ଇସ୍ରାଏଲ କାର୍ଯ୍ୟକୁ ମଧ୍ୟ ଦେଖିବା ଉଚିତ୍‌: ହମାସ- ଇସ୍ରାଏଲ ସଂଘର୍ଷ ମଧ୍ୟରେ କହିଲେ ପାଲେଷ୍ଟାଇନ ରାଷ୍ଟ୍ରଦୂତ

ଜେରୁଜେଲମ,୯।୧୦: ଆତଙ୍କବାଦୀ ସଂଗଠନ ହମାସ ଏବଂ ଇସ୍ରାଏଲ ମଧ୍ୟରେ ବିବାଦ ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆକ୍ରମଣରେ ଏକ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ହମାସର ଆକ୍ରମଣ ପରେ ଅନେକ ଦେଶ ହମାସର ଆକ୍ରମଣକୁ ବିରୋଧ କରୁଥିବାବେଳେ ବର୍ତ୍ତମାନ ଭାରତରେ ପାଲେଷ୍ଟାଇନର ରାଷ୍ଟ୍ରଦୂତ ଅଦନାନ ଅବୁ ଅଲ ହୈଜା ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତ, ହମାସ କାହିଁକି ଆକ୍ରମଣ କରିଛି ତାହା ଜାଣିବାର ଆବଶ୍ୟକତା ରହିଛି।

ପାଲେଷ୍ଟାଇନର ରାଷ୍ଟ୍ରଦୂତ କହିଛନ୍ତି , କୌଣସି ସଂଘର୍ଷ ଯେତେବେଳେ ଆରମ୍ଭ ହୋଇଥାଏ, ତାହା ଖରାପ ହୋଇଥାଏ। ତେବେ ହମାସ କାହିଁକି ଇସ୍ରାଏଲ ଉପରେ ଆକ୍ରମଣ କରିଛି ତାହା ଜାଣିବାର ଆବଶ୍ୟକତା ରହିଛି। ସେ କହିଛନ୍ତି, ଆମକୁ ମଧ୍ୟ ବର୍ଷ ବର୍ଷ ପଛକୁ ଯାଇ ଇସ୍ରାଏଲ ବାହିନୀ ଦ୍ୱାରା କରାଯାଇଥିବା ହତ୍ୟାକାଣ୍ଡକୁ ଦେଖିବା ଆବଶ୍ୟକ। ଚଳିତ ବର୍ଷ ଆରମ୍ଭ ନେଇ ଏବେ ପର୍ଯ୍ୟନ୍ତ ଇସ୍ରାଏଲ, ପାଲେଷ୍ଟାଇନ ଏବଂ ଓ୍ବେଷ୍ଟ ବ୍ୟାଙ୍କରେ ୨୬୦ରୁ ଅଧିକ ଲୋକଙ୍କୁ ହତ୍ୟା କରିଛି। ଏ ବିଷୟରେ କେହି ଆଲୋଚନା କରନ୍ତିନି।

ସେ କହିଛନ୍ତି ଯେ, ଇସ୍ରାଏଲୀୟମାନଙ୍କ ଦ୍ୱାରା ହୋଇଥିବା ହତ୍ୟାକାଣ୍ଡ ବିଷୟରେ ମଧ୍ୟ ଆଲୋଚନା ହେବା ଉଚିତ୍‌। ଏମାନଙ୍କୁ ନିନ୍ଦା କରାଯିବା ଉଚିତ୍‌। ଯାହା କେହି କରନ୍ତି ନାହିଁ। ଇସ୍ରାଏଲୀୟମାନେ ପ୍ରତ୍ୟେକ ଦେଶ ଦଖଲ କରିଛନ୍ତି ବୋଲି ହୈଜାଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ, ସେମାନେ ଲୋକଙ୍କୁ ଜେଲକୁ ପଠାଇଦିଅନ୍ତି। ଏପରିକି ସେମାନେ ଲୋକଙ୍କୁ ହତ୍ୟା କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?