ହାତ ତିଆରି ଜିନିଷର ଠିକ୍‌ ମୂଲ୍ୟାୟନ ମେଳାର ଲକ୍ଷ୍ୟ

ବାସୁଦେବପୁର,୧୩।୧(ଡି.ଏନ.ଏ.): ବାସୁଦେବପୁର ନୀଳମଣି ଟାଉନ ହଲ ପରିସରରେ ବାସୁଦେବପୁର ପୌରପାଳିକା ଆନୁକୂଲ୍ୟରେ ଶୁକ୍ରବାର ପଲ୍ଲିଶ୍ରୀ ମେଳାର ଶୁଭାରମ୍ଭ ହୋଇଛି। ମୁଖ୍ୟଅତିଥି ଭାବେ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଯୋଗଦେଇ ମେଳାକୁ ଉଦ୍‌ଘାଟନ କରିଥିଲେ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗଠନ ଓ ମହିଳାଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବାରେ ରାଜ୍ୟ ସରକାର ଦେଶରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏପରି କି ମହିଳାମାନେ ନିଜ ଉଦ୍ୟମ ଓ ଦକ୍ଷତାରେ ହାତ ତିଆରି ଜିନିଷର ଠିକ ମୂଲ୍ୟାୟନ ମେଳାର ମୂଳ ଲକ୍ଷ୍ୟ ବୋଲି ବିଧାୟକ କହିଛନ୍ତି।

ଅନ୍ୟତମ ଅତିଥି ଭାବେ ପୌରାଧ୍ୟକ୍ଷା ନିବେଦିତା ବେହେରା, ତୃପ୍ତି ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଅଳକାନନ୍ଦା ପାଣିଗ୍ରାହୀ, ୧୨ ନମ୍ବର ୱାର୍ଡ କାଉନ୍‌ସିଲର ଜୟନ୍ତୀ ସାହୁ ପ୍ରମୁଖ ମଞ୍ଚାସୀନ ହୋଇ ମେଳାର ମୁଖ୍ୟ ଉଦ୍ଦେଶ୍ୟ ଉପରେ ମତ ରଖିଥିଲେ। ପୌର ନିର୍ବାହୀ ଅଧିକାରୀ ମାନସ କୁମାର ଦଣ୍ଡପାଟ ସ୍ବାଗତ ଭାଷଣ ଦେବାସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବିଧାୟକଙ୍କ ପ୍ରତିନିଧି ଅସିତ ଦାଶ, ପୂର୍ବତନ କାଉନ୍‌ସିଲର ମାନସ ରଞ୍ଜନ ସାହୁ, ସାମାଜିକକର୍ମୀ ଶୁଭେନ୍ଦୁ ଭୂଷଣ ବେହେରା ପ୍ରମୁଖ ପଲ୍ଲିଶ୍ରୀ ମେଳାରେ ପ୍ରଦର୍ଶିତ ସାମଗ୍ରୀ ଓ ଷ୍ଟଲ ବୁଲି ଦେଖିଥିଲେ। ମେଳାରେ ୩୦ରୁ ଊର୍ଦ୍ଧ୍ୱ ଗୋଷ୍ଠୀ ଏଥିରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬ ମାସ ହେଲା ହୋଇନି ଛତ୍ରପୁର ପଞ୍ଚାୟତ ସମିତି ବୈଠକ, ବ୍ଲକ ଅଧ୍ୟକ୍ଷା ଜିଲାପାଳଙ୍କୁ ଭେଟି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପଞ୍ଚାୟତ ସମିତିର ବୈଠକ ତୁରନ୍ତ କରିବାକୁ ଗୁରୁବାର ବ୍ଲକ ଅଧ୍ୟକ୍ଷା କିରନ କୁମାରୀ ଦାସ ଗଞ୍ଜାମ ଜିଲାପାଳଙ୍କୁ ଭେଟି…

