ପାକିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ଶେଖ ରଶିଦ ଗିରଫ: ସରକାରଙ୍କୁ ଇମ୍ରାନ ଦେଲେ ଧମକ…

ଇସଲାମାବାଦ,୨।୨ : ଇସଲାମାବାଦ ପୋଲିସ ଦ୍ୱାରା ପାକିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ଶେଖ ରଶିଦଙ୍କୁ ଗିରଫ କରାଯାଇଛି। ଗୁରବାର ମୁରି ମୋଟରୱେରୁ ତାଙ୍କୁ ଗିରଫ କରାଯାଇଛି। ଶେଖ ରଶିଦଙ୍କ ସହ ତାଙ୍କ ପୁତୁରା ଶେଖ ରଶିଦ ରଫିକଙ୍କୁ ମଧ୍ୟ ଗିରଫ କରାଯାଇଛି। ରାୱଲପିଣ୍ଡିସ୍ଥିତ ତାଙ୍କ ଘରୁ ତାଙ୍କୁ ଗିରଫ କରାଯାଇଥିବା ଶେଖ ରଶିଦ ଦାବି କରିଛନ୍ତି।

ଶେଖ ରସିଦ ଆୱାମୀ ମୁସଲିମ ଲିଗର ମୁଖ୍ୟ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ ଦଳର ମୁଖ୍ୟ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନିକଟତର। ଇମ୍ରାନ ଖାନଙ୍କ ସରକାରରେ ସେ ଗୃହମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ନିକଟରେ ପୋଲିସ ମଧ୍ୟ ପିଟିଆଇ ନେତା ତଥା ଇମ୍ରାନ ଖାନଙ୍କ ଘନିଷ୍ଠ ସହଯୋଗୀ ଫୱାଦ ଚୌଧୁରୀଙ୍କୁ ଗିରଫ କରିଥିଲା। ରଶିଦଙ୍କ ଗିରଫ ନେଇ ଇମ୍ରାନ୍‌ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ସରକାରଙ୍କୁ ଧମକ ଦେଇଛନ୍ତି।

ପାକିସ୍ତାନ ପିପୁଲ୍ସ ପାର୍ଟି ନେତା ରାଜ ଇନାୟତ ଉର ରେହମାନଙ୍କ ଅଭିଯୋଗ ଆଧାରରେ ରଶିଦଙ୍କୁ ଗିରଫ କରାଯାଇଛି। ଇସଲାମାବାଦର ଅବପାରା ପୋଲିସ ଷ୍ଟେସନରେ ପିପିପି ନେତା ଏକ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗରେ ସେ କହିଛନ୍ତି ଯେ ରଶିଦ ଅଭିଯୋଗ କରିଥିଲେ ଯେ ପୂର୍ବତନ ରାଷ୍ଟ୍ରପତି ତଥା ପିପିପି ଅଧ୍ୟକ୍ଷ ଆସିଫ ଅଲି ଜରଦାରୀ ଇମ୍ରାନ ଖାନଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି। ରଶିଦ କହିଥିଲେ ଯେ ଆସିଫ ଜରଦାରୀ ଦୁର୍ନୀତିରୁ ବହୁ ଟଙ୍କା ରୋଜଗାର କରିଛନ୍ତି ଏବଂ ଏହି ଟଙ୍କା ଆତଙ୍କବାଦୀ ସଂଗଠନରେ ବିନିଯୋଗ କରିଛନ୍ତି। ଆତଙ୍କବାଦୀ ସଂଗଠନକୁ ଟଙ୍କା ଦେଇ ଇମ୍ରାନ ଖାନଙ୍କୁ ହତ୍ୟା କରିବା ପାଇଁ ଜରଦାରୀ ଷଡଯନ୍ତ୍ର କରିଛନ୍ତି। ଶେଖ ରସିଦଙ୍କ ଏହି ବିବୃତ୍ତିକୁ ପିପିପି ଦୃଢ଼ ବିରୋଧ କରିଥିଲା।

ଗିରଫ ହେବା ପରେ ରଶିଦଙ୍କୁ ସଚିବାଳୟ ପୋଲିସ ଷ୍ଟେଶନରେ ରଖାଯାଇଛି। ଗିରଫ ପରେ ସେ କହିଛନ୍ତି ଯେ ତାଙ୍କର ଦୋଷ ହେଉଛି ଯେ ମୁଁ ଇମ୍ରାନ ଖାନଙ୍କ ସହ ଛିଡା ହୋଇଛି। ବର୍ତ୍ତମାନର ସରକାରଙ୍କ ଗୃହମନ୍ତ୍ରୀ ରାଣା ସନାଉଲ୍ଲାଙ୍କ ନିର୍ଦ୍ଦେଶରେ ତାଙ୍କୁ ଗିରଫ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ଅନୁଦାନପ୍ରାପ୍ତ ଶିକ୍ଷକଙ୍କ ଦାବି ପୂରଣରେ ଟାଳଟୁଳ ନୀତି: ତେଜିଲା ଆନ୍ଦୋଳନ

ଗୁଣପୁର,୫ା୮(ସୁଜାତା ପାଢ଼ୀ): ରାଜ୍ୟ ସରକାର ଅନୁଦାନପ୍ରାପ୍ତ ଶିକ୍ଷକମାନଙ୍କ ମୌଳିକ ଦାବି ଯଥା ଚାକିରି ସର୍ତ୍ତାବଳୀ ଲାଗୁ, ପୁରୁଣା ପେନ୍‌ସନ୍‌ ପ୍ରଦାନ, ଅବସର ସୀମା ୬୨କୁ ବୃଦ୍ଧି, ଅନୁଦାନପ୍ରାପ୍ତ…

ବିଧାନସଭାରେ ଭାବପ୍ରବଣ ହୋଇଗଲେ ବାଚସ୍ପତି: କହିଲେ, ମୁଁ ଏହି ପଦବୀ ପାଇଁ ଯୋଗ୍ୟ କି ନୁହେଁ…

ଲକ୍ଷ୍ନୌ,୫।୮: ଉତ୍ତରପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ବାଚସ୍ପତି ସତୀଶ ମହାନା ବିଧାୟକମାନଙ୍କୁ ସମ୍ବୋଧିତ କରିବା ସମୟରେ ଭାବପ୍ରବଣ ହୋଇ ପଡ଼ିଥିଲେ। ଅଧିବେଶନର ଦ୍ୱିତୀୟ ଦିନ ଅଗଷ୍ଟ…

ବିରାଟ କୋହଲି ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଲେ ମହମ୍ମଦ ଶାମି,ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୫।୮: ସାମ୍ପ୍ରତିକ ବର୍ଷଗୁଡ଼ିକରେ, ବିରାଟ କୋହଲି ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ଦେଖାଇଛନ୍ତି। ତାଙ୍କୁ ତାଙ୍କ ଆଙ୍ଗୁଠିରେ ପ୍ରାର୍ଥନା ମାଳି ଏବଂ ଏକ ଟାଲି କାଉଣ୍ଟର ସହିତ ଦେଖାଯାଇଛି,…

୨୦୨୭ ବିଶ୍ୱକପ ପାଇଁ ସୁନୀଲ ଗାଭାସ୍କର ବାଛିଲେ ଭାରତୀୟ ଦଳ; ବାଦ ପଡ଼ିଲେ ବଡ଼ ବଡ଼ ନାମ

ନୂଆଦିଲ୍ଲୀ,୫।୮: ଆସନ୍ତା ବର୍ଷ (୨୦୨୭) ହେବାକୁ ଥିବା ଏକଦିବସୀୟ ବିଶ୍ୱକପ ପାଇଁ ଭାରତୀୟ ଦଳରେ କିଏ ସ୍ଥାନ ପାଇବ ସେ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ…

NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ, ସୁପ୍ରିମକୋର୍ଟରେ ଯୋଜନାର ରୂପରେଖା ପ୍ରଦାନ କଲେ ସରକାର

ନୂଆଦିଲ୍ଲୀ,୫।୮: ଜାତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା, NEET-UGର ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ସରକାର ଏକ ସତ୍ୟପାଠ ମାଧ୍ୟମରେ ସୁପ୍ରିମକୋର୍ଟକୁ ଏହା ଜଣାଇ…

୭୫ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ ପାଇଁ ରହିଛନ୍ତି ଜଣେ ମହିଳା ସୂପରଭାଇଜର-ସିଡ଼ିପିଓ: ଖାଲି ପଦବୀ ପୂରଣ ଦାବି

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତରେ ରହିଛି ୬୨ଟି ରାଜସ୍ବ ଗ୍ରାମ। ଶିଶୁ, ଗର୍ଭବତୀ, ପ୍ରସୂତୀ, କିଶୋରୀ ବାଳିକାମାନଙ୍କ ପାଇଁ ସରକାରଙ୍କ…

ଜଣେ ଶିକ୍ଷକରେ ଚାଲିଛି ଶିକ୍ଷାଦାନ: ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଲେ ବିଇଓ

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ଗ୍ରାମ ପଞ୍ଚାୟତ ବତିକୁପା ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ମାତ୍ର ଜଣେ ଶିକ୍ଷକଙ୍କ ଭରସାରେ ପାଠପଢ଼ା ଚାଲିଥିବାରୁ…

ଭାଜପାକୁ ବଡ଼ ଝଟକା! ୩ ଟିଏମସି ଏମପିଙ୍କ ନିଷ୍ପତ୍ତିକୁ ନେଇ ବଢିଲାଣି ରାଜନୈତିକ ଚର୍ଚ୍ଚା

କୋଲକାତା,୫।୮: ପଶ୍ଚିମବଙ୍ଗ ରାଜନୀତି ବର୍ତ୍ତମାନ ସରଗରମ ହେବାରେ ଲାଗିଛି। ପୂର୍ବରୁ ଟିଏମସିରୁ ଅଲଗା ହୋଇ ଏକ ପୃଥକ ଗୋଷ୍ଠୀରେ ଯୋଗ ଦେଇଥିବା ତିନି ଜଣ ମୁସଲିମ ଏମପିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri