ପାକିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ଶେଖ ରଶିଦ ଗିରଫ: ସରକାରଙ୍କୁ ଇମ୍ରାନ ଦେଲେ ଧମକ…

ଇସଲାମାବାଦ,୨।୨ : ଇସଲାମାବାଦ ପୋଲିସ ଦ୍ୱାରା ପାକିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ଶେଖ ରଶିଦଙ୍କୁ ଗିରଫ କରାଯାଇଛି। ଗୁରବାର ମୁରି ମୋଟରୱେରୁ ତାଙ୍କୁ ଗିରଫ କରାଯାଇଛି। ଶେଖ ରଶିଦଙ୍କ ସହ ତାଙ୍କ ପୁତୁରା ଶେଖ ରଶିଦ ରଫିକଙ୍କୁ ମଧ୍ୟ ଗିରଫ କରାଯାଇଛି। ରାୱଲପିଣ୍ଡିସ୍ଥିତ ତାଙ୍କ ଘରୁ ତାଙ୍କୁ ଗିରଫ କରାଯାଇଥିବା ଶେଖ ରଶିଦ ଦାବି କରିଛନ୍ତି।

ଶେଖ ରସିଦ ଆୱାମୀ ମୁସଲିମ ଲିଗର ମୁଖ୍ୟ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ ଦଳର ମୁଖ୍ୟ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନିକଟତର। ଇମ୍ରାନ ଖାନଙ୍କ ସରକାରରେ ସେ ଗୃହମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ନିକଟରେ ପୋଲିସ ମଧ୍ୟ ପିଟିଆଇ ନେତା ତଥା ଇମ୍ରାନ ଖାନଙ୍କ ଘନିଷ୍ଠ ସହଯୋଗୀ ଫୱାଦ ଚୌଧୁରୀଙ୍କୁ ଗିରଫ କରିଥିଲା। ରଶିଦଙ୍କ ଗିରଫ ନେଇ ଇମ୍ରାନ୍‌ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ସରକାରଙ୍କୁ ଧମକ ଦେଇଛନ୍ତି।

ପାକିସ୍ତାନ ପିପୁଲ୍ସ ପାର୍ଟି ନେତା ରାଜ ଇନାୟତ ଉର ରେହମାନଙ୍କ ଅଭିଯୋଗ ଆଧାରରେ ରଶିଦଙ୍କୁ ଗିରଫ କରାଯାଇଛି। ଇସଲାମାବାଦର ଅବପାରା ପୋଲିସ ଷ୍ଟେସନରେ ପିପିପି ନେତା ଏକ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗରେ ସେ କହିଛନ୍ତି ଯେ ରଶିଦ ଅଭିଯୋଗ କରିଥିଲେ ଯେ ପୂର୍ବତନ ରାଷ୍ଟ୍ରପତି ତଥା ପିପିପି ଅଧ୍ୟକ୍ଷ ଆସିଫ ଅଲି ଜରଦାରୀ ଇମ୍ରାନ ଖାନଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି। ରଶିଦ କହିଥିଲେ ଯେ ଆସିଫ ଜରଦାରୀ ଦୁର୍ନୀତିରୁ ବହୁ ଟଙ୍କା ରୋଜଗାର କରିଛନ୍ତି ଏବଂ ଏହି ଟଙ୍କା ଆତଙ୍କବାଦୀ ସଂଗଠନରେ ବିନିଯୋଗ କରିଛନ୍ତି। ଆତଙ୍କବାଦୀ ସଂଗଠନକୁ ଟଙ୍କା ଦେଇ ଇମ୍ରାନ ଖାନଙ୍କୁ ହତ୍ୟା କରିବା ପାଇଁ ଜରଦାରୀ ଷଡଯନ୍ତ୍ର କରିଛନ୍ତି। ଶେଖ ରସିଦଙ୍କ ଏହି ବିବୃତ୍ତିକୁ ପିପିପି ଦୃଢ଼ ବିରୋଧ କରିଥିଲା।

ଗିରଫ ହେବା ପରେ ରଶିଦଙ୍କୁ ସଚିବାଳୟ ପୋଲିସ ଷ୍ଟେଶନରେ ରଖାଯାଇଛି। ଗିରଫ ପରେ ସେ କହିଛନ୍ତି ଯେ ତାଙ୍କର ଦୋଷ ହେଉଛି ଯେ ମୁଁ ଇମ୍ରାନ ଖାନଙ୍କ ସହ ଛିଡା ହୋଇଛି। ବର୍ତ୍ତମାନର ସରକାରଙ୍କ ଗୃହମନ୍ତ୍ରୀ ରାଣା ସନାଉଲ୍ଲାଙ୍କ ନିର୍ଦ୍ଦେଶରେ ତାଙ୍କୁ ଗିରଫ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୨ ଶେଷ ସୁଦ୍ଧା ଇସ୍ରାଏଲ୍‌ ନିର୍ମାଣ କରିବ ଲେଜର କାନ୍ଥ, ସୁରକ୍ଷା ବ୍ୟବସ୍ଥା ହେବ ସୁଦୃଢ଼…

ଜେରୁଜେଲମ୍‌, ୨।୨ : ଏକ ବର୍ଷ ମଧ୍ୟରେ ୨୦୨୨ ଶେଷ ସୁଦ୍ଧା ଇସ୍ରାଏଲ ଲେଜର ଆଧାରିତ ମିସାଇଲ ଇଣ୍ଟରସେପ୍ଟ ସିଷ୍ଟମ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରହିଛି।...

ଚାଇନା କଲା ସୁପର ଗାଈ କ୍ଲୋନିଂ: ଦିନକୁ ଦେବେ ୧୫୦ ଲିଟର କ୍ଷୀର…

ବେଜିଂ,୫।୨ : ଚାଇନାର ବୈଜ୍ଞାନିକମାନେ ସେମାନଙ୍କର ଗବେଷଣା ଯୋଗୁଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଚାଇନାର ବୈଜ୍ଞାନିକମାନେ ଏଥର ଯାହା କରିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି।...

ନୋବେଲ ଶାନ୍ତି ପୁରସ୍କାର ପାଇଁ ଆଫଗାନିସ୍ତାନ ମହିଳା ମନୋନୀତ

କାବୁଲ,୧୧ା୨: ଆଫଗାନିସ୍ତାନରେ ମହିଳା ଅଧିକାର ପାଇଁ କାର୍ଯ୍ୟ କରୁଥିବା ମେହବୁବା ସିରାଜ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ତାଙ୍କୁ ଜେଲରେ ଥିବା ଇରାନର...

ନୂଆ କରୋନା ଭାରିଆଣ୍ଟ୍‌ , ଡେଲ୍ଟାଠାରୁ ବି ଭୟଙ୍କର..

ଜେନେଭା,୨।୯: ପୃଥିବୀରେ କରୋନା ମହାମାରୀର ଆତଙ୍କ ଜାରି ରହିଛି। ମହାମାରୀରୁ ଦୂରେଇ ରହିବା ପାଇଁ ଟିକାକରଣ ଅଭିଯାନ ମଧ୍ୟ ଜୋରସୋରରେ ଚାଲିଛି। ତଥାପି, ଏହି ଭୁତାଣୁର...

ବୟଫ୍ରେଣ୍ଡଙ୍କ ସହ କଥା ହେଉଥିବା ସମୟରେ ଧରା ପଡ଼ିଲେ ଯୁବତୀ, ଆଉ ତା’ ପରେ…

କାବୁଲ,୩୦।୪: କୌଣସି ଯୁବତୀ ଜଣେ ଯୁବକଙ୍କ ସହ ଫୋନ୍‌ରେ କଥା ହେବା ଅପରାଧ ନୁହେଁ। ମାତ୍ର ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଜାଣିଲେ...

ଯେତେ ଶୀଘ୍ର ମିଶନ ଶେଷ ହେବ ସେତେ ଭଲ: ବାଇଡେନ

ଓ୍ବାଶିଂଟନ,୨୫ା୮: ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ କହିଛନ୍ତି, ଅଗଷ୍ଟ ୩୧ ସୁଦ୍ଧା ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଆମେରିକା ତ୍ୱରିତ କାର୍ଯ୍ୟ କରୁଛି। ଏଥି ସହିତ ବାଇଡେନ୍‌...

କନଷ୍ଟ୍ରକଶନ୍‌ ସାଇଟ୍‌ରେ ଧସିଲା ମାଟି, ୧୪ ମୃତ

ବେଜିଂ, ୪ା୧: ଚାଇନାର ଗୁଇଝୌ ପ୍ରଦେଶ ବିଜିଇ ସହରରେ ଭୂସ୍ଖଳନ ଯୋଗୁ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଏକ କନଷ୍ଟ୍ରକଶନ୍‌ ସାଇଟ୍‌ରେ ମାଟି ଧସିବା ଯୋଗୁ...

ପ୍ରେମିକାଙ୍କୁ ଜନ୍ମଦିନରେ ସ୍ବତନ୍ତ୍ର ଉପହାର ଦେଲେ ରାଜା

ଥାଇଲାଣ୍ଡର ୬୮ ବର୍ଷୀୟ ରାଜା ମହା ଭାଜିରାଲଙ୍ଗକର୍ନ ନିଜ ୩୨ ବର୍ଷୀୟା ପ୍ରେମିକା ସିନିନଟ ଓ୍ବଙ୍ଗଭାଜିରାପକଡିଙ୍କୁ ତାଙ୍କ ଜନ୍ମଦିନରେ ସ୍ବତନ୍ତ୍ର ଉପହାର ଦେଇଛନ୍ତି। ରାଜା ମହା...

Advertisement
Archives

Model This Week