମ୍ପ୍ରସାରଣ ଯୋଗୁ ଦୀର୍ଘ ବର୍ଷ ଧରି ରାଜପଥ କଡରେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ପଞ୍ଚ ପାଇକଙ୍କ ପ୍ରତିମୂର୍ତ୍ତିଙ୍କୁ ବହୁ ବାଦ ବିବାଦ ପରେ ସ୍ଥାନାନ୍ତର କରାଯାଇଥିଲା। ତେବେ ସ୍ଥାନାନ୍ତର ହୋଇଥିବା ସ୍ଥାନକୁ ସୌନ୍ଦର୍ଯ୍ୟକରଣ କରାଗଲା ନାହିଁ। ଏପରିକି ଦୀର୍ଘଦିନ ପରେ ନାମଫଳକ ଲଗାଗଲା। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପାଇକ ସଙ୍ଗଠନ, ବୁଦ୍ଧିଜୀବୀ, ଶିକ୍ଷାବିତ୍‌ମାନେ କ୍ଷୋଭ ପ୍ରକାଶ କରିବା ସହ ପ୍ରଶାସନିକ ଅବହେଳାକୁ ଦାୟୀ କରିଛନ୍ତି। ପ୍ରଥମେ ସୌନ୍ଦର୍ଯ୍ୟକରଣ ନ କରାଯାଇ କାହିଁକି ସ୍ଥାନାନ୍ତର କରାଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି। ଏ ସମ୍ପକରେ ଶିକ୍ଷାବିତ୍‌ ସତ୍ୟବାଦୀ ବଳିୟାରସିଂ କହିଛନ୍ତି, ପାଇକମାନଙ୍କ ବୀରତ୍ୱ, ଏ ଜାତିର ସ୍ବାଭିମାନର ପରିଚୟ। ଯେଉଁଭଳି ପଞ୍ଚ ପାଇକଙ୍କ ପ୍ରତିମୂର୍ତ୍ତି ଅବହେଳିତ ଅବସ୍ଥାରେ ରହିଛି ତାହାକୁ ଦେଖିଲେ ନୟନ ଅଶ୍ରୁରେ ଭରିଯାଉଛି। ସେହିପରି ବୁଦ୍ଧିଜୀବୀ ଜ୍ଞାନରଞ୍ଜନ ଦାଶ କହିଛନ୍ତି, ପଞ୍ଚ ପାଇକଙ୍କ ପ୍ରତିମୂର୍ତ୍ତି ଖୋଲାଆକାଶ ତଳେ ପଡି ରହିଛି। ଯାହାଙ୍କ ଲାଗି ଏ ପରିଚୟ, ବର୍ତ୍ତମାନ ସେହିମାନଙ୍କ ପ୍ରତିମୂର୍ତ୍ତି ଅବହେଳିତ ଅବସ୍ଥାରେ ପଡିରହିଛି।

ସାମାଜିକ କର୍ମୀ ରାକେଶ ସାହୁ କହିଛନ୍ତି, ଏ ଦେଶ ପାଇଁ ପାଇକଙ୍କ ଅବଦାନ ଅତୁଳନୀୟ। ପୂଜ୍ୟପୂଜାକୁ ସମ୍ମାନ ଦେବା ନୈତିକ ଦାୟିତ୍ୱ। ଯେଉଁ ଜାତିର ଅସ୍ତିତ୍ୱ ବିଲୁପ୍ତ ହୋଇଯାଏ, ସେହି ଜାତି ଧୀରେ ଧୀରେ ଶୀଥିଳ, ଘନ ଅନ୍ଧକାର ମଧ୍ୟରେ ହଜିଯାଏ। ତେଣୁ ଏଥିଲାଗି ସମସ୍ତଙ୍କ ଦାୟିତ୍ୱ ରହିଛି। ତେବେ ଏ ସମ୍ପର୍କରେ ଉପଜିଲାପାଳ ଦୀପ୍ତିରଞ୍ଜନ ସେଠୀ କହିଛନ୍ତି, ରାଜପଥ ସମ୍ପ୍ରସାରଣ ଲାଗି ପୂର୍ବରୁ ପ୍ରତିମର୍ତ୍ତି ସ୍ତାନାନ୍ତର ଲାଗି ନିଷ୍ପତ୍ତି ହୋଇଥିଲା। ପ୍ରତିମୂର୍ତ୍ତି ସ୍ଥାନାନ୍ତର କରାଯାଇଥିବା ସ୍ଥାନର ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?