ପଳସା ସ୍ବାସ୍ଥ୍ୟଉପକେନ୍ଦ୍ର କାୟାକଳ୍ପ ବିଜେତା

ଖଇରା, ୨ ।୪(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ପଳସା ସ୍ବାସ୍ଥ୍ୟ ଉପକେନ୍ଦ୍ର କାୟାକଳ୍ପ ବିଜେତା ହେବା ସହ କୁରୁଣ୍ଟା ଓ ଡଗରପଡା ସ୍ବାସ୍ଥ୍ୟ ଉପକେନ୍ଦ୍ର ଓ ତୁଡିଗଡିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ସାନ୍ତ୍ୱନାମୂଳକ ପୁରସ୍କାର ହକ୍‌ଦାର ହେବା ନେଇ ଚିଠି ପହଞ୍ଚିବା ପରେ ଖଇରା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ବାଲେଶ୍ୱର ଜିଲାରେ ଖଇରା ବ୍ଲକର ୪ଟି କେନ୍ଦ୍ରକୁ ଏହି ସଫଳତା ମିଳିଥିବାରୁ ଏହି କେନ୍ଦ୍ରଗୁଡିକରେ କାର୍ଯ୍ୟରତ ଡାକ୍ତର, ଫାର୍ମାସିଷ୍ଟ, ମହିଳା ଓ ପୁରୁଷ ସ୍ବାସ୍ଥ୍ୟକର୍ମୀ, ସ୍ବାସ୍ଥ୍ୟ ପରିଦର୍ଶିକାଙ୍କ ମନୋବଳ ବୃଦ୍ଧି କରିଛି। ୩ମାସ ଧରି ରାଜ୍ୟ ଓ ଜିଲାରୁ ସରକାରୀ ସ୍ତରରେ ଗଠିତ ବିଭିନ୍ନ ଟିମ କାୟାକଳ୍ପ ନିର୍ଦ୍ଦେଶାନାମା ଆଧାରରେ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ବିଭିନ୍ନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଉପ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକର ମୂଲ୍ୟାୟନ କରିଥିଲେ। ୩୦ତାରିଖରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପତ୍ର ସଂଖ୍ୟା ୪୮୯୦ରେ ଖଇରା ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିବା ଚିଠିରେ ପଳସାକୁ ବିଜେତା ଭାବେ ଘୋଷଣା କରାଯାଇଥିବା ବେଳେ ଅନ୍ୟ ୩ଟି କେନ୍ଦ୍ର ମଧ୍ୟ ପୁରସ୍କୃତ ହେବାର ସୌଭାଗ୍ୟ ଅର୍ଜନ କରିଛି।
ତଦନୁଯାୟୀ ପଳସା ଉପକେନ୍ଦ୍ରକୁ ୧ଲକ୍ଷ, ତୁଡିଗଡିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ୫୦ହଜାର, କୁରୁଣ୍ଟା ଏବଂ ଡଗରପଡା ସ୍ବାସ୍ଥ୍ୟ ଉପକେନ୍ଦ୍ରକୁ ୨୫ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରାଯାଇଛି ା ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରଭାକର ମିଶ୍ରଙ୍କ ପ୍ରଚେଷ୍ଟା ଓ ପରିଚାଳନା ଯୋଗୁ ବାଲେଶ୍ୱର ଜିଲାରେ ଖଇରା ବ୍ଲକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଥିବା ନେଇ ଆସୁଥିବା ରୋଗୀ କଲ୍ୟାଣ ସମିତି, ଗାଁ କଲ୍ୟାଣ ସମିତି, କାର୍ଯ୍ୟରତ କର୍ମଚାରୀମାନେ କହିଛନ୍ତି ା ଏ ସମ୍ପର୍କରେ ଡା. ମିଶ୍ରଙ୍କ ପ୍ରତିକ୍ରିୟା ନେବାରେ ଚଳିତବର୍ଷ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ସ୍ବାସ୍ଥ୍ୟ ଉପକେନ୍ଦ୍ରଗୁଡିକ କାୟାକଳ୍ପ ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କିଛି ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ଭାଗ ନେଇପାରି ନ ଥିଲା। ଆସନ୍ତାବର୍ଷ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାଗ ନେବ ଏବଂ ନିଶ୍ଚିତ ପୁରସ୍କୃତ ହେବ ବୋଲି କହିଛନ୍ତି ା ଏଭଳି ସଫଳତା ପାଇଁ ସେ ଡାକ୍ତର, ନର୍ସ ଓ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠାକୁ ଶ୍ରେୟ ଦେବା ସହ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସହଯୋଗକୁ ମଧ୍ୟ ପ୍ରଶଂସା କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବିର୍ଲା ଟାୟାର୍ସକୁ କାର୍ଯ୍ୟକ୍ଷମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ବାଲେଶ୍ୱର ଅଫିସ, ୨୭।୧୧: ବାଲେଶ୍ୱର ବାମପଦାସ୍ଥିତ ବିର୍ଲା ଟାୟାର୍ସ ଜିଲାରେ ଏକ ପ୍ରମୁଖ କାରଖାନା। ଏଥିରେ ୪ହଜାରରୁ ଊର୍ଦ୍ଧ୍ୱ ଲୋକ କାର୍ଯ୍ୟ କରି ନିଜର ପରିବାର...

ଦୃଷ୍ଟି ଆଢ଼ୁଆଳରେ ଝିକରା ଜଳପ୍ରପାତ

କେନ୍ଦୁଝର, ୧୨ା୭(ସ୍ବ.ପ୍ର.)-ବଣପାହାଡ ଘେରା କେନ୍ଦୁଝର ଜିଲାରେ ବହୁ ପ୍ରାକୃତିକ ଝରଣା ଏବଂ ଜଳପ୍ରପାତ ରହିଛି ା ରକ୍ଷଣାବେକ୍ଷଣ ଅଭାବରୁ ସେସବୁ ଲୋପ ପାଇବାକୁ ବସିଛି ା...

ହାତୀ ଆକ୍ରମଣରୁ ମିଳୁନି ନିସ୍ତାର

ଜଳେଶ୍ୱର,୨୩|୧(ଡି.ଏନ.ଏ) ବାଲେଶ୍ୱର ଜିଲା ଜଳେଶ୍ୱରସ୍ଥିତ ରାଇବଣିଆ ଅଞ୍ଚଳରେ ଗତ କିଛିବର୍ଷ ହେଲା ହାତୀ ଉପଦ୍ରବ ଚଳାଇ ଆସୁଛନ୍ତି। କେତେବେଳେ ପଶ୍ଚିମବଙ୍ଗର ଦଲମା ଜଙ୍ଗଲରୁ ତ ପୁଣି କେତେବେଳେ...

ମାଛ ଧରିବାକୁ ଶୁଖାଯାଉଥିଲା ପୋଖରୀ, ମିଳିଲା ଖପୁରି

ବାଲେଶ୍ୱର ଅଫିସ,୧୧ା୩ : ମାଛ ଧରିବାକୁ ଶୁଖାଯାଉଥିଲା ପୋଖରୀ। ପାଣି ଶୁଖିବା ପରେ ପୋଖରୀ ଭିତରେ ପଡ଼ିଥିବା ବସ୍ତାରୁ ମିଳିଲା ଖପୁରି। ଏହାକୁ ଦେଖି ଆଶ୍ଚର୍ଯ୍ୟ...

ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ: ବ୍ୟାଙ୍କ ସ୍ଥାନାନ୍ତରକୁ ନେଇ ଛାତ୍ର ଉତ୍ତେଜନା

ଭଦ୍ରକ ଅଫିସ, ୮।୭ – ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରୁ ୧୮ ବର୍ଷ ପୂର୍ବରୁ ଖୋଲାଯାଇଥିବା ଏକ ବ୍ୟାଙ୍କ ଶାଖାକୁ ସ୍ଥାନାନ୍ତର ନିଷ୍ପତ୍ତିକୁ ବିରୋଧ କରି...

ଚିଟ୍‌ଫଣ୍ଡ ଠକେଇ: ରାଜ ଗଡସନ୍‌ ଏମ୍‌ଡିଙ୍କୁ ୫ବର୍ଷ ଜେଲ

ବାଲେଶ୍ୱର ଅଫିସ, ୭।୨:ବାଲେଶ୍ୱର ଚିଟ୍‌ଫଣ୍ଡ ଅଦାଲତର ବିଚାରପତି ବିଶ୍ୱଜିତ୍‌ ଦାସ ଏକ ଠକେଇ ମାମଲାର ବିଚାର କରି ରାଜ ଗଡସନ୍‌ ସର୍ଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍‌ଡି...

ହଷ୍ଟେଲରୁ ଛାତ୍ର ନିଖୋଜ ଘଟଣା: ବିଦ୍ୟାଳୟ ଘେରିଲେ ଶତାଧିକ ମହିଳା

ଜଳେଶ୍ୱର, ୨୩।୭(ଡି.ଏନ.ଏ.)-ଜଳେଶ୍ୱର ସହର ବଡ଼ବଜାରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ହଷ୍ଟେଲରେ ରହୁଥିବା ଅଷ୍ଟମ ଶ୍ରେଣୀ ଛାତ୍ର ତଥା ଭୋଗରାଇ ଥାନା ଅଧିନ ହାଣ୍ଡିପଡ଼ା ଗ୍ରାମନିବାସୀ କାହ୍ନୁ...

ଭିଜିଲାନ୍ସ ଜାଲରେ ବାଲେଶ୍ୱର ଜିଲା ସହକାରୀ ପରିସଂଖ୍ୟାନ ଅଧିକାରୀ

ବାଲେଶ୍ୱର ଅଫିସ,୧୧।୬: ବାଲେଶ୍ୱର ଜିଲା ସହକାରୀ ପରିସଂଖ୍ୟାନ ଅଧିକାରୀଙ୍କ ଘରେ ମଙ୍ଗଳବାର ଜିଲା ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସରକାରୀ ପରସଂଖ୍ୟାନ ଅଧିକାରୀ ପରମେଶ୍ୱର ରାଉତଙ୍କ...

Advertisement
Archives

Model This Week