ଇସ୍ରାଏଲ କାର୍ଯ୍ୟକୁ ମଧ୍ୟ ଦେଖିବା ଉଚିତ୍‌: ହମାସ- ଇସ୍ରାଏଲ ସଂଘର୍ଷ ମଧ୍ୟରେ କହିଲେ ପାଲେଷ୍ଟାଇନ ରାଷ୍ଟ୍ରଦୂତ

ଜେରୁଜେଲମ,୯।୧୦: ଆତଙ୍କବାଦୀ ସଂଗଠନ ହମାସ ଏବଂ ଇସ୍ରାଏଲ ମଧ୍ୟରେ ବିବାଦ ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆକ୍ରମଣରେ ଏକ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ହମାସର ଆକ୍ରମଣ ପରେ ଅନେକ ଦେଶ ହମାସର ଆକ୍ରମଣକୁ ବିରୋଧ କରୁଥିବାବେଳେ ବର୍ତ୍ତମାନ ଭାରତରେ ପାଲେଷ୍ଟାଇନର ରାଷ୍ଟ୍ରଦୂତ ଅଦନାନ ଅବୁ ଅଲ ହୈଜା ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତ, ହମାସ କାହିଁକି ଆକ୍ରମଣ କରିଛି ତାହା ଜାଣିବାର ଆବଶ୍ୟକତା ରହିଛି।

ପାଲେଷ୍ଟାଇନର ରାଷ୍ଟ୍ରଦୂତ କହିଛନ୍ତି , କୌଣସି ସଂଘର୍ଷ ଯେତେବେଳେ ଆରମ୍ଭ ହୋଇଥାଏ, ତାହା ଖରାପ ହୋଇଥାଏ। ତେବେ ହମାସ କାହିଁକି ଇସ୍ରାଏଲ ଉପରେ ଆକ୍ରମଣ କରିଛି ତାହା ଜାଣିବାର ଆବଶ୍ୟକତା ରହିଛି। ସେ କହିଛନ୍ତି, ଆମକୁ ମଧ୍ୟ ବର୍ଷ ବର୍ଷ ପଛକୁ ଯାଇ ଇସ୍ରାଏଲ ବାହିନୀ ଦ୍ୱାରା କରାଯାଇଥିବା ହତ୍ୟାକାଣ୍ଡକୁ ଦେଖିବା ଆବଶ୍ୟକ। ଚଳିତ ବର୍ଷ ଆରମ୍ଭ ନେଇ ଏବେ ପର୍ଯ୍ୟନ୍ତ ଇସ୍ରାଏଲ, ପାଲେଷ୍ଟାଇନ ଏବଂ ଓ୍ବେଷ୍ଟ ବ୍ୟାଙ୍କରେ ୨୬୦ରୁ ଅଧିକ ଲୋକଙ୍କୁ ହତ୍ୟା କରିଛି। ଏ ବିଷୟରେ କେହି ଆଲୋଚନା କରନ୍ତିନି।

ସେ କହିଛନ୍ତି ଯେ, ଇସ୍ରାଏଲୀୟମାନଙ୍କ ଦ୍ୱାରା ହୋଇଥିବା ହତ୍ୟାକାଣ୍ଡ ବିଷୟରେ ମଧ୍ୟ ଆଲୋଚନା ହେବା ଉଚିତ୍‌। ଏମାନଙ୍କୁ ନିନ୍ଦା କରାଯିବା ଉଚିତ୍‌। ଯାହା କେହି କରନ୍ତି ନାହିଁ। ଇସ୍ରାଏଲୀୟମାନେ ପ୍ରତ୍ୟେକ ଦେଶ ଦଖଲ କରିଛନ୍ତି ବୋଲି ହୈଜାଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ, ସେମାନେ ଲୋକଙ୍କୁ ଜେଲକୁ ପଠାଇଦିଅନ୍ତି। ଏପରିକି ସେମାନେ ଲୋକଙ୍କୁ ହତ୍ୟା କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍‌ ଓଡ଼ିଶା ଲିଲି କପ୍‌ ବାସ୍କେଟବଲ୍‌ ଟୁର୍ଣ୍ଣାମେଣ୍ଟ: ଏମ୍‌-୩ ପାନ୍ଥର୍ସ କଟକ ଚମ୍ପିୟାନ

କଟକ ସଦର,୨୭।୮(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ଲିଲି ଇଣ୍ଟରନ୍ୟାଶନାଲ ସ୍କୁଲ ପରିସରରେ ‘ଅଲ ଓଡ଼ିଶା ଲିଲି କପ୍‌’ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ…

ଗଭୀର ସମୁଦ୍ରରୁ ଉଦ୍ଧାର ହେଲା ଟ୍ରଲର: ବଞ୍ଚିଛନ୍ତି ମତ୍ସ୍ୟଜୀବୀ, ୩ ତାରିଖରୁ ଥିଲେ ନିଖୋଜ

ଭୋଗରାଇ,୨୭।୮(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଆନ୍ଧ୍ରପ୍ରଦେଶର ଏକ ମାଛ ଧରା ଟ୍ରଲର ଭାସମାନ ଅବସ୍ଥାରେ ବିପଦରେ ଥିବା…

ନେପାଳ ବନ୍ୟା; ଖୋର୍ଦ୍ଧାର ଦମ୍ପତି ନିଖୋଜ, ସାନ ଭାଇ କହିଲେ…

ଖୋର୍ଦ୍ଧା,୨୭।୮(ପ୍ରଭାତ ପାଣିଗ୍ରାହୀ) : ନେପାଳ ବନ୍ୟାରେ ଖୋର୍ଦ୍ଧା ଜେମାଦେଇର ଦମ୍ପତି ସନ୍ଦିପ ମହାପାତ୍ର ଓ ସ୍ତ୍ରୀ ସିର୍ଦ୍ଧାର୍ଥୀ ସାହୁ ନିଖୋଜ ହୋଇଯାଇଛନ୍ତି । ଏନେଇ ତାଙ୍କ ସାନ…

ଉଡନ୍ତା ପାଉଁଶ ଗଦା ଉପରେ ବଡ଼ ଧରଣର ଚଢ଼ାଉ

କୁଆଁରମୁଣ୍ଡା,୨୭।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଉଡ଼ନ୍ତା ପାଉଁଶ ଗଦା କରାଯାଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ…

‘ଏମ୍‌ଭି ଓସେନ ୱିନର୍‌’ ଜାହାଜ ବୁଡ଼ି ଘଟଣା, ପାରାଦୀପରେ ପହଞ୍ଚିଲେ ୨ ନାବିକ

ପାରାଦୀପ,୨୭।୮(ଶରତ ରାଉତ): ଗତ ୨୨ ତାରିଖରେ ବଙ୍ଗୋପସାଗର ପୋର୍ଟବ୍ଲେୟାର ସୀମାରେ ବୁଡି ଯାଇଥିବା ପଣ୍ୟବାହୀ ଜାହାଜ ଏମଭି ଓସେନ୍ ଓ୍ବିନରର ୨ ଜଣ ଉଦ୍ଧାର ନାବିକ ଗୁରୁବାର…

PM ସୂର୍ଯ୍ୟ ଘର ଯୋଜନାରେ ନୂଆ ନିୟମ! ସବସିଡି ପାଇଁ ପୂରଣ କରିବାକୁ ପଡ଼ିବ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୭।୮: ସରକାର ‘ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ (PM Surya Ghar Muft Bijli Yojana) ର ପରବର୍ତ୍ତୀ ପର୍ଯ୍ୟାୟରେ ବଡ଼ ପରିବର୍ତ୍ତନ କରିବାକୁ…

କଲମ୍ବୋ ଟେଷ୍ଟ ଡ୍ର: ଭାରତର WTC ଫାଇନାଲ ଆଶାକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୭।୮: ଗାଲେ ଟେଷ୍ଟରେ ଦମଦାର ବିଜୟ ହାସଲ କରିବା ପରେ ଭାରତୀୟ ଦଳ ହାତରୁ ଖସିଯାଇଛି କଲମ୍ବୋ ଟେଷ୍ଟ। କୋଲମ୍ବୋରେ ଭାରତର ବିଜୟ ପ୍ରାୟ ସୁନିଶ୍ଚିତ ମନେ…

୩ ରାଶିଙ୍କ ପାଇଁ ଚନ୍ଦ୍ର ଗ୍ରହଣ ଶୁଭ! କାଲିଠୁ ଅଚାନକ ବଢିବ ଇନକମ, ଅଜଣା ଲୋକ ଦେବେ ସରପ୍ରାଇଜ

୨୮ ଅଗଷ୍ଟ ୨୦୨୬ରେ କୁମ୍ଭ ରାଶିରେ ଚନ୍ଦ୍ରଗ୍ରହଣ ଘଟିବ। ଏହାର ପ୍ରଭାବ ତିନୋଟି ରାଶି ପାଇଁ ଲାଭଦାୟକ ହୋଇପାରେ, ଯାହା ସେମାନଙ୍କ କ୍ୟାରିଅର, ଆର୍ଥିକ ଓ ଅଟକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri