ସଙ୍କଟରେ ତାଳପତ୍ର କାରିଗରଙ୍କ ଜୀବିକା

ପୁରୀ ଅଫିସ, ୭।୯:  ତାଳପତ୍ର ହିଁ ଦେଖାଇଛି ବଞ୍ଚିବାର ରାହା। ପରିଚୟ ପଛରେ ବି ତାଳପତ୍ରର ନାଁ। ଏହାକୁ ନେଇ ସେମାନେ ସ୍ବପ୍ନ ଦେଖନ୍ତି ଆଉ ସମ୍ଭାବନା ସୃଷ୍ଟି କରନ୍ତି। ସକାଳୁ ରାତି ଯାଏ ତାଳପତ୍ର ପାଲଟିଯାଏ ସେମାନଙ୍କ ସାଥୀ। ନିଜ ଭିତରେ ଥିବା ପ୍ରତିଭାକୁ ଖୋଦେଇ କରନ୍ତି ତାଳପତ୍ର ଛାତିରେ। ବୈଷୟିକ ଯୁଗରେ ବି ଜୀବନ ଜୀବିକା ପାଇଁ ଓଡ଼ିଶାର ଏହି ପ୍ରାଚୀନ କଳା ଓ ଭାସ୍କର୍ଯ୍ୟ ପରମ୍ପରାର କୌଳିକ ବୃତ୍ତିକୁ ଜାବୁଡ଼ି ଧରିଛନ୍ତି ଅନେକ କାରିଗର। କିନ୍ତୁ ମହାମାରୀ କରୋନା ପାଇଁ ସେମାନଙ୍କ ଜୀବନ ଜୀବିକା ଏବେ ସଙ୍କଟରେ।ସମୟ ଥିଲା ତାଳପତ୍ର କାରିଗର ଭଲ ଦି’ ପଇସା ରୋଜଗାର କରୁଥିଲେ। ଖରାଦିନେ ବିଞ୍ଚଣା ଆଉ ବର୍ଷାଦିନେ ପଖିଆ ବ୍ୟବହାର କରୁଥିଲେ ଲୋକେ। ଘରେ ଘରେ ଚଟେଇ ଆଉ ତାଳପତ୍ରରେ ତିଆରି ଖେଳଣା ବ୍ୟବହାର ବି କମ୍‌ ନ ଥିଲା। ଧୀରେ ଧୀରେ ସମୟ ବଦଳିଲା। ତାଳପତ୍ର ସାମଗ୍ରୀର ଚାହିଦା କମିଗଲା। ତଥାପି କେତେଜଣ କାରିଗର ଏହି ବୃତ୍ତିକୁ ଆପଣେଇ ନିଜସ୍ବ ଜ୍ଞାନକୌଶଳରେ ତାଳପତ୍ରକୁ ବିଭିନ୍ନ ରୂପ ଦେଇ ପରିବାର ପ୍ରତିପୋଷଣ କରୁଛନ୍ତି। ମାତ୍ର ଏବେ ମହାମାରୀ କରୋନା ସେମାନଙ୍କ ହାତ ବାନ୍ଧି ଦେଇଛି।
ପୁରୀ ସଦର ବ୍ଲକ ମାଳତିପାଟପୁର ପଞ୍ଚାୟତର ନାୟକପାଟଣା ଗାଁ। ଏଠାକାର ପ୍ରତିଟି ଘରେ ତାଳପତ୍ର କାରିଗରିର ଛାପ। ତାଳପତ୍ର ଖୋଦେଇ ହିିଁ ସେମାନଙ୍କ ଜୀବନ ଜୀବିକାର ମୁଖ୍ୟ ଉତ୍ସ। ତାଳପତ୍ରରେ ପୋଥି, ଗୀତା ରଥ, କନ୍ଦର୍ପ ହାତୀ, କନ୍ଦର୍ପ ଘୋଡ଼ା, କନ୍ଦର୍ପ ରଥ, ରାମାୟଣ, କୃଷ୍ଣଲୀଳା, ମହାଭାରତ ସମେତ ପୁରାଣର ବିଭିନ୍ନ ବିଷୟବସ୍ତୁକୁ ଦର୍ଶାଇଥାନ୍ତି। ନୂଆପିଢିର କାରିଗରମାନେ ଅଳଙ୍କାର ବାକ୍ସ, କାଚ ଫ୍ରେମ୍‌, ବିଭିନ୍ନ ପ୍ରକାର ଅଳଙ୍କାର, ସିନ୍ଦୁର ଫରୁଆ, ପେନ୍‌ ଷ୍ଟାଣ୍ଡ, ଟେବୁଲ ମ୍ୟାଟ୍‌, ଲ୍ୟାମ୍ପ ସେଟ୍‌ ଆଦି ନାନା ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ଖୋଦେଇ ସାମଗ୍ରୀ ତିଆରି କରିଥାନ୍ତି। ମାତ୍ର ଏସବୁ ସାମଗ୍ରୀ ବିକ୍ରି ପାଇଁ ବିଶେଷ ସୁବିଧା ନାହିଁ। ତେଣୁ ସେମାନେ ମେଳା, ପ୍ରଦର୍ଶନୀକୁ ଯାଇ ବିକିଥାନ୍ତି। ଏହାବ୍ୟତୀତ ଉତ୍କଳିକାକୁ ମଧ୍ୟ ଦେଇଥାନ୍ତି। ସରକାରୀ ଭାବେ ଏହି ସାମଗ୍ରୀ ବିକ୍ରି ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନ ଥିବାରୁ କାରିଗର ହଇରାଣ ହେଉଛନ୍ତି। ଗାଁର କେତେଜଣ ଯୁବକ ପୁରୀ ସହରସ୍ଥ ବିଭିନ୍ନ ହୋଟେଲ, ଯାତ୍ରୀନିବାସ ସହ ଯୋଗାଯୋଗ କରି ପର୍ଯ୍ୟଟକଙ୍କୁ ସାମଗ୍ରୀ ବିକିଥାନ୍ତି। ହେଲେ କରୋନା ପାଇଁ ପ୍ରାୟ ୬ମାସ ହେବ ସବୁ ବନ୍ଦ ରହିବାରୁ ଆଗଭଳି କାମ ହେଲାନାହିଁ। କେବଳ ତାଳପତ୍ର କାରିଗର ନୁହଁନ୍ତି ହସ୍ତଶିଳ୍ପକୁ ଜୀବିକା କରିଥିବା ହେରିଟେଜ ଭିଲେଜ ରଘୁରାଜପୁର, ହସ୍ତଶିଳ୍ପ ଗ୍ରାମ ଦାଣ୍ଡସାହି, ନାୟକପାଟଣାର ପ୍ରାୟ ୩୫୦ରୁ ଊର୍ଦ୍ଧ୍ୱ ପରିବାର ଜୀବିକା ହରାଇଛନ୍ତି। ଅନେକ କାରିଗର ବୃତ୍ତି ଛାଡ଼ିି ପରିବାର ଚଳାଇବା ପାଇଁ ଅନ୍ୟ ବେଉସା କଲେଣି ବୋଲି ନାୟକପାଟଣାର ତାଳପତ୍ର କାରିଗର ମାଗା ନାୟକ କହିଛନ୍ତି। ଓଡ଼ିଶାର ଏହି ପ୍ରାଚୀନ କଳା ଓ ଭାସ୍କର୍ଯ୍ୟକୁ ବଞ୍ଚାଇ ରଖିବାକୁ ହେଲେ କାରିଗରମାନଙ୍କୁ ସରକାରୀ ସହାୟତାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?