କାଦୁଅ ପଚପଚରେ ଖୋଲା ଜିମ୍‌ କେନ୍ଦ୍ର ନିର୍ମାଣ, ବିନା ସୂଚନାଫଳକକୁ ନେଇ ତାତିଲେ ଗ୍ରାମବାସୀ

କେସିଙ୍ଗା,୩୦ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ତୁର୍ଳାଖମାନ ଗ୍ରାମରେ ଲୋକଙ୍କ ସ୍ବାସ୍ଥ୍ୟ ସୁଦୃଢ଼ କରିବା ପାଇଁ ଲୋକ ସଭା ଏମ୍‌ପି ସୁଜିତ କୁମାର ଏକ…

ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡଲ; ଗ୍ରୀନ କରିଡ଼ରରେ ୮୦ କିମି ଗଲେ, ଓଡ଼ିଶାରେ ପ୍ରଥମ

କୃଷ୍ଣପ୍ରସାଦ,୩୦।୭(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ପଥରକଟା ଗାଁରୁ ଏକ ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି । ପ୍ରଭୁଦତ୍ତ ଜେନାଙ୍କ ପାଇଁ ସାଇକେଲ ସାଜିଲା…

ଫସଲ ବୀମା ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି ଦାବି, ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ହିତ ପାଇଁ ୮ ଦଫା ଦାବି ନେଇ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ…

ଭାରତୀୟ ଏମପିଙ୍କ ଠୁ ଏତେ ଅଧିକ ଦରମା ପାଆନ୍ତି ପାକିସ୍ତାନୀ ଏମପି? ଜାଣନ୍ତୁ ସାଲାରୀ-ଭତ୍ତା ସବୁକିଛି…

ନୂଆଦିଲ୍ଲୀ,୩୦।୭: ଆଇନପ୍ରଣେତା ବା ସାଂସଦମାନଙ୍କ ସୁବିଧା ସୁଯୋଗକୁ ତୁଳନା କଲେ ଜଣାପଡ଼େ ଯେ, ପାକିସ୍ତାନୀ ଏବଂ ଭାରତୀୟ ସାଂସଦମାନେ ପ୍ରାୟ ସମାନ ମୂଳ ଦରମା ପାଇଥାନ୍ତି, କିନ୍ତୁ…

‘ଆପଣଙ୍କ ମୁହଁ ଖୋଲୁନାହିଁ, କିଏ ସିଲ୍ କରିଦେଇଛି…’, ଶାହାଙ୍କୁ ଖାର୍ଗେଙ୍କ କଡ଼ା ଟାର୍ଗେଟ

ନୂଆଦିଲ୍ଲୀ,୩୦।୭: ରାଜ୍ୟ ସଭାରେ ପେପର ଲିକ୍ ପ୍ରସଙ୍ଗକୁ ନେଇ ଆଲୋଚନା ସମୟରେ ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ର ସରକାର ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କଡ଼ା ସମାଲୋଚନା…

ଭଞ୍ଜନଗରରେ ଖୁବ୍‌ଶୀଘ୍ର ‘ଘୁମୁସର ରେଡିଓ’, ୪୦ କିଲୋମିଟର ପରିଧିରେ ହେବ ପ୍ରସାରଣ

ଭଞ୍ଜନଗର,୩୦ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରବାସୀଙ୍କ ପାଇଁ ଖୁସି ଖବର। ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସ୍ବର, ସମସ୍ୟା ଓ ସଂସ୍କୃତିକୁ ନେଇ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି…

ସରକାରୀ ଦେଶୀ ମଦଭାଟି ବନ୍ଦ ଦାବି ଜୋର୍‌ ଧରିଲା, ଜିଲାପାଳ-ଅବକାରୀ ଅଧୀକ୍ଷକଙ୍କୁ ଭେଟି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଅବକାରୀ ଅଧୀନରେ ଥିବା ନୋଳିଆ ନୂଆଗାଁ ସରକାରୀ ଦେଶୀ ମଦଭାଟି ବନ୍ଦ କରିବା ଦାବି ନେଇ ଗୁରୁବାର ଛତ୍ରପୁର ବ୍ଲକ ଅଧ୍ୟକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri